ହିମାଚଳରେ ବଢ଼ିଲା ଲକ୍‌ଡାଉନ୍‌ ଅବଧି

ଶିମଲା,୨୬ା୫: ହିମାଚଳ ପ୍ରଦେଶରେ କରୋନା ଭୂତାଣୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ୨୧୪ରେ ପହଞ୍ଚିଥିବା ବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ଲକ୍‌ଡାଉନ୍‌ ଅବଧିକୁ ୫ ସପ୍ତାହ ଲାଗି ବୃଦ୍ଧି କରାଯାଇଛି। ଜୟରାମ ଠାକୁରଙ୍କ ନେତୃତ୍ୱାଧୀନ ଭାଜପା ସରକାର ହମିରପୁର ଏବଂ ସୋଲାନ୍‌ ଜିଲାରେ ଜୁନ ୩୦ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଅବଧି ବଢ଼ାଇଥିବା ବେଳେ ଆବଶ୍ୟକ ପଡ଼ିଲେ ଜିଲା ପ୍ରଶାସନର ପ୍ରସ୍ତାବ କ୍ରମେ ସମସ୍ତ ଜିଲାରେ ଏହାକୁ ଲାଗୁ କରାଯାଇପାରିବ ବୋଲି ସରକାର କହିଛନ୍ତି। ପାହାଡ଼ପର୍ବତ ଘେରା ଏହି ରାଜ୍ୟରେ ଅଦ୍ୟାବଧି ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬୩ ଭୂତାଣୁ ଆକ୍ରାନ୍ତ ସୁସ୍ଥହୋଇ ଘରକୁ ଫେରିଥିବା ଜଣାପଡ଼ିଛି। କେବଳ ହମିରପୁରରେ ୬୩ ଓ ସୋଲାନ୍‌ରେ ୨୧ କରୋନା ରୋଗୀ ଅଛନ୍ତି। ଦେଶରେ ଜାରି ହୋଇଥିବା ଚତୁର୍ଥ ପର୍ଯ୍ୟାୟ ଲକ୍‌ଡାଉନ୍‌ ମେ ୩୧ରେ ଶେଷ ହେଉଥିବା ବେଳେ ବିଭିନ୍ନ ସ୍ଥାନରେ କଟକଣାକୁ କୋହଳ କରାଯିବା ସହ ଗାଡ଼ି ଓ ବିମାନ ଚଳାଚଳ ଉପରେ ଗୁରୁତ୍ୱ ଦିଆଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବିବାଦ ପରେ କଂଗ୍ରେସ ବିଦେଶ ମୁଖ୍ୟ ପଦରୁ ଇସ୍ତଫା ଦେଲେ ସାମ୍ ପିଟ୍ରୋଡା

ନୂଆଦିଲ୍ଲୀ,୮ା୫: କଂଗ୍ରେସ ନେତା ସାମ୍ ପିଟ୍ରୋଡା ଭାରତୀୟ କଂଗ୍ରେସର ବିଦେଶ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି। ଦଳ ମଧ୍ୟ ତାଙ୍କର ଏହି ଇସ୍ତଫା ଗ୍ରହଣ କରିଛି।ଏହି...

ସଲମାନଙ୍କ ଘର ଉପରକୁ ଗୁଳିମାଡ଼ ଘଟଣା: ଆତ୍ମହତ୍ୟା କରିଥିବା ଅଭିଯୁକ୍ତଙ୍କର ପୁଣିଥରେ ହେବ ପୋଷ୍ଟମର୍ଟମ

ମୁମ୍ବାଇ,୮ା୫: ଅଭିନେତା ସଲମାନ ଖାନଙ୍କ ଘର ଉପରକୁ ଗୁଳିମାଡ଼ ଘଟଣାରେ ମୁମ୍ବାଇ ପୋଲିସର ହେପାଜତରେ ଆତ୍ମହତ୍ୟା କରିଥିବା ଅଭିଯୁକ୍ତ ଅନୁଜ ଥାପାନଙ୍କ ପୋଷ୍ଟମର୍ଟମ ପୁଣି ଥରେ...

କଳାହାଣ୍ଡିରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଦେଲେ ଏସବୁ ପ୍ରତିଶ୍ରୁତି…

ଭବାନୀପାଟଣା,୮ା୫(ଉତ୍ତମ କୁମାର ଦାଶ): କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ବୁଧବାର କଳାହାଣ୍ଡିକୁ ଦିନିକିଆ ଗସ୍ତରେ ଆସିଥିଲେ। ଅପରାହ୍ନ ୧ଟା ୧୫ରେ ଭବାନୀପାଟଣା ସହରସ୍ଥିତ ରିଜର୍ଭ ପଡ଼ିଆରେ ହେଲିକପ୍ଟରରୁ...

ଭାରତରେ ୮% ହ୍ରାସ ପାଇଛି ହିନ୍ଦୁମାନଙ୍କ ଜନସଂଖ୍ୟା, ଏଇ ସମ୍ପ୍ରଦାୟର ହୋଇଛି ବୃଦ୍ଧି: ପ୍ରଧାନମନ୍ତ୍ରୀଙ୍କ ପ୍ୟାନେଲ୍ ରିପୋର୍ଟ

ନୂଆଦିଲ୍ଲୀ,୮।୫: ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦ ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡିଛି ଯେ ୧୯୫୦ ରୁ ୨୦୧୫ ମଧ୍ୟରେ ଭାରତରେ (ହିନ୍ଦୁ) ଅଧିକାଂଶ ଧର୍ମର...

କେଜ୍‌ରିଓ୍ବାଲ ଜେଲ୍‌ରେ ରହିବେ ନା ଘରକୁ ଯିବେ ଆସନ୍ତାକାଲି ଆସିବ ବଡ଼ ରାୟ

ନୂଆଦିଲ୍ଲୀ,୮ା୫: ଲୋକ ସଭା ନିର୍ବାଚନରେ ପ୍ରଚାର କରିବା ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରଓ୍ବାଲଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ ଉପରେ ସୁପ୍ରିମକୋର୍ଟ ଆସନ୍ତାକାଲି ଅର୍ଥାତ୍‌ ଶୁକ୍ରବାର...

ବିଶ୍ୱ ବଜାରରୁ କୋଭିସିଲ୍ଡ ଟିକା ପ୍ରତ୍ୟାହୃତ କରିବ ଆଷ୍ଟ୍ରାଜେନେକା, ପାର୍ଶ୍ୱପ୍ରତିକ୍ରିୟା ନେଇ ଖୁଲାସା ପରେ…

ନୂଆଦିଲ୍ଲୀ,୮।୫: ବ୍ରିଟିଶ ଫାର୍ମା କମ୍ପାନୀ ଆଷ୍ଟ୍ରାଜେନେକା ବିଶ୍ୱ ବଜାରରୁ ଏହାର କୋଭିଡ-୧୯ ଟିକାର ବିକ୍ରି ଉପରେ ରୋକୋ ଲଗାଇବାକୁ ନିଷ୍ପତ୍ତି ନେଇଛି। ଏଥିରେ ଭାରତରେ ପ୍ରସ୍ତୁତ...

ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟରେ ଇଡି ଚଢ଼ାଉ

ନୂଆଦିଲ୍ଲୀ,୮ା୫: ଝାଡ଼ଖଣ୍ଡର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟରେ ଇଡି ରେଡ୍‌ କରିଛି। ଗିରଫ ଅଭିଯୁକ୍ତ ସଞ୍ଜୀବ ଲାଲଙ୍କ ସହ ଇଡି ପ୍ରୋଜେକ୍ଟ ଭବନରେ ବୁଧବାର ପହଞ୍ଚିଛି। ଗ୍ରାମ୍ୟ...

ମୋଦିଙ୍କ ଆଦାନୀ-ଅମ୍ବାନୀ ବୟାନକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା, କଂଗ୍ରେସ କହିଲା…

ନୂଆଦିଲ୍ଲୀ,୮।୫: ଲୋକ ସଭା ନିର୍ବାଚନ ପାଇଁ ସବୁ ଦଳ ଜୋରଦାର ପ୍ରଚାର କରୁଛନ୍ତି। ଏହାରି ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ତେଲଙ୍ଗାନା ଗସ୍ତରେ ଥିବାବେଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri