ହୋଟେଲ ଶିଳ୍ପ ଉପରୁ ହ୍ରାସ ହେଉ ଜିଏସ୍‌ଟି

ଭୁବନେଶ୍ୱର, ୮-୯ (ବ୍ୟୁରୋ): ୭,୫୦୦ ଟଙ୍କା କିମ୍ବା ଏହାଠାରୁ ଅଧିକ ମୂଲ୍ୟର ହୋଟେଲ ରୁମ୍‌ ଉପରେ ଏବେ ୨୮% ଜିଏସ୍‌ଟି ଲାଗୁ ହେଉଛି। ଏହା ଫଳରେ ହୋଟେଲ ଶିଳ୍ପ ଉପରେ ଗଭୀର ପ୍ରଭାବ ପଡୁଛି। ବିଶ୍ୱର ଅନ୍ୟ ବଜାରଗୁଡିକ କଥା ତୁଳନା କଲେ ଏହା ଇଣ୍ଡୋନେସିଆରେ ୫%, ଚାଇନା ୬%, ମାଲେସିଆ-ଚାଇନା-ସିଙ୍ଗାପୁର-ସ୍ପେନ ୭%, ଫ୍ରାନ୍ସ ୧୦%, ନେପାଳ-ଶ୍ରୀଲଙ୍କା ୧୩% ଏବଂ ଆମେରିକାରେ ୧୫% ରହିଛି। ଭାରତରେ ଏହି କ୍ଷେତ୍ରରେ ୨୮% ଜିଏସ୍‌ଟି ଲାଗୁ କରିବା ବିଦେଶୀ ପର୍ଯ୍ୟଟକଙ୍କ ଉପରେ ପ୍ରଭାବ ପକାଉଛି। ଏହା ସହ ହୋଟେଲଗୁଡିକର ଫରେନ ଏକ୍ସଚେଞ୍ଜ ଲାଭ ଅଭିବୃଦ୍ଧି ଗଭୀର କ୍ଷତିଗ୍ରସ୍ତ ହେଉଥିବା ହୋଟେଲ ଆଣ୍ଡ ରେଷ୍ଟୁରାଣ୍ଟ ଆସୋସିଏଶନ ଅଫ୍‌ ଓଡିଶାର ଅଧ୍ୟକ୍ଷ ତଥା ଆଇଏଟିଓ ପୂର୍ବାଞ୍ଚଳର ସହ ଅଧ୍ୟକ୍ଷ ଜେ.କେ.ମହାନ୍ତି କହିଛନ୍ତି।
ସେ କହିଛନ୍ତି ଯେ, ଏକ୍ଷେତ୍ରରେ ଜିଏସ୍‌ଟି ହ୍ରାସ ହେଲେ ହୋଟେଲ ଶିଳ୍ପ ତଥା ବିଦେଶୀ ପର୍ଯ୍ୟଟକଙ୍କ ଲାଗି ଏହା ଲାଭକାରୀ ହେବ। ଏହି ବର୍ଗରେ ଜିଏସ୍‌ଟି ୨୮%ରୁ ୮%କୁ ଖସିବାର ଆବଶ୍ୟକତାକୁ ସରକାର ଉପଲବ୍ଧି କରନ୍ତୁ। ସେହିଭଳି ହୋଟେଲ ଶିଳ୍ପକୁ ଭିତ୍ତିଭୂମି ବର୍ଗରେ ନେବା ସହ ଆୟକର ଆଇନର ଧାରା-୮୦ ଆଇନ ମୁତାବକ ବିଭିନ୍ନ ସୁବିଧା ସୁଯୋଗ ପ୍ରଦାନ ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି। ଏହି ପ୍ରସ୍ତାବ ଗୁଡିକ ଉପରେ ମନ୍ତ୍ରଣାଳୟ ବିଚାର ବିମର୍ଷ କରିବ ବୋଲି କେନ୍ଦ୍ର ପର୍ଯ୍ୟଟନ ସଚିବ ସୂଚନା ଦେଇଛନ୍ତି।
ଦେଶର ପ୍ରଥମ ସ୍ମାର୍ଟ ସହର ଭାବେ ଭୁବନେଶ୍ୱରକୁ ଘୋଷଣା କରାଯାଇଥିବାରୁ ଏଠାରେ ଏକ ମେଗା କନଭେନସନ ସେଣ୍ଟର ନ ଥିବାରୁ ବଡ ବଡ କନଫରେନ୍ସ ଏବଂ କନଭେନସନ ହେଉ ନ ଥିବା କାର୍ଯ୍ୟକ୍ରମରେ ମତ ପ୍ରକାଶ ପାଇଛି। କେନ୍ଦ୍ର ସରକାରଙ୍କ ପର୍ଯ୍ୟଟନ ମନ୍ତ୍ରଣାଳୟ ଦ୍ୱାରା ପ୍ରୋତ୍ସାହିତ ବୁଦ୍ଧିଷ୍ଟ ସର୍କିଟକୁ ଠିକ୍‌ ଭାବେ ପ୍ରଦର୍ଶନ କରାଯାଇ ନାହିଁ। ରାଜ୍ୟରେ ଥିବା ବୁଦ୍ଧିଷ୍ଟ ସର୍କିଟର ଭିତ୍ତିଭୂମି ବିକାଶ ହୋଇ ପାରିଲେ ଏହା ସାରା ବିଶ୍ୱରୁ ବୁଦ୍ଧିଷ୍ଟ ତଥା ଅନ୍ୟ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବାକୁ ସକ୍ଷମ ହେବ। ଚିଲିକାରେ ଜଳ କ୍ରୀଡା ତଥା ଅନ୍ୟାନ୍ୟ ଉନ୍ନତିମୂଳକ କାର୍ଯ୍ୟକ୍ରମ ଉପରେ ପର୍ଯ୍ୟଟନ ମନ୍ତ୍ରଣାଳୟ ବିଚାର କରୁଛି। ଏହା ବାଦ ଓଡ଼ିଶା ପର୍ଯ୍ୟଟନର ସୂଚନା ପତ୍ରିକା ସାରା ଦେଶ ତଥା ବିଦେଶ ପର୍ଯ୍ୟଟନ କାର୍ଯ୍ୟାଳୟଗୁଡିକରେ ଉପଲବ୍ଧ କରାଇବା ନେଇ ବୈଠକରେ ମତ ପ୍ରକାଶ ପାଇଛି। ଏହା ହେଲେ ପର୍ଯ୍ୟଟକଙ୍କ ଦୃଷ୍ଟି ଆକର୍ଷଣ କରାଯାଇ ପାରିବ। ଏହାବାଦ ଇନକ୍ରେଡେବଲ ଇଣ୍ଡିଆ କ୍ୟାମ୍ପେନରେ ଓଡିଶା ପର୍ଯ୍ୟଟନର ସମ୍ଭାବନାକୁ ଦର୍ଶାଇବା ଦିଗରେ ଏଠାରେ ଆଲୋଚନା ହୋଇଛି। କାର୍ଯ୍ୟକ୍ରମରେ କେନ୍ଦ୍ର ପର୍ଯ୍ୟଟନ ସଚିବ ଯୋଗେନ୍ଦ୍ର ତ୍ରିପାଠୀ, ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ ତ୍ରୀପାଠି, ରାଜ୍ୟ ପର୍ଯ୍ୟଟନ କ୍ରୀଡା ବିଭାଗ କମିଶନର ତଥା ସଚିବ ବିଶାଲ ଦେବ ଏବଂ ପର୍ଯ୍ୟଟନ ନିର୍ଦ୍ଦେଶକ ନିର୍ମଳ ମିଶ୍ର ପ୍ରମୁଖ ଏଠାରେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ତେଲ ବଜାରରେ ବଡ଼ ହଲଚଲ, ଅଗଷ୍ଟ ୧୫ରେ କମିଲା ପେଟ୍ରୋଲ ଦର? ଜାରି ହେଲା ନୂଆ ଦର…

ନୂଆଦିଲ୍ଲୀ,୧୫।୮: ପେଟ୍ରୋଲ-ଡିଜେଲ ଦରକୁ ନେଇ ଶନିବାର ଏକ ନୂଆ ଅପଡେଟ୍ ଆସିଛି। କେନ୍ଦ୍ର ସରକାର ପେଟ୍ରୋଲ ଏବଂ ଡିଜେଲ ସମେତ ପେଟ୍ରୋଲିୟମ୍ ରପ୍ତାନି ଉପରେ ଲାଗୁଥିବା ‘ୱିଣ୍ଡଫଲ୍…

କାଲିଠୁ ୩ହଜାର ଟଙ୍କାରେ କିଣିବେ ସିଲିଣ୍ଡର! ଆଜି ରାତି ୧୨ଟା ପୂର୍ବରୁ କରନ୍ତୁ ଏହି କାମ; ନହେଲେ…

ଯଦି ଆପଣ ଏପର୍ଯ୍ୟନ୍ତ ନିଜର ଏଲ୍‌ପିଜି (LPG) କନେକ୍ସନର ଇ-କେୱାଇସି (e-KYC) କରିନାହାନ୍ତି, ତେବେ ୧୬ ଅଗଷ୍ଟ ୨୦୨୬ ପୂର୍ବରୁ ଏହି କାମ ନିଶ୍ଚୟ ଶେଷ କରିନିଅନ୍ତୁ।…

EPFO New Rules: ପେନସନ ଟଙ୍କା ଉଠାଣରେ ବଡ଼ ପରିବର୍ତ୍ତନ, ଏଣିକି ଅପେକ୍ଷା କରିବାକୁ ପଡ଼ିବ ଏତେ ଦିନ

ନୂଆଦିଲ୍ଲୀ, ୧୪।୮: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (EPFO) ପକ୍ଷରୁ PF ଓ ପେନସନ ଉଠାଣ ନିୟମରେ ବଡ଼ ପରିବର୍ତ୍ତନ କରାଯାଇଛି। ଏହାର ସିଧାସଳଖ ପ୍ରଭାବ ବେତନଭୋଗୀ…

ଟାଟା ଗ୍ରୁପ୍‌ର ପ୍ରକୃତ ମାଲିକ କିଏ? କେଉଁଠାକୁ ଯାଏ ଏତେ ବଡ଼ କମ୍ପାନୀର ଆୟ…ଜାଣିଲେ ହେବେ ତାଜୁବ

ନୂଆଦିଲ୍ଲୀ,୧୩।୮: ଭାରତର ସର୍ବବୃହତ୍ ଏବଂ ସବୁଠାରୁ ଭରସାଯୋଗ୍ୟ ବ୍ୟବସାୟିକ ଗ୍ରୁପ୍‌ଗୁଡ଼ିକ ମଧ୍ୟରେ ‘ଟାଟା ଗ୍ରୁପ୍’ (Tata Group) ଅନ୍ୟତମ। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri