Posted inଜାତୀୟ

ସ୍ବାଭାବିକ ବାଟରେ ଉପତ୍ୟକା

ଶ୍ରୀନଗର/ଜମ୍ମୁ,୧୮ା୮(ପି.ଟି.): କଶ୍ମୀର ଉପତ୍ୟକା ସ୍ଥିତି ଧୀରେ ଧୀରେ ସ୍ବାଭାବିକ ହେଉଛି। କେତେକ ଅଞ୍ଚଳରେ ଜନସାଧାରଣଙ୍କ ଚଳପ୍ରଚଳ ଉପରେ ରହିଥିବା କଟକଣାକୁ ଶନିବାର କୋହଳ କରିଦିଆଯାଇଛି। ଏଥିସହିତ ବିଭିନ୍ନ ଅଞ୍ଚଳରେ ଲ୍ୟାଣ୍ଡଲାଇନ ଟେଲିଫୋନ ସେବା ଆରମ୍ଭ ହୋଇଥିବାବେଳେ ଜମ୍ମୁର ୫ଟି ଜିଲାରେ ୨ଜି ମୋବାଇଲ ଇଣ୍ଟରନେଟ୍‌ ସେବା ପୁନଃ ସଂଯୋଗ କରାଯାଇଛି। ତେବେ ଇଣ୍ଟରନେଟର ଅପବ୍ୟବହାର କଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରଶାସନ ପକ୍ଷରୁ ସତର୍କ କରିଦିଆଯାଇଛି। ସୁରକ୍ଷା ବ୍ୟବସ୍ଥା ପୂର୍ବଭଳି କଡ଼ାକଡ଼ି ରହିଥିବା ଜଣେ ଅଧିକାରୀ କହିଛନ୍ତି।
ସୂଚନା ଅନୁଯାୟୀ, କଶ୍ମୀରର ୩୫ଟି ଥାନା ଅଞ୍ଚଳରେ କଟକଣା କୋହଳ ହେବା ସହ ୯୬ଟି ଟେଲିଫୋନ ଏକ୍ସଚେଞ୍ଜ ମଧ୍ୟରୁ ୧୭ଟିକୁ କାର୍ଯ୍ୟକ୍ଷମ କରାଯାଇଛି। ଯାହା ଫଳରେ ୫୦ ହଜାରରୁ ଅଧିକ ଲ୍ୟାଣ୍ଡଫୋନ୍‌ରେ ଯୋଗାଯୋଗ କରାଯାଇପାରୁଛି। ତେବେ ରାସ୍ତାଘାଟରେ ବାରିକେଡ୍‌ ସହିତ ସୁରକ୍ଷା କର୍ମୀ ମୁତୟନ ରହିଛନ୍ତି। ଲୋକମାନଙ୍କ ପରିଚୟ ଯାଞ୍ଚ ପରେ ଯାତାୟାତ ଲାଗି ଅନୁମତି ଦିଆଯାଉଛି। ସୋମବାରଠାରୁ ସ୍କୁଲ କଲେଜ ଖୋଲିବା ସହ ସରକାରୀ କାର୍ଯ୍ୟାଳୟଗୁଡ଼ିକ ପୂର୍ଣ୍ଣମାତ୍ରାରେ କାର୍ଯ୍ୟକ୍ଷମ ହେବ ବୋଲି ରାଜ୍ୟ ପ୍ରଶାସନର ମୁଖପାତ୍ର ରୋହିତ କଂସଲ କହିଛନ୍ତି।
ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନ କରୁଥିବା ସମ୍ବିଧାନର ଅନୁଚ୍ଛେଦ ୩୭୦କୁ ଉଚ୍ଛେଦ କରାଯିବା ସହ ଉକ୍ତ ରାଜ୍ୟକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ବିଭକ୍ତ କରିବା ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ଅକ୍ଟୋବର ମାସରୁ ଜମ୍ମୁ-କଶ୍ମୀର ଓ ଲଦାଖ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ ହେବାକୁ ଯାଉଛି। ତେବେ ଏହି ନିଷ୍ପତ୍ତିକୁ ନେଇ ଜମ୍ମୁ-କଶ୍ମୀରରେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟିହେବା ଆଶଙ୍କାରେ ସରକାରଙ୍କ ପକ୍ଷରୁ ସତର୍କତାମୂଳକ ପଦକ୍ଷେପମାନ ଗ୍ରହଣ କରାଯାଇଥିଲା। ରାଜ୍ୟର ବିଭିନ୍ନ ନେତାଙ୍କୁ ଅଟକ ରଖାଯିବା ସହ ଲୋକମାନଙ୍କ ଯାତାୟାତ ଉପରେ କଟକଣା ଲଗାଯାଇଥିଲା। ସମ୍ବେଦନଶୀଳ ଅଞ୍ଚଳଗୁଡିକରେ କର୍ଫ୍ୟୁ ଓ ୧୪୪ ଧାରା ଜାରି ହୋଇଥିଲା। ଟେଲିଫୋନ ଏବଂ ଇଣ୍ଟରନେଟ ସେବାକୁ ସମ୍ପୂର୍ଣ୍ଣ ବନ୍ଦ କରିଦିଆଯାଇଥିଲା। ଆଇନ ଶୃଙ୍ଖଳା ରକ୍ଷା ପାଇଁ ୪୬ ହଜାର ଅତିରିକ୍ତ ସୁରକ୍ଷା ବଳ ପଠାଯାଇଥିଲା। ତେବେ ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ଉପତ୍ୟକାରେ କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ଉପୁଜି ନାହିଁ। ଅବସ୍ଥା ସ୍ବାଭାବିକ ହେଉଥିବାରୁ ପର୍ଯ୍ୟାୟକ୍ରମେ କଟକଣା କୋହଳ କରିବା ଲାଗି ରାଜ୍ୟ ପ୍ରଶାସନ ନିଷ୍ପତ୍ତି ନେଇଛି।
ଶନିବାର ସକାଳେ ସିଭିଲ ଲାଇନରେ କେତେକ ଦୋକାନ ଖୋଲିବା ସହ ଘରୋଇ ଗାଡ଼ି ଚଳାଚଳ ବୃଦ୍ଧି ପାଇଥିଲା। ଶ୍ରୀନଗରର ସିଭିଲ୍‌ ଲାଇନ, କ୍ୟାଣ୍ଟନମେଣ୍ଟ, ବିମାନବନ୍ଦର, ରାଜ୍‌ବାଗ ଏବଂ ଜବାହର ନଗରରେ ଲ୍ୟାଣ୍ଡଲାଇନ ଟେଲିଫୋନ ସେବା ଆରମ୍ଭ ହୋଇଛି। କେନ୍ଦ୍ରୀୟ କଶ୍ମୀର ଅନ୍ତର୍ଗତ ବଡ୍‌ଗାମ୍‌, ସୋନାମାର୍ଗ ଏବଂ ମନିଗ୍ରାମ୍‌ ଅଞ୍ଚଳରେ ଆଉ ୨୦ଟି ଟେଲିଫୋନ୍‌ ଏକ୍ସଚେଞ୍ଜ ଖୁବ୍‌ଶୀଘ୍ର କାର୍ଯ୍ୟକ୍ଷମ ହେବ ବୋଲି ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ଉତ୍ତର କଶ୍ମୀରର ଗୁରେଜ, ଟାଙ୍ଗମାର୍ଗ, ଉରି, କେରନ, କରନାହ ଓ ଟଙ୍ଗଧର ଅଞ୍ଚଳ ଏବଂ ଦକ୍ଷିଣ କଶ୍ମୀରର କାଜିଗଣ୍ଡ ଓ ପହଲଗାମ୍‌ ଅଞ୍ଚଳରେ ଟେଲିଫୋନ ସେବା ଆରମ୍ଭ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

ଏସୀୟ କ୍ରୀଡ଼ା ଫାଇନାଲରେ କ’ଣ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇବେ ନାହିଁ ଭାରତୀୟ ଖେଳାଳି? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୧।୧୦: ଯେତେବେଳେ ଭାରତୀୟ ଏବଂ ପାକିସ୍ତାନୀ କ୍ରିକେଟ ଦଳ ପଡ଼ିଆରେ ପରସ୍ପରର ମୁକାବିଲା କରନ୍ତି, ସେତେବେଳେ ଦୃଷ୍ଟି କେବଳ ମ୍ୟାଚ ମଧ୍ୟରେ ସୀମିତ ରହେ ନାହିଁ। ଉଭୟ…

ଦୀପାବଳି ପୂର୍ବରୁ କର୍ମଚାରୀ, ପେନସନଭୋଗୀଙ୍କୁ ବଡ଼ ଉପହାର ଦେଲେ ସରକାର: ବଢିଲା…

ନୂଆଦିଲ୍ଲୀ,୧।୧୦: କେନ୍ଦ୍ରୀୟ କର୍ମଚାରୀମାନେ ଅଷ୍ଟମ ବେତନ କମିଶନର ସୁପାରିସକୁ ବେଶ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି। ଏହାରି ମଧ୍ୟରେ ଦୀପାବଳି ପୂର୍ବରୁ ବିଭିନ୍ନ ରାଜ୍ୟ ସରକାର ନିଜ…

ଆରାଧନାଙ୍କୁ ମିଳିପାରେ ଗୁରୁ ଦାୟିତ୍ୱ; ଅଜୟ ରାୟଙ୍କୁ ମିଳିପାରେ ଛୁଟି

ନୂଆଦିଲ୍ଲୀ,୧।୧୦: ମିଳିଥିବା ସୂତ୍ର ଅନୁଯାୟୀ, ଆରାଧନା ମିଶ୍ର ୟୁପି (ଉତ୍ତର ପ୍ରଦେଶ) କଂଗ୍ରେସର ରାଜ୍ୟ ସଭାପତି ହୋଇପାରନ୍ତି। ଉତ୍ତର ପ୍ରଦେଶରେ ଆଗାମୀ ବର୍ଷ ହେବାକୁ ଥିବା ବିଧାନସଭା…

ରୁଷିଆ ଯାତ୍ରା କରୁଥିବା ବ୍ୟକ୍ତିଙ୍କ ପାଇଁ MEA ପକ୍ଷରୁ ଆଡଭାଇଜରୀ ଜାରି; କୁହାଯାଇଛି ଯେ, ‘ରିପୋର୍ଟରୁ ଜଣାପଡ଼ୁଛି ଯେ…’

ନୂଆଦିଲ୍ଲୀ,୧।୧୦: ଭାରତ ସରକାର ରୁଷିଆ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ଆଡଭାଇଜରୀ ଜାରି କରିଛନ୍ତି। ଗୁରୁବାର ‘ଏକ୍ସ’ (X) ରେ ଏକ ପୋଷ୍ଟ ମାଧ୍ୟମରେ ବୈଦେଶିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?