ହୋଇପାରିଲାନି ଫାର୍ମଗେଟ୍‌ ବସ୍ତି ଉଚ୍ଛେଦ

ଭୁବନେଶ୍ୱର,୨୦।୧(ବ୍ୟୁରୋ): ହୋଇପାରିଲାନି ଫାର୍ମଗେଟ୍‌ ବସ୍ତି ଉଚ୍ଛେଦ। ରବିବାର ବସ୍ତି ଉଚ୍ଛେଦ ପାଇଁ ଯାଇଥିବାବେଳେ ବସ୍ତିବାସିନ୍ଦାମାନେ ପୋଲିସ ଓ ଏନ୍‌ଫୋର୍ସମେଣ୍ଟ୍‌ ଟିମ୍‌କୁ ବିରୋଧ କରିବାରୁ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ବିଡିଏ ଓ ବିଏମ୍‌ସିର ବରିଷ୍ଠ ଅଧିକାରୀଙ୍କ ବୁଝାଶୁଝା ସତ୍ତ୍ୱେ ବସ୍ତିବାସିନ୍ଦା ନିଜ ଜିଦ୍‌ରେ ଅଡ଼ି ବସିବାରୁ ଉଚ୍ଛେଦ କାର୍ଯ୍ୟ ହୋଇପାରି ନ ଥିଲା। ଜେସିବି ମଧ୍ୟ ଆଗକୁ ଗଡ଼ିପାରି ନ ଥିଲା। ବାଧ୍ୟହୋଇ ଉଚ୍ଛେଦକୁ ସ୍ଥଗିତ ରଖାଯାଇଛି। ସୋମବାର ଦିନ ଅଧିକ ସଂଖ୍ୟକ ଫୋର୍ସ ସହ ପୁଣି ଫାର୍ମଗେଟ୍‌ ବସ୍ତିକୁ ଉଚ୍ଛେଦ କରାଯିବ ବୋଲି ବିଡିଏରୁ ଜଣାପଡ଼ିଛି।
ଅନ୍ୟପଟେ ପ୍ରଶାସନ ମିଛକଥା କହି ଉଚ୍ଛେଦ କରୁଥିବାର ବସ୍ତିବାସିନ୍ଦା ଅଭିଯୋଗ କରିଛନ୍ତି। ପଣ୍ଡାପାର୍କ ବସ୍ତିକୁ ସ୍ଥାନାନ୍ତରିତ ହେବା ପୂର୍ବରୁ ସେମାନଙ୍କୁ କେଉଁଠି ଥଇଥାନ କରାଯିବ ସେହିସ୍ଥାନ ଦେଖାନ୍ତୁ ବୋଲି ସେମାନେ ଦାବି ବାଢ଼ିଛନ୍ତି। ଏପଟେ ପିଲାଙ୍କ ପରୀକ୍ଷା ସାଙ୍ଗକୁ ଉଚ୍ଛେଦ ଚିନ୍ତା ଦୈନନ୍ଦିନ ଜୀବନକୁ କଲବଲ କରୁଛି। ତେଣୁ ମରିବୁ ପଛେ ବସ୍ତି ଛାଡ଼ିବୁ ନାହିଁ ବୋଲି ବସ୍ତିବାସିନ୍ଦା ଚେତାବନୀ ଦେଇଛନ୍ତି।
ସବୁଠାରୁ ବଡ଼ କଥା ହେଲା, ଯେଉଁମାନଙ୍କର ସରକାରୀ ଆବାସ ଯୋଜନାରେ ଘର ମିଳିଛି ସେମାନଙ୍କ ବସ୍ତି ଉଚ୍ଛେଦ କରାଗଲେ ଟ୍ରାଞ୍ଜିଟ୍‌ ହାଉସ୍‌ କିମ୍ବା ପଣ୍ଡା କୁଦିଆ ବସ୍ତିରେ ଥଇଥାନ କରାଯାଉଛି। ମାତ୍ର ବହୁ ସମସ୍ୟା ଭିତରେ ଲୋକମାନେ ସେଠାରେରହୁଛନ୍ତି। ତେଣୁ ସେଠାକୁ ଯିବାକୁ ରାଜି ହେଉନାହାନ୍ତି ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ, ଖଣ୍ଡଗିରି ଥାନା ସିରିପୁର ଫାର୍ମଗେଟ୍‌ ନିକଟ ସରକାରୀ ଜମିରେ ୧୨୦ରୁ ଊର୍ଦ୍ଧ୍ୱ ପରିବାର ରହିଆସୁଛନ୍ତି। ସେଠାରୁ ବସ୍ତିକୁ ଉଠାଇବା ପାଇଁ ଦୀର୍ଘ ଦିନ ଧରି ଉଦ୍ୟମ ହେଉଛି। ପୂର୍ବରୁ ଅନେକ ଥର ବସ୍ତି ଉଚ୍ଛେଦ କରିବାକୁ ଯାଇ ବସ୍ତିିବାସିନ୍ଦାଙ୍କ ଆକ୍ରୋଶର ଶିକାର ହୋଇ ଉଚ୍ଛେଦକାରୀ ଟିମ୍‌ ଫେରିଛି। ରବିବାର ୩ ପ୍ଲାଟୁନ ପୋଲିସ ଫୋର୍ସ୍‌ ସହ ବିଡିଏ ଓ ବିଏମ୍‌ସିର ଏନ୍‌ଫୋର୍ସମେଣ୍ଟ ଟିମ୍‌ ଉଚ୍ଛେଦ ପାଇଁ ସେଠାରେ ପଞ୍ଚତ୍ବା ପରେ ତୀବ୍ର ବିରୋଧ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦିଲ୍ଲୀର ‘ମାଠିଆ ମଣିଷ’ ନଟରାଜନ- ଏଭଳି ସମ୍ବୋଧନ ଅଜବ ଲାଗୁଥିଲେ ବି ଏହା ପଛରେ ରହିଛି ଏକ ବାସ୍ତବ କାହାଣୀ। ନଟରାଜନ ଦିଲ୍ଲୀର ଲୋକଙ୍କୁ ଥଣ୍ଡା ମାଠିଆ…

ପୁଞ୍ଜି ବଜାରରେ ଅବିଶ୍ୱାସ

ଞ୍ଜି ବଜାର ଏକ ଦେଶର ଅର୍ଥନୀତିର ଦର୍ପଣ ସଦୃଶ। ଏହା କେବଳ ଶେୟାର ଓ ଅନ୍ୟାନ୍ୟ ଆର୍ଥିକ ସମ୍ପତ୍ତିର କାରବାର ସ୍ଥଳ ନୁହେଁ, ବରଂ ଏହା ସଞ୍ଚୟ…

ସତ୍ୟର ପ୍ରୟୋଗ ବନାମ କାଳର ପ୍ରଭାବ

ବଡ଼ ବଡ଼ ମାଛ ଛୋଟ ଛୋଟ ମାଛକୁ ଖାଇ ସଫା କରିଦେଲା ପରି ବଡ଼ ବଡ଼ ଖବର ଦାଉରେ ଆଜିକାଲି ଛୋଟ ଛୋଟ ଖବର ଆଖିରେ ପଡ଼ୁନାହାନ୍ତି।…

ଇସ୍ତଫା ଦେବେ ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ

ଲଣ୍ଡନ,୨୨ା୬: ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ପଦରୁ କିର୍‌ ଷ୍ଟାର୍ମର ଇସ୍ତଫା ଦେବାକୁ ଯାଉଥିବା ରବିବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ କହିଛନ୍ତି। ଆଣ୍ଡି ବର୍ନହାମ୍‌ଙ୍କୁ ନୂଆ ପ୍ରଧାନମନ୍ତ୍ରୀ ଭାବେ…

ସ୍ବିଜରଲ୍ୟାଣ୍ଡରେ ଆମେରିକା-ଇରାନ ପ୍ରଥମ ପର୍ଯ୍ୟାୟ ଆଲୋଚନା ଶେଷ, ଉଚ୍ଚସ୍ତରୀୟ କମିଟି ଉପରେ ସହମତ, ଜାଣନ୍ତୁ କ’ଣ କହିଲେ ଆରାଘଚି

ବେର୍ନ,୨୨।୬: ସ୍ବିଜରଲ୍ୟାଣ୍ଡରେ ଆମେରିକା ଏବଂ ଇରାନ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ଆଲୋଚନା ଶେଷ ହୋଇଛି। ଏହି ଆଲୋଚନାର ଅଂଶ ସ୍ବରୂପ ଉଭୟ ପକ୍ଷ ଏକ ଉଚ୍ଚସ୍ତରୀୟ କମିଟି…

ଜାଣନ୍ତି କି କାହିଁକି ଖରାପ ହୁଏ କିଡ୍‌ନୀ?

କିଡ୍‌ନୀ ଏପରି ଏକ ଅଙ୍ଗ ଯାହାର କାର୍ଯ୍ୟ ଅକ୍ଷମତା ଅନେକ ଡେରିରେ ଧରାପଡ଼େ। ଅଙ୍ଗଟି ପ୍ରାୟ ୮୦-୯୦ ଶତାଂଶ ଅକ୍ଷମ ନ ହୋଇପଡ଼ିବାର ପୂର୍ବ ପର୍ଯ୍ୟନ୍ତ ରୋଗୀକୁ…

ହେବ ଭାରତ ପାକିସ୍ତାନ ଯୁଦ୍ଧ! ବିଲାୱଲ ଭୁଟ୍ଟୋଙ୍କ ପରେ, ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ ଭାରତକୁ ଦେଲେ ଧମକ

ଇସଲାମାବାଦ,୨୨।୬: ଭାରତ ମିଳିତ ଜାତିସଂଘରେ ସିନ୍ଧୁ ଜଳ ଚୁକ୍ତିନାମା ସମ୍ପର୍କରେ ଦୀର୍ଘଦିନର ମତକୁ ପୁନରାବୃତ୍ତି କରିବା ପରେ ପାକିସ୍ତାନ କ୍ରୋଧିତ ହୋଇଛି। ପ୍ରାରମ୍ଭରେ, ପାକିସ୍ତାନ ପିପୁଲ୍ସ ପାର୍ଟି…

ରାଜ୍ୟରେ ପାଗ ପରିବର୍ତ୍ତନ: ଟ୍ବିନ୍‌ସିଟିରେ ଜାରି ରହିଛି ବର୍ଷା

ଭୁବନେଶ୍ୱର,୨୨ା୬: ସାରା ରାଜ୍ୟରେ ପାଗରେ ପରିବର୍ତ୍ତନ ଘଟିଛି। ଟ୍ବିନ୍‌ସିଟିରେ ରବିବାର ରାତିରୁ କିଛି ସ୍ଥାନରେ ଝିପିଝିପି ବର୍ଷା ଲାଗି ରହିଥିବାବେଳେ ଆଜି ସକାଳୁ ମଧ୍ୟ ବର୍ଷା ଜାରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri