ୟୁଏସ୍‌-ଇରାନ ତିକ୍ତତା;ଭାରତ ଅର୍ଥବ୍ୟବସ୍ଥା ଲାଗି ଦ୍ୱୈତ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ,୫-୧: ଶୁକ୍ରବାର ଯୁକ୍ତରାଷ୍ଟ୍ର ଆମେରିକା(ୟୁଏସ୍‌)ର ଏୟାରଷ୍ଟ୍ରାଇକ ଯୋଗୁ ଇରାନ ଶୀର୍ଷ ସେନାଧିକାରୀ ଜେନେରାଲ କାସିମ ସୋଲେମାନୀଙ୍କ ମୃତ୍ୟୁ ଘଟିଥିବା ବେଳେ ଏଥିଯୋଗୁ ଦୁଇଦେଶ ମଧ୍ୟରେ ତିକ୍ତତା ବଢିଯାଇଛି। ଏହାର ପ୍ରଭାବ ଅନ୍ତର୍ଜାତୀୟ ତୈଳ ବଜାର ଉପରେ ଗଭୀର ଭାବେ ପରିଲକ୍ଷିତ ହୋଇଛି। ଅଶୋଧିତ ତେଲ ଦର ବ୍ୟାରେଲ ପିଛା ୩ ଡଲାର ବୃଦ୍ଧି ଘଟିଛି। ସେହିଭଳି ଏହାର ପ୍ରଭାବ ଯୋଗୁ ଡଲାର ତୁଳନାରେ ଟଙ୍କା ମୂଲ୍ୟ ୪୪ ପଇସା ଦୁର୍ବଳ ହେବା ସହ ୭୧.୮୧ ଟଙ୍କାରେ ବନ୍ଦ ହୋଇଛି। ମାନ୍ଦାବସ୍ଥା ଦେଇ ଭାରତ ଏବେ ଗତି କରୁଥିବା ବେଳେ ଏଭଳି ଆଉ ଏକ ସମସ୍ୟା ଭାରତୀୟ ଅର୍ଥ ବ୍ୟବସ୍ଥା ଲାଗି ଦ୍ୱୈତ ସମସ୍ୟା ସୃଷ୍ଟି କରିବ ବୋଲି ବଜାର ବିଶେଷଜ୍ଞମାନେ ଆଶଙ୍କା ପ୍ରକଟ କରିଛନ୍ତି।
ମଧ୍ୟପ୍ରାଚ୍ୟରେ ଏଭଳି ସମସ୍ୟା ଉପୁଜିବା ଭାରତ ଲାଗି ସମସ୍ୟା କୁ ବଢାଇପାରେ ବୋଲି କୁହାଯାଉଛି। ପ୍ରଥମତଃ ତେଲ ଦର ବଢିଯିବା ଏବଂ ଯୋଗାଣ ବାଧାପ୍ରାପ୍ତ ହେବା ଭଳି ସମସ୍ୟା ଉପୁଜିବା ନେଇ ଆଶଙ୍କା କରାଯାଉଛି। ବର୍ତ୍ତମାନ ତେଲ ଦର ୧୩ ମାସର ସର୍ବୋଚ୍ଚ ସ୍ତରରେ ରହିଛି। ଭାରତ ତୈଳ ଆମଦାନୀ ଲାଗି ଚଳିତ ବର୍ଷ ୧୧୨ ବିଲିୟନ ଡଲାର ଖର୍ଚ୍ଚ କରିବା ନେଇ ଧାର୍ଯ୍ୟ ହୋଇଛି। ବର୍ତ୍ତମାନର ସ୍ଥିତି ଯୋଗୁ ତେଲ ଦର ଲଗାତର ବଢିବା ଆଶଙ୍କା ଉପୁଜିଛି। ତେଲ ମହଙ୍ଗା ହେଲେ ଏହାର ସିଧାସଳଖ ପ୍ରଭାବ ଦେଶର ବଜେଟ ଉପରେ ପଡିବ। ଦରଦାମ ବୃଦ୍ଧି ଯୋଗୁ ଲୋକମାନେ ଏବେ ଚିନ୍ତାରେ ରହିଛନ୍ତି। ତେଲ ଦର ବୃଦ୍ଧି ଏହା ଉପରେ ବୋଝ ସଦୃଶ ହେବ। ଫଳରେ ଲୋକମାନେ ଅନ୍ୟ କ୍ଷେତ୍ରରେ କରୁଥିବା ଖର୍ଚ୍ଚ ନିୟନ୍ତ୍ରଣ କରିବାକୁ ବାଧ୍ୟ ହେବେ। ଲୋକମାନେ ଖର୍ଚ୍ଚ କମାଉଥିବା ଯୋଗୁ ଏବେ ଚାହିଦା କମିଛି। ଏହାର ସିଧାସଳଖ ପ୍ରଭାବ ଅର୍ଥ ବ୍ୟବସ୍ଥା ଉପରେ ପଡିଛି। ଭାରତୀୟ ଅର୍ଥ ବ୍ୟବସ୍ଥା ଏଭଳି ଏକ ସ୍ଥିତି ଦେଇ ଗତି କରୁଥିବା ବେଳେ ନୂଆ ସମସ୍ୟା ଚିନ୍ତାକୁ ଆହୁରି ବଢାଇଥିବା ଅର୍ଥନୀତିଜ୍ଞମାନେ ମତ ରଖିଛନ୍ତି। ତେଲ ମହଙ୍ଗା ହେଲେ ସରକାର ଜନକଲ୍ୟାଣକାରୀ ଯୋଜନା ବାବଦକୁ ଖର୍ଚ୍ଚ ଉପରେ ମଧ୍ୟ ପ୍ରଭାବ ପଡିବାର ଆଶଙ୍କା ଉପୁଜିଛି। ଏହି ଯୋଜନାଗୁଡିକୁ ଜାରି ରଖିବା ଏବଂ ନୂଆ ଯୋଜନା ସମ୍ପର୍କରେ ଚିନ୍ତା କରିବା ମଧ୍ୟ କଷ୍ଟକର ହେବ ବୋଲି କୁହାଯାଉଛି।
ଭାରତ ଏହାର ଆବଶ୍ୟକତା ପୂରଣ କରିବା ଲାଗି ମୋଟ ତେଲର ପ୍ରାୟ ୮୦% ବିଦେଶରୁ ଆମଦାନୀ କରୁଛି। କେବଳ ୭୦% ତେଲ ଓପେକ୍‌ ଦେଶ ଯୋଗାଉଛନ୍ତି। ୟୁଏସ୍‌-ଇରାନ ତିକ୍ତତା ବଢିବା ଯୋଗୁ ତେଲ ଯୋଗାଣ ବାଧାପ୍ରାପ୍ତ ହେବା ଆଶଙ୍କା ଉପୁଜିଛି। ଯଦି ତେଲ ଦର ଉପରେ ଲଗାମ ନ ଲାଗେ ଏହାର ପ୍ରଭାବ ବ୍ୟବସାୟ ଉପରେ ମଧ୍ୟ ପଡିବାର ଆଶଙ୍କାକୁ ଏଡାଇ ଦିଆଯାଇ ନ ପାରେ। ୟୁଏସ୍‌-ଇରାନ ମଧ୍ୟରେ ତିକ୍ତତା ଫଳରେ ବର୍ତ୍ତମାନ ସୁଦ୍ଧା ଅଶୋଧିତ ତେଲ ଦର ୪% ବଢିଛି। ଯଦି ଇରାନ ପାରସ୍ୟ ଉପସାଗର ଏବଂ ଓମାନ ଉପସାଗରକୁ ଯୋଡୁଥିବା ହର୍ମୁଜ୍‌ ପ୍ରଣାଳୀକୁ ବନ୍ଦ କରିଦିଏ ତେବେ ପରିଣାମ ଭୟାବହ ହେବ। କାରଣ ବିଶ୍ୱର ଏକ ତୃତୀୟାଂଶ ତେଲ ଏବଂ ଗ୍ୟାସ୍‌ ଏହି ରାସ୍ତା ଦେଇ ଯାଇଥାଏ। ଇରାନ ଉପରେ ହୋଇଥିବା ଏୟାର ଷ୍ଟ୍ରାଇକ ପ୍ରଭାବ ସାରା ବିଶ୍ୱର ଶେୟାର ବଜାର ଉପରେ ପଡିଛି। ସେନସେକ୍ସ ଶୁକ୍ରବାର ୧୬୨ ପଏଣ୍ଟ ନିମ୍ନରେ ରହିଛି। ସେହିଭଳି ନିଫ୍ଟି ୫୫% କମିଥିବାର ଦେଖାଯାଇଛି। ଓପେକ୍‌ ଦେଶଗୁଡିକ ମଧ୍ୟରେ ଇରାକ ସବୁଠାରୁ ଅଧିକ ପରିମାଣର ତେଲ ଉତ୍ପାଦନ କରିଥାଏ। ଏହା ଦୈନିକ ୪.୭ ନିୟୁତ ଟନ୍‌ ବ୍ୟାରେଲ ତେଲ ଉତ୍ପାଦନ କରିଥାନ୍ତି। ସୌଦି ଆରବ, କୁଏଟ ଏବଂ ଇରାନ ମିଳିତ ଭାବେ ଦୈନିକ ୧୫ ନିୟୁତ ବ୍ୟାରେଲ ତେଲ ଉତ୍ପାଦନ କରିଥାଏ। ସାରା ବିଶ୍ୱକୁ ତେଲ ଯୋଗାଣ ହେଉଥିବା ପ୍ରମୁଖ ରାସ୍ତା କୁହାଯାଉଥିବା ଷ୍ଟ୍ରେଟ ଅଫ୍‌ ହର୍ମୁଜ୍‌କୁ ବନ୍ଦ କରିବା ଲାଗି ସମୟ ସମୟରେ ଇରାନ ଧମକ ଦେଉଛି। ଯଦି ଯୁଦ୍ଧ ସ୍ଥିତି ଉପୁଜେ ତେବେ ଇରାନ ଏହି ରାସ୍ତାରେ ତେଲ ଯୋଗାଣ ବନ୍ଦ କରି ଦେବାର ଆଶଙ୍କା ଉପୁଜିଛି।
ଏହି ପ୍ରସଙ୍ଗ ଉପରେ ମତ ରଖି ରାଷ୍ଟ୍ରାୟତ୍ତ ତୈଳ ବିପଣନ କମ୍ପାନୀ ଇଣ୍ଡିଆନ୍‌ ଅଏଲ୍‌ ଅଧ୍ୟକ୍ଷ ସଞ୍ଜୀବ ସିଂ କହିଛନ୍ତି, ଆମେରିକାର କାର୍ଯ୍ୟାନୁଷ୍ଠାନ ଉପରେ ଇରାନ କି’ ପ୍ରକାର କାର୍ଯ୍ୟପନ୍ଥା ଗ୍ରହଣ କରୁଛି ତାହା ଦେଖିବାକୁ ହେବ। ସେପ୍ଟେମ୍ବରରେ ସୌଦି ତୈଳ କୂପ ଉପରେ ଡ୍ରୋନ ଆକ୍ରମଣ ଯୋଗୁ ବିଶ୍ୱର ତୈଳ ଯୋଗାଣ ୫% ପ୍ରଭାବିତ ହୋଇଥିଲା। ଏହା ଯୋଗୁ ତୈଳ ଦର ଉପରେ କିଛିମାତ୍ରାରେ ପ୍ରଭାବ ପଡିଥିଲା। ସୌଦି ଆରବ ପକ୍ଷରୁ ଯୋଗାଣ ପରିଚାଳନା ଅନ୍ୟ ସ୍ଥାନରୁ ତେଲ ଯୋଗାଣ ଯୋଗୁ ମୂଲ୍ୟ ବୃଦ୍ଧିକୁ ରୋକାଯାଇ ପାରିଥିଲା। ସୌଦି ଆରବ ଘଟଣା ପରେ ଯୋଗାଣ ପ୍ରଭାବିତ ହେବ ବୋଲି କୁହାଯାଉଥିଲା। ମାତ୍ର ଏଭଳି କୌଣସି ସ୍ଥିତି ଉପୁଜି ନ ଥିଲା। ବର୍ତ୍ତମାନର ଘଟଣାକୁ ଇରାନ କେଉଁ ଭଳି ଭାବେ ନେଉଛି ତାହା ଦେଖିବାକୁ ହେବ। କିଛି ସମୟ ଲାଗି ଅସୁବିଧା ଆସିଲେ ଏହାକୁ ତେଲ କମ୍ପାନୀମାନେ ଚଳାଇନେବେ। ମାତ୍ର ଇରାନ ବଡ ପଦକ୍ଷେପ ନେଲେ ତେଲ କମ୍ପାନୀଙ୍କର କୌଣସି ଯୋଜନା କାମ କରିବ ନାହିଁ ବୋଲି ସିଂ ମତ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାଠ୍ୟପୁସ୍ତକରେ ରହିବ ବାର୍‌କୋଡ୍‌

ଭୁବନେଶ୍ୱର,୨୩ା୬(ସୁଚିସ୍ମିତା ସାହୁ): ପ୍ରଥମରୁ ଅଷ୍ଟମଶ୍ରେଣୀ ପର୍ଯ୍ୟନ୍ତ ତ୍ରୁଟିପୂର୍ଣ୍ଣ ପୁସ୍ତକଗୁଡ଼ିକୁ କିପରି ତ୍ରୁଟିଶୂନ୍ୟ କରାଯାଇ ପିଲାଙ୍କ ପାଖରେ ପହଞ୍ଚାଯିବ ସେନେଇ ବିକଳ୍ପ ସମ୍ପର୍କରେ ସୋମବାର ଲୋକସେବା ଭବନରେ ଗଣଶିକ୍ଷା…

ହ୍ବାଟ୍‌ସଆପ୍‌ ମୁଖ୍ୟ ହେବେ କୁନାଲ ଶାହା

ନୂଆଦିଲ୍ଲୀ,୨୩ା୬: ଫିନ୍‌ଟେକ୍‌ କମ୍ପାନୀ ସିଆର୍‌ଇଡି(କ୍ରେଡ୍‌)ର ମୁଖ୍ୟ କାର୍ଯ୍ୟନିର୍ବାହୀ ପଦରେ ରହିଥିବା କୁନାଲ ଶାହା ତାଙ୍କ ପଦବୀ ଛାଡ଼ି ମେଟାରେ ଯୋଗ ଦେବେ ବୋଲି ସୋମବାର ଘୋଷଣା କରିଛନ୍ତି।…

ସଂଶୋଧନ ହେଲା ୬୪ ସ୍ଥାନର ଇଂଲିଶ ବନାନ, ତାଲିକାରେ…

ଭୁବନେଶ୍ୱର,୨୩ା୬(ସୁନିତ୍‌ ମିଶ୍ର): ରାଜ୍ୟ ସରକାରଙ୍କ ପକ୍ଷରୁ ନିକଟରେ ଅନୁଷ୍ଠିତ ହୋଇଥିବା କ୍ୟାବିନେଟ୍‌ ବୈଠକରେ ଓଡ଼ିଶାର ଯେଉଁ କେତେଗୁଡ଼ିଏ ସ୍ଥାନର ଇଂଲିଶ ବନାନ୍‌ ଭୁଲ୍‌ ଅଛି ତାକୁ ବଦଳାଇବା…

ଶିବସେନା(ୟୁବିଟି) ୨ ଫାଳ: ଶିନ୍ଦେଙ୍କ ଦଳରେ ଯୋଗଦେଲେ ୬ ବିଦ୍ରୋହୀ ଏମ୍‌ପି

ମୁମ୍ବାଇ,୨୨ା୬:ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ନେତୃତ୍ୱାଧୀନ ଶିବସେନା (ୟୁବିଟି) ୨ ଭାଗ ହୋଇଯାଇଛି। ଏହାର ୯ ଜଣ ଲୋକ ସଭା ସଦସ୍ୟଙ୍କ ମଧ୍ୟରୁ ୬ ଜଣ…

ବଜ୍ରାଘାତରେ ଜଳିଗଲା ମାଉସୀ ମା’ ମନ୍ଦିରର ପତାକା: ଚିନ୍ତାରେ ଭକ୍ତ

ବରଗଡ଼,୨୨।୬(ପ୍ରେମାନନ୍ଦ ଖମାରୀ)-ବରଗଡ଼ ଜିଲାର ବିଭିନ୍ନ ସ୍ଥାନରେ ସୋମବାର ଅପରାହ୍ନରେ ବଜ୍ରପାତ ସହିତ ବର୍ଷା ହୋଇଥିଲା। ତେବେ ଅପରାହ୍ନ ପ୍ରାୟ ୩ଟା ସମୟରେ ହୋଇଥିବା ବଜ୍ରପାତରେ ଜିଲାର ଭଟଲିସ୍ଥିତ…

ଜଙ୍ଗଲରୁ ମିଳିଲା ଯୁବତୀଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର,ଆତ୍ମହତ୍ୟା ନା ହତ୍ୟା ବଢିଲା ସସ୍‌ପେନ୍ସ

ପଟ୍ଟାଙ୍ଗି,୨୨।୬(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ପେଟୁରୁ ପଞ୍ଚାୟତ ଅନ୍ତର୍ଗତ କପାଟିଗୁଡା ଜଙ୍ଗଲରୁ ସନ୍ଦେହଜନକ ଭାବେ ଯୁବତୀଯୁବକଙ୍କ ମୃତଦେହ ସୁଙ୍କି ପୋଲିସ ଉଦ୍ଧାର…

ଟ୍ରାକ୍ଟର ଦୁର୍ଘଟଣାରେ ଡ୍ରାଇଭରଙ୍କ ମୃତ୍ୟୁ : ମୃତ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି

ଲାଞ୍ଜିଗଡ଼,୨୨।୬(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ବିଶ୍ୱନାଥପୁର ଥାନା ଅଞ୍ଚଳରେ ଏକ ମର୍ମନ୍ତୁଦ ଘଟଣା ଘଟିଛି। ନିଜେ ଚଳାଉଥିବା ଟ୍ରାକ୍ଟର ଚକରେ ଚାପିହୋଇ ଡ୍ରାଇଭରଙ୍କ…

ନାବାଳିକାଙ୍କୁ ବ୍ଲାକମେଲ କରି ଦୀର୍ଘଦିନ ଧରି ଶୋଷଣ କରୁଥିଲେ ନାବାଳକ, ଅଭିଯୋଗ ପରେ ନାବାଳକଙ୍କୁ …

ପାରଳାଖେମୁଣ୍ଡି, ୨୨।୬(ଗିରିଧାରୀ ପରିଛା): ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡି ଆଦର୍ଶ ଥାନାରେ ଜଣେ ନାବାଳିକାଙ୍କ ଅଭିଯୋଗକୁ ଆଧାର କରି ପୋକ୍ସୋ ଆଇନ ଅନୁଯାୟୀ ଏକ ମାମଲା ରୁଜୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri