୧୦୦ ଟଙ୍କିଆ ବାର୍ନିସ ନୋଟ୍‌ ଜାରି କରିବ ଆର୍‌ବିଆଇ

ମୁମ୍ବାଇ,୩୧-୮: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଖୁବଶୀଘ୍ର ୧୦୦ ଟଙ୍କିଆ ନୂଆ ବାର୍ନିସ ନୋଟ୍‌ ଜାରି କରିବ। ଏହି ନୂଆ ନୋଟ୍‌ର ଗୁଣବତ୍ତା ପୂର୍ବାପେକ୍ଷା ଅଧିକ ରହିବ। ଏ ସମ୍ପର୍କରେ ଆର୍‌ବିଆଇ ବାର୍ଷିକ ରିପୋର୍ଟରେ ଉଲ୍ଲେଖ ରହିଛି। ଏଥିରେ କୁହାଯାଇଛି ଯେ, ୧୦୦ ଟଙ୍କିଆ ବାର୍ନିଶ ନୋଟ୍‌କୁ ପ୍ରଥମେ ଟ୍ରାୟାଲ ଆଧାରରେ ଜାରି କରାଯିବ। ସ୍ବତନ୍ତ୍ର ଲେୟର ନୋଟ୍‌ର ସ୍ଥାୟିତ୍ୱ ଅଧିକ ହେବ ଏବଂ ଏହା ଶୀଘ୍ର ଖରାପ ହେବ ନାହିଁ। ତେବେ କେନ୍ଦ୍ରୀୟ ବ୍ୟାଙ୍କର ଏହି ନିଷ୍ପତ୍ତି ଯୋଗୁ ନୋଟ୍‌ ଛାପା ଖର୍ଚ୍ଚ ବଢ଼ିିଯିବ। ସୂଚନାଯୋଗ୍ୟ ଯେ, ନୋଟ୍‌ ଉପରେ ଏକ ବାର୍ନିସର ଏକ ସ୍ବତନ୍ତ୍ର ପରସ୍ତ ଦିଆଯାଏ। ଏହି କାରଣରୁ ଏଭଳି ନୋଟ୍‌ ଶୀଘ୍ର ନଷ୍ଟ ହୁଏ ନାହିଁ। ଏହାଛଡ଼ା ଏଭଳି ନୋଟ୍‌ ଶୀଘ୍ର ଖରାପ ହୁଏ ନାହିଁ। ବିଶ୍ୱର ଏକାଧିକ ଦେଶରେ ବାର୍ନିସ ନୋଟ୍‌ ବ୍ୟବହାର କରାଯାଉଛି। ବର୍ତ୍ତମାନର ନୂଆ ନୋଟ୍‌ ଗୁଡ଼ିକ ଶୀଘ୍ର ଖରାପ ହୋଇଯାଉଥିବାରୁ ଆର୍‌ବିଆଇ ବାର୍ନିସ ନୋଟ୍‌ ପ୍ରଚଳନ ପାଇଁ ନିଷ୍ପତ୍ତି ନେଇଛି। ଏହି ରିପୋର୍ଟରେ କୁହାଯାଇଛି ଯେ, ଦେଶରେ ୫୦୦ ଟଙ୍କିଆ ଜାଲ୍‌ ନୋଟ କାରବାର ୨୦୧୮-୧୯ ଆର୍ଥିକ ବର୍ଷରେ ପୂର୍ବ ବର୍ଷ ଅପେକ୍ଷା ୧୨୧ ପ୍ରତିଶତ ବୃଦ୍ଧି ପାଇଥିବା ବେଳେ ଅବଧିରେ ୨୦୦୦ ଟଙ୍କିଆ ଜାଲ୍‌ ନୋଟ ପରିମାଣ ୨୧.୯ ପ୍ରତିଶତ ବଢ଼ିଛି। ସେହିପରି ୧୦,୨୦ ଓ ୫୦ ଟଙ୍କିଆ ଜାଲ୍‌ ନୋଟ କାରବାର ଯଥାକ୍ରମେ ୨୦.୨, ୮୭.୨ ଓ ୫୭.୩% ବୃଦ୍ଧି ପାଇଛି। ଅନୁରୂପ ଭାବେ ୭.୫% ୧୦୦ ଟଙ୍କିଆ ଜାଲ୍‌ ନୋଟ୍‌ କାରବାର ବଢ଼ିଛି। ୨୦୧୮ ଜୁଲାଇ ପହିଲାରୁ ଚଳିତବର୍ଷ ଜୁନ୍‌ ସୁଦ୍ଧା ମୋଟ ୪୮.୧୧ ବିଲିୟନ ଟଙ୍କା ଖର୍ଚ୍ଚ କରାଯାଇଛି। ଗତ ବର୍ଷ ଏହି ସମୟରେ ଏହା ୪୯.୧୨ ବିଲିୟନ ଟଙ୍କା ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସୋନମ ୱାଙ୍ଗଚୁକଙ୍କ ପାଇଁ ନ୍ୟୁୟର୍କଠାରୁ ଆରମ୍ଭ କରି ଲଣ୍ଡନ ପର୍ଯ୍ୟନ୍ତ ପ୍ରଦର୍ଶନ, ଭାରତ ସରକାରଙ୍କୁ କଲେ ବଡ଼ ଅପିଲ୍‌

ନୂଆଦିଲ୍ଲୀ,୨୨।୭: ଆମେରିକାସ୍ଥିତ ଏକ ଅଧିକାର ଗ୍ରୁପର କର୍ମକର୍ତ୍ତାମାନେ ଆମରଣ ଅନଶନ କରୁଥିବା ସୋନମ ୱାଙ୍ଗଚୁକଙ୍କ ପ୍ରତି ଏକଜୁଟତା ଜାହିର କରିବା ପାଇଁ ନ୍ୟୁୟର୍କ ଏବଂ ସାନ ହୋଜେରେ…

ଅଙ୍ଗନଦୀରେ ଭାସିଗଲେ ଗୋପାଳକ, ଅଗ୍ନିଶମ ବିଭାଗ ପକ୍ଷରୁ ଚାଲିଛି ଖୋଜାଖୋଜି

ପଦ୍ମପୁର,୨୨।୭ (ପ୍ରଦୀପ୍ତ ଦାଶ) : ପଦ୍ମପୁର ଉପଖଣ୍ଡ ଜଗଦଳପୁର ଥାନା ଅନ୍ତର୍ଗତ ସମ୍ବଲପୁରୀ ଗ୍ରାମ ନିକଟରେ ଥିବା ଅଙ୍ଗନଦୀରେ ଭାସିଯାଇ ଜଣେ ଗୋପାଳକ ନିଖୋଜ ହୋଇଥିବା ଘଟଣା…

BCCIର ବଡ଼ ଘୋଷଣା: ଏଣିକି ଏମିତି କଲେ ବୋଲରଙ୍କୁ…ନୂଆ ନିୟମ ଜାରି

ନୂଆଦିଲ୍ଲୀ,୨୨।୭: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ୨୦୨୬-୨୭ ଘରୋଇ କ୍ରିକେଟ ସିଜନ ପୂର୍ବରୁ ଖେଳର ନିୟମରେ ଅନେକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛି। ନୂତନ ନିୟମଗୁଡ଼ିକର ପ୍ରଭାବ…

ଭଟାପଲାକୁ ନୂତନ ଗ୍ରାମ ପଞ୍ଚାୟତ ମାନ୍ୟତା ଦାବି ଜୋରଦାର: ଲିଖିତ ଦାବିପତ୍ର ଦାଖଲ

କର୍ଲାମୁଣ୍ଡା,୨୨।୭(ପ୍ରଦୀପ କୁମାର ସାହୁ):କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଭଟାପଲାକୁ ସୱତନ୍ତ୍ର ଗ୍ରାମ ପଞ୍ଚାୟତର ମାନ୍ୟତା ପ୍ରଦାନ କରିବା ଦାବିରେ ଅଞ୍ଚଳବାସୀଙ୍କ ସୱର ଦିନକୁ ଦିନ ଜୋରଦାର ହେଉଛି। ଦୀର୍ଘଦିନ…

ଆନ୍ଦୋଳନକୁ ନେଇ କଂଗ୍ରେସ କଲା ବଡ଼ ପ୍ଲାନ! ଛାନିଆ ହେଲେ କେନ୍ଦ୍ର ସରକାର, ରାଜନୀତିରେ ଚହଳ…

ନୂଆଦିଲ୍ଲୀ,୨୨।୭: ଦିଲ୍ଲୀରେ ନିଟ୍ (NEET) ପେପର୍ ଲିକ୍ ବିରୋଧରେ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ବିରୋଧୀ ଦଳଗୁଡ଼ିକ ମଧ୍ୟରେ ଏକ ନୂଆ ଜୀବନ ସଞ୍ଚାର କରୁଛି। ଜୁଲାଇ ୨୦ ତାରିଖରେ…

CJPର ଆନ୍ଦୋଳନ ପରେ ସୋସିଆଲ ମିଡିଆରେ ବଡ଼ ଘୋଷଣା କଲେ ଧର୍ମେନ୍ଦ୍ର ପ୍ରଧାନ, ରାହୁଲଙ୍କୁ ନେଇ କହିଲେ…

ନୂଆଦିଲ୍ଲୀ,୨୨।୭: CJP (ସିଜେପି)ର ‘ଚଲୋ ସଂସଦ’ ପ୍ରଦର୍ଶନ ପରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଥମ ଥର ପାଇଁ ସାର୍ବଜନୀନ ପ୍ରତିକ୍ରିୟା ରଖିଛନ୍ତି। ସେ କଂଗ୍ରେସ ନେତା…

ରାହୁଲ ଗାନ୍ଧୀଙ୍କ ପିଏମ ଆବାସ ସମ୍ମୁଖରେ ଆନ୍ଦୋଳନ ପରେ ପଡିଲା ପ୍ରଭାବ: ସରକାରଙ୍କ ପକ୍ଷରୁ…

ନୂଆଦିଲ୍ଲୀ,୨୨।୭: NEET ପରୀକ୍ଷା ବିବାଦକୁ ନେଇ ବିରୋଧୀଙ୍କ ପ୍ରଦର୍ଶନ ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି ଭିତରେ ସରକାରଙ୍କ ପକ୍ଷରୁ ଏକ ବଡ଼ ଜବାବ…

ବିପଦରେ ବୈଭବ ସୂର୍ଯ୍ୟବଂଶୀଙ୍କ ସ୍ଥାନ! ଜିମ୍ବାୱେ ମ୍ୟାଚରେ ବିଫଳ ହେଲେ…

ନୂଆଦିଲ୍ଲୀ,୨୨।୭: ବୈଭବ ସୂର୍ଯ୍ୟବଂଶୀ ୧୫ ବର୍ଷ ବୟସରେ ନିଜର ଝଡ଼ ବ୍ୟାଟିଂ ବଳରେ ଟିମ ଇଣ୍ଡିଆରେ ସ୍ଥାନ ପାଇଛନ୍ତି। ସେ ଇଂଲଣ୍ଡ ବିପକ୍ଷ ଟି-ଟେଣ୍ଟି ଅନ୍ତର୍ଜାତୀୟ (T20I)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri