ସ୍ଥିତି ଅନୁଧ୍ୟାନ କଲେ ଆରପିଏଫ୍‌ ଆଇଜି

ତାଳଚେର,୧୧ା୯(ନି.ପ୍ର.)-ରେଳ ସୁରକ୍ଷାବଳ (ଆର୍‌ପିଏଫ୍‌) ଆଇ.ଜି. ରାଜାରାମ ମଙ୍ଗଳବାର ଦିନିକିଆ ତାଳଚେର ଗସ୍ତରେ ଆସି ଫେରି ଯାଇଛନ୍ତି। ସେ ଆର୍‌ପିଏଫ୍‌ ଅଫିସ ପରିଦର୍ଶନ ସହ ପ୍ଲାଟଫର୍ମ, ଟ୍ରେନ୍‌ ଯୋଗେ ହେଉଥିବା କୋଇଲା ପରିବହନ ଟ୍ରାକ୍‌ ବୁଲି ଦେଖିଥିଲେ। ଏହି ଅବସରରେ ସେ ଖବରଦାତାମାନଙ୍କୁ କହିଥିଲେ ଯେ, ଦାୟିତ୍ୱ ଗ୍ରହଣ ପରେ ସେ ବିଭିନ୍ନ ଆର୍‌ପିଏଫ୍‌ ଅଫିସ ବୁଲି ପରିସ୍ଥିତି ଅନୁଧ୍ୟାନ କରୁଛନ୍ତି। ରେଳଯାତ୍ରାକୁ ଅପରାଧ ମୁକ୍ତ କରିବା ତାଙ୍କର ମୁଖ୍ୟ ଉଦ୍ଦେଶ୍ୟ। ମହିଳା, ଶିଶୁଙ୍କ ସୁରକ୍ଷା, ବରିଷ୍ଠ ନାଗରିକ, ଦିବ୍ୟାଙ୍ଗମାନଙ୍କୁ ସହାୟତା ପ୍ରଦାନ ଦିଗରେ ବିଭାଗ ଗୁରୁତ୍ୱ ଦେଇ ଆସିଛି। ୧୮୨ ହେଲପ୍‌ ଲାଇନର କେତେ ଉପଯୋଗିତା ହେଉଛି ସେ ସମ୍ପର୍କରେ ମଧ୍ୟ ଅନୁଧ୍ୟାନ କରିଛନ୍ତି। ରେଳ ସମ୍ପତି ଚୋରି ନ ହେବା, ଅପରାଧୀଙ୍କୁ ଧରି ଦଣ୍ଡବିଧାନ କରାଯିବା, ଯାତ୍ରୀ ସୁରକ୍ଷା, ରେଳରୁ ସାମଗ୍ରୀ ଚୋରି ରୋକିବା ଦିଗରେ ଅଧିକ ପ୍ରଧାନ୍ୟ ଦିଆଯିବ ବୋଲି ସେ ପ୍ରକାଶ କରିଥିଲେ। ଖୁବ୍‌ଶୀଘ୍ର ଇଷ୍ଟକୋଷ୍ଟର ସମସ୍ତ ଷ୍ଟେଶନରେ ସିସି କ୍ୟାମେରା ସ୍ଥାପନ କରାଯିବାର ଯୋଜନା ରହିଛି ବୋଲି ସୂଚନା ସେ ଦେଇଥିଲେ। ଅପରାଧ ନିୟନ୍ତ୍ରଣ କ୍ଷେତ୍ରରେ ସେ ରେଳଯାତ୍ରୀ, ଖବରଦାତା, ବୁଦ୍ଧିଜୀବୀ, ସ୍ଥାନୀୟ ଅଞ୍ଚଳବାସୀଙ୍କ ସହଯୋଗ କାମନା କରିଥିଲେ। ଡିଏସ୍‌ସି ପି. ଶଙ୍କର କୁଟି, ଏଏସ୍‌ସି ଏସ.କେ. ପାଢୀ, ଇନ୍ସପେକ୍ଟର ଭି.ଆର. ସିଂହ, ମିନାକ୍ଷୀ ମହାପାତ୍ର, ସବ୍‌ଇନ୍ସପେକ୍ଟର ବାବୁଲି ବେହେରା, ପି.ଏନ. ଦାସ ଓ ଅନ୍ୟ କର୍ମଚାରୀ, ଅଧିକାରୀମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶିବ ମନ୍ଦିର ନିକଟରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ହତ୍ୟା କରି ଫିଙ୍ଗି ଦିଆଯାଇଥିବା ସନ୍ଦେହ

ଦିଗପହଣ୍ଡି,୪।୫(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ବନ୍ଥପଲ୍ଲୀ ଗ୍ରାମ ଶ୍ରୀ ନାଗେଶ୍ୱର ଶିବ ମନ୍ଦିର ନିକଟରୁ ସୋମବାର ସନ୍ଧ୍ୟାରେ ପୋଲିସ ଜଣେ ବ୍ୟକ୍ତିଙ୍କ ମୃତଦେହ…

ଋଣ ଟଙ୍କା ପାଇଁ ଖଣ୍ଡଯୁଦ୍ଧ: ଆକ୍ରମଣ ପ୍ରତି ଆକ୍ରମଣରେ ୫ ଆହତ

ଦିଗପହଣ୍ଡି,୪।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପଲ୍ଲୀ ସାମନ୍ତରାପୁର ଗ୍ରାମରେ ୫ ହଜାର ଋଣ ଟଙ୍କା ପରିଶୋଧକୁ କେନ୍ଦ୍ରକରି ଗୋଷ୍ଠୀ ସଂଘର୍ଷ ଘଟିଛି।ଏହି ଆକ୍ରମଣ…

ବିଭିନ୍ନ ରାଜ୍ୟରେ ଭାଜପାର ବିପୁଳ ବିଜୟ: ବାଣ ଫୁଟାଇ, ମିଠା ବାଣ୍ଟି ପରସ୍ପରକୁ ଶୁଭେଚ୍ଛା ଜଣାଇଲେ ଭାଜପାକର୍ମୀ

ଗଞ୍ଜାମ,୪।୫(ଅନାଥ ତରାଇ): ଦେଶର ବିଭିନ୍ନ ରାଜ୍ୟରେ ଅନୁଷ୍ଠିତ ନିର୍ବାଚନରେ ଭାରତୀୟ ଜନତା ପାର୍ଟିର ଏକତରଫା ଓ ଚିତ୍ତାକର୍ଷକ ବିଜୟକୁ ନେଇ ଆଜି ଗଞ୍ଜାମ ମଣ୍ଡଳ ପକ୍ଷରୁ ଏକ…

ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି: ଏହି ସବୁ ସମସ୍ୟାର ସମାଧାନ ପାଇଁ ଗୁହାରି କଲେ ଲୋକେ

ଦିଗପହଣ୍ଡି,୪।୫(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଅନ୍ତର୍ଗତ ଖମାରିଗାଁ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ସୋମବାର ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଥିଲା ।…

ଖୁସିରେ କହୁ କହୁ ଏମିତି କହିଦେଲେ ପ୍ରଧାନମନ୍ତ୍ରୀ ମୋଦି: ଚାହିଁ ରହିଗଲେ ଶାହା-ନୀତିନ ନବୀନ

ନୂଆଦିଲ୍ଲୀ,୪।୫:ପଶ୍ଚିମବଙ୍ଗ ଏବଂ ଆସାମ ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟିର ବିସ୍ମୟକର ବିଜୟ ପରେ ଦିଲ୍ଲୀର ଦଳୀୟ ମୁଖ୍ୟାଳୟରେ ଉତ୍ସବର ପରିବେଶ ସୃଷ୍ଟି ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ଆଜି ମୋ ଝିଅକୁ ନ୍ୟାୟ ମିଳିଛି… ଆରଜି କର ପୀଡ଼ିତାଙ୍କ ମା’ଙ୍କ ବଡ଼ ମନ୍ତବ୍ୟ: ଆଗକୁ…

କୋଲକାତା,୪।୫: ଉତ୍ତର ୨୪ ପରଗଣାର ପାଣିହାଟି ବିଧାନସଭା ଆସନ ପଶ୍ଚିମବଙ୍ଗ ନିର୍ବାଚନ ୨୦୨୬ରେ ସବୁଠାରୁ ଅଧିକ ନଜର ରଖାଯାଇଥିବା ଆସନ ମଧ୍ୟରୁ ଗୋଟିଏ ଭାବରେ ଉଭା ହୋଇଛି।…

ଯୌତୁକ ନିର୍ଯାତନା: ସାବିତ୍ରୀ ଅମାବାସ୍ୟା ଦିନ ସ୍ତ୍ରୀଙ୍କୁ ପିଟିଥିଲେ ହାତୁଡିରେ, ଏବେ ଆସିଲା ରାୟ

ବ୍ରହ୍ମପୁର,୪ା୫(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଆସିଷ୍ଟାଣ୍ଟ ସେସନ ଜଜ୍‌ (ସ୍ବତନ୍ତ୍ର ଟ୍ରାକ କୋର୍ଟ) ସୌଦାମିନୀ ସିଂ ଏକ ଯୌତୁକ ନିର୍ଯାତନା ମାମଲାରେ ଅଭିଯୁକ୍ତ ସ୍ବାମୀଙ୍କୁ ଦୋଷୀ ସାବ୍ୟସ୍ତ…

ଭାଜପାର ପ୍ରଚଣ୍ଡ ବିଜୟକୁ ନେଇ ବଡ଼ କଥା କହିଦେଲେ ରାଘବ ଚଢା: ଏହି ୩ ଜଣଙ୍କ ନାଁ ନେଇ କହିଲେ…

ନୂଆଦିଲ୍ଲୀ,୪।୫: ନିକଟରେ AAP ଛାଡି ଭାଜପାରେ ଯୋଗ ଦେଇଥିବା ରାଜ୍ୟ ସଭା ଏମ୍‌ପି ରାଘବ ଚଢା ବିଧାନସଭା ନିର୍ବାଚନରେ ଭାଜପାକୁ ବିଜୟ ପାଇଁ ଅଭିନନ୍ଦନ ଜଣାଇଛନ୍ତି। ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri