ସେନା କର୍ମଚାରୀଙ୍କ ଘରୁ ଚୋରି ଅଭିଯୋଗ

ଦିଗପହଣ୍ଡି,୯ା୨(ଡି.ଏନ.ଏ.)-ଦିଗପହଣ୍ଡି ପୁଞ୍ଜିକଆଁ ଛକ ନିକଟସ୍ଥ ସାରଥି ନରସିଂହ କଲୋନୀର ଅବସରପ୍ରାପ୍ତ ସେନା କର୍ମଚାରୀ ରବୀନ୍ଦ୍ର କୁମାର ଆଚାର୍ଯ୍ୟଙ୍କ ଘରୁ ଶନିବାର ରାତିରେ ଚୋରି ହୋଇଥିବା ଅଭିଯୋଗ ହୋଇଛି। ରବୀନ୍ଦ୍ରଙ୍କ ଏତଲା କ୍ରମେ ପୋଲିସ ନଂ. ୩୦/୨୦ରେ ମାମଲା ରୁଜୁ କରିଛି।
ପ୍ରକାଶ ଯେ, ଶନିବାର ରାତ୍ରି ଭୋଜନ ସାରି ରବୀନ୍ଦ୍ର ପରିବାର ସହ ଶୋଇଥିଲେ। ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଘରେ ପଶି ଚୋରି କରିଥିଲେ ମଧ୍ୟ ସେମାନେ ଜାଣି ପାରି ନ ଥିଲେ। ରବିବାର ଭୋର ପ୍ରାୟ ସାଢ଼େ ୪ଟାରେ ରବୀନ୍ଦ୍ର ପରିସ୍ରା ପାଇଁ ଉଠିବା ପରେ ଘଟଣା ସମ୍ପର୍କରେ ଜାଣିଥିଲେ। ଲଗାଣ ବର୍ଷା ଯୋଗୁ କଲୋନୀ ନିଛାଟିଆ ଥିଲା। ଏହାର ସୁଯୋଗ ନେଇ ଦୁର୍ବୃତ୍ତମାନେ ପଛ ପଟ ଗ୍ରିଲ ଓ ଝରକା ଭାଙ୍ଗି ଘରେ ପଶି ଟ୍ରଙ୍କ୍‌ରେ ଥିବା ସୁନା ମୁଦି ଓ ମୂଲ୍ୟବାନ ଶାଢ଼ି, ନଗଦ ୫ ହଜାର ଟଙ୍କା ସମେତ ମୋବାଇଲ ଫୋନ ଓ ପ୍ୟାଣ୍ଟ ପକେଟରୁ ପର୍ସ ନେଇ ଯାଇଛନ୍ତି। ଏଥିସହ ଘରର ଅନ୍ୟ ଆସବାବପତ୍ର ନେଇ ବାରିପଟେ ଫୋପାଡି ଦେଇଥିଲେ। ଖବର ପାଇ ଆଇଆଇସି ବସନ୍ତ କୁମାର ସେଠୀ ସଦଳବଳ ଘଟଣାସ୍ଥଳରେ ପହଞ୍ଚତ୍ ତଦନ୍ତ କରିଥିଲେ ମଧ୍ୟ ଚୋରଙ୍କ ସମ୍ପର୍କରେ ସୁରାକ ମିଳି ପାରିନାହିଁ।

 


Enter your email to get our daily news in your inbox.

All Right Reserved By Dharitri.Com

୯୨୮ ଅଙ୍ଗନୱାଡି କେନ୍ଦ୍ରର ନାହିଁ ନିଜସ୍ବ ଗୃହ

ଭଦ୍ରକ,୫।୫ (ସନାତନ ରାଉତ)ଭଦ୍ରକ ଜିଲାରେ ୯୨୮ ଅଙ୍ଗନୱାଡି କେନ୍ଦ୍ରର ନିଜସ୍ବ ଗୃହ ନିର୍ମାଣ ହୋଇପାରି ନାହିଁ। ଫଳରେ ନିକଟସ୍ଥ ସ୍କୁଲ, କମ୍ୟୁନିଟି ସେଣ୍ଟର ଓ ଅଙ୍ଗନୱାଡି...

ଗଞ୍ଜାମରେ ଆଖୁ ଚାଷ ନିରାଶାଜନକ

ବ୍ରହ୍ମପୁର,୫।୫(ଅଶୋକ କୁମାର ସାହୁ):ଗଞ୍ଜାମ ଜିଲାରେ ଆଖୁ ଚାଷ ଚଳିତବର୍ଷ ନିରାଶାଜନକ ହୋଇଛି। ୨୦୨୩-୨୪ରେ ଜିଲାରେ ୮୦୧ ହେକ୍ଟର ଆଖୁଚାଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ଥିବାବେଳେ ୬୮୦...

ଭଲ ଲୋକଙ୍କୁ ଭୋଟ ଦିଅନ୍ତୁ: ମୁଖ୍ୟମନ୍ତ୍ରୀ

ପାରଳାଖେମୁଣ୍ଡି, ୫।୫ (ଗିରିଧାରୀ ପରିଛା):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଶନିବାର ଗଜପତି ଜିଲା ପାରଳାଖେମୁଣ୍ଡିଠାରେ ନିର୍ବାଚନ ପ୍ରଚାର କରିଛନ୍ତି।...

ବଢ଼ୁଛି ହାତୀ ଜନିତ କ୍ଷୟକ୍ଷତି

ବଇଣ୍ଡା,୫।୫(ପରିକ୍ଷିତ ସାହୁ)ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଧଣ୍ଡାତୋପା ରେଞ୍ଜରେ କିଛିଦିନ ହେବ ହାତୀ ଉପଦ୍ରବ ଲାଗି ରହିଛି। ନିକଟସ୍ଥ ଜଙ୍ଗଲରୁ ଚାଲି ଆସୁଥିବା ହାତୀ ଜମି...

ଦୁର୍ଦ୍ଦିନରେ ଠିକା ଶ୍ରମିକ, କର୍ମଚାରୀ

ଯାଜପୁର,୫ା୫(ହର୍ଷବର୍ଦ୍ଧନ ବେହେରା)ଯାଜପୁର ଜିଲା କଳିଙ୍ଗନଗର ଶିଳ୍ପାଞ୍ଚଳର ଜିନ୍ଦଲ ଷ୍ଟେନ୍‌ଲେସ୍‌ ଷ୍ଟିଲ୍‌ (ଜେଏସ୍‌ଏଲ୍‌)ରେ ନିୟୋଜିତ ଏକ ଅଣଓଡ଼ିଆ ଠିକାସଂସ୍ଥା ଜିଏମ୍‌ ଏଣ୍ଟରପ୍ରାଇଜର୍ସ ୪୬ ଜଣ ଗରିବ ଶ୍ରମିକଙ୍କୁ...

କୁଶଢିପି ଗାଁରେ ପାଣି ପାଇଁ ହାହାକାର

ଓଡ଼ଗାଁ,୫ା୫(ଆଦର୍ଶ କୁମାର ପଟ୍ଟନାୟକ )ଚାରିଆଡ଼େ ଅସମ୍ଭାଳ ହେଲାଣି ପାନୀୟ ଜଳ ସମସ୍ୟା। କେଉଁଠି ପାଣି ପାଇଁ ଲୋକେ ବହୁ ପଥ ଚାଲି ଚାଲି ଯାଇ ପାନୀୟ...

ପୁରୀ ଲୋକ ସଭା ଆସନ ପାଇଁ ଜୟ ନାରାୟଣ ପଟ୍ଟନାୟକଙ୍କୁ ପ୍ରାର୍ଥୀ କଲା କଂଗ୍ରେସ

ଭୁବନେଶ୍ୱର,୪ା୫: କଂଗ୍ରେସ ଜୟ ନାରାୟଣ ପଟ୍ଟନାୟକଙ୍କୁ ପୁରୀ ଲୋକ ସଭା ଆସନ ପାଇଁ ପ୍ରାର୍ଥୀ କରିଛି। ଏହାପୂର୍ବରୁ ପାର୍ଟି ପାଣ୍ଠି ନ ମିଳିବାରୁ ହେତୁ ସୁଚରିତା...

ଘରେ ରହି ମତଦାନ ସାବ୍ୟସ୍ତ କଲେ ୩୧ ଭୋଟର୍‌

ପଟ୍ଟାଙ୍ଗି,୪ା୫(ଶରତ ଧଳ)-ଲୋକ ସଭା ଏବଂ ବିଧାନସଭା ନିର୍ବାଚନକୁ ଆଉ ଅଳ୍ପ କିଛି ଦିନ ବାକି ରହିଛି। ଏହା ପୂର୍ବରୁ ଯେଉଁ ଭୋଟର୍‌ମାନେ ମତଦାନ କେନ୍ଦ୍ରରେ ପହଞ୍ଚି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri