Posted inଜାତୀୟ

ହେଲ୍‌ମେଟ୍‌ ନ ପିନ୍ଧିଥିବା ବାଇକ୍‌ ଚାଳକଙ୍କୁ ଚକୋଲେଟ୍‌ ଦେଲା ଟ୍ରାଫିକ୍‌ ପୋଲିସ

ଇମ୍ଫାଲ,୧।୯: ସେପ୍ଟେମ୍ବର ୧ରୁ ସାରା ଦେଶରେ ଟ୍ରାଫିକ୍‌ ନିୟମ କଡ଼ାକଡ଼ି କରାଯାଇଛି। ଏହି ନିୟମ ଉଲ୍ଲଂଘନ କଲେ ଜରିମାନା ସହ ଜେଲ୍‌ଦଣ୍ଡର ବ୍ୟବସ୍ଥା କରାଯାଇଛି। ପୂର୍ବରୁ ଶହେ ଟଙ୍କା ଜରିମାନାକୁ ଏବେ ହଜାର ଟଙ୍କା କରାଯାଇଛି। ଏହାପରେ ବି ଲୋକଙ୍କର ଏଥିପ୍ରତି ଖାତିର ନାହିଁ। କାରଣ ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ମଣିପୁରରେ। ଏଠାରେ କଡ଼ାକଡ଼ି ଟ୍ରାଫିକ୍‌ ନିୟମ ପାଳନର ପ୍ରଥମ ଦିନରେ କେତେଜଣ ବାଇକ୍‌ ଆରୋହୀ ହେଲ୍‌ମେଟ୍‌ ପିନ୍ଧି ନ ଥିବା ଦେଖିବାକୁ ମିଳିଥିଲା। ଏହି ନିୟମ ଉଲ୍ଲଂଘନକାରୀଙ୍କୁ ଦେଖି ଟ୍ରାଫିକ୍‌ ପୋଲିସ ତାଙ୍କୁ ଅଟକାଇ ଥିଲା ସତ। ହେଲେ ସେମାନଙ୍କୁ ଦଣ୍ଡ ନ ଦେଇ ବରଂ ମିଠା ଓ ଚକୋଲେଟ୍‌ ଖାଇବାକୁ ଦେଇଥିଲା। ଏହାର ଉଦ୍ଦେଶ୍ୟ ଥିଲା ହୁଏତ ଏମିତି ଅପମାନ ଦେଲେ ନିୟମ ଭାଙ୍ଗୁଥିବା ଲୋକେ ସୁଧୁରିଯିବେ। ସୂଚନାଯୋଗ୍ୟ, ଏବେ ହେଲ୍‌ମେଟ୍‌ ନ ପିନ୍ଧିଲେ, ସିଟ୍‌ ବେଲ୍ଟ ନ ବାନ୍ଧିଲେ, ଆମ୍ବୁଲାନ୍ସକୁ ରାସ୍ତା ନ ଛାଡିଲେ ଅବା ଡ୍ରାଇଭିଂ ସମୟରେ ମୋବାଇଲରେ କଥା ହେଲେ ଅର୍ଥଦଣ୍ଡ ସହ ଜେଲ୍‌ଦଣ୍ଡ ମଧ୍ୟ ଭୋଗିବାକୁ ପଡିବ।


Enter your email to get our daily news in your inbox.

All Right Reserved By Dharitri.Com

ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ଘୋଷଣା, ଜେନେରିକ୍ ଔଷଧ ଉପରେ ଲାଗିବ ଏତିକି % ଶୁଳ୍କ

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଜେନେରିକ୍ ଔଷଧ ଆମଦାନୀ ସମ୍ପର୍କରେ ଏକ ବଡ଼ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ ଆଗାମୀ ଦୁଇ ବର୍ଷ ପାଇଁ…

୮ମ ଶ୍ରେଣୀ ଛାତ୍ରଙ୍କ ବେକରେ ଗୁଡାଇ ହୋଇଗଲା ଦୋଳି; ଅଚେତ ହୋଇ ତଳେ ପଡିଗଲେ ଛାତ୍ର, ତାପରେ…

ଦିଗପହଣ୍ଡି,୨୨ା୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଲରା ପଦର ପଞ୍ଚାୟତ ଭୁଡୁକି ଗ୍ରାମରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଘଟିଛି । ୮ମ…

ଦିଲ୍ଲୀ ପୋଲିସ ନାଁରେ ଗୁରୁତର ଅଭିଯୋଗ, ଝିଅମାନଙ୍କୁ ପ୍ରବଳ ମାଡ଼….

ନୂଆଦିଲ୍ଲୀ,୨୨।୭: ଦିଲ୍ଲୀ ପୋଲିସ ନାଁରେ ଜାତୀୟ ମାନବାଧିକାର କମିଶନରେ ଅଭିଯୋଗ ଦାଖଲ ହୋଇଛି । ୨୦ ଜୁଲାଇରେ ଜନ୍ତର ମନ୍ତରରେ ବିକ୍ଷୋଭ କରୁଥିବା ଛାତ୍ରମାନଙ୍କ ବିରୁଦ୍ଧରେ ଦିଲ୍ଲୀ…

ବାହୁଡ଼ା ଯାତ୍ରା ନେଇ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, ଭିଡ଼ ପରିଚାଳନା ନେଇ…

ଭୁବନେଶ୍ୱର,୨୨ା୭: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର ଲୋକସେବା ଭବନରେ ଆସନ୍ତା ୨୪ ତାରିଖରେ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରି ଭିଡ଼ ପରିଚାଳନା…

ହସ୍ପିଟାଲରୁ ସରକାରଙ୍କୁ ଚିଠି ଲେଖିଲେ ସୋନମ ୱାଙ୍ଗଚୁକ୍, ଅନଶନ ସମାପ୍ତ କରିବାକୁ ରଖିଲେ ଏହି ସର୍ତ୍ତ

ନୂଆଦିଲ୍ଲୀ,୨୨।୭: ହସ୍ପିଟାଲରୁ ସରକାରଙ୍କୁ ଚିଠି ଲେଖିଛନ୍ତି ସୋନମ ୱାଙ୍ଗଚୁକ୍ । ଅନଶନ ସମାପ୍ତ କରିବା ପାଇଁ କେତେକ ଦାବି ଉପସ୍ଥାପନ କରିଛନ୍ତି । ଆତ୍ମହତ୍ୟା ଦ୍ୱାରା ମୃତ୍ୟୁବରଣ…

ନକଲି ଅଦାଲତ ଆଦେଶ ଦେଖାଇ ୫୦ ହଜାର ଟଙ୍କା ଠକେଇ, ଏପରି ଧରିଲା ପୋଲିସ

ଅତାବିରା,୨୨।୭(ଯୁଧିଷ୍ଠିର ମହାପାତ୍ର): ନିଜକୁ ଆଇନଜୀବୀ ପରିଚୟ ଦେଇ ଠକେଇ ଅଭିଯୋଗରେ ଜଣେ ଗିରଫ । ନକଲି ଅଦାଲତ ଆଦେଶ ପ୍ରସ୍ତୁତ କରି ଜଣେ ମହିଳାଙ୍କ ପରିବାରଠାରୁ ୫୦…

ରାଜନୀତିରେ ହଲଚଲ୍! ସରକାରଙ୍କ ଆଗରେ ୩ ଦାବି ରଖିଲେ ରାହୁଲ, ଜାଣିଲେ….

ନୂଆଦିଲ୍ଲୀ,୨୨।୭: କଂଗ୍ରେସ ନେତା ରାହୁଲ ଗାନ୍ଧୀ ପେପର ଲିକ୍ ଏବଂ ଛାତ୍ରମାନଙ୍କ ଉପରେ ଲାଠିଚାର୍ଜ ସମ୍ପର୍କରେ ଦିଲ୍ଲୀର ଇନ୍ଦିରା ଭବନରେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ଏହି…

‘ମୋତେ ଘୋଷାଡି ନେଉଥିବା ପୋଲିସ କହିଲା, ଏ ସରକାରକୁ ହଟାନ୍ତୁ’, ରାହୁଲଙ୍କ ବିସ୍ଫୋରକ ବୟାନ

ନୂଆଦିଲ୍ଲୀ,୨୨।୭: ଲୋକ ସଭାର ବିରୋଧୀ ଦଳ ନେତା , କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ନିଟ୍ (NEET) ପରୀକ୍ଷାରେ ପେପର୍ ଲିକ୍, ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ଏବଂ ଶିକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri