ସୋମନାଥ ପରିଡ଼ାଙ୍କୁ ଆଜୀବନ ଜେଲ

ଭୁବନେଶ୍ୱର,୨୬ା୨(ବ୍ୟୁରୋ): ସ୍ତ୍ରୀ ଉଷାଶ୍ରୀଙ୍କୁ ହତ୍ୟା ପରେ ୩ଶହ ଖଣ୍ଡ କରି କାଟିଥିଲେ ଅବସରପ୍ରାପ୍ତ ସେନା ଡାକ୍ତର ତଥା ଲ୍ୟୁଟନାଣ୍ଟ କଲୋନେଲ ସୋମନାଥ ପରିଡ଼ା। ନୟାପଲ୍ଲୀ ଥାନା ଅନ୍ତର୍ଗତ ଆଇଆର୍‌ସି ଭିଲେଜରେ ଘଟିଥିବା ଏହି ବହୁ ଚର୍ଚ୍ଚିତ ହତ୍ୟା ମାମଲାର ରାୟ ମଙ୍ଗଳବାର ପ୍ରକାଶ ପାଇଛି। ମାମଲାର ଶୁଣାଣି କରି ଖୋର୍ଦ୍ଧା ଜିଲା ଦୌରାଜଜ୍‌ ଦୋଷୀ ସୋମନାଥଙ୍କୁ ଆଜୀବନ କାରାଦଣ୍ଡାଦେଶ ଦେଇଛନ୍ତି। ଏହାସହ ୬୦ହଜାର ଟଙ୍କା ଜରିମାନା ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜରିମାନା ଅନାଦାୟ ହେଲେ ଅଧିକ ୬ ମାସ ସଜା ଭୋଗିବାକୁ ପଡ଼ିବ ବୋଲି ବିଚାରପତି ଲୋକନାଥ ମହାପାତ୍ର ରାୟରେ ଉଲ୍ଲେଖ କରିଛନ୍ତି। ମାମଲାର ବିଚାରବେଳେ ଉଷାଶ୍ରୀଙ୍କ ଭାଇ, ପୁଅ, ଝିଅଙ୍କ ସହିତ ୨୪ଜଣଙ୍କ ସାକ୍ଷ୍ୟ ନିଆଯାଇଥିଲା। ଏହାସହ ୨୮ ଡକ୍ୟୁମେଣ୍ଟ, ଫରେନସିକ୍‌ ରିପୋର୍ଟକୁ ବିଚାରପତି ଅନୁଧ୍ୟାନ କରିବା ପରେ ରାୟ ଶୁଣାଇଥିଲେ। ଆଇପିସି ଦଫା ୩୦୨ (ହତ୍ୟା)ରେ ଆଜୀବନ ସଜା ସହ ୫୦ ହଜାର ଟଙ୍କା ଜରିମାନା, ଦଫା ୨୦୧ (ପ୍ରମାଣ ନଷ୍ଟ) ରେ ଏକବର୍ଷ ସଜା ସହ ୧୦ ହଜାର ଟଙ୍କା ଜରିମାନା କରିଛନ୍ତି। ସୋମନାଥ ବାରମ୍ବାର ଓକିଲ ବଦଳାଇ ମାମଲାର ବିଚାର ପ୍ରକ୍ରିୟାକୁ ବିଳମ୍ବ କରୁଥିଲେ। ଶେଷରେ ୭ବର୍ଷ ପରେ ଚୂଡ଼ାନ୍ତ ରାୟ ପ୍ରକାଶ ପାଇଛି। ମଙ୍ଗଳବାର ମାମଲାର ଶୁଣାଣିବେଳେ ସୋମନାଥଙ୍କ ଓକିଲ ଓ ସରକାରୀ ଓକିଲ ବିଚାରପତିଙ୍କ ନିକଟରେ ନିଜ ନିଜର ଯୁୁକ୍ତି ରଖିଥିଲେ। ସରକାରୀ ଓକିଲ କହିଥିଲେ, ଜଣେ ଅବସରପ୍ରାପ୍ତ ସେନା ଅଧିକାରୀ ହୋଇ ସ୍ତ୍ରୀଙ୍କୁ ହତ୍ୟା କରିବା ଏକ ଘୃଣ୍ୟ କାର୍ଯ୍ୟ। ତେଣୁ ଅଭିଯୁକ୍ତଙ୍କୁ କଡା ସଜା ନ ଦେଲେ ଅନ୍ୟମାନେ ଏଭଳି କାର୍ଯ୍ୟ କରିବାକୁ ସାହସ ଜୁଟାଇବେ। ଏପରି କି ସ୍ତ୍ରୀଙ୍କ ଜୀବନ ରକ୍ଷା କରିବା ସ୍ବାମୀର ଧର୍ମ। ହେଲେ ସୋମନାଥ ସ୍ତ୍ରୀଙ୍କୁ ହତ୍ୟା କରି ଅତି ଜଘନ୍ୟଭାବେ ୩ଶହ ଖଣ୍ଡ କରିଥିଲେ। ତେଣୁ ତାଙ୍କୁ କଠୋର ଦଣ୍ଡ ଦେବାକୁ ନିବେଦନ କରିଥିଲେ। ଅନ୍ୟପକ୍ଷରେ ପ୍ରତିପକ୍ଷ ଓକିଲ ନିଜର ଯୁକ୍ତି ରଖିବା ସହ ସୋମନାଥ ବୟସ୍କ ହୋଇଥିବାରୁ ତାଙ୍କ ପ୍ରତି ସଜା କୋହଳ କରିବା ପାଇଁ କୋର୍ଟଙ୍କୁ ପ୍ରାର୍ଥନା କରିଥିଲେ। ଉଭୟ ପକ୍ଷର ସମସ୍ତ ବିଷୟ ଶୁଣିବା ପରେ ବିଚାରପତି ଶେଷରେ ସୋମନାଥଙ୍କ ମତ ଚାହିଁଥିଲେ। ଏହାପରେ ସୋମନାଥ କହିଥିଲେ ‘ମୁଁ ନିର୍ଦ୍ଦୋଷ, ଜୀବନ ସାରା ଦୁର୍ନୀତି କରିନି। ତେଣୁ ମୋତେ କ୍ଷମା କରାଯାଉ।’ ତେବେ କୋର୍ଟ ତାଙ୍କୁ ଆଜୀବନ ସଜା ଶୁଣାଇବା କ୍ଷଣି ସୋମନାଥ ସେଠାରେ କାନ୍ଦି ପକାଇଥିଲେ। ଏପରି କି କୋର୍ଟରୁ ବାହାରି ସେ ପୋଲିସ ଭ୍ୟାନରେ ବସିବା ସମୟରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଜଣେ ସେନା ଅଧିକାରୀ ଠାଣିରେ ତାଗିଦ୍‌ କରିଥିଲେ। ଏପଟେ ସୋମନାଥଙ୍କ ଓକିଲ କହିଛନ୍ତି, ଏହି ରାୟ ବିରୋଧରେ ହାଇକୋର୍ଟ ଯିବେ। ଉଷାଶ୍ରୀଙ୍କ ଭାଇ ରଞ୍ଜନ ସାମଲ କହିଛନ୍ତି, ବିଳମ୍ବ ହେଲେ ବି ଆମକୁ ନ୍ୟାୟ ମିଳିଛି। ମୋ ଭଉଣୀଙ୍କୁ ଯେଭଳି ସୋମନାଥ ହତ୍ୟା କଲେ, ତାଙ୍କୁ ଆଜୀବନ ସଜା ଠିକ୍‌ ହୋଇଛି ବୋଲି ସେ କହିଛନ୍ତି। ସରକାରୀ ଓକିଲ ସାରଦା ଚନ୍ଦ୍ର ସାମଲ ମାମଲା ପରିଚାଳନା କରୁଥିଲେ।
କେମିତି ଥିଲା ପୂରା ଘଟଣାବଳୀ
ସୋମନାଥ ଚାକିରିରୁ ଅବସର ନେବାପରେ ସ୍ତ୍ରୀ ଉଷାଶ୍ରୀଙ୍କ ସହ ନୟାପଲ୍ଲୀ ଆଇଆର୍‌ସି ଭିଲେଜରେ ରହୁଥିଲେ। କିନ୍ତୁ ବିଭିନ୍ନ ସମୟରେ ଉଭୟଙ୍କ ମଧ୍ୟରେ କଳିଝଗଡା ଲାଗୁଥିଲା। ୨୦୧୩ ଜୁନ୍‌ ୩ରେ ସୋମନାଥ ଓ ସ୍ତ୍ରୀ ଉଷାଶ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ସୋମନାଥ ଉତ୍ତେଜିତ ହୋଇ ଏକ ପିତ୍ତଳ ଟର୍ଚ୍ଚରେ ଉଷାଶ୍ରୀଙ୍କ ମୁଣ୍ଡକୁ ପିଟି ହତ୍ୟା କରିଥିଲେ। ପରେ କଟୁରି, ଆରି, ଫାର୍ସାରେ ମୃତଦେହକୁ ୩ଶହ ଖଣ୍ଡ କରି କାଟିଥିଲେ। ଏହାପରେ ହାଡ଼ମାଂସ ଟୁକୁଡ଼ାକୁ ୨୧ ଟିଫିନ ବକ୍ସ ଓ ୨ ଷ୍ଟିଲ୍‌ ବକ୍ସରେ ରଖି ସେଥିରେ ଫିନାଇଲ୍‌ ସହ ଅନ୍ୟ କିଛି କେମିକାଲ ପକାଇ ଘରେ ରଖିଥିଲେ। ପ୍ରତିଦିନ କିଛି କିଛି ହାଡ଼ମାଂସ କାଢ଼ିନେଇ ବାହାରେ ଫିଙ୍ଗୁଥିଲେ।
ଝିଅଙ୍କ ଫୋନ କଲ୍‌ରୁ ଜଣାପଡ଼ିଲା
ମୃତଦେହ ସହ ସୋମନାଥ ୨୦ଦିନ ରହିବା ପରେ ଜୁନ୍‌ ୨୧ରେ ଘଟଣା ପଦାକୁ ଆସିଥିଲା। ବିଦେଶରେ ରହୁଥିବା ଉଷାଶ୍ରୀଙ୍କ ଝିଅ ଲେଖା ପରିଡ଼ା ବାପା ସୋମନାଥଙ୍କ ସହ ଫୋନ୍‌ରେ କଥାହେବାବେଳେ ମା’ଙ୍କ କଥା ପଚାରିଥିଲେ। ମା’ ଶିରିଡ଼ି ଯାଇଥିବା ସୋମନାଥ କହିଥିଲେ ମଧ୍ୟ କେବେ ଫେରିବେ ସେନେଇ କିଛି ନ କହି କଥାକୁ ଏଡ଼ାଇଥିଲେ। ତାଙ୍କର ସନ୍ଦେହ ହେବାରୁ ଭୁବନେଶ୍ୱରରେ ରହୁଥିବା ମାମୁଙ୍କୁ ଯୋଗାଯୋଗ କରି ତାଙ୍କ ଘରକୁ ଯାଇ କ’ଣ ହୋଇଛି ଦେଖି ଆସିବାକୁ କହିଥିଲେ। ଏହାପରେ ମାମୁ (ଉଷାଶ୍ରୀଙ୍କ ଭାଇ) ସୋମନାଥଙ୍କ ଘରକୁ ଯାଇ ଭଉଣୀ ବିଷୟରେ ପଚାରିଥିଲେ। କିନ୍ତୁ ସୋମନାଥ ବାରମ୍ବାର କଥା ବଦଳାଇ ଚାଲିଥିଲେ। ତେବେ ଘର ଭିତରୁ ଦୁର୍ଗନ୍ଧ ଆସିବାରୁ ସେ ତୁରନ୍ତ ସେ ନୟାପଲ୍ଲୀ ଥାନାକୁ ଜଣାଇଥିଲେ। ପୋଲିସ ପହଞ୍ଚତ୍ ଘର ଯାଞ୍ଚ କରିବା ପରେ ଉଷାଶ୍ରୀଙ୍କ ମୃତଦେହର ବହୁ ଟୁକୁଡ଼ା ମିଳିଥିଲା। ଏହାପରେ ପୋଲିସ ସୋମନାଥଙ୍କୁ ଗିରଫ କରିଥିଲା। ୨୦୧୩ ଅକ୍ଟୋବର ୧୭ରେ ଚାର୍ଜଶିଟ୍‌ ଦାଖଲ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?