ସ୍ଥିତି ସମୀକ୍ଷା କଲେ ନିର୍ମଳା

ନୂଆଦିଲ୍ଲୀ,୨୧-୩: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଶୁକ୍ରବାର କରୋନାକୁ ନେଇ ଦେଶରେ ଉପୁଜିଥିବା ସ୍ଥିତିକୁ ସମୀକ୍ଷା କରିଛନ୍ତି। ସେ ୪ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଛନ୍ତି। ଏହାବାଦ ବେସାମରିକ ବିମାନ ଚଳାଚଳ ସଚିବ, ପଶୁ ସମ୍ପଦ, ପର୍ଯ୍ୟଟନ ଏବଂ ଏମ୍‌ଏସ୍‌ଏମ୍‌ଇ ସଚିବଙ୍କୁ ସେ ଭେଟି କରୋନା ଯୋଗୁ ଅର୍ଥବ୍ୟବସ୍ଥା ଉପରେ ରହିଥିବା ପ୍ରଭାବକୁ ସମୀକ୍ଷା କରିଛନ୍ତି। ଏହି କ୍ଷେତ୍ରଗୁଡିକ ପକ୍ଷରୁ ରହିଥିବା ଦାବିକୁ ମଧ୍ୟ ସୀତାରାମନ ବିଚାର କରୁଥିବା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଶନିବାର ଅର୍ଥମନ୍ତ୍ରଣାଳୟ ପକ୍ଷରୁ ଏକ ଅନ୍ତରୀଣ ବୈଠକ ଡକାଯିବ। ବର୍ତ୍ତମାନ ଉପୁଜିଥିବା ସମସ୍ୟାର ସମାଧାନ କିଭଳି କରାଯିବ ସେ ନେଇ ଏଠାରେ ଆକ୍ସନପ୍ଲାନ ପ୍ରସ୍ତୁତ କରାଯିବ ବୋଲି ନିର୍ମଳା କହିଛନ୍ତି।
କରୋନା ଦ୍ୱାରା କ୍ଷତିଗ୍ରସ୍ତ କ୍ଷେତ୍ରଗୁଡିକୁ ସରକାର ସହାୟତା ପ୍ୟାକେଜ ପ୍ରଦାନ କରିବେ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ। ଏଥିଲାଗି ଏକ ଟାସ୍କଫୋର୍ସ ଗଠନ ନେଇ ମୋଦି ଗୁରୁବାର ଘୋଷଣା କରିଛନ୍ତି। କ୍ଷତିଗ୍ରସ୍ତ କ୍ଷେତ୍ରଗୁଡିକୁ ସହାୟତା କରିବା ଲାଗି ଇକୋନୋମିକ ରେସପନ୍ସ ଟାସ୍କ ଫୋର୍ସ ଗଠନ କରାଯିବ। ଏହି ଟାସ୍କଫୋର୍ସ ତ୍ୱରିତ ଭିତ୍ତିରେ ଅଂଶୀଦାରଙ୍କ ସହ ନିରନ୍ତର ସମ୍ପର୍କରେ ଆସିବା ସହ ମତାମତ ସଂଗ୍ରହ କରିବ। ସ୍ଥିତିକୁ ସମୀକ୍ଷା କରିବା ପରେ ଜରୁରୀ ପଦକ୍ଷେପ ଗ୍ରହଣ କରାଯିବ। ଅର୍ଥ ବ୍ୟବସ୍ଥାର ପ୍ରଭାବିତ ସ୍ଥିତିକୁ ସୁଧାରିବା ଲାଗି ବିଭିନ୍ନ ପଦକ୍ଷେପ ଯେଭଳି ଠିକ୍‌ ଭାବେ କାର୍ଯ୍ୟ କରୁଛି ତାହା ଟାସ୍କଫୋର୍ସ ଦେଖିବ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଏହି ଟାସ୍କଫୋର୍ସର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିବେ। କ୍ଷତିଗ୍ରସ୍ତ କ୍ଷେତ୍ରଗୁଡିକ ଅନୁଧ୍ୟାନ କରିବା ପରେ ବିହୀତ ପଦକ୍ଷେପ ଗ୍ରହଣ କରାଯିବ । ବେସାମରିକ ବିମାନ ଚଳାଚଳ, ପର୍ଯ୍ୟଟନ ଭଳି ଅନ୍ୟ କ୍ଷେତ୍ରଗୁଡିକୁ ସରକାର ପୁନରୁଦ୍ଧାର ପ୍ୟାଜେଜ ପ୍ରଦାନ କରିବେ ବୋଲି ଜଣାପଡିଛି। ସରକାର ଅର୍ଥ ବ୍ୟବସ୍ଥା ଉପରେ ନିରନ୍ତର ଭିତ୍ତିରେ ନଜର ରଖିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ଅର୍ଥମନ୍ତ୍ରଣାଳୟ ବିଭିନ୍ନ ବିଭାଗ ଏବଂ ମନ୍ତ୍ରଣାଳୟ ସହ ମାରାଥନ ବୈଠକ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଉ ଦରକାର ପଡ଼ିବନି LPG ସିଲିଣ୍ଡର! ଏଣିକି ଇଥାନଲରେ ହେବ ରୋଷେଇ, ହେଲେ କିଣିବାକୁ ପଡିବ ନୂଆ ଚୁଲା

ନୂଆଦିଲ୍ଲୀ,୨୩।୭: ପେଟ୍ରୋଲରେ ଇଥାନଲ ମିଶ୍ରଣ କରିବା ପରେ, କେନ୍ଦ୍ର ସରକାର ଏବେ ଏହି ଜୈବ ଇନ୍ଧନ (biofuel) ର ଅନ୍ୟ ଏକ ବଡ଼ ବ୍ୟବହାର ଆପଣଙ୍କ ରୋଷେଇ…

E20 ପେଟ୍ରୋଲରେ କମୁଛି ଗାଡ଼ିର ମାଇଲେଜ୍‌? ପ୍ରଥମ ଥର ମାନିଲେ ସରକାର

ନୂଆଦିଲ୍ଲୀ,୨୨।୭: କେନ୍ଦ୍ର ସରକାର ବୁଧବାର କହିଛନ୍ତି ଯେ E20 ପେଟ୍ରୋଲ (୨୦ ପ୍ରତିଶତ ଏଥାନୋଲ ମିଶ୍ରିତ ପେଟ୍ରୋଲ) ବ୍ୟବହାର ଦ୍ୱାରା E10 ପେଟ୍ରୋଲ ପାଇଁ ଡିଜାଇନ୍ କରାଯାଇଥିବା…

ପେଟ୍ରୋଲ ପରେ ଡିଜେଲର ପାଳି! ଆରମ୍ଭ ହେବ ବାୟୋ ଡିଜେଲ, ଜାଣନ୍ତୁ କେତେ ପରିମାଣରେ ମିଶିବ…

ନୂଆଦିଲ୍ଲୀ,୨୨।୭: ପେଟ୍ରୋଲରେ ଇଥାନଲ ମିଶ୍ରଣ (Ethnaol Blending) କୁ ନେଇ ସାରା ଦେଶରେ ବେଶ୍ ହଙ୍ଗାମା ଚାଲିଛି। ଏହି ପେଟ୍ରୋଲ ଯୋଗୁଁ ସେମାନଙ୍କ ଗାଡ଼ି ଖରାପ ହେଉଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri