Posted inଜାତୀୟ

୧୦ ବର୍ଷୀୟା ଆଦିବାସୀଙ୍କୁ ୫୦ ହଜାରରେ ବିକ୍ରି

ଅହମଦାବାଦ,୧୭ା୧୦: ଗୁଜରାଟର ବନାସକାନ୍ଥାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ବାପା ବିବାହ ପାଇଁ ତାଙ୍କ ୧୦ ବର୍ଷୀୟା ଝିଅଙ୍କୁ ୫୦ ହଜାର ଟଙ୍କାରେ ବିକ୍ରି କରିଦେଇଛନ୍ତି। ଉକ୍ତ ଆଦିବାସୀ ନାବାଳିକାଙ୍କୁ କିଣିଥିବା ଅସ୍‌ଓ୍ବାରାର ୩୫ ବର୍ଷୀୟ ଗୋବିନ୍ଦ ଠାକୁର ତାଙ୍କୁ ବିବାହ କରିଛନ୍ତି। ସବୁଠୁ ଲଜ୍ଜାକର କଥା ହେଉଛି ନାବାଳିକାଙ୍କ ସ୍ବାମୀ ତାଙ୍କ ବାପାଙ୍କଠାରୁ ବୟସରେ ବଡ଼। ବିବାହ ବେଳର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପୋଲିସ ଝିଅକୁ ଉଦ୍ଧାର କରିଛି।
ତଳେ ଝିଅଟି ଏକ ଯାତ୍ରା ଦେଖିବାକୁ ଯାଇଥିଲା। ଗୋବିନ୍ଦ ମଧ୍ୟ ସେଠାକୁ ଯାଇଥିଲେ। ଜଗମଲ ଗମାର ନାମକ ଜଣେ ଏଜେଣ୍ଟଙ୍କ ଜରିଆରେ ଝିଅଙ୍କ ବାପା ଗୋବିନ୍ଦ ସହ ତାଙ୍କର ଭେଟ କରାଇଥିଲେ। ଗୋବିନ୍ଦ ତାଙ୍କୁ ଦେଖିବା ପରେ ୫୦,୦୦୦ ଟଙ୍କାରେ କିଣିବା ପାଇଁ ରାଜି ହୋଇଥିଲେ। ଅଗଷ୍ଟରେ ପରିବାର ଲୋକେ ଝିଅଙ୍କ ବିବାହ ଗୋବିନ୍ଦଙ୍କ ସହ କରାଇଥିଲେ। ବିବାହ ପରେ ବାପା ଝିଅଙ୍କୁ ନିଜ ଘରକୁ ଆଣିବାକୁ ଗୋବିନ୍ଦଙ୍କ ଘରକୁ ଯାଇଥିଲେ। କିନ୍ତୁ ଗୋବିନ୍ଦ ଝିଅଙ୍କୁ ଛାଡ଼ିବାକୁ ମନାକରିଦେଇଥିଲେ। ସୂତ୍ରରୁ ମିଳିଥିବା ସୂଚନାନୁସାରେ ବିକ୍ରି ପାଇଁ ଦେଢ଼ଲକ୍ଷ ଟଙ୍କା ଛିଣ୍ଡିଥିଲା। ସେଥିରୁ ଗୋବିନ୍ଦ ୫୦ ହଜାର ଦେଇଥିଲେ ଓ ଅବଶିଷ୍ଟ ୧ ଲକ୍ଷ ଟଙ୍କା ବିବାହ ପରେ ଦେବା ପାଇଁ ସ୍ଥିର ହୋଇଥିଲା। କିନ୍ତୁ ଗୋବିନ୍ଦଙ୍କୁ ହଇରାଣ କରିବା ପାଇଁ ଏଜେଣ୍ଟ ଜଗମଲ ବିବାହ ବେଳର ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରିଦେଇଥିଲେ। ଫଳରେ ଗୋବିନ୍ଦ ବାକି ଲକ୍ଷେ ଟଙ୍କା କନ୍ୟାପିତାଙ୍କୁ ଦେଇନାହାନ୍ତି। ବନାସକାନ୍ଥା ଜିଲା ହଡାଡ୍‌ ଥାନାର ସାମାଜିକ ନ୍ୟାୟ ବିଭାଗ ସୁରକ୍ଷା ଅଧିକାରୀ ଶିଶୁ ବିବାହ ନିରୋଧୀ ଆଇନ ବଳରେ କନ୍ୟାପିତା, ଗୋବିନ୍ଦ ଓ ଏଜେଣ୍ଟଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି। ଝିଅଟିକୁ ମଙ୍ଗଳବାର କୁବେରନଗର ଅଞ୍ଚଳରେ ରହୁଥିବା ସ୍ବାମୀଙ୍କ ସମ୍ପର୍କୀୟଙ୍କ ଘରୁ ଉଦ୍ଧାର କରି ମହିଳା ସୁରକ୍ଷା ଗୃହ ‘ଓଢ଼ାବ’କୁ ପଠାଇ ଦିଆଯାଇଛି। ଏହି ଘଟଣା କେନ୍ଦ୍ର ସରକାରଙ୍କ ‘ବେଟୀ ବଚାଓ ବେଟୀ ପଢ଼ାଓ’ ଯୋଜନା ପ୍ରତି ଉପହାସ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଫ୍ଲାଇଦୁବାଇ ଘଟଣାରେ ବଡ଼ ଖୁଲାସା; ସାମ୍ନାକୁ ଆସିଲା ସ୍ମିତଙ୍କ ନୂଆ ଭିଡିଓ, ମୋତେ….

ନୂଆଦିଲ୍ଲୀ,୨।୧୦: ଦୁବାଇରୁ ତେଲ୍‌ ଅଭିଭ୍‌ ଯାଉଥିବା ଫ୍ଲାଇଦୁବାଇ ବିମାନରେ ଘଟିଥିବା କକ୍‌ପିଟ୍‌ ଆକ୍ରମଣ ଘଟଣାକୁ ନେଇ ନୂଆ ଭିଡିଓ ସାମ୍ନାକୁ ଆସିଛି । ଭିଡିଓରେ ବିମାନ ଭିତରେ…

କୃଷ୍ଣସାର ମୃଗ ଛୁଆ ଗୋଡ଼ାଇଲା ବୁଲା କୁକୁର, ଜୀବନ ବିକଳରେ ଏଣେତେଣେ ଦୌଡ଼ି…

ଦିଗପହଣ୍ଡି,୨।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚୌଧୁରୀ ଟିକରପଡ଼ା ପଞ୍ଚାୟତ ବଜ୍ରଗୁମାରୁ ଏକ କୃଷ୍ଣସାର ମୃଗ ଛୁଆକୁ ବନ ବିଭାଗ କର୍ମଚାରୀମାନେ ଉଦ୍ଧାର କରିଛନ୍ତି।…

ଇତିହାସ ରଚିଲେ ସୁନା ଝିଅ ଲଭଲିନା: ଏସିଆନ ଗେମ୍ସରେ କଲେ କମାଲ୍‌

ନୂଆଦିଲ୍ଲୀ,୨।୧୦: ଭାରତୀୟ ବକ୍ସିଂ ପାଇଁ ଆସିଛି ବଡ଼ ଖୁସି ଖବର। ୨୦୨୬ ଏସିଆନ ଗେମ୍ସରେ ମହିଳା ୭୫ କିଲୋଗ୍ରାମ ବର୍ଗରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି ଭାରତୀୟ ବକ୍ସର…

ଆସୁଛି ଲଘୁଚାପ; ଏଥର ବର୍ଷାରେ ଭିଜିପାରେ ଦଶହରା, ଏହି ଜିଲାରେ…

ଭୁବନେଶ୍ୱର,୨।୧୦: ଆସୁଛି ଆଉ ଏକ ଲଘୁଚାପ । ଦଶହରା ସମୟରେ ବଡ଼ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଆସନ୍ତା ୧୨ ତାରିଖରେ…

ଚୌକା-ଛକା ବର୍ଷା କଲେ ବୈଭବ ସୂର୍ଯ୍ୟବଂଶୀ: ଧୂଆଁଧାର ବ୍ୟାଟିଂ କରୁ କରୁ…

ନୂଆଦିଲ୍ଲୀ,୨।୧୦: ଏସିଆନ ଗେମ୍ସ ୨୦୨୬ର ଦ୍ୱିତୀୟ ସେମିଫାଇନାଲରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ରୋମାଞ୍ଚକର ମୁକାବିଲା ଜାରି ରହିଛି। ମ୍ୟାଚ୍ରେ ଭାରତ ପାଇଁ ପାଳି ଆରମ୍ଭ କରିଥିବା…

ବାଲେଶ୍ବରରେ ଲଗାତାର ଅଗ୍ନିକାଣ୍ଡ, ରାତିଅଧରେ ଜଳିଗଲା ଜଳିଗଲା ବ୍ୟାନର ଦୋକାନ

ବାଲେଶ୍ୱର,୨।୧୦( ବାଞ୍ଛାନିଧି ଦେ): ବାଲେଶ୍ୱର ଚର୍ଚ୍ଚ ଲାଇନ୍‌ ଗଳିରେ ଗୁରୁବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି । ବିଦ୍ୟୁତ୍‌ ସର୍ଟ ସର୍କିଟ୍‌ରୁ ଜଳିଗଲା ଏକ ବ୍ୟାନର୍‌…

ଅକ୍ଟୋବର ୪ରୁ ବଢ଼ିବ ଓମ୍‌ଫେଡ୍ କ୍ଷୀର ଦର, ଲିଟର ପିଛା….

ଭୁବନେଶ୍ୱର,୨।୧: ଅକ୍ଟୋବର ୪ରୁ ରାଜ୍ୟରେ ବଢ଼ିବ ଓମ୍‌ଫେଡ୍ କ୍ଷୀର ଦର । ଓଡ଼ିଶା ଷ୍ଟେଟ୍ କୋ-ଅପରେଟିଭ୍ ମିଲ୍କ ପ୍ରଡ୍ୟୁସର୍ସ ଫେଡେରେସନ୍ (ଓମ୍‌ଫେଡ୍) ପକ୍ଷରୁ ବିଭିନ୍ନ ପ୍ରକାର କ୍ଷୀରର…

କ୍ୟାନସରକୁ ହରାଇ ୧୦ ବର୍ଷ ପରେ ଦଳକୁ ଫେରିଲେ ଏହି କ୍ରିକେଟର୍‌: ଅଚାନକ ମିଳିଲା..

ସିଡନୀ,୨।୧୦: ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ ପାଇଁ ଅଷ୍ଟ୍ରେଲିଆ କ୍ରିକେଟ ଦଳରେ ବଡ଼ ପରିବର୍ତ୍ତନ ହୋଇଛି। ଟେଷ୍ଟିକୁଲାର କ୍ୟାନସର ଭଳି ଗୁରୁତର ରୋଗକୁ ପରାସ୍ତ କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?