Posted inଜାତୀୟ

୧୦ ରାଜ୍ୟକୁ ମିଳିଛି ସ୍ବତନ୍ତ୍ର ମାନ୍ୟତା

ନୂଆଦିଲ୍ଲୀ,୬ା୮: ଭାରତର ସମ୍ବିଧାନ କେବଳ ଜମ୍ମୁ-କଶ୍ମୀରକୁ ନୁହେଁ, ବରଂ ୧୦ ରାଜ୍ୟକୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନ କରିଛି। ସମ୍ବିଧାନର ଅନୁଚ୍ଛେଦ ୩୬୮ରେ ପ୍ରଦତ୍ତ କ୍ଷମତା ଅନୁସାରେ ପାର୍ଲାମେଣ୍ଟ ଅନୁଚ୍ଛେଦ ୩୭୧ରେ ଅନେକ ନିୟମ ଯୋଡ଼ିବା ସହ ବିଭିନ୍ନ ରାଜ୍ୟକୁ ସ୍ବତନ୍ତ୍ର କ୍ଷମତା ଓ ଅଗ୍ରାଧିକାର ଦେଇଛି।
ଅନୁଚ୍ଛେଦ ୩୭୦କୁ ଉଚ୍ଛେଦ କରି ଜମ୍ମୁ-କଶ୍ମୀରରୁ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ପ୍ରତ୍ୟାହାର ପାଇଁ ପାର୍ଲାମେଣ୍ଟରେ ନରେନ୍ଦ୍ର ମୋଦି ସରକାରଙ୍କ ନିଷ୍ପତ୍ତିକୁ ନେଇ ଉଭୟ ରାଜନୈତିକ ଦଳ ଓ ଜନସାଧାରଣଙ୍କଠାରୁ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇବାରେ ଲାଗିଛି। ଏଠାରେ ପ୍ରଶ୍ନ ଉଠେ କ’ଣ କେବଳ ଜମ୍ମୁ-କଶ୍ମୀର ଏକମାତ୍ର ରାଜ୍ୟ ଯାହା ସମ୍ବିଧାନଠାରୁ ସ୍ବତନ୍ତ୍ର କ୍ଷମତା ଲାଭ କରିଛି। ନିଶ୍ଚିତ ଭାବେ ନୁହେଁ। ଜମ୍ମୁ-କଶ୍ମୀରକୁ ଅନୁଚ୍ଛେଦ ୩୭୦ ଅଧୀନରେ ମିଳିଥିବା ୩୫ଏ ସ୍ବତନ୍ତ୍ର ମାନ୍ୟତା ପ୍ରଦାନ କରୁଥିବାବେଳେ ମହାରାଷ୍ଟ୍ର ଓ ଗୁଜରାଟ ପାଇଁ ବିଶେଷ ନିୟମ କରିବା ଲାଗି ଅନୁଚ୍ଛେଦ ୩୭୧ ଅଣାଯାଇଥିଲା। ୧୯୫୦ରେ ସମ୍ବିଧାନ ଗୃହୀତ ହେବା ପରଠୁ ଏହି ଦୁଇ ଅନୁଚ୍ଛେଦ ରହିଛି। ତେବେ ଅନୁଚ୍ଛେଦ ୩୬୮ ଅନୁସାରେ ମିଳିଥିବା କ୍ଷମତା ପ୍ରୟୋଗ କରି ପାର୍ଲାମେଣ୍ଟ ୩୭୧ରେ ଅନେକ ସାମ୍ବିଧାନିକ ନିୟମ ଯୋଡ଼ିଛି। ଫଳରେ ଅନ୍ୟ ୯ଟି ରାଜ୍ୟକୁ ମଧ୍ୟ ସ୍ବତନ୍ତ୍ର କ୍ଷମତା ଓ ଅଗ୍ରାଧିକାର ମିଳିପାରିଛି।
ଅନୁଚ୍ଛେଦ ୩୭୧ଏ ନାଗାଲାଣ୍ଡକୁ ସ୍ବତନ୍ତ୍ର କ୍ଷମତା ପ୍ରଦାନ କରେ। ନାଗା ପାରମ୍ପରିକ ଆଇନ ଓ ସାମାଜିକ ପ୍ରଥା ତଥା ଧାର୍ମିକ ଅଧିକାର ଆଇନ ଅନୁସାରେ ଏହି ରାଜ୍ୟର ନିଜସ୍ବ ପ୍ରଶାସନିକ ଓ ଆଇନଗତ ବ୍ୟବସ୍ଥା ଅନୁଯାୟୀ ଲୋକଙ୍କୁ ଜମିର ସ୍ବତ୍ୱାଧିକାର ମିଳିପାରେ। ସେମାନେ ଜମି ଓ ଅନ୍ୟ ସମ୍ବଳଗୁଡ଼ିକ ସ୍ଥାନୀୟ ପ୍ରଥାନୁସାରେ ଅନ୍ୟକୁ ହସ୍ତାନ୍ତର କରିପାରନ୍ତି। ଆଇନଶୃଙ୍ଖଳା ସ୍ଥିତି ଉପୁଜିଲେ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତିକୁ ବଦଳାଇଦେବା ପାଇଁ ରାଜ୍ୟପାଳଙ୍କ ସ୍ବତନ୍ତ୍ର କ୍ଷମତା ରହିଛି। ସେହିପରି ଅନୁଚ୍ଛେଦ ୩୭୧ବି ଆସାମ ପାଇଁ ଉଦ୍ଦିଷ୍ଟ। ଏହି ନିୟମାନୁସାରେ ରାଷ୍ଟ୍ରପତି ଆଦିବାସୀ ଅଞ୍ଚଳରୁ ନିର୍ବାଚିତ ସଦସ୍ୟମାନଙ୍କୁ ନେଇ ବିଧାନସଭାର ଏକ କମିଟି ଗଠନ ଲାଗି ରାଜ୍ୟପାଳଙ୍କୁ ନିଜ କ୍ଷମତା ଦେଇପାରିବେ। ଏହାବ୍ୟତୀତ ୧୯୬୯ରେ ସମ୍ବିଧାନରେ ଅନୁଚ୍ଛେଦ ୨୪୪ଏ ଯୋଡ଼ାଯାଇଥିଲା। ଏହା ଅନୁସାରେ ଆସାମକୁ ସ୍ବୟଂଶାସିତ ପରିଷଦ ଗଠନ ଲାଗି ସ୍ବତନ୍ତ୍ର କ୍ଷମତା ପ୍ରଦାନ କରାଯାଇଥିଲା। ଅନୁଚ୍ଛେଦ ୩୭୧ସି ମଣିପୁରକୁ କେତେକ ସ୍ବତନ୍ତ୍ର କ୍ଷମତା ପ୍ରଦାନ ଲାଗି ପ୍ରଣୟନ କରାଯାଇଥିଲା। ଏହି ନିୟମାନୁସାରେ ପାର୍ବତ୍ୟ ଜିଲାଗୁଡ଼ିକୁ ନେଇ ହିଲ୍‌ ଏରିଆ କମିଟି (ଏଚ୍‌ଏସି) ପ୍ରତିଷ୍ଠା ଲାଗି ରାଷ୍ଟ୍ରପତିଙ୍କ ସମାନ ଅଧିକାର ରହିଛି, ଯେପରି ଆସାମରେ ଆଦିବାସୀ ବିଧାୟକଙ୍କୁ ନେଇ ରାଜ୍ୟପାଳଙ୍କ ଜରିଆରେ କମିଟି ଗଢ଼ାଯାଇଥାଏ। ଅନୁଚ୍ଛେଦ ୩୭୧ଡି ଏବଂ ଇ ଆନ୍ଧ୍ରପ୍ରଦେଶ ପାଇଁ ଉଦ୍ଦିଷ୍ଟ, ଯାହାଦ୍ୱାରା ରାଷ୍ଟ୍ରପତି ରାଜ୍ୟ ସରକାରଙ୍କୁ ନିଯୁକ୍ତି ଓ ଶିକ୍ଷା କ୍ଷେତ୍ରରେ ସଂରକ୍ଷଣ ସୁନିଶ୍ଚିତ କରିବା ଭଳି କେତେକ ନିର୍ଦ୍ଦିଷ୍ଟ କ୍ଷମତା ପ୍ରଦାନ କରିଥାନ୍ତି।
୧୯୭୫ରେ ଅନୁଚ୍ଛେଦ ୩୭୧ଏଫ୍‌ ଅନୁସାରେ ସିକିମ ଭାରତର ଏକ ରାଜ୍ୟରେ ପରିଣତ ହୋଇଥିଲା। ଏହି ନିୟମାନୁସାରେ ପ୍ରତି ୪ ବର୍ଷରେ ଥରେ ବିଧାନସଭା ନିର୍ବାଚନ କରାଇବାର ବ୍ୟବସ୍ଥା ରହିଥିବାବେଳେ ସିକିମ ହାଇକୋର୍ଟରେ ଦାଏର ଏକ ପିଟିଶନ ଅନୁସାରେ ଏଥିରେ ପରିବର୍ତ୍ତନ ଅଣାଯାଇଛି। ଅନୁଚ୍ଛେଦ ୩୭୧ଜି ଅନୁସାରେ ୧୯୮୬ରେ ମିଜୋରାମ ରାଜ୍ୟ ଗଠନ ହୋଇଥିଲା। ନାଗାଲାଣ୍ଡ ଭଳି ଏହି ସାମ୍ବିଧାନିକ ନିୟମ ସୀମାନ୍ତ ରାଜ୍ୟର ଅଧିବାସୀଙ୍କୁ ସମାନ ଧାର୍ମିକ ସ୍ବାଧୀନତା, ଜମି ସ୍ବତ୍ୱ ଭଳି ପାରମ୍ପରିକ ଆଇନଗତ ଅଧିକାର ପ୍ରଦାନ କରେ। ଏହି ନିୟମରେ କୌଣସି ପରିବର୍ତ୍ତନ ଆଣିବାକୁ ହେଲେ ବିଧାନସଭାରେ ପ୍ରସ୍ତାବ ଗୃହୀତ ହେବା ଜରୁରୀ। ଅନୁଚ୍ଛେଦ ୩୭୧ଏଚ୍‌ ଅରୁଣାଚଳ ପ୍ରଦେଶ ପାଇଁ ପ୍ରଯୁଜ୍ୟ, ଯାହାକି ରାଜ୍ୟପାଳଙ୍କୁ ରାଜ୍ୟର ଆଇନଶୃଙ୍ଖଳା ସ୍ଥିତି ନେଇ ସ୍ବତନ୍ତ୍ର କ୍ଷମତା ପ୍ରଦାନ କରେ। ଅନୁଚ୍ଛେଦ ୩୭୧ଆଇ ଅଧୀନରେ ଜମି ବିକ୍ରି ଓ ସମ୍ପତ୍ତିର ମାଲିକାନା କ୍ଷେତ୍ରରେ ଆଇନ ପ୍ରଣୟନ ପାଇଁ ଗୋଆ ବିଧାନସଭାର ସ୍ବତନ୍ତ୍ର କ୍ଷମତା ରହିଛି। ଅନୁଚ୍ଛେଦ ୩୭୧ଜେ ହାଇଦ୍ରାବାଦ-କର୍ନାଟକ ଅଞ୍ଚଳର ୬ ପଛୁଆ ଜିଲାକୁ ବିଶେଷ କ୍ଷମତା ଦିଆଯାଇଛି। ଏହା ବଳରେ ଏହି ୬ ଜିଲା ପାଖରେ ସ୍ବତନ୍ତ୍ର ଉନ୍ନୟନ ବୋର୍ଡ ପ୍ରତିଷ୍ଠା, ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ସଂରକ୍ଷଣ ଆଦି ପାଇଁ ଅଧିକୃତ କରାଯାଇଛି। ଅନୁଚ୍ଛେଦ ୩୭୧ଏ ଏବଂ ୩୭୧ଜି ଭଳି ନିୟମରେ ପରିବର୍ତ୍ତନ ପାଇଁ ସମ୍ପୃକ୍ତ ରାଜ୍ୟ ବିଧାନସଭାର ଅନୁମତି ଆବଶ୍ୟକ ବୋଲି ଏଥିରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି। ସେହିପରି ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର କ୍ଷମତା ପ୍ରଦାନ କରୁଥିବା ଅନୁଚ୍ଛେଦ ୩୭୦ରେ ମଧ୍ୟ ଅନୁରୂପ ବ୍ୟବସ୍ଥା ରହିଛି। ତେବେ ମୋଦି ସରକାର ଏକ ରାଷ୍ଟ୍ରପତୀୟ ଅଧିସୂଚନା ଅନୁସାରେ ରାଜ୍ୟ ବିଧାନସଭାର ନିର୍ବାଚିତ ସଦସ୍ୟମାନଙ୍କ ସେହି ଅଧିକାର ଛଡ଼ାଇନେବା ପାଇଁ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିନେ କରୁଥିଲେ ନକଲ, ଏବେ ଟିମ୍‌ ଇଣ୍ଡିଆ ପାଇଁ ଡେବ୍ୟୁ କରିବେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୩୦।୯: କୁହାଯାଏ, ନକଲ ପାଇଁ ମଧ୍ୟ ଅକଲ ଦରକାର। ଦକ୍ଷିଣ ଆଫ୍ରିକାର ପୂର୍ବତନ ଦ୍ରୁତ ବୋଲର ଡେଲ ଷ୍ଟେନଙ୍କ ଆଦର୍ଶ ମାନି ତାଙ୍କ ବୋଲିଂ ଆକ୍ସନ ଓ…

ଟିମ ମାହୋଲରେ ଖୁସିନାହାନ୍ତି ବିରାଟ କୋହଲି: ଚାଞ୍ଚଲ୍ୟକର ବୟାନ ଦେଲେ କ୍ରିକେଟ୍‌ କିମ୍ବଦନ୍ତୀ

ନୂଆଦିଲ୍ଲୀ,୩୦।୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜ୍‌ରେ ବ୍ୟସ୍ତ ଅଛନ୍ତି ବିରାଟ କୋହଲି। ଏହି ସମୟରେ ପୂର୍ବତନ ଭାରତୀୟ କ୍ରିକେଟର ମହମ୍ମଦ କୈଫ ବିରାଟଙ୍କ ଟେଷ୍ଟ କ୍ରିକେଟରୁ ଅବସରକୁ…

ମହାନଦୀର ପଛୁଆ ପାଣିରେ ବୁଡ଼ିଲା ରାସ୍ତାଘାଟ, ଡଙ୍ଗା ପାଲଟିଛି ସାହାରା

ଖୋର୍ଦ୍ଧା,୩୦ା୯(ପ୍ରଭାତ ପାଣିଗ୍ରାହୀ): ମହାନଦୀର ପଛୁଆ ପାଣି ପ୍ରବେଶ ଯୋଗୁ ଖୋର୍ଦ୍ଧା ବ୍ଲକରେ ବନ୍ୟାଜଳ ପରିସ୍ଥିତି ସୃଷ୍ଟି ହୋଇଛି। ଏହି ବ୍ଲକ ଓରବରସିଂହ ପଞ୍ଚାୟତର ହିରୁମୂଳକୁ ସଂଯୋଗ କରୁଥିବା…

ଲଭ-ସେକ୍ସ-ଧୋକା: ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା ଅଭିଯୋଗ: ଅଭିଯୁକ୍ତ ଫେରାର

ଦିଗପହଣ୍ଡି, ୩୦।୯ (ଅଶେଷ ନାଥ ମିଶ୍ର): ଭଲ ପାଇବା, ବିବାହର ପ୍ରତିଶ୍ରୁତି ଏବଂ ପରେ ପ୍ରତାରଣା ଅଭିଯୋଗକୁ ନେଇ ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଏକ ମାମଲା…

‘ମୋଦି ମୋତେ କହିଲେ ମୋ ପରେ ତୁମେ…’, ରାହୁଲଙ୍କ ବୟାନକୁ ନେଇ ଜୋରଦାର ଚର୍ଚ୍ଚା

ନୂଆଦିଲ୍‌ଲୀ,୩୦।୯: କଂଗ୍ରେସ କାର୍ଯ୍ୟକାରୀ କମିଟି (CWC) ବୈଠକ ପରେ ରାହୁଲ ଗାନ୍ଧୀଙ୍କ ଏକ କଥିତ ବୟାନକୁ ନେଇ ବିବାଦ ଆରମ୍ଭ ହୋଇଯାଇଛି। ରାହୁଲ ଗାନ୍ଧୀ ବୈଠକରେ ର୍ନିବାଚନ…

ପାଣି ପାଇଁ ତାତିଲେ ମହିଳା, ହାଣ୍ଡି-ମାଠିଆ ଧରି ରାସ୍ତାରେ ବସିଲେ

ପୁରୁଷୋତ୍ତମପୁର,୩୦ା୯(ସବିତା ମିଶ୍ର): ପାଣି ପାଇଁ ଫୁଟିଲା ଅସନ୍ତୋଷ। ହାଣ୍ଡି-ମାଠିଆ ଧରି ରାଜରାସ୍ତାକୁ ଓହ୍ଲାଇଲେ ମହିଳା। ଦୁଇ ମାସ ଧରି ପାନୀୟଜଳ ମିଳୁ ନ ଥିବା ଅଭିଯୋଗରେ ଗଞ୍ଜାମ…

ବଦଳିବ ରାହୁ-କେତୁଙ୍କ ଚାଲି: କନ୍ୟା,ମୀନ ରାଶିଙ୍କ ସମେତ ୬ ରାଶିଙ୍କ ଗୋଲଡେନ ଟାଇମ୍‌ ଆରମ୍ଭ, ଧନବର୍ଷା ସହ ବଡ଼ ଚାକିରିର ଅଫର୍‌

ରାହୁ ମକର ରାଶିକୁ ଏବଂ କେତୁ କର୍କଟ ରାଶିକୁ ଆସିବା ଫଳରେ ଡିସେମ୍ୱର ମାସରେ ଅନେକ ରାଶିଙ୍କ ପାଇଁ ଭଲ ସମୟ ଆରମ୍ଭ ହେବ। ଭାଗ୍ୟଶାଳୀ ରାଶିମାନଙ୍କ…

ବିଦ୍ୟାଭାରତୀଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ବଡ଼ ଝଟ୍‌କା: ଆବେଦନ ଖାରଜ

ଭୁବନେଶ୍ୱର,୩୦।୯: : ବହୁଚର୍ଚ୍ଚିତ ACF ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ ତାଙ୍କ ପତ୍ନୀ ବିଦ୍ୟାଭାରତୀ ମହାପାତ୍ରଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଝଟ୍‌କା ଲାଗିଛି। ବିଦ୍ୟାଭାରତୀଙ୍କ ପକ୍ଷରୁ ଦାଖଲ ହୋଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?