ସେବା ସମବାୟ ସମିତିରେ ପକାଇଲେ ତାଲା

ବଇଣ୍ଡା,୧୬।୨(ଡି.ଏନ.ଏ.) – ଆଠମଲ୍ଲିକ ବ୍ଲକ ସାନହୁଲା ସେବା ସମବାୟ ସମିତିରେ ଧାନ କିଣାରେ ଅବ୍ୟବସ୍ଥା ଦେଖାଦେଇଛି। ଫଳରେ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି। ଅନେକ ଚାଷୀଙ୍କୁ ଧାନ କିଣାରେ ଅଣଦେଖା କରାଯାଉଥିବା ପ୍ରତିବାଦ କରି କେତେଜଣ ଚାଷୀ ଶନିବାର ସମବାୟ ସମିତିରେ ତାଲା ପକାଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।
ଚାଷୀମାନେ କହିଛନ୍ତି, ପେଡ଼ିପଥର, ସାନହୁଲା, କୁରୁମଟାବ, କୁର୍ତ୍ତିବାସପୁର ପଞ୍ଚାୟତ ଅଧୀନ ୩୧ ଗ୍ରାମର ଚାଷୀ ଏହି ସୋସାଇଟି ଉପରେ ନିର୍ଭରଶୀଳ। ପ୍ରତ୍ୟେକ ବର୍ଷ ଏଠାରେ ଚାଷୀମାନେ ଅମଳ କରିଥିବା ଧାନକୁ ବିକ୍ରି କରୁଥିବାବେଳେ ଚଳିତ ବର୍ଷ ୩୪୬ ଜଣ ଚାଷୀ ଧାନ ବିକ୍ରି କରିବା ପାଇଁ ପଞ୍ଜୀକୃତ ହୋଇଛନ୍ତି। ଏପରିକି ଟୋକନ ମଧ୍ୟ ପାଇଛନ୍ତି। ହେଲେ ସେମାନେ ଧାନ ବିକ୍ରି କରିବାକୁ ସୋସାଇଟିକୁ ଆଣୁଥିବାବେଳେ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି। ଶନିବାର କେତେଜଣ ଚାଷୀଙ୍କ ଧାନ ଗ୍ରହଣ କରାଯିବ ନାହିଁ ବୋଲି ସୋସାଇଟି ପକ୍ଷରୁ କୁହାଯାଇଥିଲା। ପରେ ଚାଷୀଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ଦେଖାଦେଇଥିଲା। ସେମାନେ ଫାଟକରେ ତାଲା ପକାଇ ଆନ୍ଦୋଳନ କରିଥିଲେ। ଫଳରେ ଗଦା ହୋଇ ରହିଥିବା ଧାନ କିଣାଯାଇ ପାରି ନ ଥିଲା। ଖବରପାଇ ଆଠମଲ୍ଲିକ ବ୍ଲକ ଯୋଗାଣ ଅଧିକାରୀ ଇତିରଞ୍ଜନ ପାତ୍ର, ଠାକୁରଗଡ଼ ଥାନା ଆଇଆଇସି ଗବାକ୍ଷ ନାୟକ ପହଞ୍ଚି ଉତ୍ତ୍ୟକ୍ତ ଚାଷୀଙ୍କ ସହ ଆଲୋଚନା କରିବା ପରେ ଫାଟକ ଖୋଲା ଯାଇଥିଲା। ଏ ନେଇ ସୋସାଇଟି ସଭାପତି ପ୍ରଭାକର ପ୍ରଧାନ କହିଛନ୍ତି, କେତେଜଣ ଚାଷୀ ଟୋକନ କରି ନ ଥିବାବେଳେ ଧାନ ବିକ୍ରି ପାଇଁ କହିଥିଲେ। ବିନା ଟୋକନରେ ଧାନ କିଣାର ନିୟମ ନ ଥିବା କୁହାଯିବାରୁ ଉତ୍‌କ୍ଷିପ୍ତ ହୋଇ ସେମାନେ ତାଲା ପକାଇ ଦେଇଥିଲେ। ଯୋଗାଣ ଅଧିକାରୀ ଇତିରଞ୍ଜନ ପାତ୍ର କହିଛନ୍ତି, ଯେଉଁମାନେ ଧାନ ବିକ୍ରି କରିବା ପାଇଁ ନାମ ପଞ୍ଜୀକୃତ କରିନାହାନ୍ତି ସେହି ଚାଷୀମାନେ ସମିତିରେ ତାଲା ପକାଇ ଦେଇଥିଲେ। ସେମାନଙ୍କୁ ଉପଜିଲାପାଳଙ୍କଠାରେ ଅଭିଯୋଗ କରିବା ପାଇଁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁର: PWD ରାସ୍ତାରେ ଝୁଲୁଛି ମୃତ୍ୟୁର ଖଣ୍ଡା! ଶୁଖିଲା ଗଛ ସାଜିଛି ମରଣଯନ୍ତା

ଥୁଆମୂଳ ରାମପୁର, ୧୦ା୫ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ଜୀବନରେଖା କୁହାଯାଉଥିବା ଥୁଆମୂଳ ରାମପୁର – କାଶୀପୁର ମୁଖ୍ୟ PWD ରାସ୍ତା ଏବେ…

ମାଙ୍କଡଡିଆଁ ଜଳପ୍ରପାତରେ ଅଘଟଣ, ପର୍ଯ୍ୟଟକଙ୍କ ମୃତଦେହ ଉଦ୍ଧାର

ମୋହନା,୧୦ା୫( ମନ୍ମଥ ମିଶ୍ର ): ମାଙ୍କଡଡିଆଁ ଜଳପ୍ରପାତରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ବ୍ୟକ୍ତିଙ୍କର ନାମ ଅଭିଜିତ ଦାସ ହୋଇଥିବା ବେଳେ ସେ ଜଣେ…

ଜାତୀୟ ଓପନ ର଼୍ୟାଙ୍କିଙ୍ଗ୍‌ ଟୁର୍ନାମେଣ୍ଟ ଆରମ୍ଭ: ଭାଗ ନେଲେ ୧୪୦୦ ରେସଲର

ଗୋଣ୍ଡା,୧୦ା୫: ଜାତୀୟ ଓପନ ର଼୍ୟାଙ୍କିଙ୍ଗ୍‌ ଟୁର୍ନାମେଣ୍ଟ ରବିବାର ଆରମ୍ଭ ହୋଇଯାଇଛି। ଜାତୀୟ କ୍ୟାମ୍ପ୍ସ ଏବଂ ଭବିଷ୍ୟତରେ ହେବାକୁ ଥିବା ଅନ୍ତର୍ଜାତୀୟ ପ୍ରତିଯୋଗିତା ଚୟନ ପାଇଁ ଜାତୀୟ ଓପନ…

ଘୋର ଆର୍ଥିକ ସଙ୍କଟରେ ତୈଳ କମ୍ପାନୀ, ଦୈନିକ ୧୭୦୦ କୋଟିର କ୍ଷତି; ଶୀଘ୍ର ବଢ଼ିବ ପେଟ୍ରୋଲ-ଡିଜେଲ ଦାମ୍‌

ନୂଆଦିଲ୍ଲୀ,୧୦।୫: ଇରାନ ଯୁଦ୍ଧ ଏବଂ ହର୍ମୁଜ ପ୍ରଣାଳୀ (Strait of Hormuz) ଅବରୋଧ ଯୋଗୁ ବିଶ୍ୱ ବଜାରରେ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୧୦୦ ଡଲାର…

ଗଞ୍ଜାମ ଚନ୍ଦନ ଯାତ୍ରା, ହରିହର ଭେଟ ଦେଖିବାକୁ ଲାଗିଲା ଶ୍ରଦ୍ଧାଳୁଙ୍କ ଭିଡ଼

ଗଞ୍ଜାମ,୧୦ା୫(ଅନାଥ ତରାଇ):  ଗଞ୍ଜାମ ସହରର ପାରମ୍ପରିକ ପ୍ରସିଦ୍ଧ ଚନ୍ଦନ ଯାତ୍ରା ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଗତ ମାସ ୨୦ ତାରିଖରୁ ଆରମ୍ଭ ହୋଇଥିବା ଏହି ଐତିହାସିକ…

ରୋଗରୁ ହୋଇଛି ଦନ୍ତାହାତୀର ମୃତ୍ୟୁ: ଅପପ୍ରଚାରକାରୀଙ୍କ ବିରୋଧରେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ

ଭଞ୍ଜନଗର,୧୦ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ତାରସିଂ ରେଞ୍ଜର ଗାୟଗଣ୍ଡା ନିକଟରେ ମୃତ୍ୟୁବରଣ କରିଥିବା ଦନ୍ତାହାତୀଟି ରୋଗରୁ ମୃତ୍ୟୁ ହୋଇଥିବା ମୃତଦେହ ବ୍ୟବଚ୍ଛେଦରୁ…

ବାଲିଅନ୍ତା ବର୍ବରତା; ରାଜ୍ୟ ସରକାରଙ୍କ କାର୍ଯ୍ୟାନୁଷ୍ଠାନ, ୪ ପୋଲିସ ସସ୍‌ପେଣ୍ଡ୍‌

ଭୁବନେଶ୍ବର,୧୦ା୫:  ବାଲିଅନ୍ତା ବର୍ବରତା ଘଟଣା କେବଳ ରାଜ୍ୟ ନୁହେଁ ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ଘଟଣାରେ ବର୍ତ୍ତମାନ ରାଜ୍ୟ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି…

PM ମୋଦିଙ୍କୁ ଟାର୍ଗେଟ? ବେଙ୍ଗାଲୁରୁରେ କାର୍ଯ୍ୟକ୍ରମ ସ୍ଥଳ ନିକଟରୁ ବିସ୍ଫୋରକ ସାମଗ୍ରୀ ମିଳିବା ପରେ ହଇଚଇ

ବେଙ୍ଗାଲୁରୁ,୧୦।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆର୍ଟ ଅଫ ଲିଭିଂ ସେଣ୍ଟର ଗସ୍ତ ପୂର୍ବରୁ ବେଙ୍ଗାଲୁରୁରେ ଏକ ବଡ଼ ଧରଣର ସୁରକ୍ଷା ତ୍ରୁଟି ସାମ୍ନାକୁ ଆସିଛି। ପୋଲିସ ସୁରକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri