ହାଜର ହେଲେନି ଚନ୍ଦା କୋଚ୍ଚର

ନୂଆଦିଲ୍ଲୀ,୧୧-୬: ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତନ ସିଇଓ ଚନ୍ଦା କୋଚ୍ଚର ସୋମବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ସମ୍ମୁଖରେ ହାଜର ହୋଇନାହାନ୍ତି। ସ୍ବାସ୍ଥ୍ୟଗତ କାରଣ ଦଶର୍ର୍ାଇ ସେ ଆସିନାହାନ୍ତି ବୋଲି ଇଡିର ଜଣେ ବରିଷ୍ଠ ଅଧିକାରୀ ପ୍ରକାଶ କରିଛନ୍ତି। ଚଳିତ ସପ୍ତାହରେ ତାଙ୍କୁ ହାଜର ହେବା ଲାଗି ପୁନର୍ବାର କୁହାଯିବ ଏବଂ ସମନ ଜାରି କରାଯିବ ବୋଲି ସେ କହିଛନ୍ତି। ଭିଡିଓକନ ଗ୍ରୁପ୍‌କୁ ଋଣ ପ୍ରଦାନ ମାମଲାରେ କୋଚ୍ଚରଙ୍କ ବିରୋଧରେ ଇଡି ପକ୍ଷରୁ ଏକ ମନିଲଣ୍ଡରିଂ ମାମଲା ଦାଏର କରାଯାଇଛି। ଗତ ସପ୍ତାହରେ ମଧ୍ୟ ଚନ୍ଦା ସ୍ବାସ୍ଥ୍ୟ ଖରାପ ଥିବା ଦର୍ଶାଇ ହାଜର ହେବା ଲାଗି ସମୟ ମାଗିଥିଲେ। ଆଇସିଆଇସିଆଇ ବ୍ୟାଙ୍କର ଆହୁରି କିଛି ଅଧିକାରୀଙ୍କୁ ଜେରା କରିବାକୁ ଇଡି ବିଚାର କରୁଛି ବୋଲି ଉକ୍ତ ଅଧିକାରୀ କହିଛନ୍ତି। ଏହାଛଡ଼ା କୋଚ୍ଚର ଦମ୍ପତିଙ୍କ ମୋଟ ସମ୍ପତ୍ତିର ପରିମାଣକୁ ଇଡି ଆକଳନ କରିବା ଆରମ୍ଭ କରିଛି। ଏହାକୁ ପିଏମ୍‌ଏଲ୍‌ଏ ଅଧୀନରେ ଅସ୍ଥାୟୀ ରୂପେ ଜବତ କରାଯାଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଆଗକୁ ପେଟ୍ରୋଲରେ ମିଶିବ କି ୨୦% ରୁ ଅଧିକ ଇଥାନଲ୍? ସଂସଦରେ ସ୍ପଷ୍ଟ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୨୧।୭: ପେଟ୍ରୋଲରେ ଇଥାନଲ ମିଶ୍ରଣ ବା ଇ-୨୦ ପେଟ୍ରୋଲକୁ ନେଇ ଚର୍ଚ୍ଚା ଆଲୋଚନା ଲାଗି ରହିଛି । ଏହାଦ୍ୱାରା ଗାଡି଼ର ଇଞ୍ଜିନ ଖରାପ ହେଉଥିବା ନେଇ କହୁଛନ୍ତି…

ଏଣିକି ବିନା ଇଣ୍ଟରନେଟ୍‌ରେ ହେବ UPI ପେମେଣ୍ଟ! ଦ୍ରୁତ ଗତିରେ ଚାଲିଛି…

ନୂଆଦିଲ୍ଲୀ,୨୧।୭: UPI ଭାରତରେ ଡିଜିଟାଲ ପେମେଣ୍ଟର ଦୃଶ୍ୟପଟକୁ ସମ୍ପୂର୍ଣ୍ଣ ପରିବର୍ତ୍ତନ କରିଛି। ଏବେ ଇଣ୍ଟରନେଟ ସଂଯୋଗ ବିନା ମଧ୍ୟ UPI ପେମେଣ୍ଟ କରିବାର ଏକ ଉପାୟ ଖୋଲିବାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri