Posted inଜାତୀୟ

ସ୍ବର୍ଣ୍ଣମନ୍ଦିରରେ ଖଲିସ୍ତାନ ସ୍ଲୋଗାନ୍‌: ବ୍ଲୁଷ୍ଟାର ଅପରେଶନ୍‌ର ୩୬ତମ ବାର୍ଷିକୀ ପାଳନ

ଅମୃତସର,୬।୬: ପଞ୍ଜାବ ଅମୃତସରରେ ଥିବା ସ୍ବର୍ଣ୍ଣମନ୍ଦିରରେ ହୋଇଥିବା ବ୍ଲୁଷ୍ଟାର ଅପରେଶନକୁ ଶନିବାର ୩୬ବର୍ଷ ପୂରଣ ହୋଇଛି। ଏହି ଅବସରରେ ସ୍ବର୍ଣ୍ଣମନ୍ଦିର ପରିସରରେ ଥିବା ଅକାଳ ତଖତ୍‌ରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଇମନ୍‌ ସିଂ ମନ୍‌ଙ୍କ ନେତୃତ୍ୱରେ ୧୦୦ରୁ ଅଧିକ କର୍ମୀ ଯୋଗଦେଇ ଖଲିସ୍ତାନ ସ୍ଲୋଗାନ୍‌ ଦେଇଥିବା କୁହାଯାଉଛି। ଇମନ୍‌ ଶିରୋମଣୀ ଅକାଳୀ ଦଳ ଅଧ୍ୟକ୍ଷ ସିମରନଜିତ୍‌ ସିଂ ମନ୍‌ଙ୍କ ପୁଅ। ସୂଚନାଯୋଗ୍ୟ, ୧୯୮୪ ଜୁନ୍‌ ୩ରୁ ୬ ମଧ୍ୟରେ ୩ ଦିନିଆ ବ୍ଲୁଷ୍ଟାର ଅପରେଶନ ହୋଇଥିଲା। ଏଥିରେ ୪ଶହ ୯୨ ଜଣ ଲୋକଙ୍କ ମୃତ୍ୟୁ ଘଟିଥିଲା। ୪ ସେନାର ଅଧିକାରୀଙ୍କ ସମେତ ୮୩ ଜଣ ଯବାନ ଶହୀଦ୍‌ ଏଥିରେ ହୋଇଥିଲେ। ତତ୍‌କାଳୀନ ସେନା ଅଧ୍ୟକ୍ଷ ଅରୁଣ କୁମାର ବୈଦ ଅପରେଶନ୍‌ ଶାନ୍ତିପୂର୍ଣ୍ଣ ଭାବେ ହେବ ବୋଲି ସୂଚନା ଦେଇଥିଲେ। ତେବେ ଏହି ଘଟଣାର ପ୍ରକୃତ ସ୍ବରୂପ ସମ୍ପର୍କରେ ଅବଗତ ହେବାପରେ ତତ୍‌କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ମର୍ମାହତ ହୋଇଥିଲେ। ଅଳ୍ପ ଲୋକ ଏହାଦ୍ୱାରା ପ୍ରଭାବିତ ହେବେ ବୋଲି ଇନ୍ଦିରାଙ୍କୁ କୁହାଯାଇଥିଲା। ଏଥିରେ ସେନା ପକ୍ଷରୁ ସ୍ବର୍ଣ୍ଣମନ୍ଦିର ପରିସରରେ ଟ୍ୟାଙ୍କର ଉପଯୋଗ ମଧ୍ୟ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଧାନବିଲରୁ ନିର୍ଗତ ଗ୍ରୀନହାଉସ୍‌ ଗ୍ୟାସ୍‌ ଏସିଆରେ ସର୍ବାଧିକ

ନୂଆଦିଲ୍ଲୀ, ୨୬।୫(ପି.ଟି.):୨୦୦୧ରୁ ୨୦୨୦ ମଧ୍ୟରେ ଧାନବିଲରୁ ନିର୍ଗତ ହେଉଥିବା ବିଶ୍ୱର ମୋଟ ସବୁଜ ଗୃହ ବାଷ୍ପ(ଗ୍ରୀନହାଉସ ଗ୍ୟାସ୍‌)ର ୯୦%ରୁ ଅଧିକ କେବଳ ଏସିଆରୁ ନିର୍ଗତ ହୋଇଛି, ଯେଉଁଥିରେ…

ବଳିପଡ଼ୁଛନ୍ତି ବିଦ୍ୟାର୍ଥୀ

ଡାକ୍ତରୀ ପ୍ରବେଶିକା ପରୀକ୍ଷା ଏନ୍‌ଇଇଟି-ୟୁଜି ୨୦୨୬ରେ ବ୍ୟାପକ ଦୁର୍ନୀତି ହୋଇଛି ବୋଲି ଦେଶସାରା ‘ଘୋ’ ସୃଷ୍ଟି ହୋଇଥିବା ବେଳେ ସୁପ୍ରିମକୋର୍ଟ ୨୫ ମେ’ରେ ପରୀକ୍ଷା ପରିଚାଳନା କରିଥିବା…

ଭାରତର ବିକାଶ ଯାତ୍ରା

ଯେତେବେଳେ ମୁଁ ତିରୁପ୍ପୁରର ଏକ ବିଦ୍ୟାଳୟରେ ପଢୁଥିବା ଜଣେ ଛୋଟ ବାଳକ ଥିଲି, ସେତେବେଳେ ଆମ ଦେଶକୁ ନେଇ ମୋ ମନରେ ଅନେକ ସ୍ବପ୍ନ ଥିଲା। ମୋ…

ଅସ୍ତ୍ରବିରତି ମଝିରେ ଇରାନର ଜାହାଜ ଉପରକୁ ଆମେରିକାର ବଡ଼ ଆକ୍ରମଣ, ୨ ଜାହାଜ…

ଓ୍ବାଶିଂଟନ,୨୬।୫: ଆମେରିକା ଏବଂ ଇରାନ ମଧ୍ୟରେ ବର୍ତ୍ତମାନ ଯୁଦ୍ଧବିରତି କାର୍ଯ୍ୟକାରୀ ହେଉଛି ଏବଂ ଦୁଇ ଦେଶ ମଧ୍ୟରେ ଆଲୋଚନା ଚାଲିଛି । ତଥାପି, ଉତ୍ତେଜନା ସମ୍ପୂର୍ଣ୍ଣ ଭାବରେ…

ବାରଙ୍ଗ ଥାନାରେ ଯୁବକଙ୍କୁ ଥାର୍ଡ ଡିଗ୍ରୀ: ପରିବାର ଲୋକେ ଦେଲେ ଚେତାବନୀ

ଭୁବନେଶ୍ୱର/ବାରଙ୍ଗ,୨୬ା୫(ତ୍ରିନାଥ ମହାନ୍ତି/ଲିଙ୍ଗରାଜ ରାଉତ):ବାରଙ୍ଗ ଥାନା ହାଜତରେ ଯୁବକଙ୍କୁ ଥାର୍ଡ ଡିଗ୍ରୀ ଅଭିଯୋଗରେ ସୋମବାର ରାତିରେ ଉତ୍ତେଜନା ଦେଖିବାକୁ ମିଳିଛି। ସ୍ଥାନୀୟ ଚଣ୍ଡୀପ୍ରସାଦ ଗ୍ରାମର ଶତାଧିକ ମହିଳାପୁରୁଷ ରାତିତମାମ…

ମହିଳାଙ୍କୁ ପାଗଳ କଲା ପରକୀୟା ପ୍ରୀତି, ସ୍ବାମୀଙ୍କୁ ବିଦ୍ୟୁତ୍‌ ଶକ୍‌ ଦେଇ ମାରିଲେ ସ୍ତ୍ରୀ

ବରେଲି,୨୬।୫: ଉତ୍ତରପ୍ରଦେଶର ବରେଲିରେ ଜଣେ ମହିଳାଙ୍କ ପରକୀୟା ପ୍ରୀତିକୁ ସ୍ବାମୀ ବିରୋଧ କରିବାରୁ ସେ ପ୍ରେମିକ, ଭଉଣୀ ଓ ଭଉଣୀଙ୍କ ପୁରୁଷ ବନ୍ଧୁ ସହ ମିଶି ସ୍ବାମୀଙ୍କୁ…

ଆଉ ଏକ ଝଟକା….ପୁଣି ଥରେ ବଢ଼ିଲା CNG ଦର, ୧୨ ଦିନ ମଧ୍ୟରେ ଚତୁର୍ଥ ଥର ପାଇଁ ବୃଦ୍ଧି

ନୂଆଦିଲ୍ଲୀ,୨୬।୫:  ପେଟ୍ରୋଲ ଏବଂ ଡିଜେଲର ବର୍ଦ୍ଧିତ ମୂଲ୍ୟ ସହିତ ଜଡ଼ିତ ସାଧାରଣ ଲୋକଙ୍କୁ ପୁଣି ମହଙ୍ଗା ମାଡ଼ । CNG ମଧ୍ୟ କ୍ରମଶଃ ମହଙ୍ଗା ହେଉଛି। ମଙ୍ଗଳବାର…

ବିଳମ୍ବିତ ରାତିରେ ପୁଣି ୨ ଅଭିଯୁକ୍ତଙ୍କୁ ବ୍ରହ୍ମପୁର ପୋଲିସର ଏନ୍‌କାଉଣ୍ଟର

ଵ୍ରହ୍ମପୁର, ୨୬।୫:(ସୁବାସ ଚନ୍ଦ୍ର ପାଢ଼ୀ): ଆଉ ଅପରାଧୀଙ୍କୁ ତ୍ରାହି ନାହିଁ । ଵ୍ରହ୍ମପୁର ପୋଲିସ ବିଗତ କିଛି ଦିନ ହେବ ଅପରାଧୀଙ୍କୁ ଏନକାଉଣ୍ଟର ଜାରି ରଖିଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri