୨ ଦିନରେ ଟ୍ରେନ୍‌ରେ ଗଞ୍ଜାମ ଆସିଲେ ୫,୫୦୩ ପ୍ରବାସୀ

ଛତ୍ରପୁର,୫।୫(ଡି.ଏନ୍‌.ଏ.): କେରଳ ଓ ସୁରଟରୁ ଗତ ୨ଦିନ ହେଲା ସ୍ବତନ୍ତ୍ର ଟ୍ରେନ ଯୋଗେ ପ୍ରବାସୀ ଓଡ଼ିଆମାନେ ରାଜ୍ୟକୁ ଫେରୁଛନ୍ତି। ରବିବାର କେରଳ ଓ ସୁରଟରୁ ଗୋଟିଏ ଲେଖାଏ ଟ୍ରେନ ଆସିଥିବା ବେଳେ ସୋମବାର କେରଳରୁ ଗୋଟିଏ ଏବଂ ସୁରଟରୁ ୩ଟି ଟ୍ରେନ ଆସି ଗଞ୍ଜାମ ଜିଲା ଜଗନ୍ନାଥପୁର ଷ୍ଟେଶନରେ ପହଞ୍ଚିଥିଲା। କେରଳରୁ ଆସୁଥିବା ଟ୍ରେନ ଖୋର୍ଦ୍ଧାରୋଡ଼ ଷ୍ଟେଶନ ପର୍ଯ୍ୟନ୍ତ ଯାଉଛି। ଜଗନ୍ନାଥପୁର ଷ୍ଟେଶନରେ ଗଞ୍ଜାମ ସମେତ ଦକ୍ଷିଣ ଓଡିଶାର ବିଭିନ୍ନ ଜିଲାର ଲୋକେ ଓହ୍ଲାଉଛନ୍ତି। ରବିବାର ଗଞ୍ଜାମ ଜିଲାକୁ ଟ୍ରେନ ଯୋଗେ ୧,୩୨୪ ଓ ସୋମବାର ୪,୧୭୯ ପ୍ରବାସୀ ଓଡ଼ିଆ ଆସିଛନ୍ତି। ଦୁଇ ଦିନରେ ମୋଟ ୫,୫୦୩ ଜଣ ଜିଲାକୁ ଆସିଛନ୍ତି। ମଙ୍ଗଳବାର ସୁରଟରୁ ଆଉ ୩ଟି ଟ୍ରେନରେ ଜିଲାକୁ ଲୋକେ ଫେରିବେ ବୋଲି ସୂଚନା ମିଳିଛି।
ସୋମବାର ସକାଳ ସାଢ଼େ ୫ଟାରେ କେରଳ ଏର୍ନାକୁଲମ- ଖୋର୍ଦ୍ଧାରୋଡ୍‌ ସ୍ପେଶାଲ ଟ୍ରେନ୍‌ ଜଗନ୍ନାଥପୁର ଜଙ୍କସନ୍‌ରେ ପହଞ୍ଚିଥିଲା। ଏଥିରେ ୧୯ଟି ଜିଲାର ୧,୧୬୧ ଜଣ ପ୍ରବାସୀ ଓଡିଆ ଆସଥିଲେ। ସେମାନଙ୍କ ମଧ୍ୟରୁ ୬୨୬ ଜଣ କେବଳ ଗଞ୍ଜାମ ଜିଲାର। ଷ୍ଟେଶନରେ ସମସ୍ତଙ୍କ ସ୍କ୍ରିନିଂ ପରେ ୪୧ଟି ବସ୍‌ ଯୋଗେ ଜିଲାର ବିଭିନ୍ନ କ୍ୱାରାଣ୍ଟାଇନ୍‌ ସେଣ୍ଟରକୁ ପଠାଯାଇଥିଲା।
ସେହିପରି ମଧ୍ୟାହ୍ନ ୧୨ଟା ୪୦ରେ ସୁରଟରୁ ଆସି ପହଞ୍ଚିଥିବା ଟ୍ରେନରେ ଗଞ୍ଜାମ ଜିଲାର ୧,୧୮୮ ଜଣ ଆସିଥିଲେ। ସେଥିମଧ୍ୟରେ ବେଗୁନିଆପଡାର ୧୭୩, ବୁଗୁଡାର ୬୩, ଧରାକୋଟର ୩୩୬, ଜଗନ୍ନାଥପ୍ରସାଦର ୫୪, କବିସୂର୍ଯ୍ୟନଗରର ୧୬୨, ଖଲ୍ଲିକୋଟର ୫୪, କୁକୁଡାଖଣ୍ଡିର ୬୧, ପୋଲସରାର ୧୭୭, ପୁରୁଷୋତ୍ତମୁପୁର ଓ ସାନଖେମୁଣ୍ଡିର ୫୪ ଜଣ ଲେଖାଏଁ ରହିଥିଲେ। ସ୍କ୍ରିନିଂ ପରେ ସେମାନଙ୍କୁ ନିଜ ନିଜ ଅଞ୍ଚଳର କ୍ୱାରାଣ୍ଟାଇନ୍‌ ସେଣ୍ଟରକୁ ବସ ଯୋଗେ ପଠାଯାଇଥିଲା।
‌ ଅପରାହ୍ନ ୪ଟା ୨୮ରେ ପହଞ୍ଚିଥିବା ଟ୍ରେନରେ ୧,୨୪୩ ଜଣ ଆସିଥିବା ବେଳେ ସେମାନଙ୍କ ମଧ୍ୟରୁ ୧,୧୬୫ ଜଣ ଗଞ୍ଜାମ ଜିଲାର। ସେଥିମଧ୍ୟରେ ଆସିକାର ୫୧, ବେଗୁନିଆପଡାର ୧୮୭, ବେଲଗୁଣ୍ଠାର ୪୨, ଭଞ୍ଜନଗରର ୧୨, ବୁୁଗୁଡାର ୫୧, ଛତ୍ରପୁରର ୯, ଚିକିଟିର ୧୩, ଧରାକୋଟର ୭୯, ଦିଗପହଣ୍ଡିର ୧୧, ଗଞ୍ଜାମର ୨୧, ହିଞ୍ଜିିଳିର ୨୦, ଜଗନ୍ନାଥପ୍ରସାଦର ୧୮, କବିସୂର୍ଯ୍ୟନଗରର ୧୧୨, ଖଲିକୋଟର ୨୧୦, କୁକୁଡାଖଣ୍ଡିର ୧୪, ପାତ୍ରପୁରର ୨୪ ଜଣ, ପୋଲସରାର ୭୫, ପୁରୁଷୋତ୍ତମପୁରର ୧୨୦, ରଙ୍ଗେଇଲୁଣ୍ଡାର ୧୯, ସାନଖେମୁଣ୍ଡିର ୨୩, ଶେରଗଡର ୨୬ ଓ ସୋରଡାର ୨୮ ଜଣ ରହିଛନ୍ତି। ୩୮ଟି ବସ ଯୋଗେ ସେମାନଙ୍କୁ ନିଜ ନିଜ ଅଞ୍ଚଳର କ୍ୱାରାଣ୍ଟାଇନ୍‌ ସେଣ୍ଟରକୁ ପଠାଯାଇଥିଲା। ସେହିପରି ରାତି ୮ଟା ୩୫ରେ ପହଞ୍ଚିଥିବା ଟ୍ରେନରେ ଜିଲାର ୧୨୦୦ ଜଣ ଆସିଥିବା ସୂଚନା ମିଳିଛି। ତେବେ କେଉଁ ବ୍ଲକକୁ କେତେଜଣ ଆସିଛନ୍ତି, ରିପୋର୍ଟ ଲେଖାଯିବା ସୁଦ୍ଧା ତାହା ଜଣାପଡିନାହିଁ। ବାହାର ରାଜ୍ୟ ଫେରନ୍ତାମାନଙ୍କୁ ମାସ୍କ ଓ ଖାଦ୍ୟ ପୁଡିଆ ପ୍ରଦାନ କରାଯାଇଛି।
ପ୍ରଶାସନ ପକ୍ଷରୁ ଷ୍ଟେଶନରେ ୧୨ଟି ସ୍କ୍ରିନିଂ ସେଣ୍ଟର ଖୋଲାଯାଇ ସମସ୍ତଙ୍କ ଥର୍ମାଲ ସ୍କିନିଂ ପରେ କ୍ୱାରାଣ୍ଟାଇନ ସେଣ୍ଟରକୁ ପଠାଯାଉଛି। ପ୍ରତି ଟିମ୍‌ରେ ଡାକ୍ତରଙ୍କ ସହ ୭ ଜଣିଆ ସଦସ୍ୟ ରହି ଘରବାହୁଡାଙ୍କ ସ୍କିନିଂ କରୁଛନ୍ତି। ଷ୍ଟେଶନରେ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ, ଏସପି ବ୍ରିଜେଶ କୁମାର ରଏ, ଡିଆରଡିଏ ପିଡି ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ବ୍ରହ୍ମପୁର ମହାନଗର ନିଗମ କମିଶନର ଚକ୍ରବର୍ତ୍ତୀ ସିଂ ରାଠୋର, ବ୍ରହ୍ମପୁର ଉପଜିଲାପାଳ ସିଦ୍ଧେ ଦତାତ୍ରେୟ ଭାଉସାହେବ, ଛତ୍ରପୁର ଉପଜିଲାପାଳ ପ୍ରିୟ ରଞ୍ଜନ ପୃଷ୍ଟିଙ୍କ ସମେତ ଆରପିଏଫ୍‌, ଜିଆରପିଏଫ୍‌, ପୋଲିସ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନବରାତ୍ରୀର ପ୍ରଥମ ଦିନରେ ସୂର୍ଯ୍ୟଙ୍କ ଗୋଚର, ୫ ରାଶିଙ୍କର ହୁ ହୁ ହୋଇ ବଢିବ ଟଙ୍କା!

ସୂର୍ଯ୍ୟ ଗ୍ରହ ୧୧ ଅକ୍ଟୋବର ୨୦୨୬ ରବିବାର ରାତି ୨ଟା ୨୫ ମିନିଟରେ ହସ୍ତା ନକ୍ଷତ୍ରରୁ ଚିତ୍ରା ନକ୍ଷତ୍ରରେ ପ୍ରବେଶ କରିବେ। ସୂର୍ଯ୍ୟ ଗ୍ରହ ମଙ୍ଗଳଙ୍କ ନକ୍ଷତ୍ରରେ…

ଚଳଚଞ୍ଚଳ କ୍ୟାମ୍ପସ  ସରିଲା ନାମାଙ୍କନ, ବୈଧ ପ୍ରାର୍ଥୀ ତାଲିକାକୁ ଅପେକ୍ଷା

ଖୋର୍ଦ୍ଧା,୯।୧୦(ପ୍ରଭାତ ପାଣିଗ୍ରାହୀ): ଛାତ୍ର ସଂସଦ ନିର୍ବାଚନକୁ ନେଇ କଲେଜ କ୍ୟାମ୍ପସ ଚଳଚଞ୍ଚଳ ହୋଇଉଠିଛି। ଦୀର୍ଘ ୮ ବର୍ଷ ପରେ କ୍ୟାମ୍ପସ୍‌ରେ ଛାତ୍ର ସଂସଦନିବାଚନ ହେଉଥିବାରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ…

ଛାତ୍ର ନିର୍ବାଚନରେ ବଢୁଛି ଉତ୍ସାହ: ଅତାବିରା କଲେଜରେ ୨୪ଜଣଙ୍କ ନାମାଙ୍କନ ଦାଖଲ

ଅତାବିରା,୯।୧୦(ଯୁଧିଷ୍ଠିର ମହାପାତ୍ର): ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ହେଉଥିବା ବେଳେ ଅତାବିରା କଲେଜରେ ନିର୍ବାଚନୀ ଉତ୍ସାହ ଦେଖିବାକୁ ମିଳିଛି। କଲେଜର…

ସୁନା ଜିତିବା ପରେ ଟଙ୍କା ବର୍ଷା: ଏହି ଖେଳାଳିଙ୍କୁ ମିଳିବ କୋଟି କୋଟି ଟଙ୍କା

ନୂଆଦିଲ୍ଲୀ,୯।୧୦: ଏସିଆନ ଗେମ୍ସରେ ସ୍ବର୍ଣ୍ଣ ପଦକ ଜିତିବା ପ୍ରତ୍ୟେକ ଖେଳାଳିଙ୍କ ପାଇଁ ଏକ ବଡ଼ ଉପଲବ୍ଧି। ଏହି ସଫଳତା ସହ ଯଦି ଲକ୍ଷ ଲକ୍ଷ ଟଙ୍କାର ନଗଦ…

ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରେ ନାମାଙ୍କନପତ୍ର ଦାଖଲ: ଶକ୍ତି ପ୍ରଦର୍ଶନ କରି ଛାତ୍ରୀଛାତ୍ର…

ଭବାନୀପାଟଣା,୯ା୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ନାମାଙ୍କନରେ ଦେଖିବାକୁ ମିଳିଛି ଶକ୍ତି ପ୍ରଦର୍ଶନ। ବିଶାଳ ପଟୁଆରରେ ବିଶ୍ୱବିଦ୍ୟାଳୟକୁ…

ହଠାତ୍‌ ଅନ୍ତର୍ଜାତୀୟ କ୍ରିକେଟ୍‌କୁ ବାଏ ବାଏ କରି ସମସ୍ତଙ୍କୁ ଚମକାଇଦେଲେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୯।୧୦:ଭାରତରେ ଜନ୍ମିତ ନ୍ୟୁଜିଲାଣ୍ଡ କ୍ରିକେଟର୍‌ ଜିତ ରାଭାଲ ପେସାଦାର କ୍ରିକେଟ୍‌ରୁ ଅବସର ଘୋଷଣା କରିଛନ୍ତି। ୩୮ ବର୍ଷୀୟ ଏହି ଓପନିଂ ବ୍ୟାଟର୍‌ ନିଜ କ୍ୟାରିୟର ଓ ଉପଲବ୍ଧିକୁ…

୮ ବର୍ଷ ପରେ ବାୟାବାବା କଲେଜରେ ନିର୍ବାଚନ ଉଷ୍ଣତା: ବିଜେଡି-ଏବିଭିପି ଜୋର୍‌ଦାର ଲଢ଼େଇ

ମହାକାଳପଡ଼ା,୯ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜଲା ମହାକାଳପଡ଼ା ସଦରମହକୁମାଠାରେ ଶ୍ରୀ ଶ୍ରୀ ବାୟାବାବା କଲେଜରେ ୮ ବର୍ଷ ପରେ ରାଜ୍ୟ ସରକାର ଛାତ୍ର ସଂସଦ ନିର୍ବାଚନ ଘୋଷଣା…

ନୋବେଲ ଶାନ୍ତି ପୁରସ୍କାର ଘୋଷଣା: ଭାରତୀୟ ବଂଶୋଦ୍ଭବଙ୍କୁ ସମ୍ମାନ, ଟ୍ରମ୍ପଙ୍କୁ ପୁଣି ଝଟ୍‌କା

ଷ୍ଟକହୋମ,୯।୧୦: ୨୦୨୬ ମସିହା ପାଇଁ ନୋବେଲ ଶାନ୍ତି ପୁରସ୍କାର ଘୋଷଣା କରାଯାଇଛି। ଦକ୍ଷିଣ ଆଫ୍ରିକାର ବିଚାରପତି ତଥା ଭାରତୀୟ ତାମିଲ ବଂଶୋଦ୍ଭବ ନାଭାନେଥେମ ‘ନାଭି’ ପିଲ୍ଲାଇଙ୍କୁ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?