Posted inଜାତୀୟ

ସ୍ତ୍ରୀଙ୍କୁ ଭରଣପୋଷଣ ଆଦେଶ ଦେଲେ ଅଦାଲତ: ୫ ବସ୍ତା କଏନ୍‌ ନେଇ କୋର୍ଟରେ ପହଞ୍ଚିଲେ ସ୍ବାମୀ

ସ୍ତ୍ରୀଙ୍କୁ ଭରଣପୋଷଣ ଦେବା ପାଇଁ ଏକ ପରିବାର ଅଦାଲତଙ୍କ ରାୟ ପରେ ସ୍ବାମୀ କୋର୍ଟରେ ୫ ବସ୍ତା କଏନ୍‌ ନେଇ ପହଞ୍ଚିଛନ୍ତି। ଏଭଳି ଏକ ରୋଚକ ଘଟଣା ଛତିଶଗଡ଼ରେ ଘଟିଛି। ସ୍ଥାନୀୟ ପାମ୍‌ଗଢ଼ ଥାନା ଅଞ୍ଚଳରେ ବାସକରୁଥିବା ପୁନିରାମ ସାହୁ ଏବଂ ତାଙ୍କ ସ୍ତ୍ରୀ ଯଶୋଧାରାଙ୍କ ମଧ୍ୟରେ ଛାଡ଼ପତ୍ର ମାମଲାର ବିଚାର ଦୀର୍ଘ ୨୦ ବର୍ଷ ଧରି ଚାଲିଛି। ପୁନିରାମ ଜଣେ ପରିବା ବେପାରି। ପରିବାର କୋର୍ଟ ପକ୍ଷରୁ ଯଶୋଧାରାଙ୍କୁ ୩୩ ହଜାର ୮ଶହ ଟଙ୍କା ଭରଣପୋଷଣ ଦେବାକୁ ପୁନିରାମଙ୍କୁ ଆଦେଶ ଦିଆଯାଇଥିଲା। ପୁନିରାମ ନିଜ ପାଖରେ ଥିବା ଟଙ୍କିକିଆ, ୨ ଟଙ୍କିଆ, ୫ ଟଙ୍କିଆ ତଥା ୧୦ ଟଙ୍କିଆ କଏନ୍‌ ଥିବା ୫ଟି ବସ୍ତା ନେଇ ପହଞ୍ଚିଥିଲେ। ତେବେ ବିଚାରପତି କିରଣ ଚତୁର୍ବେଦୀ ଏହାକୁ ଗଣିବାକୁ ପୁନିରାମଙ୍କୁ କହିଥିଲେ। ସେ କୋର୍ଟ ଚଟାଣରେ ବସି ୩୩ ହଜାର ଟଙ୍କାର କଏନ୍‌ ଗଣିଗଣି ଯଶୋଧାରାଙ୍କୁ ଦେଇଥିଲେ। ଅବଶିଷ୍ଟ ୮ଶହ ଟଙ୍କା ୨୨ ଜୁଲାଇରେ ଦେବାକୁ କୋର୍ଟ ପୁନିରାମଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି କଏନ୍‌ ବସ୍ତା ଯଶୋଧାରା ନେବାକୁ ମନା କରିବାରୁ ପୁନିରାମ ଏହାକୁ ବୋହି ବୋହି ନେଇ ତାଙ୍କ ଘରେ ଦେଇଥିବା କୁହାଯାଉଛି। ଏହି ଘଟଣା ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତାରେ ଉପୁଡ଼ି ପଡିଥିବା ଗଛକୁ ଯାଇ ପିଟିହେଲେ ଅଟୋ-ପିକଅପ୍, ୯…

ନନ୍ଦପୁର,୧୬।୬(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ସଦର ମହକୁମା ଦେଇ ଯାଇଥିବା ଏମଡିଆର ୫୫ ରାସ୍ତାର ସୀମାଦ୍ରୀ ମଣ୍ଡପ ସମ୍ମୁଖରେ ଏକ ବଡ଼ ଧରଣର…

ସମ୍ଭାବ୍ୟ ଶାନ୍ତି

ଶେଷରେ ଇରାନ ସହ ଆମେରିକା-ଇସ୍ରାଏଲର ଯୁଦ୍ଧ ମଧ୍ୟରେ ସବୁଠାରୁ ବଡ଼ ପ୍ରତୀକ୍ଷିତ କୂଟନୈତିକ ସଫଳତା ମିଳିଛି, ଯେଉଁଥିରେ ଆମେରିକା ଏବଂ ଇରାନ ସେମାନଙ୍କ ଅସ୍ତ୍ରବିରତିକୁ ୬୦ ଦିନ…

ଆଜି ସୁପ୍ରିମକୋର୍ଟରେ ଆଧାର ଶୁଣାଣି

ନୂଆଦିଲ୍ଲୀ,୧୬ା୬: ଭାରତର ବିଶିଷ୍ଟ ପରିଚୟ କର୍ତ୍ତୃପକ୍ଷଙ୍କ ଦ୍ୱାରା ଜାରି ଆଧାର କାର୍ଡଗୁଡ଼ିକୁ ନାଗରିକତ୍ୱ, ବାସସ୍ଥାନ ପ୍ରମାଣ ଓ ଠିକଣା ପ୍ରମାଣ ଭାବେ ଦୁରୁପଯୋଗ କରାଯାଉଥିବା ଅଭିଯୋଗ କରି ସୁପ୍ରିମକୋର୍ଟରେ…

ଭାରତ, ସ୍ଲୋଭାକିଆ ସହଭାଗିତା ବଢ଼ିବ

ବ୍ରାଟିସ୍ଲାଭା,୧୬ା୬:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମାଦି ଏବଂ ତାଙ୍କ ସ୍ଲୋଭାକିଆ ପ୍ରତିପକ୍ଷ ରବର୍ଟ ଫିକୋଙ୍କ ମଧ୍ୟରେ ସୋମବାର ଦ୍ୱିପାକ୍ଷିକ ଆଲୋଚନା ପରେ ୨ ଦେଶ ମଧ୍ୟରେ ସହଭାଗିତାକୁ ବ୍ୟାପକ କରିବାକୁ…

ଦୁର୍ଦ୍ଦାନ୍ତ ଅପରାଧୀ ପ୍ରଭାତ ମଲିକଙ୍କୁ କେନ୍ଦୁଝରରେ ଏନକାଉଣ୍ଟର, ପୋଲିସକୁ ଆକ୍ରମଣ କରିବାକୁ ଚେଷ୍ଟା…

କେନ୍ଦୁଝର,୧୬।୬(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା ଅନ୍ତର୍ଗତ ମହୁଲଡ଼ିହା ଜଙ୍ଗଲ ନିକଟରେ ଏନକାଉଣ୍ଟର ହୋଇଛି । ଆଜି(ମଙ୍ଗବାର) ସଦର ଥାନା ପୋଲିସ ଏକ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଏନ୍‌କାଉଣ୍ଟର…

ଆଉ ଖେଳିପାରିବେନି ବୈଭବ ସୂର୍ଯ୍ୟବଂଶୀ? ଶ୍ରୀଲଙ୍କା ଖେଳାଳିଙ୍କ ସହ ଝଗଡ଼ା ପରେ ବଡ଼ କାର୍ଯ୍ୟାନୁଷ୍ଠାନ ହେବାର ସମ୍ଭାବନା! ଜାଣନ୍ତୁ ଅପଡେଟ

ନୂଆଦିଲ୍ଲୀ,୧୬।୬: ଆୟରଲ୍ୟାଣ୍ଡ ଗସ୍ତ ପୂର୍ବରୁ ଶ୍ରୀଲଙ୍କାରେ ଖେଳୁଥିବା ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ ଏବେ ଶିରୋନାମାରେ ସ୍ଥାନ ପାଇଛନ୍ତି। ପୂର୍ବରୁ ତାଙ୍କର ଚମତ୍କାର ପ୍ରଦର୍ଶନ ପାଇଁ ଦୃଷ୍ଟି…

୭୫ ଟଙ୍କାର ବ୍ୟାଙ୍କ ବାଲାନ୍ସରୁ ଏନ୍‌ଡିଏର ସମ୍ଭାବ୍ୟ ଶକ୍ତି, ଚର୍ଚ୍ଚାରେ ଆଞ୍ଚଳିକ ଦଳ ‘ଏନ୍‌ସିପିଆଇ’ର ରାଜନୈତିକ ଯାତ୍ରା

ନୂଆଦିଲ୍ଲୀ,୧୫ା୬(ପି.ଟି.): ଆର୍ଥିକବର୍ଷ ୨୦୨୨-୨୩ ଶେଷ ସୁଦ୍ଧା ଯେଉଁ ରାଜନୈତିକ ଦଳର ବ୍ୟାଙ୍କ ଖାତାରେ ମାତ୍ର ୭୫ ଟଙ୍କା ବାକି ରହିଥିଲା, ଆଜି ସେହି ଅଜ୍ଞାତ ଦଳଟି ଜାତୀୟ…

ଇରାନ ଉପରେ ଜୋରଦାର ଖର୍ଚ୍ଚ କରିବେ ଟ୍ରମ୍ପ; ୩୦୦ ବିଲିୟନ ଡଲାର ବର୍ଷା କରିବାକୁ ପ୍ରସ୍ତୁତ!

ତେହରାନ,୧୬।୬: ଆମେରିକା ଏବଂ ଇରାନ ମଧ୍ୟରେ ପ୍ରସ୍ତାବିତ ଶାନ୍ତି ଚୁକ୍ତିନାମା ସମ୍ପର୍କରେ ନୂଆ ତଥ୍ୟ ସାମ୍ନାକୁ ଆସିଛି। ରିପୋର୍ଟ ଅନୁଯାୟୀ ଏହି ଚୁକ୍ତିନାମା ଅତି କମରେ ୩୦୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri