Posted inଜାତୀୟ

ହରିୟାଣାରେ ମୋଦି, ରାହୁଲ ମୁହଁ।ମୁହିଁ

ଗୋହାନା,୧୯ା୧୦(ପି.ଟି.): କଂଗ୍ରେସର କୁଶାସନ ବେଳେ ଯବାନ ହୁଅନ୍ତୁ କି ଚାଷୀ ଅଥବା କ୍ରୀଡ଼ାବିତ୍‌ ଦେଶରେ କେହି ସୁରକ୍ଷିତ ନ ଥିଲେ। ଏହି ଦଳ ବାଲାକୋଟ ଏୟାର ଷ୍ଟ୍ରାଇକ୍‌ ହେଉ କି ଅନୁଚ୍ଛେଦ ୩୭୦ ଉଚ୍ଛେଦ କୌଣସି ଭଲ କାମକୁ ସମର୍ଥନ କରିନାହିଁ। ପାକିସ୍ତାନ ସହ କଂଗ୍ରେସର ସମ୍ପର୍କ କ’ଣ ବୋଲି ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଶ୍ନ କରିଛନ୍ତି।
୯୦ ଆସନ ବିଶିଷ୍ଟ ହରିୟାଣା ବିଧାନସଭା ନିର୍ବାଚନ ଆସନ୍ତା ୨୧ରେ ହେବ। ପ୍ରଧାନମନ୍ତ୍ରୀ ଏଥିପାଇଁ ପ୍ରଚାରରେ ଯାଇ କଂଗ୍ରେସ ଉପରେ ବର୍ଷିଛନ୍ତି। ସୋନେପଥ ଜିଲା ଗୋହନାରେ ଭାଜପାର ଏକ ସଭାକୁ ସମ୍ବୋଧିତ କରି ସେ କହିଛନ୍ତି, ପାକିସ୍ତାନ ଅନ୍ତର୍ଜାତୀୟ ମଞ୍ଚରେ ଭାରତ ବିରୋଧରେ ବିଭିନ୍ନ ପ୍ରସଙ୍ଗ ଉଠାଉଛି। ସେଗୁଡ଼ିକୁ ଦୃଢ଼ କରିବା ଲାଗି କଂଗ୍ରେସକୁ ବ୍ୟବହାର କରୁଛି। କାରଣ କଂଗ୍ରେସ ଜାତୀୟ ସ୍ବାର୍ଥରେ ନିଆଯାଇଥିବା ନିଷ୍ପତ୍ତିକୁ ବିରୋଧ କରୁଛି। ଆମେ ଯେତେବେଳେ ବି ସ୍ବଚ୍ଛ ଭାରତ କି ସର୍ଜିକାଲ ଷ୍ଟ୍ରାଇକ୍‌ କଥା କହୁ, କଂଗ୍ରେସର ପେଟବ୍ୟଥା ହୁଏ। ବାଲାକୋଟ କଥା କହିଲେ କଂଗ୍ରେସ ଯନ୍ତ୍ରଣାରେ ଡେଇଁବା ଆରମ୍ଭ କରେ। ସେହିପରି କଂଗ୍ରେସ ଏବେଠାରୁ ନିର୍ବାଚନରେ ପରାଜୟକୁ ସ୍ବୀକାର କରିଛି ବୋଲି ସେ ହିସାରରେ ସମାଲୋଚନା କରିଛନ୍ତି।


ମୋଦିଙ୍କ ଅର୍ଥନୀତି ଜ୍ଞାନ ନାହିଁ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅର୍ଥନୀତି ଜ୍ଞାନ ନାହିଁ। ଭାଜପାର ଲୋକଙ୍କୁ ପରସ୍ପର ସହ ଲଢ଼ାଇବା ରାଜନୀତିକୁ ନେଇ ବିଶ୍ୱ ସମୁଦାୟ ଭାରତକୁ ଉପହାସ କରୁଛି ବୋଲି ଶୁକ୍ରବାର କଂଗ୍ରେସ ନେତା ରାହୁଲ ଗାନ୍ଧୀ ସମାଲୋଚନା କରିଛନ୍ତି। ହରିୟାଣା ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଥିବାବେଳେ ସେ ଆର୍ଥିକ ମାନ୍ଦାବସ୍ଥା, ବେକାରି ସମସ୍ୟା ଓ ଚାଷୀଙ୍କ ଦୁର୍ଦ୍ଦଶା ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିଛନ୍ତି।
ମହେନ୍ଦ୍ରଗଡ଼ରେ ଦଳର ଏକ ସଭାରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ବଦଳରେ ରାହୁଲ ଯୋଗଦେଇଛନ୍ତି। ସେ କହିଛନ୍ତି, ଚାପରେ ଥିବା ଗଣମାଧ୍ୟମର ବନ୍ଧୁମାନେ ୨୪ ଘଣ୍ଟା କେବଳ ମୋଦିଙ୍କ ଭାଷଣ ଦେଖାଉଛନ୍ତି। ମୋଦିଙ୍କ ମୁହଁ, ତାଙ୍କ ଭାଷଣ, ଅନୁଚ୍ଛେଦ ୩୭୦, ଚନ୍ଦ୍ରୟାନ ଆଦି ଟିଭିରେ ଦେଖିବାକୁ ମିଳୁଛି। ମିଡିଆ କହୁଛି, ସତ କ’ଣ ଆମେ ଜାଣିଛୁ। କିନ୍ତୁ ତାହା ଆମେ ଦେଖାଇପାରିବୁ ନାହିଁ। କାରଣ ଆମର ଚାକିରି ଚାଲିଯିବ। ଏବେ ଟିଭି ଚ୍ୟାନେଲ ଓ ଖବରକାଗଜଗୁଡ଼ିକ ୫ରୁ ୧୦ ଜଣ ବ୍ୟବସାୟୀଙ୍କ ହାତରେ ରହିଛି ବୋଲି ରାହୁଲ ଅଭିଯୋଗ କରିଛନ୍ତି। ସେ ଆହୁରି କହିଛନ୍ତି, ମୋଦିଙ୍କ କେବଳ ଗୋଟିଏ କାମ ହେଉଛି ପ୍ରକୃତ ପ୍ରସଙ୍ଗରୁ ଲୋକଙ୍କ ଧ୍ୟାନ ହଟାଇବା। ଏକଦା ବିଶ୍ୱକୁ ପ୍ରେମ, ବିକାଶ ଓ ସହାବସ୍ଥାନର ବାଟ ବତାଉଥିବା ଦେଶ ଭାରତରେ ଆଜି ଜାତି, ଧର୍ମକୁ ନେଇ ଲଢ଼େଇ ଚାଲିଛି। ମୋଦି ବିମୁଦ୍ରୀକରଣ ଓ ଗବ୍ବର ସିଂ ଟାକ୍ସ (ଜିଏସ୍‌ଟି) ଆଣି ଦେଶର ଅର୍ଥନୀତିକୁ ଧ୍ୱଂସ କରିଦେଲେଣି। ଏଥିଯୋଗୁ କ୍ଷୁଦ୍ର ଓ ମଧ୍ୟମ ସ୍ତରର ବ୍ୟବସାୟ ବନ୍ଦ ହୋଇଯାଉଛି। ବେକାରି ସମସ୍ୟା ୪୦ ବର୍ଷରେ ସର୍ବାଧିକ ସ୍ତରରେ ପହଞ୍ଚତ୍ଛି। ଚାଷୀ ଆମତ୍ହତ୍ୟା କରୁଛନ୍ତି ବୋଲି ରାହୁଲ ସମାଲୋଚନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା-ଇରାନ ଚୁକ୍ତି ଭାରତର ବଲ୍ଲେ-ବଲ୍ଲେ: ପାଇବ ସର୍ବାଧିକ ଲାଭ

ନୂଆଦିଲ୍ଲୀ,୧୫।୬: ମାସ ମାସର ସଂଘର୍ଷ ପରେ, ଶେଷରେ ଆମେରିକା ଏବଂ ଇରାନ ମଧ୍ୟରେ ଏକ ଶାନ୍ତି ଚୁକ୍ତିନାମା ହୋଇଛି। ଡୋନାଲ୍ଡ ଟ୍ରମ୍ପ ଏବଂ ପାକିସ୍ତାନୀ ପ୍ରଧାନମନ୍ତ୍ରୀ ଶେହବାଜ…

ସର୍ଟସର୍କିଟ୍‌ରୁ ଅଗ୍ନିକାଣ୍ଡ: ୩ ବଖରା ଘର ଜଳିପୋଡ଼ି ଛାରଖାର

ତିହିଡି,୧୫।୬(କାଳନ୍ଦୀ ବେହେରା): ଭଦ୍ରକ ଜିଲା ଧାମନଗର ବ୍ଲକ ଅଧୀନସ୍ଥ କୋଠାର ପଞ୍ଚାୟତର ମହନ୍ତ ସାହିରେ ସୋମବାର ଏକ ଅଭାବନୀୟ ଅଗ୍ନିକାଣ୍ଡ ଘଟିଛି। ଗ୍ରାମର ସୁବାସ ଚନ୍ଦ୍ର ସେଠୀ…

ଘାସ କାଟିବାକୁ ଯାଇଥିଲେ ମହିଳା, ନିଶାଦେଇ ଗଣବଳାତ୍କାର କଲେ ୫ ଯୁବକ: ଆଉ ତା’ପରେ…

ମୁଜାଫରନଗର(ଉତ୍ତର ପ୍ରଦେଶ), ୧୫ା୬ (ପି.ଟି.):ଉତ୍ତର ପ୍ରଦେଶର ମୁଜାଫରନଗର ଜିଲାରେ ଜଣେ ୨୪ ବର୍ଷୀୟା ମହିଳାଙ୍କୁ ନିଶାଦ୍ରବ୍ୟ ପିଆଇ ୫ ଜଣ ଯୁବକ ଗଣବଳାତ୍କାର କରିଥିବା ରବିବାର ପୋଲିସ…

ଚାଷଜମିରେ କାଳ ସାଜିଲା ବଜ୍ରପାତ, ନାବାଳକଙ୍କ ଜୀବନ ଗଲା,୨ ଗୁରୁତର ହୋଇ…

ଅମରପାଲି,୧୫ା୬(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କମିରା ଗ୍ରାମରେ ରବିବାର ଅପରାହ୍ନରେ ଘଟିଥିବା ବଜ୍ରପାତରେ ଜଣେ ନାବାଳକଙ୍କ ମୃତ୍ୟୁ ଘଟିଥିବାବେଳେ ଆଉ ଦୁଇଜଣ ଯୁବକ…

ହଜାର ହଜାର ଟଙ୍କା ବଢିଲା ସୁନା-ରୁପା ଦର: ୧୦ ଗ୍ରାମ ପିଛା ଅଛି…

ନୂଆଦିଲ୍ଲୀ,୧୫।୬: ବିଶ୍ୱ ସ୍ତରରେ ଘଟୁଥିବା ଭୂରାଜନୈତିକ ପରିବର୍ତ୍ତନର ସିଧାସଳଖ ପ୍ରଭାବ ଆଜି ଘରୋଇ ଅଳଙ୍କାର ବଜାର ଉପରେ ପଡ଼ିଛି। ଆମେରିକା ଏବଂ ଇରାନ ମଧ୍ୟରେ ଏକ ଶାନ୍ତି…

ବଜ୍ରପାତରେ ଚାଲିଗଲା ଯୁବକଙ୍କ ଜୀବନ

କଳାହାଣ୍ଡି,୧୫ା୬(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଗୋକୁଳେଶ୍ୱର ଗ୍ରାମର ଜଣେ ଯୁବକଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି। ମୃତ ଯୁବକ ଜଣଙ୍କ ହେଲେ ଗୋଲକ ଗଉଡ଼(୧୮)। ରବିବାର…

ଭାରସାମ୍ୟ ହରାଇ ଟ୍ୟାଙ୍କର୍‌ ଦୁର୍ଘଟଣା: ଗାଡି ଭିତରେ ଚାପି ହୋଇଗଲେ

ଲାଞ୍ଜିଗଡ,୧୫।୬(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣା ଓ ରାୟଗଡ଼ାକୁ ସଂଯୋଗ କରୁଥିବା ୬ନମ୍ବର ରାଜ୍ୟ ରାଜପଥ ଢ଼େପଗୁଡାଠାରେ ଏକ ଆଲୁମିନା ପାଉଡର ବୋଝେଇ ବଲକର ରବିବାର…

ମଦ ଦୋକାନକୁ ତୀବ୍ର ବିରୋଧ: ହଜାରରୁ ଅଧିକ ଲୋକଙ୍କ ଜନଆନ୍ଦୋଳନ

ତିହିଡ଼ି,୧୫।୬ (କାଳନ୍ଦୀ ବେହେରା): ଭଦ୍ରକ ଜିଲା ଧାମନଗର ବ୍ଲକ ଅଧୀନସ୍ଥ ଧୂଷୁରୀ ହରିହଂସ କୀର୍ତ୍ତନ ମଣ୍ଡପ ପରିସରରେ ଆଜି ହଜାରରୁ ଅଧିକ ମହିଳା ଓ ପୁରୁଷ ଏକତ୍ରିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri