Posted inଜାତୀୟ

ହାଇଟେକ୍‌ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛି ଭାରତୀୟ ସେନା: ୨୦୨୦ ସୁଦ୍ଧା ୧୩ ଇଣ୍ଟିଗ୍ରେଟେଡ୍‌ ବାଟେଲ ଗ୍ରୁପ୍‌ ହେବେ ମୁତୟନ

ନୂଆଦିଲ୍ଲୀ,୧୬।୧୨: ଭାରତୀୟ ସେନା ହାଇଟେକ୍‌ ଯୁଦ୍ଧ ପାଇଁ ନିଜକୁ ପ୍ରସ୍ତୁତ କରୁଛି। ଏହାକୁ ଦୃଷ୍ଟିରେ ରଖି ସେନା ପକ୍ଷରୁ ରଣନୀତିରେ କେତେକ ପରିବର୍ତ୍ତନ କରାଯାଉଛି। ଏହା ଅନ୍ତର୍ଗତ ୨୦୨୦ ସୁଦ୍ଧା ୧୩ ଇଣ୍ଟିଗ୍ରେଟେଡ୍‌ ବାଟେଲ ଗ୍ରୁପ୍‌ଙ୍କୁ ମୁତୟନ କରାଯିବ। ସେଥିମଧ୍ୟରୁ ୪ ଗ୍ରୁପ୍‌କୁ ଭାରତ-ପାକିସ୍ତାନ ସୀମାରେ ମୁତୟନ କରାଯିବ। ଅବଶିଷ୍ଟ ୯ ଗ୍ରୁପ୍‌କୁ ଭାରତ- ଚାଇନା ସୀମାରେ ମୁତୟନ କରାଯିବାର ଯୋଜନା ରହିଛି। ଏହାଦ୍ୱାରା ଯୁଦ୍ଧ କମ୍‌ ସମୟ ପାଇଁ ଶୀଘ୍ର ଲକ୍ଷ୍ୟପ୍ରାପ୍ତି ଲାଗି ଲଢ଼ାଯିବ। କାରଣ ଅନ୍ତର୍ଜାତୀୟ ଚାପ ଯୋଗୁ ଭବିଷ୍ୟତରେ ଯୁଦ୍ଧ ଅଧିକ ଦିନ ଧରି ଚାଲିପାରିବ ନାହିଁ। ତେଣୁ ଭାରତୀୟ ସେନା ହାଇଟେକ୍‌ ଯୁଦ୍ଧ ଶୈଳୀକୁ ଆପଣେଇବାର ଅଭ୍ୟାସ କରୁଛି। ଏହା  ସେନା ମୁଖ୍ୟ ବିପିନ୍‌ ରାଓ୍ବତଙ୍କ ଯୋଜନାର ଅଂଶ ବିଶେଷ। ସମ୍ପ୍ରତି ଭାରତୀୟ ସେନାକୁ କୋର୍‌, ଡିଭିଜନ ଏବଂ ବ୍ରିଗେଡ୍‌ରେ ବିଭକ୍ତ କରାଯାଇଛି। ବ୍ରିଗେଡ୍‌ରେ ୩ ବାଟାଲିୟନ୍‌ ଥିବାବେଳେ ଡିଭିଜନ୍‌ରେ ୩ ବ୍ରିଗେଡ୍‌ ଏବଂ କୋର୍‌ରେ ୩ ଡିଭିଜନ ରହିଛି। ଯୁଦ୍ଧ ସମୟରେ ଶତ୍ରୁର ନିକଟତର ହେବା ପାଇଁ କୋର୍‌ର ଆବଶ୍ୟକତା ରହିଥାଏ। ତେବେ ଇଣ୍ଟିଗ୍ରେଟେଡ୍‌ ବାଟେଲ ଗ୍ରୁପ୍‌ ମୁତୟନ ଦ୍ୱାରା ଯୁଦ୍ଧ ରଣନୀତି ସହଜ ହୋଇ ପାରିବ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଚାଷୀ ପଞ୍ଜୀକରଣ କେନ୍ଦ୍ରରେ ଅଧିକାରୀଙ୍କୁ ତାଲା ପକାଇଲେ ଚାଷୀ

ଝାରବନ୍ଧ,୨୨ା୮(ଦେବେନ୍ଦ୍ର ସାହୁ): ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଡଭା ପ୍ୟାକ୍ସ ଅନ୍ତର୍ଗତ ବିଳାସପୁର ଧାନ ପଞ୍ଜୀକରଣ କେନ୍ଦ୍ରରେ ତାଲା ପକାଇ ଦେଇଛନ୍ତି ଚାଷୀ। ଚାଷୀଙ୍କ ଦାବି ଅନୁସାରେ…

୨ ଜଣଙ୍କୁ ଧକ୍କାଦେଲା କାର୍‌, ଗୋଡ଼ାଇ ଗୋଡ଼ାଇ ଧରି ପୋଲିସକୁ ଜିମାଦେଲେ ଲୋକେ

ଦାରିଙ୍ଗବାଡ଼ି,୨୨ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବିଦ୍ୟୁତ୍‌ କାର୍ଯ୍ୟାଳୟ ନିକଟରେ ଘଟିଯାଇଛି ଅଭାବନୀୟ ଘଟଣା। ଜଣେ କାର୍‌ ଚାଳକ ନିଶାସକ୍ତ ଅବସ୍ଥାରେ ୨ ଜଣଙ୍କୁ ଧକ୍କା ଦେବା…

ଲକ୍ଷାଧିକ ଟଙ୍କାର ବ୍ରାଉନସୁଗାର ସହ ଗଞ୍ଜେଇ ଜବତ, କିଙ୍ଗ୍‌ପିନ୍‌ଙ୍କୁ ଗିରଫ କରି ପୋଲିସ…

ବାଲିଗୁଡ଼ା,୨୨ା୮(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ପୋଲିସ ପକ୍ଷରୁ ଚାଲିଛି ନିଶାମୁକ୍ତ ସମଗ୍ର କନ୍ଧମାଳ। ଏହି ପରିପ୍ରେକ୍ଷୀରେ ବାଲିଗୁଡ଼ା ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ବ୍ରାଉନ ସୁଗାର…

ସ୍ବାମୀଙ୍କ ସହ ବାଇକ୍‌ରେ ଯିବାବେଳେ ଓଢ଼ଣୀ ନେଲା ସ୍ତ୍ରୀଙ୍କ ଜୀବନ

ଝରିଗାଁ,୨୨ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ଏକ ଦୁଃଖଦ ଘଟଣା ଘଟିଛି। ବାଇକ୍‌ ଚକାରେ ଓଢ଼ଣୀ ଫସିଯିବା ଯୋଗୁ ତଳେ ପଡ଼ି ଜଣେ ମହିଳାଙ୍କ…

ହାଫିଜ ସୟିଦଙ୍କୁ ସମନ ଜାରି କରିବ NIA

ଜମ୍ମୁ-କଶ୍ମୀର,୨୨।୮: ୨୦୨୫ ପହଲଗାମ ଆକ୍ରମଣ ଘଟଣାରେ ଜାତୀୟ ତଦନ୍ତକାରୀ ସଂସ୍ଥା(NIA) ପକ୍ଷରୁ ପାକିସ୍ତାନୀ ଆତଙ୍କବାଦୀ ହାଫିଜ ସୟିଦଙ୍କୁ ସମନ ଜାରି କରାଯିବ। ବୈଦେଶିକ ମନ୍ତ୍ରଣାଳୟ ଜରିଆରେ ପାକିସ୍ତାନକୁ…

କରିସ୍ମାଙ୍କୁ ପୂଜା କରନ୍ତି କଙ୍ଗନା, ତାଙ୍କ ଫ୍ୟାଶନ ସେନ୍ସକୁ ପ୍ରଶଂସା କରିବା ସହ ଏମିତି କହି…

ମୁମ୍ବାଇ: ଭାଜପା ନେତ୍ରୀ ତଥା ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ କୌଣସି ନା କୌଣସି କାରଣକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ସୋସିଆଲ ମିଡିଆରେ ସବୁବେଳେ…

କାମ କରୁଥିବାବେଳେ ଶ୍ରମିକଙ୍କୁ ଶୁଭିଲା ସାପର ଗର୍ଜନ, ପାଖକୁ ଯାଇ ଦେଖିବା ପରେ…

ଦିଗପହଣ୍ଡି,୨୨ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ଉପକଣ୍ଠ ୧ ନଂ ଓ୍ବାର୍ଡ ଘୋଡ଼ାହାଡ଼ ଡ଼୍ୟାମ ରାସ୍ତାକଡ଼ରେ ନିର୍ମାଣାଧୀନ ମେଡିକାଲ କୋଠା ପରିସରରୁ ପ୍ରାୟ ୭…

ଗଞ୍ଜାମରେ ୯୦ ଦିନ ପାଇଁ ଧାରା ୩୦ ଲାଗୁ, ଜାଣନ୍ତୁ ଏହା କ’ଣ, କାହିଁକି ହୁଏ…

ଗଞ୍ଜାମ,୨୨ା୮(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ପୋଲିସ ଆଇନ ୧୯୬୧ର ଧାରା-୩୦ ଲାଗୁ କରାଯାଇଛି। ୯୦ ଦିନ ପାଇଁ କଟକଣା ଲଗାଇଛି ଗଞ୍ଜାମ ପୋଲିସ। ସଭା, ସମିତି ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri