Posted inଫୁରସତ

ସ୍ମାର୍ଟଫୋନ୍‌ରୁ ଦୂରେଇ ରହିବା ପାଇଁ ଇଣ୍ଡୋନେସିଆ ସରକାର ନେଇଛନ୍ତି ଏହି ନୂଆ ପଦକ୍ଷେପ

ସ୍ମାର୍ଟଫୋନ୍‌ ସମସ୍ତ ବର୍ଗଙ୍କ ପାଇଁ ଯେପରି ଅତ୍ୟାବଶ୍ୟକ ପାଲଟିଯାଇଛି। ଏଥିରୁ ବାଦ୍‌ ବି ପଡୁନାହାନ୍ତି କୁନିକୁନି ପିଲା। ଅଧିକାଂଶ ସମୟ ସେମାନେ ଟିଭି କିମ୍ବା ଫୋନ୍‌ରେ ବିତାଉଛନ୍ତି। ଏଣୁ ପାଠପଢ଼ା ବ୍ୟାହତ ହେବା ସହ ଆଖି, ମସ୍ତିଷ୍କ ରୋଗର ଶିକାର ହେଉଛନ୍ତି ବୋଲି ଏକ ରିପୋର୍ଟରୁ ପ୍ରକାଶ। ଏଥିରୁ ଦୂରେଇ ରହିବା ପାଇଁ ଇଣ୍ଡୋନେସିଆ ସରକାର ଏକ ପଦକ୍ଷେପ ନେଇଛନ୍ତି। ଯାହା ଦ୍ୱାରା ପିଲାମାନେ ଏଥିରେ ମନୋନିବେଶ କରିପାରିବେ। ଇଣ୍ଡୋନେସିଆ ସରକାର ଏକ ପାଇଲଟ୍‌ ଯୋଜନା ଆରମ୍ଭ କରିଛନ୍ତି। ଏହା ମାଧ୍ୟମରେ ପିଲାମାନେ ଗଛ ଲଗାଇବା ସହ, ଘରେ ଚଢ଼େଇ, କୁକୁଡ଼ା ଆଦି ପାଳନ କରିପାରିବେ। ଫଳରେ ପିଲାମାନେ ଏସବୁରେ ମନ ଲଗାଇ ସ୍ମାର୍ଟଫୋନ୍‌ରୁ ଦୂରେଇ ରହିବେ।

ଇଣ୍ଡୋନେସିଆର ବଣ୍ଡୁଙ୍ଗ୍‌ ପ୍ରଶାସନ କୁହନ୍ତି, ସହରରେ ୧୦ଟି ପ୍ରାଥମିକ ବିଦ୍ୟାଳୟ ଏବଂ ୨ଟି ଉଚ୍ଚ ବିଦ୍ୟାଳୟରେ ୨୦୦୦ କୁକୁଡ଼ା ଛୁଆ, ୧୫୦୦ ଲଙ୍କା ଚାରା ବାଣ୍ଟିଛନ୍ତି। ମେୟର କୁହନ୍ତି, ଏଠାକାର ଲୋକେ ଇଣ୍ଟରନେଟ୍‌ ବ୍ୟବହାର କରିବାରେ ୮ ଘଣ୍ଟାରୁ ଅଧିକ ସମୟ ନଷ୍ଟ କରିଥାନ୍ତି। ସେହିପରି ପିଲାମାନେ ମଧ୍ୟ ସ୍ମାର୍ଟଫୋନ୍‌ ଦୀର୍ଘ ସମୟ ଦେଖିଥାନ୍ତି। ତେଣୁ ଏଥିରୁ ଦୂରେଇ ରହିବା ପାଇଁ ଏହା ପ୍ରଶାସନର ଏକ ପ୍ରୟାସ ମାତ୍ର। ଲକ୍ଷ୍ୟସ୍ଥଳରେ ମଧ୍ୟ ଆମେ ପହଞ୍ଚି ସାରିଛୁ। ପିଲାମାନଙ୍କୁ ଅନୁଶାସନ କରିବା ଅଭିଭାବକଙ୍କ ଦାୟିତ୍ୱ। ସ୍ମାର୍ଟଫୋନ୍‌ରେ ଖେଳି ବିପଦ ଆଣିବା ଅପେକ୍ଷା ଗଛଲତା, ଜୀବଜନ୍ତୁ ସହ ସମୟ ବିତାଇଲେ ଶହେ ଗୁଣ ଭଲ ବୋଲି କହିଛନ୍ତି। ଅନ୍ୟପକ୍ଷରେ ପଞ୍ଚମ ଶ୍ରେଣୀରେ ପଢୁଥିବା ଜଣେ ଛାତ୍ର କୁହନ୍ତି, ସେ କୁକୁଡ଼ା ଛୁଆଙ୍କ ଦେଖାଶୁଣା କରିବା ସହ ତାଙ୍କ ସହ ଖେଳି ସମୟ କାଟି ଦେଉଛନ୍ତି। ଆଉ ଫୋନ୍‌ ଦରକାର ପଡୁନି।


Enter your email to get our daily news in your inbox.

All Right Reserved By Dharitri.Com

୩୦ ଦିନ ଜେଲରେ ରହିଲେ PM-CMଙ୍କ ବିରୋଧରେ କ’ଣ ହେବ ଆକ୍ସନ? ସଂସଦୀୟ କମିଟି ଦେଲା ବଡ଼ ପରାମର୍ଶ

ନୂଆଦିଲ୍ଲୀ,୧୨।୭: ବିରୋଧୀ ଦଳଗୁଡ଼ିକ ଦ୍ୱାରା ଉଠାଯାଇଥିବା ଚିନ୍ତା ମଧ୍ୟରେ, ସଂସଦୀୟ କମିଟି ଏକ ସୁପାରିଶ କରିଛି । ଯେ ଯଦି କୌଣସି ପ୍ରଧାନମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ କିମ୍ବା ମୁଖ୍ୟମନ୍ତ୍ରୀଙ୍କୁ…

ନିଶାମୁକ୍ତ ଓଡ଼ିଶା ପାଇଁ ସରକାରଙ୍କ ବଡ଼ ମାଷ୍ଟର ପ୍ଲାନ

ଭୁବନେଶ୍ୱର,୧୨।୭: ନିଶାମୁକ୍ତ ଓଡ଼ିଶା ପାଇଁ ରାଜ୍ୟ ସରକାର ଏକ ବଡ଼ ମାଷ୍ଟର ପ୍ଲାନ ପ୍ରସ୍ତୁତ କରିଛନ୍ତି। ଏହାର ଅନୁମୋଦନ ପାଇଁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ…

ଯାତ୍ରୀ ଭାବେ ବସ୍‌ରେ ଯାତ୍ରା କଲେ ମନ୍ତ୍ରୀ, କଣ୍ଡକ୍ଟର କହିଲେ ଖୁଚୁରା ନାହିଁ ଯଦି ଓହ୍ଲାଇ ଯାଅ…

ବେଙ୍ଗାଲୁରୁ,୧୨।୭: ଶନିବାର ରାତିରେ କର୍ନାଟକ ପରିବହନ ମନ୍ତ୍ରୀ ବାଇରାଥୀ ସୁରେଶ ବେଙ୍ଗାଲୁରୁରେ BMTC ବସ୍‌ଗୁଡ଼ିକର ଅଚାନକ ଯାଞ୍ଚ କରିଥିଲେ । ଯାତ୍ରୀଙ୍କ ସୁବିଧା ମୂଲ୍ୟାଙ୍କନ କରିବା ପାଇଁ…

ସବୁଜ ଭବିଷ୍ୟତ ଗଠନ କରିବାକୁ ଆଗେଇ ଆସିଲେ ମହିଳା, ପ୍ରତ୍ୟେକ ନାଗରିକ ସଂକଳ୍ପବଦ୍ଧ ହୋଇ…

ବଲାଙ୍ଗୀର,୧୨ା୭(ସୁନିଲ କୁମାର ମହାନ୍ତି): ପରିବେଶ ସୁରକ୍ଷା ଏବଂ ସବୁଜ ଭବିଷ୍ୟତ ଗଠନର ଉଦ୍ଦେଶ୍ୟରେ ବଲାଙ୍ଗୀରସ୍ଥିତ ଖୁଜେନପାଲି ବିଦ୍ୟାଳୟରେ ବଲାଙ୍ଗୀର ମାରଓ୍ବାଡ଼ି ମହିଳା ସମିତି, ଲାୟନ୍ସ କ୍ଲବ, ସହଯୋଗ…

ସୁନା-ରୂପା ମୂଲ୍ୟ ହ୍ରାସ ପାଇବ ନା ବୃଦ୍ଧି ପାଇବ? ବିଶେଷଜ୍ଞ କହିଲେ….

ନୂଆଦିଲ୍ଲୀ,୧୨।୭: ନିବେଶକମାନେ ଆମେରିକା-ଇରାନ ମଧ୍ୟରେ ନୂତନ ଉତ୍ତେଜନା, ଅଶୋଧିତ ତୈଳ ମୂଲ୍ୟରେ ହ୍ରାସ ଏବଂ ମୁଦ୍ରାସ୍ଫୀତି ତଥ୍ୟ ଉପରେ ତୀକ୍ଷ୍ଣ ନଜର ରଖିଥିବାରୁ ଆସନ୍ତା ସପ୍ତାହରେ ସୁନା ଏବଂ…

ବୈଭବ ସୂର୍ଯ୍ୟବଂଶୀଙ୍କୁ ଦଳରୁ ବାଦ ଦେବାର ପ୍ରକୃତ କାରଣ କହିଲେ ଶ୍ରେୟସ ଆୟର, ଆଶ୍ଚର୍ଯ୍ୟ ହେଲେ ପ୍ରଶଂସକ

ନୂଆଦିଲ୍ଲୀ,୧୨।୭: ଶନିବାର ଇଂଲଣ୍ଡ ବିପକ୍ଷ ପଞ୍ଚମ ତଥା ଅନ୍ତିମ ଟି-୨୦ରେ ଭାରତୀୟ ଦଳ ବୈଭବ ସୂର୍ଯ୍ୟବଂଶୀଙ୍କୁ ପ୍ଲେଇଂ ଏକାଦଶରୁ ବାଦ ଦେଇଥିଲା। ସଞ୍ଜୁ ସାମସନ ତିନୋଟି ମ୍ୟାଚ…

ମାଟିର ମହକରେ ଫେରିଲା ଦେଶୀ ମଞ୍ଜି, ପ୍ରେରଣାଦାୟୀ ସାଜିଲେ ମହିଳା ଚାଷୀ, ହସିହସି କୁହନ୍ତି ଆମ ପରିବାରରେ…

କର୍ଲାମୁଣ୍ଡା,୧୨ା୭(ପ୍ରଦୀପ କୁମାର ସାହୁ): ବଦଳୁଥିବା କୃଷି ପଦ୍ଧତି ମଧ୍ୟରେ ଯେତେବେଳେ ଅନେକ ଚାଷୀ ହାଇବ୍ରିଡ୍‌ ମଞ୍ଜି ଓ ରାସାୟନିକ କୃଷି ଉପରେ ନିର୍ଭରଶୀଳ ହୋଇପଡ଼ିଛନ୍ତି, ସେତେବେଳେ କଳାହାଣ୍ଡି…

ରଥଯାତ୍ରା ଡ୍ୟୁଟିରେ ଆସିଥିବା ହୋମଗାର୍ଡଙ୍କ ସନ୍ଦେହଜନକ ମୃତ୍ୟୁ

ସାକ୍ଷୀଗୋପାଳ, ୧୨।୭ (କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ରଥଯାତ୍ରା ଡ୍ୟୁଟିରେ ପୁରୀ ଆସିଥିବା ଜଣେ ହୋମଗାର୍ଡଙ୍କର ଶନିବାର ରାତିରେ ସନ୍ଦେହଜନକ ପରିସ୍ଥିତିରେ ମୃତ୍ୟୁ ଘଟିଛି। ମୃତ ହୋମଗାର୍ଡଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri