ସ୍ଥାନୀୟ ସାମଗ୍ରୀକୁ ମିଳିବ ଅଗ୍ରାଧିକାର

ନୂଆଦିଲ୍ଲୀ,୧।୬: କେନ୍ଦ୍ର ସରକାର ବର୍ତ୍ତମାନ ଆତ୍ମନିର୍ଭର ଭାରତ ଯୋଜନା ଉପରେ ଗୁରୁତ୍ୱ ଦେଇଛନ୍ତି। ଚଳିତ ଦଶନ୍ଧିରେ ଦେଶକୁ ଏକ ନୂଆ ଉପଲବ୍ଧି ପ୍ରଦାନ କରିବା ସହ ନୂଆ ସୋପାନକୁ ନେବାକୁ ଲକ୍ଷ୍ୟ ରଖାଯାଇଛି। ଏହି ଯୋଜନାରେ ଯେଉଁ ସାମଗ୍ରୀ ଭାରତରେ ପ୍ରସ୍ତୁତ ହେଉଛି ତାକୁ ଦେଶ ମଧ୍ୟରେ ବ୍ୟବହାର କରିବାକୁ ଗୁରୁତ୍ୱ ଦିଆଯିବ। ଅର୍ଥାତ୍‌ ଭାରତରେ ତିଆରି ହେଉଥିବା ସାମଗ୍ରୀଗୁଡ଼ିକୁ ଆମଦାନୀ ଉପରେ କଟକଣା ଲାଗିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରେଡିଓ କାର୍ଯ୍ୟକ୍ରମ ‘ମନ୍‌ କି ବାତ୍‌’ରେ ଏ ସମ୍ପର୍କରେ ଆଭାସ ଦେଇଛନ୍ତି। ଗ୍ରାମାଞ୍ଚଳରେ କ୍ଷୁଦ୍ରଶିଳ୍ପ ଏବଂ କୁଟୀରଶିଳ୍ପ ସ୍ଥାପନ ଦ୍ୱାରା ଲୋକଙ୍କୁ ନିଯୁକ୍ତି ଯୋଗାଣ କରିବା ଦିଗରେ ମଧ୍ୟ ସରକାର ଫୋକସ୍‌ କରୁଛନ୍ତି।
ଏହି ଅବସରରେ ମୋଦି କହିଛନ୍ତି ଯେ, ଶୀଘ୍ର ଜାତୀୟ ପ୍ରବାସୀ କମିଶନ ସ୍ଥାପନ କରାଯିବ। ଏଭଳି କାର୍ଯ୍ୟକ୍ରମ ଦ୍ୱାରା ଶ୍ରମିକଙ୍କ ଦକ୍ଷତାକୁ ଉନ୍ନତୀକରଣ କରାଯିବ। ଯେଉଁ ସାମଗ୍ରୀ ଭାରତରେ ନାହିଁ କେବଳ ତା’ର ଆମଦାନୀ ଉପରେ ନଜର ରଖାଯିବ। ମାତ୍ର ଯାହା ଦେଶ ମଧ୍ୟରେ ପ୍ରସ୍ତୁତ ହେଉଛି ବିଦେଶୀ ସାମଗ୍ରୀର ବିକଳ୍ପ ଭାବେ ତାକୁ ବ୍ୟବହାର କରିବା ଲାଗି ସେ ଦେଶବାସୀଙ୍କୁ ନିବେଦନ କରିଛନ୍ତି। ଆତ୍ମନିର୍ଭର ଭାରତ କାର୍ଯ୍ୟକ୍ରମରେ ଯୁବବର୍ଗ ଏକ ପ୍ରମୁଖ ସ୍ଥାନ ହାସଲ କରିବେ। ସ୍ଥାନୀୟ ଉତ୍ପାଦିତ ସାମଗ୍ରୀକୁ ପ୍ରୋତ୍ସାହିତ କରିବା ସହ ‘ଭୋକାଲ ଫର୍‌ ଲୋକାଲ’ ଏବଂ ମେକ୍‌ ଇନ୍‌ ଇଣ୍ଡିଆକୁ ସମର୍ଥନ ଜଣାଇପାରିବେ। ଏଭଳି ଛୋଟ ଛୋଟ ପଦକ୍ଷେପ ଭାରତକୁ ଆତ୍ମନିର୍ଭର କରାଇବାରେ ସହାୟକ ହେବ ବୋଲି ସେ ମତପ୍ରକାଶ କରିଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ଦେଶର ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକର ବିକାଶ ହେଲେ ସେମାନେ ଅଭିବୃଦ୍ଧି ଇଞ୍ଜିନ ଭାବେ ଯୋଗଦାନ ରଖିବେ। ସେ ଆୟୁଷ୍ମାନ ଭାରତ କାର୍ଯ୍ୟକ୍ରମର ସଫଳତାକୁ ନେଇ ବେଶ୍‌ ଖୁସି ବ୍ୟକ୍ତ କରିଛନ୍ତି। ଏହି ଯୋଜନା ଦ୍ୱାରା ବର୍ତ୍ତମାନ ସୁଦ୍ଧା ୧ କୋଟି ଲୋକଙ୍କୁ ସ୍ବାସ୍ଥ୍ୟସେବା ଉପଲବ୍ଧ କରାଯାଇଛି। ଏହା ଦ୍ୱାରା ଗରିବ ଲୋକଙ୍କୁ ୧୪ ହଜାର କୋଟି ଟଙ୍କାର ସଞ୍ଚୟ ହୋଇପାରିଛି। ମୋଟ ୧କୋଟି ଲୋକଙ୍କ ମଧ୍ୟରୁ ପ୍ରାୟ ୮୦ ଗ୍ରାମାଞ୍ଚଳର ଲୋକ ଏହି ଯୋଜନା ଦ୍ୱାରା ଲାଭବାନ ହୋଇଥିବା ମୋଦି ସ୍ପଷ୍ଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆପଣଙ୍କର ପାଖରେ ଅଛି କି ପୁରୁଣା ପାସ୍‌ବୁକ୍‌? ଡିସେମ୍ୱର ୩୧ ପୂର୍ବରୁ ଶୀଘ୍ର ବଦଳାନ୍ତୁ, ଆସିଲା ନୂଆ ନିୟମ…

ନୂଆଦିଲ୍ଲୀ,୨୨।୮: ଯଦି ଆପଣ ବି ବ୍ୟାଙ୍କିଙ୍ଗ୍ କାରବାର ପାଇଁ ଚେକ୍‌ବୁକ୍ (Chequebook) ବ୍ୟବହାର କରୁଛନ୍ତି, ତେବେ ଏହା ଆପଣଙ୍କ ପାଇଁ ଏକ ଅତ୍ୟନ୍ତ ଦରକାରୀ ଖବର। ବାସ୍ତବରେ,…

୪ ବର୍ଷରୁ କମ ବୟସର ପିଲାମାନଙ୍କୁ ଦିଆଯିବ ନାହିଁ ଏହି ଥଣ୍ଡା-କାଶ ଔଷଧ: କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୨୨।୮: କେନ୍ଦ୍ର ସରକାର ଛୋଟ ପିଲାମାନଙ୍କ ସ୍ବାସ୍ଥ୍ୟ ସୁରକ୍ଷା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ସରକାର ୪ ବର୍ଷରୁ କମ ବୟସର ପିଲାମାନଙ୍କ ପାଇଁ ଉଦ୍ଦିଷ୍ଟ…

ଏହି ୫୨ ନେତା ପିନ୍ଧିବେ ୧୦ ଲକ୍ଷ ଟଙ୍କାର ଜ୍ୟାକେଟ୍‌: ପଛରେ ରହିଛି ଏମିତି କାରଣ

ଲକ୍ଷ୍ନୌ,୨୨।୮: ଉତ୍ତର ପ୍ରଦେଶରେ ରାଜନୈତିକ ନେତାଙ୍କ ସୁରକ୍ଷା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି। ରାଜ୍ୟର ୫୨ ନେତାଙ୍କୁ ବୁଲେଟପ୍ରୁଫ ଜ୍ୟାକେଟ ଯୋଗାଇ ଦିଆଯାଇଛି। ଏହି ସୁରକ୍ଷା…

ମୃତ୍ୟୁପରେ ରୋଗୀଙ୍କୁ ରେଫର କଲେ ଡାକ୍ତର: ତ୍ରୁଟିପୂର୍ଣ୍ଣ ଚିକିତ୍ସା ଅଭିଯୋଗ

ତିହିଡି଼,୨୨।୮(ସଞ୍ଜିତ ବଳ):ଭଦ୍ରକ ଜିଲା ତିହିଡି଼ ଥାନା ଭାଟପ ପଞ୍ଚାୟତ ଅଧୀନ ବଉଳପାଳ ଗ୍ରାମର ମାୟାଧର ତ୍ରିପାଠୀ (୬୫)ନାମକ ଜଣେ ବୃଦ୍ଧଙ୍କ ତ୍ରୁଟିପୂର୍ଣ୍ଣ ଚିକିତ୍ସା ପାଇଁ ମୃତ୍ୟୁ ଘଟିଥିବା…

୨୦୨୭ ଲଢେଇ ଜିତିବାକୁ ଭାଜପାର ବଡ଼ ପ୍ଲାନ: ଟାର୍ଗେଟ୍‌ରେ Gen G-Gen Z

ନୂଆଦିଲ୍ଲୀ,୨୨।୮: ନୂତନ ଜାତୀୟ ଟିମ୍‌ ଘୋଷଣା ପରେ ଭାଜପା ନେତା ନୀତିନ ନବୀନ ଶନିବାର ପଦାଧିକାରୀଙ୍କ ସହ ଏକ ବୈଠକ କରିଛନ୍ତି। ଦିଲ୍ଲୀରେ ଥିବା ଭାଜପା ମୁଖ୍ୟାଳୟରେ…

ଏନଟିପିସି ପାୱାର୍‌ ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ: ୫ ଶ୍ରମିକ ଗୁରୁତର

ତାଳଚେର,୨୨।୮(ମନୋଜ ନନ୍ଦ): ଅନୁଗୋଳ ଜିଲା କଣିହାଁ ଏନଟିପିସି ପାୱାର୍‌ ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ ହୋଇଛି। ବଙ୍କର (ବି)ରେ ଏହି ବିସ୍ଫୋରଣ ହୋଇଥିବା ଜଣାପଡ଼ିଛି। ଏଥିରେ ୫ ଶ୍ରମିକ…

୧୦ ଜିଲାରେ ହେବ ବମ୍ପର ନିଯୁକ୍ତି: ୨,୭୮୦ କୋଟିର ନିବେଶ ପ୍ରସ୍ତାବକୁ ମଞ୍ଜୁରୀ

ଭୁବନେଶ୍ୱର,୨୨ା୮(ରବିନାରାୟଣ ଜେନା):ଓଡ଼ିଶାକୁ ବିକାଶର ଶୀର୍ଷରେ ପହଞ୍ଚାଇବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଶିଳ୍ପ ଓ ପୁଞ୍ଜି ନିବେଶ ଉପରେ ଗୁରୁତ୍ୱ ଦିଆଯାଉଥିବାବେଳେ ଶୁକ୍ରବାର ୨,୭୮୦ କୋଟି ଟଙ୍କାର…

ସେପ୍ଟେମ୍ବରରୁ ବଦଳିଯିବ ନିୟମ! ଅଗଷ୍ଟ ଶେଷ ପୂର୍ବରୁ କରିନିଅନ୍ତୁ ଏହି ୪ କାମ…

ନୂଆଦିଲ୍ଲୀ,୨୧ା୮: ଅଗଷ୍ଟ ମାସ ଶେଷ ହେବାକୁ ଯାଉଛି। ଏହା ସହ କିଛି ଜରୁରୀ ଆର୍ଥିକ କାମର ସମୟସୀମା ମଧ୍ୟ ଶେଷ ହେଉଛି। ଯଦି ଆପଣ ଏହି କାମଗୁଡ଼ିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri