ହରିୟାଣାରେ କର୍ନାଟକ ଭଳି ଗେମ୍‌ ପ୍ଲାନ୍‌: ଚୌତାଲା ହେବେ କି ଦ୍ୱିତୀୟ କୁମାରସ୍ବାମୀ ?

ଚଣ୍ଡିଗଡ଼,୨୪।୧୦: ହରିୟାଣା ବିଧାନସଭା ନିର୍ବାଚନ ଫଳାଫଳ ଆସିବାକୁ ବାକିଥିବା ବେଳେ ଏବେ ସେଠାରେ ତ୍ରିଶଙ୍କୁ ସରକାର ଗଠନ ହେବ ବୋଲି ଅନୁମାନ କରାଯାଉଛି। ଯଦି ଏହା ହୁଏ ତେବେ କଂଗ୍ରେସ ପୁରୁଣା ଫର୍ମୁଲା ଗ୍ରହଣ କରିପାରେ ବୋଲି ଆଲୋଚନା ହେଉଛି। ଭାଜପାକୁ ପୁଣିଥରେ କ୍ଷମତାକୁ ଆସିବାକୁ ବିରୋଧ କରିବାରେ କଂଗ୍ରେସ ଦୁଷୟନ୍ତ ଚୌତାଲାଙ୍କ ଆଡକୁ ହାତ ବଢାଇପାରେ ବୋଲି କୁହାଯାଉଛି। ତେବେ ଜନନାୟକ ଜନତା ପାର୍ଟି(ଜେଜେପି)କୁ କେତେ ଆସନ ମିଳୁଛି ତା’ ଉପରେ ନିର୍ଭର କରୁଛି କଂଗ୍ରେସର ପୁରୁଣା ଫର୍ମୁଲା। କାରଣ ଗୋଟିଏ ପଟେ ଭାଜପା ବିଜୟଠାରୁ ଦୂରରେ ଥିବା ଲକ୍ଷ୍ୟ କରାଯାଉଥିବା ବେଳେ ଏପଟେ କଂଗ୍ରେସ ଅନାଇ ବସିଛି ତ୍ରିଶଙ୍କୁ ସରକାର ଆଡକୁ। ଯଦି ଏହା ହେଲା ତେବେ କଂଗ୍ରେସ କର୍ନାଟକରେ ପକାଇଥିବା ଫର୍ମୁଲାକୁ ଦୋହରାଇବ ବୋଲି କୁହାଯାଉଛି। ସୂଚନାଯୋଗ୍ୟ, ଗତବର୍ଷ କର୍ନାଟକରେ କଂଗ୍ରେସ ସହ ମେଣ୍ଟକରି କୁମାରସ୍ବାମୀଙ୍କ ଦଳ ଜନତା ଦଳ ସେକ୍ୟୁଲାର ଶାସନ କ୍ଷମତା ହାତେଇଥିଲା। ହେଲେ ଖୁବ୍‌ କମ୍‌ ସମୟ ମଧ୍ୟରେ ଏହା ଭାଙ୍ଗିବା ଯାଇ ଭାଜପା ପୁଣିଥରେ ଶାସନ କ୍ଷମତା ହାତକୁ ନେଇଛି। ଆଉ ଏଥର ହରିୟାଣାରେ ଯଦି ଏପରି ହୁଏ ତେବେ ଦୁଷୟନ୍ତ ଚୌତାଲା ଦ୍ୱିତୀୟ କୁମାରସ୍ବାମୀ ହେବେ ବୋଲି ଆଲୋଚନା ହେଲାଣି।


Enter your email to get our daily news in your inbox.

All Right Reserved By Dharitri.Com

ରାଜସ୍ବ କର୍ମଚାରୀଙ୍କୁ ଗାଳିଗୁଲଜ, ଜଣଙ୍କୁ ବାନ୍ଧିଲା ପୋଲିସ

ହାଟଡିହୀ/ଛେନାପଦୀ,୯ା୫(ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡରେ ରାଜସ୍ବ କର୍ମଚାରୀଙ୍କୁ ଗାଳିଗୁଲଜ ଏବଂ ଧମକ ଦେବା ଘଟଣାରେ ପୋଲିସ ଶନିବାର ଜଣକୁ ଗିରଫ କରିଛି l…

ଭଞ୍ଜନଗରରେ ଜାତୀୟ ଲୋକ ଅଦାଲତ: ୧୯୮ ମାମଲାର ସମାଧାନ, ଆଦାୟ ହେଲା ଏତିକି ଟଙ୍କା…

ଭଞ୍ଜନଗର,୯ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସିଭିଲ କୋର୍ଟ ପରିସରରେ ଶନିବାର ଚଳିତ ବର୍ଷର ଦ୍ୱିତୀୟ ଜାତୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଭଞ୍ଜନଗରର ଅତିରିକ୍ତ ଜିଲା…

ବାଣନଇରେ ପିଇବାକୁ ନାହିଁ ପାଣି; ରାସ୍ତାରୋକୋ କହିଲେ ମହିଳା, ବୋରୱେଲ ଖୋଳିବାକୁ ନିର୍ଦ୍ଦେଶ ଦେଲେ ବିଧାୟକ

ପୁରୁଷୋତ୍ତମପୁର,୯।୫(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଗ୍ରାମ୍ଯ ଜଳଯୋଗାଣ ବିଭାଗୀୟ ଅଧିକାରୀଙ୍କ ଖେଳ ଲୋକଙ୍କ ପାଇଁ କାଳ ସାଜିଛି । ଫଳରେ ବଡଖରିଡା ପଞ୍ଚାୟତର ବାଣନଇରେ…

ତାମିଲନାଡୁରେ ନୂଆ ସରକାରଙ୍କୁ ନେଇ ସସପେନ୍ସ ଜାରି! ବିଜୟଙ୍କ ସାମ୍ନାରେ ସର୍ତ୍ତ ପରେ ସର୍ତ୍ତ

ଚେନ୍ନାଇ,୯।୫: ତାମିଲନାଡୁରେ ନୂତନ ସରକାର ଗଠନକୁ ନେଇ ସସପେନ୍ସ ଜାରି ରହିଛି। ଅଭିନେତା ବିଜୟଙ୍କ ଦଳକୁ ସମର୍ଥନ ଦେବା ପୂର୍ବରୁ, ତାମିଜାଗା ଭେଟ୍ରି କାଝାଗମ (ଟିଭିକେ), ଥୋଲ…

ଜାହାଜରୁ ତେଲ ନେଇ ସମୁଦ୍ରରେ ଯାଉଥିଲା ଡଙ୍ଗା, ଧରିଲା ପାଟ୍ରୋଲିଂ ପୋଲିସ, ଡଙ୍ଗାରୁ ଡେଇଁ…

ପାରାଦୀପ,୯ା୫(ଶରତ ରାଉତ): ପାରାଦୀପ ସାମୁଦ୍ରିକ ଥାନା ପୋଲିସ ଶନିବାର ଏକ ଚୋରା ତେଲ ଡଙ୍ଗା ଜବତ କରିଛି। ଉକ୍ତ ଡଙ୍ଗାରେ ପ୍ରାୟ ୫ ହଜାରରୁ ଅଧିକ ଲିଟର…

ପୁଅ ମୁଖ୍ୟମନ୍ତ୍ରୀ ହେବା ପରେ ଏପରି କହିଦେଲେ ଶୁଭେନ୍ଦୁଙ୍କ ମା’, ଇଲିଶି ମାଛ…

କୋଲକାତା,୯।୫: ଶନିବାର ଦିନ ଭାଜପା ନେତା ଶୁଭେନ୍ଦୁ ଅଧିକାରୀ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି । ସେ ଏହି ପଦବୀ ହାସଲ କରିବାରେ ପ୍ରଥମ ଭାଜପା…

ଚେକ୍‌ ବାଉନ୍ସ ମାମଲା: ଦୁଇଗୁଣା ଅର୍ଥ ଦେବାକୁ ନିର୍ଦ୍ଦେଶ ଦେଇ କୋର୍ଟ କହିଲେ ଅଭିଯୁକ୍ତଙ୍କୁ…

ଭଞ୍ଜନଗର,୯ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜେଏମ୍‌ଏଫ୍‌ସି ଭିୟେନା ନାୟକ ଏକ ଚେକ୍‌ ବାଉନ୍ସ ମାମଲା ବିଚାର କରି ଅଭିଯୁକ୍ତ ରଞ୍ଜନ ସ୍ବାଇଁଙ୍କୁ ଏକ ବର୍ଷ କାରାଦଣ୍ଡ…

ବଲିଉଡର ବାସ୍ତବତା ଉପରୁ ପରଦା ଅମିଷା ପଟେଲ: କଲେ ଚାଞ୍ଚଲ୍ୟକର ଖୁଲାସା

ପୁଣି ଚର୍ଚ୍ଚାରେ ‘ଗଦର ଗର୍ଲ’ ଅମିଷା ପଟେଲ। କୌଣସି ନୂଆ ଫିଲ୍ମ ପାଇଁ ନୁହେଁ, ବରଂ ନିଜ ମନ୍ତବ୍ୟ ପାଇଁ। ‘କହୋ ନା… ପ୍ୟାର ହୈ’ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri