୧୬.୬% ଖସିଯିବ ରାଜ୍ୟ ଜିଡିପି

ଭୁବନେଶ୍ୱର,୧୮।୬(ବ୍ୟୁରୋ): କରୋନା ମହାମାରୀ ସାରା ବିଶ୍ୱ ଲାଗି ସଙ୍କଟ ଭାବେ ଉଭାହୋଇଛି। ଏହା କେବଳ ସ୍ବାସ୍ଥ୍ୟ ସଙ୍କଟ ସୃଷ୍ଟି କରିନାହିଁ ବରଂ ବିଶ୍ୱ ଅର୍ଥ ବ୍ୟବସ୍ଥାକୁ ଗଭୀର ଭାବେ ବିପର୍ଯ୍ୟସ୍ତ କରିଛି। ଜୀବନ ଏବଂ ଜୀବିକା ମହାମାରୀ ଯୋଗୁ ଗଭୀର ଭାବେ ପ୍ରଭାବିତ ହୋଇଛି। ଲକ୍‌ଡାଉନ ଯୋଗୁ ଚଳିତ ବର୍ଷ ଭାରତୀୟ ଅର୍ଥ ବ୍ୟବସ୍ଥା ରେକର୍ଡ ନିମ୍ନକୁ ଖସିବ ବୋଲି ବିଶ୍ୱସ୍ତରୀୟ ଏଜେନ୍ସିଗୁଡ଼ିକ ପୂର୍ବାନୁମାନ କରିଛନ୍ତି। ଏଭଳି ସ୍ଥିତିରେ ଓଡ଼ିଶାର ଅର୍ଥ ବ୍ୟବସ୍ଥା ଚାପଗ୍ରସ୍ତ ହୋଇଛି। ତାଲାବନ୍ଦ ଯୋଗୁ ରାଜ୍ୟର ମୋଟ ଘରୋଇ ଉତ୍ପାଦ(ଜିଡିପି) ୧୩ରୁ ୧୬.୬% ହ୍ରାସ ଘଟିବା ନେଇ ଓଡ଼ିଶା ଅର୍ଥନୀତି ସଙ୍ଗଠନ ପକ୍ଷରୁ ଏକ ରିପୋର୍ଟରେ ପ୍ରକାଶ ପାଇଛି। ରାଜ୍ୟ ଅର୍ଥନୀତିକୁ ବର୍ତ୍ତମାନର ସଙ୍କଟରୁ ବାହାରକୁ ଆଣିବା ଲାଗି ସଙ୍ଗଠନ ପକ୍ଷରୁ ‘କରୋନା ଓ ଓଡ଼ିଶା ଅର୍ଥନୀତି: ଆହ୍ବାନ ଏବଂ ସମାଧାନ’ ସମ୍ବନ୍ଧିତ ଏକ ଗବେଷଣାତ୍ମକ ରିପୋର୍ଟ ପ୍ରସ୍ତୁତ କରାଯାଇଛି।
ରିପୋର୍ଟରେ କୁହାଯାଇଛି ଯେ, ଜାତୀୟ ହାର ତୁଳନାରେ ରାଜ୍ୟରେ କରୋନା ଜନିତ ମୃତ୍ୟୁହାର କମ୍‌ ରହିଛି। ଉପଶମ ଏବଂ ନମୁନା ପରୀକ୍ଷଣ ହାର ଅଧିକ ରହିଛି। କରୋନା ମହାମାରୀ ନିୟନ୍ତ୍ରଣ ଦିଗରେ ରାଜ୍ୟ ସରକାରଙ୍କ ପଦକ୍ଷେପ ଦେଶ ତଥା ବାହାରେ ବେଶ୍‌ ପ୍ରଶଂସନୀୟ। ମାତ୍ର ଲୋକ ପ୍ରତିନିଧିଙ୍କର ଭୂମିକା ସନ୍ତୋଷଜନକ ନୁହେଁ। ଜନସାଧାରଣଙ୍କୁ ଠିକ୍‌ ତଥ୍ୟ ପ୍ରଦାନରେ ଅଧିକ ପାରଦର୍ଶିତା ଆଣିବାର ଆବଶ୍ୟକତା ରହିଛି। ୨୦୨୦-୨୧ ଆର୍ଥତ୍କ ବର୍ଷରେ ରାଜ୍ୟର ରାଜସ୍ବ ସଂଗ୍ରହ ବଜେଟ ଆକଳନଠାରୁ ୧୧,୩୨୩ କୋଟି ଟଙ୍କା ନିଅଣ୍ଟ ପଡ଼ିବ। ବଜେଟରେ ନିର୍ଦ୍ଧାରତ ଦେଢ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବାକୁ ହେଲେ ରାଜ୍ୟ ସରକାରଙ୍କୁ ପ୍ରାୟ ୩୫,୭୬୩ କୋଟି ଟଙ୍କା ଋଣ କରିବାକୁ ପଡ଼ିବ। ଏହା ରାଜ୍ୟର ମୋଟ୍‌ ଜିଡିପିର ୬.୩%। ରାଜ୍ୟ ଜିଡିପି ୧୩% ହ୍ରାସ ହେବାର ଆଶଙ୍କା ରହିଥିବାରୁ ଋଣ ଭାର ରାଜ୍ୟ ଜିଡିପିର ୮% ଅତିକ୍ରମ କରିପାରେ। ଏହି ପରିପ୍ରେକ୍ଷୀରେ ଆର୍ଥତ୍କ ପରାମର୍ଶଦାତା ଏବଂ ବଜେଟ ପରିଚାଳନା (ଏଫ୍‌ଆର୍‌ବିଏମ୍‌) ଆଇନରେ ଥିବା ପ୍ରତିବଦ୍ଧତାକୁ ଅତିକ୍ରମରେ ୨ ବର୍ଷ ପାଇଁ ପାଳନରେ କୋହଳ କରିବାକୁ ରାଜ୍ୟ ସରକାର ପଞ୍ଚଦଶ ଅର୍ଥ ଆୟୋଗ ଏବଂ କେନ୍ଦ୍ର ସରକାରଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରନ୍ତୁ ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି। ରାଜ୍ୟ ସରକାରଗୁଡିକର ଆର୍ଥତ୍କ ନିଅଣ୍ଟକୁ ଭରଣା କରିବା ଲାଗି କେନ୍ଦ୍ର ସରକାର କିଛି ପରିମାଣର ମୁଦ୍ରା ଛାପିପାରିବେ। କିଛି ନିର୍ଦ୍ଦିଷ୍ଟ ସୂତ୍ର ମାଧ୍ୟମରେ ଏହାର ଫାଇଦା ସବୁ ରାଜ୍ୟକୁ ଦେବାର ଆବଶ୍ୟକତା ଉପରେ ରିପୋର୍ଟରେ ଗୁରୁତ୍ୱାରୋପ କରାଯାଇଛି।
ସେହିଭଳି ବର୍ତ୍ତମାନର ସ୍ବାସ୍ଥ୍ୟ ସଙ୍କଟ ପରିସ୍ଥିତିରେ କରୋନା ଏବଂ ଅନ୍ୟ ରୋଗୀମାନଙ୍କୁ ମାଗଣାରେ ଉଚିତ ସ୍ବାସ୍ଥ୍ୟସେବା ଯୋଗାଣ ରାଜ୍ୟ ସରକାରଙ୍କ ପ୍ରଥମ କର୍ତ୍ତବ୍ୟ ବୋଲି ଏଥିରେ ଉଲ୍ଲେଖ ରହିଛି। ଦୁର୍ବଳ ଶ୍ରେଣୀର ବ୍ୟକ୍ତିଙ୍କୁ ଖାଦ୍ୟ ସୁରକ୍ଷା ଏବଂ ଜୀବିକା ସୁରକ୍ଷା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି। ରାଜ୍ୟ ସରକାରଙ୍କ ତଥ୍ୟ ଅନୁସାରେ ତିନି ଲକ୍ଷରୁ ଊର୍ଦ୍ଧ୍ୱ ପ୍ରବାସୀ ରାଜ୍ୟକୁ ଫେରିଛନ୍ତି। ବାସ୍ତବରେ ଏହା ଢେର୍‌ ବେଶି ହେବ। ରାଜ୍ୟକୁ ଫେରିବା ପାଇଁ ପଞ୍ଜୀକୃତ କରିଥିବା ପ୍ରବାସୀଙ୍କ ସଂଖ୍ୟା ସରକାର ଜନସାଧାରଣଙ୍କୁ ଠିକ୍‌ ଭାବେ ଅବଗତ କରାଇପାରି ନ ଥିବାରୁ ଏଥିରେ ଉଦ୍‌ବେଗ ପ୍ରକାଶ ପାଇଛି। ଆଗାମୀ ୨ ମାସରେ ରାଜ୍ୟକୁ ପ୍ରାୟ ୨୦ ଲକ୍ଷ ପ୍ରବାସୀ ଫେରିବା ନେଇ ଅନୁମାନ କରାଯାଇଛି। ଏହାଦ୍ୱାରା ରାଜ୍ୟର ୨୦ ଲକ୍ଷ ପରିବାରଙ୍କର ଜୀବିକା ବ୍ୟାପକ ଭାବେ ପ୍ରଭାବିତ ହେବ ବୋଲି ଆଶଙ୍କା ଉପୁଜିଛି। ଚଳିତ ଆର୍ଥତ୍କ ବର୍ଷରେ ପ୍ରବାସୀଙ୍କଠାରୁ ପାଉଥିବା ପ୍ରାୟ ୨୪ ହଜାର କୋଟି ଟଙ୍କା ରାଜ୍ୟବାସୀ ହରାଇବେ। ଏହା ରାଜ୍ୟ ମୋଟ ଉତ୍ପାଦର ମୋଟ ୪.୨%।
ରାଜ୍ୟ ସରକାର ପ୍ରବାସୀଙ୍କ ଲାଗି ଏକ ଅନ୍‌ଲାଇନ ଡାଟାବେସ୍‌ ପ୍ରସ୍ତୁତ କରିବା ଉପରେ ରିପୋର୍ଟରେ ପରାମର୍ଶ ଦିଆଯାଇଛି। ଏଥିରେ ଶ୍ରମିକଙ୍କ ସ୍ଥାୟୀ ଠିକଣା, କାର୍ଯ୍ୟସ୍ଥଳୀ, କାର୍ଯ୍ୟକୁଶଳତା ତଥ୍ୟ ରହିପାରିବ। ବାହାରୁ ଫେରୁଥିବା ଶ୍ରମିକମାନେ ଅନେକ କାର୍ଯ୍ୟଦକ୍ଷତା ଏବଂ ଅଭିଜ୍ଞତା ନେଇ ଫେରୁଛନ୍ତି। ଏହି ଅର୍ଦ୍ଧକୁଶଳୀ ଓ କୁଶଳୀ ଶ୍ରମିକମାନଙ୍କ ପାଇଁ ପ୍ରତି ପଞ୍ଚାୟତ ସ୍ତରରେ ଗ୍ରାମୀଣ ଉଦ୍ୟୋଗ ପ୍ରତିଷ୍ଠା କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରାଯାଇଛି। ଅପରପକ୍ଷରେ ଅଣକୁଶଳୀ ଶ୍ରମିକଙ୍କୁ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ କାର୍ଯ୍ୟକ୍ରମରେ ନିୟୋଜିତ କରାଯାଇପାରିବ। ବର୍ତ୍ତମାନ ରାଜ୍ୟର ବିଗୁଡୁଥିବା ଆର୍ଥତ୍କ ସ୍ଥିତିକୁ କୃଷି ହିଁ ଉଦ୍ଧାର କରିପାରିବ ବୋଲି ରିପୋର୍ଟରେ ଜୋର ଦିଆଯାଇଛି। ଉତ୍ତମ ଖରିଫ ଫସଲ ମାଧ୍ୟମରେ ଏହା ସମ୍ଭବ ହୋଇପାରିବ। ରାଜ୍ୟର ୫୦% ଜନସଂଖ୍ୟା କୃଷି ଉପରେ ନିର୍ଭର କରୁଥିବାରୁ ଉନ୍ନତ ଖରିଫ ଅମଳ ଦ୍ୱାରା ଅର୍ଦ୍ଧାଧିକ ଲୋକଙ୍କର ଜୀବିକା ସୁରକ୍ଷିତ କରାଯାଇପାରିବ। ଖରିଫ ଚାଷ ପାଇଁ ବିନା ଶୁଳ୍କରେ ସମସ୍ତ କୃଷି ଉତ୍ପାଦନ ପ୍ରଦାନ କରିବା ସହ ୨୦୧୯-୨୦ ଏବଂ ୨୦୨୦-୨୧ ପାଇଁ ବିନା ସୁଧରେ ଋଣ ଯୋଗାଇଦେବାକୁ ରିପୋର୍ଟରେ ପ୍ରାଥମିକତା ରହିଛି।
ଚାଇନାରୁ ବାହାରକୁ ଆସୁଥିବା ନିବେଶକଙ୍କ ଲାଗି ରାଜ୍ୟରେ ସକାରାତ୍ମକ ବାତାବରଣ ସୃଷ୍ଟି କରିବାର ଆବଶ୍ୟକତା ରହିଛି। ରାଜ୍ୟ ମଧ୍ୟରେ ରହିଥିବା ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ(ଏମ୍‌ଏସ୍‌ଏମ୍‌ଇ)ଗୁଡିକୁ ନିଯୁକ୍ତି ସୃଷ୍ଟି ଦିଗରେ ଯୋଗଦାନ ରଖୁଥିବା ବେଳେ ବର୍ତ୍ତମାନର ଜଟିଳ ସ୍ଥିତିରେ ରାଜ୍ୟ ସରକାର ସହାୟତା ଲାଗି ଆଗେଇ ଆସିବା ଆବଶ୍ୟକ। ସ୍ଥାନୀୟ ଅଞ୍ଚଳର ଆବଶ୍ୟକତା ଆଧାରରେ ଏମ୍‌ଏସ୍‌ଏମ୍‌ଇଗୁଡିକ ଲାଗି ଗତିଶୀଳ ଶିଳ୍ପ ପୁଞ୍ଜ ପ୍ରତିଷ୍ଠା କରିବାକୁ ମଧ୍ୟ ବିଚାର କରାଯାଉ ବୋଲି ଏଥିରେ କୁହାଯାଇଛି। ରାଜ୍ୟର ସଞ୍ଚୟ ନିବେଶ ଅନୁପାତ ୨୦୧୯-୨୦ରେ ୩୯% ରହିଥିଲା। ଏହା ସର୍ବଭାରତୀୟ ସ୍ତରରେ ୭୬%। ଓଡ଼ିଶା ଏହି କ୍ଷେତ୍ରରେ ନିମ୍ନରେ ରହିଥିବା ଯୋଗୁ ରାଜ୍ୟ ସରକାର ଏହାର ନିରାକରଣ ଲାଗି ଉଦ୍ୟମ କରିବା ଆବଶ୍ୟକ। ଉକ୍ଷେପିତ ତଥା ଅବହେଳିତ ବର୍ଗକୁ ଆର୍ଥତ୍କ ବ୍ୟବସ୍ଥାର ସମସ୍ତ ସୁବିଧା ସୁଯୋଗ ଉପଲବ୍ଧ କରାଇବା ଲାଗି ନିର୍ଦ୍ଦିଷ୍ଟ ପଦକ୍ଷେପ ନେବା ପରିହାର୍ଯ୍ୟ।
୨୦୨୦-୨୧ ଆର୍ଥତ୍କ ବର୍ଷ ଲାଗି ବଜେଟରେ ପର୍ଯ୍ୟଟନ କ୍ଷେତ୍ର ପାଇଁ ଯେଉଁସବୁ ନୂଆ ଯୋଜନା ଘୋଷଣା କରାଯାଇଥିଲା ତାକୁ ସାମୟିକ ଭାବେ ସ୍ଥଗିତ ରଖାଯିବା ଉଚିତ ହେବ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଏହି ଅର୍ଥ ରାଶି ସ୍ବାସ୍ଥ୍ୟସେବା, ଖାଦ୍ୟ ନିରାପତ୍ତା ଏବଂ ରୋଜଗାର ଯୋଗାଇ ସେବା ପାଇଁ ବିନିଯୋଗ କରିବାକୁ ହେବ। ମହାମାରୀ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ରହିଥିବା ରାଜ୍ୟର ଦୁର୍ବଳତାକୁ ପଛରେ ପକାଇ ଦେଇଛି। ଅଣ କୋଭିଡ୍‌ ରୋଗରେ ପୀଡ଼ିତ ବ୍ୟକ୍ତିମାନେ ଏହି ସମୟରେ ସ୍ବାସ୍ଥ୍ୟସେବା ପାଇବାକୁ ନାହିଁ ନ ଥିବା ଅସୁବିଧା ସାମ୍ନା କରୁଛନ୍ତି। ସ୍ବାସ୍ଥ୍ୟସେବାରେ ରାଜ୍ୟର ବ୍ୟୟ ବୃଦ୍ଧି କରି ରାଜ୍ୟ ଜିଡିପିର ୪% କରିବା ସହ ସମସ୍ତ ନାଗରିକଙ୍କୁ ମୌଳିକ ସ୍ବାସ୍ଥ୍ୟସେବା ଯୋଗାଣ ନେଇ କାର୍ଯ୍ୟ କରିବା ଉପରେ ଗୁରୁତ୍ୱାରୋପ କରାଯାଇଛି।
ଏହି ସମୟରେ ରାଜ୍ୟରେ ଉଚ୍ଚ ଶିକ୍ଷା ଗଭୀର ଭାବେ ପ୍ରଭାବିତ ହୋଇଛି। ପ୍ରଚଳିତ ଶିକ୍ଷା ବ୍ୟବସ୍ଥାରେ ଡିଜିଟାଲ ବିଭେଦତା ଯୋଡ଼ି ହୋଇଛି। ଡିଜିଟାଲ ବିଭେଦ ଶିକ୍ଷା ଆହରଣର ବିଭେଦକୁ ଆହୁରି ଦୃଢ କରିଥିବା ଦେଖାଯାଇଛି। ଆଗାମୀ ଦିନରେ ସମସ୍ତ ଶିକ୍ଷାନୁଷ୍ଠାନରେ ଅନ୍‌ଲାଇନ ଶିକ୍ଷା ଲାଗି ଭିତ୍ତିଭୂମି ସୃଷ୍ଟି ଏବଂ ଶିକ୍ଷକମାନଙ୍କର ଦକ୍ଷତା ବିକାଶ କରିବା ଉଚିତ। ଆର୍ଥତ୍କ ଅନଗ୍ରସର ଛାତ୍ରୀଛାତ୍ରଙ୍କୁ ବିନା ମୂଲ୍ୟରେ ଟାବଲେଟରେ ପାଠ୍ୟବସ୍ତୁ ଭର୍ତ୍ତିକରି ବିତରଣ କରିବା ସହ ପ୍ରତିଶ୍ରେଣୀର ଛାତ୍ରୀଛାତ୍ରଙ୍କ ଲାଗି ଟେଲିଭିଜନ ମାଧ୍ୟମରେ ନିୟମିତ ଶିକ୍ଷା ପ୍ରଦାନ ଆରମ୍ଭ, ବିପର୍ଯ୍ୟୟ ମୁକାବିଲା ଲାଗି କ୍ଷମତା ବିକେନ୍ଦ୍ରୀକରଣ ଦ୍ୱାରା ପଞ୍ଚାୟତ ରାଜ ବ୍ୟବସ୍ଥାକୁ ଅଧିକ ଦୃଢ଼ୀକରଣ, ଗ୍ରାମ ପଞ୍ଚାୟତ ଏବଂ ସହରାଞ୍ଚଳର ସ୍ବାୟତ୍ତ ଶାସନ ବ୍ୟବସ୍ଥାରେ ଏକ ବିପର୍ଯ୍ୟୟ ପରିଚାଳନା ପାଣ୍ଠି ସୃଷ୍ଟି କରିବାର ଆବଶ୍ୟକତା ରହିଛି ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ମମତାଙ୍କ ପରେ ଉଦ୍ଧବଙ୍କ ପାଳି, ଦଳ ଛାଡିବେ ୧୬ ବିଧାୟକ ୭ ଏମପି…

ମୁମ୍ୱାଇ,୧୬।୬: ମହାରାଷ୍ଟ୍ରର ପୂର୍ୱତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ନେତୃତ୍ୱାଧୀନ ଶିବସେନା(ୟୁବିଟି) ପୁଣିଥରେ ଭାଙ୍ଗିପାରେ ବୋଲି ଚର୍ଚ୍ଚା ହେଉଛି। ୧୪ରୁ ୧୬ ଜଣ ବିଧାୟକ ଏବଂ ୭ ଜଣ…

E100 ଇଥାନଲ ନା ପେଟ୍ରୋଲ? କେଉଁ ଇନ୍ଧନରେ ଅଧିକ ମାଇଲେଜ୍ ଦେବ ଗାଡ଼ି, ଜାଣନ୍ତୁ…

ନୂଆଦିଲ୍ଲୀ,୧୬।୬: ଇଥାନଲ ଫୁଏଲକୁ ନେଇ ଭାରତରେ ଚର୍ଚ୍ଚା ଲାଗି ରହିଛି । ସରକାରଙ୍କଠୁ ନେଇ ଗାଡି ନିର୍ମାତା କମ୍ପାନୀ ଯାଏ ସମସ୍ତେ ଏହାକୁ ଭବିଷ୍ୟତର ଇନ୍ଧନ ରୁପେ…

ତିଖିରି ସରପଞ୍ଚ ଚାମେଲିଙ୍କୁ ମିଳିଲା ଜାମିନ୍‌, କୋର୍ଟ ଦେଲେ ଏଭଳି ନିର୍ଦ୍ଦେଶ

କେନ୍ଦ୍ରାପଡ଼ା/ମହାକାଳପଡା, ୧୬।୬ (ଜଗନ୍ନାଥ ଧଳ/ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ତିଖିରି ପଞ୍ଚାୟତର ସରପଞ୍ଚ ଚାମେଲି ଓଝାଙ୍କୁ କୋର୍ଟରୁ ଆଶ୍ୱସ୍ତି ମିଳିଛି। ପୋଲିସକୁ ଆକ୍ରମଣ କରିବା ଭଳି…

ଚାଷୀଙ୍କ ପାଇଁ ଖୁସି ଖବର, ଏହି ଦିନ ମିଳିବ PM KISANର ୨୩ତମ କିସ୍ତି

ନୂଆଦିଲ୍ଲୀ,୧୬।୬: ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧି ଯୋଜନାର ୨୩ତମ କିସ୍ତିକୁ ନେଇ ସାରା ଦେଶର ଚାଷୀ ଅପେକ୍ଷା କରିଛନ୍ତି । ଏବେ ଦେଶର କୋଟି କୋଟି ଚାଷୀଙ୍କୁ…

୧୬ମାସ ପରେ ଟ୍ରମ୍ପଙ୍କୁ ଭେଟିଲେ ମୋଦି, ଦେଖୁଦେଖୁ କରିଦେଲେ…

ନୂଆଦିଲ୍ଲୀ,୧୬।୬: ଫ୍ରାନ୍ସର ଏଭିଆନଠାରେ ଆୟୋଜିତ G7 ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ସାକ୍ଷାତ ହୋଇଛି। ଦୁଇ…

ସମ୍ଭାବ୍ୟ ଶାନ୍ତି

ଶେଷରେ ଇରାନ ସହ ଆମେରିକା-ଇସ୍ରାଏଲର ଯୁଦ୍ଧ ମଧ୍ୟରେ ସବୁଠାରୁ ବଡ଼ ପ୍ରତୀକ୍ଷିତ କୂଟନୈତିକ ସଫଳତା ମିଳିଛି, ଯେଉଁଥିରେ ଆମେରିକା ଏବଂ ଇରାନ ସେମାନଙ୍କ ଅସ୍ତ୍ରବିରତିକୁ ୬୦ ଦିନ…

ଭାରତ, ସ୍ଲୋଭାକିଆ ସହଭାଗିତା ବଢ଼ିବ

ବ୍ରାଟିସ୍ଲାଭା,୧୬ା୬:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମାଦି ଏବଂ ତାଙ୍କ ସ୍ଲୋଭାକିଆ ପ୍ରତିପକ୍ଷ ରବର୍ଟ ଫିକୋଙ୍କ ମଧ୍ୟରେ ସୋମବାର ଦ୍ୱିପାକ୍ଷିକ ଆଲୋଚନା ପରେ ୨ ଦେଶ ମଧ୍ୟରେ ସହଭାଗିତାକୁ ବ୍ୟାପକ କରିବାକୁ…

ଦୁର୍ଦ୍ଦାନ୍ତ ଅପରାଧୀ ପ୍ରଭାତ ମଲିକଙ୍କୁ କେନ୍ଦୁଝରରେ ଏନକାଉଣ୍ଟର, ପୋଲିସକୁ ଆକ୍ରମଣ କରିବାକୁ ଚେଷ୍ଟା…

କେନ୍ଦୁଝର,୧୬।୬(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା ଅନ୍ତର୍ଗତ ମହୁଲଡ଼ିହା ଜଙ୍ଗଲ ନିକଟରେ ଏନକାଉଣ୍ଟର ହୋଇଛି । ଆଜି(ମଙ୍ଗବାର) ସଦର ଥାନା ପୋଲିସ ଏକ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଏନ୍‌କାଉଣ୍ଟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri