Posted inଜାତୀୟ

୨୦ ଜଣଙ୍କ ନାଁରେ ମାମଲା

ନୂଆଦିଲ୍ଲୀ,୮ା୧(ପି.ଟି./ ଆଇଏଏନ୍‌ଏସ୍‌): ଦିଲ୍ଲୀର ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନ୍‌ୟୁ)ରେ ଘଟିଥିବା ହିଂସାକୁ ନେଇ ଦେଶବ୍ୟାପୀ ବିକ୍ଷୋଭ ଜାରି ରହିଥିବାବେଳେ ମଙ୍ଗଳବାର ପୋଲିସ ୨୦ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି। ପୋଲିସ ଏଫ୍‌ଆଇଆର୍‌ରେ ଜେଏନ୍‌ୟୁ ଛାତ୍ର ସଂସଦ ସଭାପତି ଐଶେ ଘୋଷ ଓ ଅନ୍ୟ ୧୯ ଜଣଙ୍କ ନାମ ରହିଛି। ଐଶେଙ୍କ ସହ ବହୁସଂଖ୍ୟକ ଛାତ୍ର ବିକ୍ଷୋଭକାରୀ କମ୍ୟୁନିକେଶନ ଆଣ୍ଡ ଇନଫର୍ମେଶନ ସର୍ଭିସେସ ଅଫିସକୁ ପ୍ରବେଶ କରି ସେଠାରେ ଥିବା ଗ୍ଲାସ୍‌ ଡୋର୍‌କୁ ଭାଙ୍ଗିଦେଇଥିଲେ। ଏହାସହ ଫାଇବର ଅଫ୍‌ଟିକ୍‌ କେବୁଲ, ସର୍ଭର ଓ ବାୟୋମେଟ୍ରିକ୍‌ ଡିଭାଇସ୍‌ଗୁଡ଼ିକୁ ମଧ୍ୟ ଭଙ୍ଗାରୁଜା କରି ନଷ୍ଟ କରିଦେଇଥିବା ଏତଲାରେ ଦର୍ଶାଯାଇଛି। ଇତିମଧ୍ୟରେ ହିନ୍ଦୁ ସୁରକ୍ଷା ଦଳ ନାମକ ଏକ ସଙ୍ଗଠନ ଜେଏନ୍‌ୟୁ ହିଂସା ପାଇଁ ନିଜକୁ ଦାୟୀ କରିଛି।
ଜାନୁୟାରୀ ୪ ତାରିଖ ରାତି ୧ଟାରେ ଜେଏନ୍‌ୟୁଏସ୍‌ୟୁ ସଭାପତି ଐଶେ ଘୋଷଙ୍କ ସମେତ ଅନ୍ୟ ୧୯ ଜଣ କ୍ୟାମ୍ପସରେ ଭଙ୍ଗାରୁଜା କରିବା ସହ ସିକ୍ୟୁରିଟି ଗାର୍ଡମାନଙ୍କୁ ଆକ୍ରମଣ କରିଥିଲେ ବୋଲି ଦିଲ୍ଲୀ ପୋଲିସର ଜଣେ ଅଧିକାରୀ କହିଛନ୍ତି। ଜେଏନ୍‌ୟୁର ମୁଖ୍ୟ ସୁରକ୍ଷା ଅଧିକାରୀଙ୍କ ପକ୍ଷରୁ ଦିଆଯାଇଥିବା ଏତଲା ଅନୁସାରେ ରବିବାର ଏକ ମାମଲା ଦାଏର ହୋଇଥିଲା। ସେହିଦିନ ସନ୍ଧ୍ୟାରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ସମର୍ଥତ୍ତ ବୋଲି କୁହାଯାଉଥିବା କେତେଜଣ ମୁଖାପିନ୍ଧା ଗୁଣ୍ଡା ଜେଏନ୍‌ୟୁ କ୍ୟାମ୍ପସକୁ ପଶିଥିଲେ। ସେମାନେ ଐଶେଙ୍କ ସମେତ କେତେଜଣ ଛାତ୍ରୀଛାତ୍ରଙ୍କୁ ଲାଠି ଓ ଲୁହାରଡ୍‌ରେ ଆକ୍ରମଣ କରିବା ପରେ ଫେରାର ହୋଇଯାଇଥିଲେ। ପୋଲିସ ଉପସ୍ଥିତିରେ ଆକ୍ରମଣକାରୀମାନେ ଏହି କାଣ୍ଡ ଭିଆଇଥିଲେ ହେଁ ସେମାନଙ୍କୁ ଧରାଯାଇ ପାରିନାହିଁ। ରବିବାରର ଆକ୍ରମଣ ନେଇ କେତେଜଣ ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ବସନ୍ତକୁଞ୍ଜ ନର୍ଥ ଥାନାରେ ମାମଲା ରୁଜୁ ହୋଇଛି। ସେପଟେ ହିନ୍ଦୁ ରକ୍ଷା ଦଳ ନାମକ ଏକ ଦକ୍ଷିଣପନ୍ଥୀ ସଙ୍ଗଠନ ଜେଏନ୍‌ୟୁରେ ହୋଇଥିବା ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି। ସଙ୍ଗଠନ ପକ୍ଷରୁ ସୋସିଆଲ ମିଡିଆରେ ସୋମବାର ପୋଷ୍ଟ କରାଯାଇଥିବା ଏକ ଭିଡିଓ ଭାଇରାଲ ହୋଇଛି। ଏଥିରେ ନିଜକୁ ପିଙ୍କି ଚଧରୀ ବୋଲି ପରିଚୟ ଦେଉଥିବା ଜଣେ ବ୍ୟକ୍ତି କହୁଛନ୍ତି, ଦେଶବିରୋଧୀ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିବା ଲୋକଙ୍କୁ ଛଡ଼ାଯିବ ନାହିଁ। ସେମାନଙ୍କୁ ଜେଏନ୍‌ୟୁ ଛାତ୍ରୀଛାତ୍ର ଓ ଶିକ୍ଷକଙ୍କ ଭଳି ସମାନ ଢଙ୍ଗରେ ଜବାବ ଦିଆଯିବ। ତେବେ ପିଙ୍କି ଚୌଧରୀଙ୍କ ଏହି ଦାବିକୁ ନେଇ ପୋଲିସ ପକ୍ଷରୁ କିଛି ପ୍ରତିକ୍ରିୟା ଆସିନାହିଁ।
ଛାତ୍ରୀଛାତ୍ରଙ୍କୁ ଅତି ନିର୍ମମ ଭାବେ ଆକ୍ରମଣ କରାଯାଇଥିବାବେଳେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ କିଛି ପଦକ୍ଷେପ ନେଉନାହାନ୍ତି ବୋଲି ଅଭିଯୋଗ ହୋଇଛି। ଏହାକୁ ନେଇ ଛାତ୍ରୀଛାତ୍ର ବିକ୍ଷୋଭ କରୁଥିବାବେଳେ ମଙ୍ଗଳବାର ସନ୍ଧ୍ୟାରେ ଜେଏନ୍‌ୟୁ କୁଳପତି ଏମ୍‌. ଜଗଦୀଶ କୁମାର ଅତୀତକୁ ପଛରେ ପକାଇ ବିଶ୍ୱବିଦ୍ୟାଳୟ କ୍ୟମ୍ପସକୁ ଫେରିଆସିବା ପାଇଁ ଆହ୍ବାନ ଦେଇଛନ୍ତି। ଏକ ବିବୃତିରେ କୁଳପତି କହିଛନ୍ତି, ଆହତ ସମସ୍ତ ଛାତ୍ରୀଛାତ୍ରଙ୍କ ପାଇଁ ଆମେ ଦୁଃଖିତ। ଏହା ଏକ ଦୁର୍ଭାଗ୍ୟଜନକ ଘଟଣା। ସମସ୍ତ ଛାତ୍ରୀଛାତ୍ର ଅତୀତକୁ ଭୁଲି କ୍ୟାମ୍ପସକୁ ଫେରନ୍ତୁ ବୋଲି ସେ ଅନୁରୋଧ କରିଛନ୍ତି। ପ୍ରକାଶ ଯେ ରବିବାର ସନ୍ଧ୍ୟାରେ ହୋଇଥିବା ଆକ୍ରମଣରେ ୩୫ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ଓ ଫାକଲ୍ଟି ମେମ୍ବର ଆହତ ହୋଇଥିଲେ। ଏହି ହିଂସାକାଣ୍ଡର ତଦନ୍ତ ପାଇଁ ଜେଏନ୍‌ୟୁ କ୍ୟାମ୍ପସରେ ଅନେକ ଫରେନ୍ସିକ୍‌ ଲାବରେଟୋରି (ଏଫ୍‌ଏସ୍‌ଏଲ୍‌) ଟିମ୍‌ ତନାଘନା ଚଳାଇଛନ୍ତି। ଉକ୍ତ ଟିମ୍‌ଗୁଡ଼ିକରେ ଫିଜିକ୍ସ, କେମେଷ୍ଟ୍ରି ଓ ବାୟୋଲୋଜି ବିଭାଗର ସଦସ୍ୟ ରହିଛନ୍ତି। ସେହିପରି ସିସିଟିଭି ଫୁଟେଜ ଯାଞ୍ଚ କରି ପ୍ରମାଣ ସଂଗ୍ରହ କରିବା ଲାଗି ଏକ କମ୍ପ୍ୟୁଟର ଫରେନ୍ସିକ୍‌ ଟିମ୍‌କୁ ପଠାଇବା ପାଇଁ ଏଫ୍‌ଏସ୍‌ଏଲ୍‌କୁ ଦିଲ୍ଲୀ ପୋଲିସ ଅନୁରୋଧ କରିଛି। ହିଂସାକୁ ଦୃଷ୍ଟିରେ ରଖି କ୍ୟାମ୍ପସରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଆଗକୁ ଯେପରି କୌଣସି ଅଘଟଣ ନ ଘଟେ ତାହା ସୁନିଶ୍ଚିତ କରିବା ପାଇଁ ବହୁସଂଖ୍ୟକ ପୋଲିସ କର୍ମଚାରୀ ବିଶ୍ୱବିଦ୍ୟାଳୟର ବିଭିନ୍ନ ପ୍ରବେଶପଥରେ ମୁତୟନ ହୋଇଛନ୍ତି। ଗେଟ୍‌ଗୁଡ଼ିକରେ ବ୍ୟାରିକେଡ୍‌ କରାଯାଇଛି। ବୈଧ ପରିଚୟପତ୍ର ଧରିଥିବା ବ୍ୟକ୍ତିଙ୍କୁ ହିଁ ଭିତରକୁ ଛଡ଼ାଯାଉଛି। କ୍ରାଇମବାଞ୍ଚ ଓ ସ୍ଥାନୀୟ ପୋଲିସ ସିସିଟିଭି ଫୁଟେଜ ସଂଗ୍ରହ କରୁଛନ୍ତି। ଏହାସହ ସେମାନେ ସୋସିଆଲ ମିଡିଆରେ ଅପ୍‌ଲୋଡ୍‌ ଓ ହ୍ବାଟ୍ସଆପ୍‌ରେ ପ୍ରସାର କରାଯାଇଥିତ୍ବା କେତେକ ଭିଡିଓ କ୍ଲିପ୍‌କୁ ମଧ୍ୟ ଅନୁଧ୍ୟାନ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ରେଭନ୍ଥ ରେଡ୍ଡୀଙ୍କୁ ଦିଲ୍ଲୀ ପୋଲିସ୍‌ର ସମନ

ନୂଆଦିଲ୍ଲୀ,୨୯ା୪: ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହାଙ୍କ ଉପରେ ଏକ ଜାଲିଆତି ଭିଡିଓ ସହ ସମ୍ପୃକ୍ତି ଅଭିଯୋଗରେ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ଏ. ରେଭନ୍ଥ ରେଡ୍ଡୀଙ୍କୁ ଦିଲ୍ଲୀ ପୋଲିସ...

ଭାଇରାଲ ହେଉଛି ଶାହାଙ୍କ ଫେକ୍‌ ଭିଡ଼ିଓ, ରେଭନ୍ଥ ରେଡ୍ଡୀଙ୍କୁ ସମନ ପଠାଇଲା ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ,୨୯ା୪ : ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଉପରେ ଏକ ଜାଲିଆତି ଭିଡିଓ ସହ ସମ୍ପୃକ୍ତି ଅଭିଯୋଗରେ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ଏ. ରେଭନ୍ଥ ରେଡ୍ଡୀଙ୍କୁ ଦିଲ୍ଲୀ...

ଚର୍ମ କର୍କଟ ଟିକାର ହ୍ୟୁମ୍ୟାନ ଟ୍ରାଏଲ୍‌ ଆରମ୍ଭ

ନୂଆଦିଲ୍ଲୀ,୨୯ା୪: ଚର୍ମ କର୍କଟ ରୋଗର ପ୍ରତିକାର ପାଇଁ ବିଶ୍ୱର ପ୍ରଥମ ଟିକା ଉପରେ ହ୍ୟୁମ୍ୟାନ ଟ୍ରାଏଲ୍‌ ଆରମ୍ଭ ହୋଇଛି। ବ୍ରିଟେନ୍‌ର ଜଣେ ରୋଗୀ ଏହି ପରୀକ୍ଷାରେ...

ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ଅମିତ ଶାହଙ୍କ ହେଲିକପ୍ଟର

ନୂଆଦିଲ୍ଲୀ,୨୯।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ହେଲିକପ୍ଟର ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତିଯାଇଛି। ବିହାରର ବେଗୁସରାଇକୁ ଉଡ଼ାଣ ଭରୁଥିବାବେଳେ ହେଲିକପ୍ଟରଟି ଭାରସାମ୍ୟ ହରାଇଥିଲା। ତେବେ...

ସେମାନେ ମୋ ଗୃହମନ୍ତ୍ରୀଙ୍କୁ ଜେଲରେ ପୂରାଇଥିଲେ, ଏମିତି କାହିଁକି କହିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୯।୪: ୨୦୨୪ ଲୋକ ସଭା ନିର୍ବାଚନ ସମୟରେ ଦୁଇଟି ପର୍ଯ୍ୟାୟ ମତଦାନ ହୋଇସାରିଛି। ଏହି ସମୟରେ ଏକ ସ୍ବତନ୍ତ୍ର ବାର୍ତ୍ତାଳାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଭିଏମ,...

ୟୁଜିସି ନେଟ୍‌ ପରୀକ୍ଷା ତାରିଖ ପରିବର୍ତ୍ତନ, ଏବେ ଏହି ଦିନ ହେବ ପରୀକ୍ଷା

ନୂଆଦିଲ୍ଲୀ,୨୯।୪: ଚଳିତ ବର୍ଷ ହେବାକୁ ଥିବା ୟୁଜିସି ନେଟ୍‌ ପରୀକ୍ଷା ତାରିଖ ପରିବର୍ତ୍ତନ କରାଯାଇଛି । ଏହି ପରୀକ୍ଷା ବର୍ତ୍ତମାନ ଜୁନ ୧୮ରେ ହେବ। ଏନେଇ...

ହେଟ ସ୍ପିଚ ମାମଲାରେ ତାମିଲନାଡୁ ଭାଜପା ମୁଖ୍ୟଙ୍କୁ ସପ୍ରିମକୋର୍ଟରୁ ଆଶ୍ୱସ୍ତି

ନୂଆଦିଲ୍ଲୀ,୨୯।୪: ସୋମବାର (ଏପ୍ରିଲ ୨୯, ୨୦୨୪) ସୁପ୍ରିମକୋର୍ଟ ହେଟ ସ୍ପିଚ ମାମଲାରେ ତାମିଲନାଡୁ ଭାଜପା ମୁଖ୍ୟ କେ ଅନ୍ନାମଲାଇଙ୍କୁ ଆଶ୍ୱସ୍ତି ପ୍ରଦାନ କରଛନ୍ତି। କୋର୍ଟ କହିଛନ୍ତି...

ମୁଁ କଂଗ୍ରେସର ଉଦ୍ଦେଶ୍ୟ ପୂରଣ ହେବାକୁ ଦେବି ନାହିଁ: କର୍ନାଟକରେ ଗର୍ଜିଲେ ମୋଦି

ବେଙ୍ଗାଲୁରୁ,୨୯।୪: ସଂରକ୍ଷଣ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଥରେ କଂଗ୍ରେସକୁ ଟାର୍ଗେଟ କରିଛନ୍ତି। କର୍ନାଟକରେ ଏକ ରାଲିକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri