୧୭୦୯ ପଏଣ୍ଟ ଖସିଲା ସେନ୍‌ସେକ୍ସ

ମୁମ୍ବାଇ,୧୯-୩: କରୋନା ପ୍ରଭାବରେ ଭାରତୀୟ ଶେୟାର ବଜାର କାରବାର ଲଗାତର ଭାବେ ହ୍ରାସ ପାଇ ଚାଲିଛି। ବୁଧବାର ସେନ୍‌ସେକ୍ସରେ ସୂଚକାଙ୍କ ୧୭୦୯ ପଏଣ୍ଟ ଖସିଥିବା ବେଳେ ନିଫ୍ଟି ୮୫୦୦ ପଏଣ୍ଟ ତଳକୁ ଖସି ଆସିଛି। ବୁଧବାର ନିଫ୍ଟି କାରବାର ୫୦୦ ପଏଣ୍ଟ ଖସିଥିବା ଦେଖାଯାଇଛି। ଦିନ ମଧ୍ୟରେ ସେନ୍‌ସେକ୍ସ ୨୪୮୮.୭୨ ପଏଣ୍ଟ ଖସିଥିବା ବେଳେ କାରବାର ଶେଷ ବେଳକୁ ୧୭୦୯.୫୮ ପଏଣ୍ଟ ବା ୫.୫୯% ନିମ୍ନରେ ରହି ୨୮,୮୬୯.୫୧ ସ୍ତରକୁ ଖସି ଆସିଛି। ୨୦୧୭ ପରଠାରୁ ପ୍ରଥମଥର ଲାଗି ସେନ୍‌ସେକ୍ସ ୨୯ ହଜାର ତଳକୁ କାରବାର ଖସିଛି। ସେହିଭଳି ନିଫ୍ଟି କାରବାର ୪୯୮.୨୫ ପଏଣ୍ଟ ବା ୫.୫୬% ଖସିବା ଯୋଗୁ ଏହା ୮,୪୬୮.୮୦ ପଏଣ୍ଟ ସ୍ତରକୁ ଖସିଛି। ଏଜିଆର୍‌ ଦେୟ ନେଇ ଟେଲିକମ୍‌ କମ୍ପାନୀଗୁଡିକୁ ସୁପ୍ରିମ କୋର୍ଟ ତାଗିଦ କରିବା ପରେ ବ୍ୟାଙ୍କିଙ୍ଗ ଏବଂ ଟେଲିକମ୍‌ ଷ୍ଟକ ଗଭୀର ଭାବେ ପ୍ରଭାବିତ ହୋଇଛି। ଭାରତୀୟ ଶେୟାର ବଜାର ୩ ବର୍ଷର ତଳକୁ ଖସିଥିବା ବେଳେ ଏସିଆ ଏବଂ ୟୁରୋପ ଶେୟାର ବଜାରଗୁଡିକର ସ୍ଥିତି ମଧ୍ୟ ଠିକ୍‌ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଗୁଗଲକୁ ବଡ଼ ଝଟକା: ହାଇକୋର୍ଟ ଲଗାଇଲେ ୩୦ ଲକ୍ଷ ଟଙ୍କାର ଜରିମାନା

ନୂଆଦିଲ୍ଲୀ,୩୧।୫: ଗୁଗଲ (Google) ଏବେ ଭାରତରେ ବଡ଼ ଆଇନଗତ ଅସୁବିଧାରେ ପଡ଼ିଛି। ଟ୍ରେଡମାର୍କ ଉଲ୍ଲଂଘନ ମାମଲାରେ ଦିଲ୍ଲୀ ହାଇକୋର୍ଟ ଗୁଗଲ ଉପରେ ୩୦ ଲକ୍ଷ ଟଙ୍କାର ଜରିମାନା…

ଖୁସି ଖବର, ପେଟ୍ରୋଲ-ଡିଜେଲ ଉପରେ ଟିକସ ହ୍ରାସ କଲେ ସରକାର: ସାଧାରଣ ଲୋକଙ୍କ ଉପରେ କ’ଣ ପଡ଼ିବ ପ୍ରଭାବ? ଜାଣନ୍ତୁ…

ନୂଆଦିଲ୍ଲୀ,୩୧।୫: କେନ୍ଦ୍ର ସରକାର ପେଟ୍ରୋଲ, ଡିଜେଲ ଏବଂ ATF ରପ୍ତାନି ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ଶନିବାର, ୩୦ ମଇରେ ଜାରି ଏକ ବିବୃତ୍ତି ଅନୁଯାୟୀ,…

୨୫ ଦିନ ପୂର୍ବରୁ ସରିଯାଉଛି କି LPG ସିଲିଣ୍ଡର? ବ୍ୟସ୍ତ ନ ହୋଇ ଆପଣାନ୍ତୁ ଏହି ୩ ଉପାୟ, ବୁକିଂ ନିୟମ…

ନୂଆଦିଲ୍ଲୀ,୨୯।୫: ଘରୋଇ ଏଲ୍‌ପିଜି (LPG) ସିଲିଣ୍ଡର ବ୍ୟବହାର କରୁଥିବା ଗ୍ରାହକଙ୍କ ପାଇଁ ଏକ ଜରୁରୀ ଖବର। ସାଧାରଣତଃ ଏକ ୧୪.୨ କିଲୋଗ୍ରାମର ଗ୍ୟାସ ସିଲିଣ୍ଡର ଏକ ମଧ୍ୟବିତ୍ତ ପରିବାରରେ…

ବନ୍ଦ ହୋଇଯିବ କାଗଜ ଟଙ୍କା! ଜାରି ହେବ ୫୦, ୧୦୦, ୫୦୦ ଟଙ୍କାର ନୂଆ ପ୍ଲାଷ୍ଟିକ ନୋଟ! ଜାଣନ୍ତୁ କଣ ରହିଛି RBIର ବଡ଼ ପ୍ଲାନ୍‌

ମୁମ୍ବାଇ,୨୯।୫: ଦେଶରେ କ୍ୟାଶ (ନଗଦ ଟଙ୍କା)ର ଚାହିଦା କ୍ରମାଗତ ଭାବେ ବଢ଼ିବାରେ ଲାଗିଛି । ୟୁପିଆଇ (UPI) ପେମେଣ୍ଟ ଏବଂ ଅନଲାଇନ ଟ୍ରାଞ୍ଜାକସନ ପାଇଁ ମଧ୍ୟ କ୍ୟାଶର…

ଗ୍ୟାସ ଠାରୁ ବ୍ୟାଙ୍କିଙ୍ଗ ପର୍ଯ୍ୟନ୍ତ ବଦଳିବ ୭ ନିୟମ, ଆପଣଙ୍କ ଉପରେ ପଡିପାରେ ଅଧିକ ବୋଝ

ନୂଆଦିଲ୍ଲୀ,୨୯।୫: ମେ ମାସ ଶେଷ ହେବାକୁ ଯାଉଛି, ଏବଂ ଜୁନ 1, 2026 ଠାରୁ ସାରା ଦେଶରେ ଅନେକ ବଡ଼ ଆର୍ଥିକ ପରିବର୍ତ୍ତନ ଆସିବାକୁ ଯାଉଛି। ଏହି…

ATM ଟଙ୍କା ଉଠାଇବା ଫେଲ୍‌ ହେଲେ ଦୈନିକ ୧୦୦ ଟଙ୍କା କ୍ଷତିପୂରଣ: RBI ବଦଳାଇଲା ୫ଟି ବଡ଼ ନିୟମ

ମୁମ୍ବାଇ,୨୮।୫: ଯଦି ଆପଣ ବ୍ୟାଙ୍କ ଋଣର ଇଏମଆଇ (EMI) ପରିଶୋଧ କରୁଛନ୍ତି, ଏଟିଏମ (ATM) ବ୍ୟବହାର କରୁଛନ୍ତି କିମ୍ବା ମୋବାଇଲ ବ୍ୟାଙ୍କିଙ୍ଗ ଜରିଆରେ ଅନଲାଇନ କାରବାର କରୁଛନ୍ତି,…

ଜୁନ୍ ୧ରୁ ବଦଳୁଛି Indane, Bharat ଏବଂ HP ଗ୍ୟାସର ୬ଟି ନିୟମ; ସିଧାସଳଖ ଆପଣଙ୍କ ପକେଟ୍ ଉପରେ ପଡ଼ିବ ପ୍ରଭାବ!

ନୂଆଦିଲ୍ଲୀ,୨୮।୫: ଯଦି ଆପଣଙ୍କ ପରିବାର Indane, Bharat ଗ୍ୟାସ, କିମ୍ୱା HP ଗ୍ୟାସର ଏକ LPG ସିଲିଣ୍ଡର ବ୍ୟବହାର କରନ୍ତି, ତେବେ ଆଗାମୀ ମାସଟି ଆପଣଙ୍କ ପାଇଁ…

ହଠାତ୍ କାହିଁକି ବନ୍ଦ ହେଲା LPG ସବସିଡି? ଜାଣନ୍ତୁ ଏହା ପଛର ପ୍ରକୃତ କାରଣ

ନୂଆଦିଲ୍ଲୀ,୨୮।୫: ଭାରତରେ ମଧ୍ୟବିତ୍ତ ଓ ନିମ୍ନ ମଧ୍ୟବିତ୍ତ ଶ୍ରେଣୀର କୋଟି କୋଟି ପରିବାର ପାଇଁ ଏଲପିଜି ସିଲିଣ୍ଡର (LPG Cylinder) ଉପରେ ମିଳୁଥିବା ସବସିଡି ଏକ ବଡ଼…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri