Posted inଖେଳ

ୟୁଏସ୍‌ ଓପନ୍‌: ଶରନ- ହୁଗୋ ଆଉଟ୍‌

ନ୍ୟୁୟର୍କ, ୩୦।୮ (ପି.ଟି.)-ଭାରତର ଡିିଭିଜ ଶରନ ଓ ତାଙ୍କ ମୋନାକୋ ପାର୍ଟନର ହୁଗୋ ନିସ୍‌ ୟୁଏସ୍‌ ଓପନ୍‌ ପ୍ରଥମ ରାଉଣ୍ଡରେ ପରାସ୍ତ ହୋଇଛନ୍ତି। ପୁରୁଷ ଡବଲ୍ସ ଇଭେଣ୍ଟର ପ୍ରଥମ ରାଉଣ୍ଡ ମ୍ୟାଚ୍‌ରେ ଏହି ଯୋଡି ୪-୬, ୪-୬ ସିଧାସଳଖ ସେଟ୍‌ରେ ରବର୍ଟ କାର୍ବାଲେସ ବାଏନା ଓ ଫେଡେରିକୋ ଡେଲବୋନିସଙ୍କଠାରୁ ମାତ୍ର ୭୨ ମିନିଟ୍‌ରେ ପରାସ୍ତ ହୋଇ ଟୁର୍ନାମେଣ୍ଟରୁ ବିଦାୟ ନେଇଛନ୍ତି। ଶରନ ଓ ହୁଗୋ ବଶ୍ୱ ର଼୍ୟାଙ୍କିଙ୍ଗ୍‌ର ଟପ୍‌ ୧୦୦ରେ ନ ଥିଲେ ମଧ୍ୟ ୟୁଏସ୍‌ ଓପନ ଖେଳିବାକୁ ଯୋଗ୍ୟତା ହାସଲ କରିଥିଲେ। ଏଥିସହିତ ଶରନ ଚଳିତ ସେସନରେ ଦ୍ୱିତୀୟଥର ପାଇଁ କୌଣସି ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟର ପ୍ରଥମ ରାଉଣ୍ଡରେ ପରାସ୍ତ ହୋଇ ବିଦାୟ ନେଇଛନ୍ତି। ଏହାପୂର୍ବରୁ ସେ ଅଷ୍ଟ୍ରେଲିଆ ଓପନ୍‌ ପ୍ରଥମ ରାଉଣ୍ଡରେ ମଧ୍ୟ ପରସ୍ତ ହୋଇଥିଲେ। ଏହି ପରାଜୟ ତାଙ୍କ ପାଇଁ ବେଶ୍‌ ମହଙ୍ଗା ପଡିବ। ଚଳିତ ୟୁଏସ୍‌ ଓପନ୍‌ ପରେ ପ୍ରକାଶିତ ହେବାକୁ ଥିବା ର଼୍ୟାଙ୍କିଙ୍ଗ୍‌ରେ ସେ ୪୮ଟି ସ୍ଥାନ ତଳକୁ ଖସିବେ। ତେବେ ସେ ୨୦୧୮ରେ ଓ୍ବିମ୍ବେଲଡନ ଟେନିସ୍‌ ଟୁର୍ନାମେଣ୍ଟରେ ସେ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଥିଲେ।
ଏଥର ରୋହନ ବୋପାନ୍ନା ଓ ଅଭିଜ୍ଞ ଲିଆଣ୍ଡର ପେସ୍‌ ପୁରୁଷ ଡବଲ୍ସ ଇଭେଣ୍ଟ ସେମାନଙ୍କ ସାଥି ସହ ମ୍ୟାଚ୍‌ରେ ଅବତୀର୍ଣ୍ଣ ହେବେ। ବୋପାନ୍ନା ଓ ତାଙ୍କ କାନାଡ଼ା ପାର୍ଟନର ଡେନିସ୍‌ ଶାପୋଭାଲୋଭ ପ୍ରଥମ ରାଉଣ୍ଡରେ ଫ୍ରାନ୍ସର ଚତୁର୍ଥ ସିଡ୍‌ ଯୋଡି ପିଏରେ-ହ୍ୟୁଗ୍ସ ହର୍‌ବର୍ଟ ଓ ନିକୋଲାସ ମାହୁଟ୍‌ଙ୍କୁ ଭେଟିବେ। ସେହିପରି ପେସ୍‌ ଓ ତାଙ୍କ ଆର୍ଜେଣ୍ଟିନା ସାଥି ଗୁଇଲର୍ମୋ ଡୁରାନ ପ୍ରତିପକ୍ଷ ସର୍ବିୟା ଓ ନରଓ୍ବେ ଯୋଡି ମିଓମିର କେକ୍‌ମାନୋଭିକ୍‌ ଓ ନରଓ୍ବେର କାସ୍ପର ରୁଡ୍‌ଙ୍କୁ ଭେଟିବେ।


Enter your email to get our daily news in your inbox.

All Right Reserved By Dharitri.Com

ଜୋର୍‌ଦାର ହେଲା ଆମେରିକା-ଇରାନ ଯୁଦ୍ଧ: ଭୟରେ ଥରହର ସାରା ବିଶ୍ୱ

ଦୁବାଇ,୧୫ା୭: ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜ୍‌ରେ ସୁରକ୍ଷିତ ଜାହାଜ ଚଳାଚଳ ପାଇଁ ଆମେରିକା ୨୦ ପ୍ରତିଶତ ଟିକସ ଲଗାଇବା ସହ ଇରାନୀୟ ବନ୍ଦରଗୁଡ଼ିକ ଉପରେ ପୁଣିଥରେ ଅବରୋଧ ଲଗାଇବାକୁ…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ଭୀଷଣ ବର୍ଷା ଆଲର୍ଟ

ଭୁବନେଶ୍ୱର,୧୫।୭: ଉତ୍ତର ଓଡ଼ିଶା-ପଶ୍ଚିମ ବଙ୍ଗୋପସାଗର ଉପକୂଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଗତକାଲିର ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ସୃଷ୍ଟି ହୋଇଛି ଏହି ଲଘୁଚାପ। ବୁଧବାର ସକାଳ ୫.୩୦ରେ…

ବ୍ରେକ ଡାଉନ ଟ୍ରକ ପଛ ପଟେ ପିଟିହେଲା ବାଇକ: ଚାଲିଗଲା ୨ ଜୀବନ

ଲୋଇସିଂହା,୧୫।୭(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଲୋଇସିଂହା ପଦ୍ମପୁର ରାସ୍ତାର କରକଚିଆ ସ୍କୁଲ ନିକଟରେ ବ୍ରେକ ଡାଉନ ପଡ଼ିଥିବା ଏକ ଟ୍ରକ ପଛପଟେ ମଙ୍ଗଳବାର ରାତିରେ…

ନୀତିବିହୀନ ନିର୍ଦ୍ଧାରକ

ଭାରତରେ ଖାଦ୍ୟପଦାର୍ଥର ମୂଲ୍ୟ ବୃଦ୍ଧି ଯୋଗୁ ଗତ ଜୁନ୍‌ରେ ଖୁଚୁରା (ରିଟେଲ୍‌) ମୁଦ୍ରାସ୍ଫୀତି ୪.୩୮ ପ୍ରତିଶତରେ ପହଞ୍ଚତ୍ଛି, ଯାହା ମେ’ରେ ଥିଲା ୩.୯୩ ପ୍ରତିଶତ। ରିଜର୍ଭ ବ୍ୟାଙ୍କ…

ଶେଷରେ ବିଜୟ ସ୍ବାଦ ଚାଖିଲା ଭାରତ: ଇଂଲଣ୍ଡକୁ କଲା ଧରାଶାୟୀ

ବର୍ମିଂହାମ୍‌,୧୫ା୭: ଚଳିତ ଇଂଲଣ୍ଡ ଟୁର୍‌ରେ ଲଗାତର ୪ ପରାଜୟ ପରେ ମଙ୍ଗଳବାର ଭାରତୀୟ ଦଳ ତା’ର ପ୍ରଥମ ବିଜୟ ସ୍ବାଦ ଚାଖିଛି। ଅକ୍ଷର ପଟେଲଙ୍କ ଅଲ୍‌ରାଉଣ୍ଡ ପ୍ରଦର୍ଶନ…

ଜରାଜୀର୍ଣ୍ଣ ଘରେ ଜୀବନ କାଟୁଛନ୍ତି ତ୍ରିପୁରା: ସରକାରୀ ସହାୟତା ଅପେକ୍ଷାରେ …

ଲୋଇସିଂହା,୧୫।୭(ସୁଶାନ୍ତ ବାରିକ):ବୟସର ଅପରାହ୍ନରେ ଜୀବନ ସହ ଲଢେଇ କରୁଛନ୍ତି ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ସଲତରପାଲି ଗ୍ରାମର ୭୭ ବର୍ଷୀୟା ଅସହାୟ ବୃଦ୍ଧା ତ୍ରିପୁରା ମହାନନ୍ଦ। ସ୍ବାମୀ…

୨୪ ଘଣ୍ଟାରେ ଲଘୁଚାପ: ୩ଦିନ ଧରି ପ୍ରବଳରୁ ଅତି ପ୍ରବଳ ବର୍ଷା, ରେଡ୍‌ ଆଲର୍ଟ ଜାରି

ଭୁବନେଶ୍ୱର, ୧୫ା୭ (ବନ୍ଦନା ସେଠୀ):ଆସନ୍ତା ୨୪ ଘଣ୍ଟାରେ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବ। ଏହା ପ୍ରଭାବରେ ରାଜ୍ୟରେ ବର୍ଷା ପରିମାଣ ବଢ଼ିବା ସହ ବିଭିନ୍ନ ସ୍ଥାନରେ ପ୍ରବଳରୁ…

ବିଦ୍ୟୁତ୍‌ ସଂଯୋଗ ନ ହେଲେ ଆନ୍ଦୋଳନ ଚେତାବନୀ ଦେଲେ ଗ୍ରାମବାସୀ

ନୂଆପଡ଼ା,୧୫ା୭ (ମକାରୁ ବେମାଲ):ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ସୁନାବେଡା ଅଭୟାରଣ୍ୟ ମଧ୍ୟସ୍ଥ ଢେକୁନପାଣି ଗଁାରେ ବିଦ୍ୟୁତ ଟ୍ରାନ୍ସଫର୍ମର ପୋଡି ଯୋଗୁ ଲୋକେ ଅନ୍ଧାରରେ ରାତି ବିଉଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri