Posted inଜାତୀୟ

ସୁସ୍ଥ ଭବିଷ୍ୟତ ଆଡ଼କୁ ଭାରତ

ନୂଆଦିଲ୍ଲୀ,୩୦-୮(ପି.ଟି.):ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଏକ ରଙ୍ଗାରଙ୍ଗ ଉତ୍ସବରେ ‘ଫିଟ୍‌ ଇଣ୍ଡିଆ ମୁଭ୍‌ମେଣ୍ଟ’ର ଶୁଭାରମ୍ଭ କରିଛନ୍ତି। ଭାରତକୁ ସୁସ୍ଥ ଭବିଷ୍ୟତ ଆଡ଼କୁ ଆଗେଇନେବାରେ ଏହା ସମୟର ଆବଶ୍ୟକତା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ପ୍ରଯୁକ୍ତିର ବିକାଶ ଯୋଗୁ ଜୀବନଶୈଳୀ ଶାରୀରିକ ଶ୍ରମହୀନ ହୋଇପଡିଛି। ଫିଟ୍‌ନେସ୍‌ରେ କିଛି ନିବେଶ କରିବାକୁ ପଡ଼େନାହିଁ ଏବଂ ବହୁତ ସୁଫଳ ମିଳିଥାଏ। ଦୈନନ୍ଦିନ ଜୀବନରେ ଜନସାଧାରଣଙ୍କୁ କ୍ରୀଡା ଓ ଶାରୀରିକ କାର୍ଯ୍ୟ ସହ ସାମିଲ କରାଇବା ଫିଟ୍‌ ଇଣ୍ଡିଆ ଅଭିଯାନର ଉଦ୍ଦେଶ୍ୟ। ନିଜ ଦେଶକୁ ଫିଟ୍‌ ରଖିବା ପାଇଁ ଚାଇନା, ଅଷ୍ଟ୍ରେଲିଆ, ଜର୍ମାନୀ ଭଳି ଦେଶ ଏଭଳି ଅଭିଯାନ ଆରମ୍ଭ କରିସାରିଲେଣି। ସଫଳତା ଓ ଫିଟ୍‌ନେସ ଅଙ୍ଗାଙ୍ଗୀ ଭାବେ ଜଡିତ। ସବୁ ସଫଳ ବ୍ୟକ୍ତି ଫିଟ୍‌ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।
ଏହି ଅଭିଯାନକୁ ଆଗେଇନେବା ଲାଗି କ୍ରୀଡ଼ାମନ୍ତ୍ରୀ କିରେନ୍‌ ରିଜିଜୁଙ୍କ ନେତୃତ୍ୱରେ ସରକାରୀ ଅଧିକାରୀ, ଭାରତୀୟ ଅଲିମ୍ପିକ ଆସୋସିଏଶନ (ଆଇଓଏ), ଜାତୀୟ କ୍ରୀଡ଼ା ମହାସଂଘ, ଘରୋଇ ସଂସ୍ଥା, ଫିଟ୍‌ନେସ୍‌ ପ୍ରୋତ୍ସାହନକାରୀମାନଙ୍କୁ ନେଇ ଏକ କମିଟି ଗଢ଼ାଯାଇଛି। ଫିଟ୍‌ନେସ ଆମ ସଂସ୍କୃତିର ଅବିଚ୍ଛେଦ୍ୟ ଅଙ୍ଗ ଭାବେ ରହିଆସିଥିବାବେଳେ ଏବେ ଏଥିରେ ଭିନ୍ନତା ଦେଖିବାକୁ ମିଳିଛି। କିଛି ଦଶନ୍ଧି ପୂର୍ବରୁ ଜଣେ ସାଧାରଣ ଲୋକ ଦିନକୁ ୮ରୁ ୧୦ କିଲୋମିଟର ଚାଲୁଥିଲେ, ସାଇକେଲ ଚଳାଉଥିଲେ କିମ୍ବା ଦୌଡୁଥିଲେ। ଟେକ୍‌ନୋଲୋଜିର ବିକାଶ ସହିତ ଶାରୀରିକ କାର୍ଯ୍ୟ କମିଯାଇଛି। ଫଳରେ ଯୁବପିଢ଼ିଙ୍କଠାରେ ମଧୁମେହ, ଉଚ୍ଚରକ୍ତଚାପ ଓ ଅନ୍ୟାନ୍ୟ ଜୀବନବ୍ୟାପୀ ରୋଗ ବୃଦ୍ଧିପାଉଛି, ଯାହା ଉଦ୍‌ବେଗଜନକ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ୧୨ରୁ ୧୫ ବର୍ଷର ପିଲାଙ୍କୁ ମଧୁମେହ ଏବଂ ୩୦ ବର୍ଷର ଯୁବକଙ୍କୁ ହୃଦ୍‌ଘାତ ହେଉଛି। ତେଣୁ ବର୍ତ୍ତମାନର ଜୀବନଶୈଳୀରେ ପରିବର୍ତ୍ତନ କରିବାକୁ ହେବ। ଫିଟ୍‌ନେସ ସମୟର ଆବଶ୍ୟକତା ବୋଲି ମୋଦି କହିଛନ୍ତି।
ଫିଟ୍‌ ଇଣ୍ଡିଆ ମୁଭ୍‌ମେଣ୍ଟ ଶୁଭାରମ୍ଭ କାର୍ଯ୍ୟକ୍ରମରେ ରିଜିଜୁଙ୍କ ସମେତ ଚଳିତ ବର୍ଷର ଜାତୀୟ କ୍ରୀଡ଼ା ପୁରସ୍କାର ବିଜେତା ଓ ଅନ୍ୟମାନେ ଯୋଗଦେଇଥିଲେ। ସମସ୍ତଙ୍କ ସହଯୋଗ ଦ୍ୱାରା ଏହି ଅଭିଯାନକୁ ଏକ ନୂତନ ସୋପାନକୁ ନିଆଯାଇପାରିବ। ହକି କିମ୍ବଦନ୍ତୀ ମେଜର ଧ୍ୟାନଚାନ୍ଦଙ୍କ ଜନ୍ମବାର୍ଷିକୀରେ ଏହି ଅଭିଯାନ ଶୁଭାରମ୍ଭ ହୋଇଥିବାରୁ ରିଜିଜୁ ଅତ୍ୟନ୍ତ ଖୁସିବ୍ୟକ୍ତ କରିଥିଲେ। ପ୍ରଧାନମନ୍ତ୍ରୀ ଜାତୀୟ କ୍ରୀଡ଼ା ପୁରସ୍କାର ବିଜେତାମାନଙ୍କୁ ଅଭିନନ୍ଦନ ଜଣାଇବା ସହ ଭାରତର କ୍ରୀଡ଼ା ସଫଳତାକୁ ଉଚ୍ଚ ପ୍ରଶଂସା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାହୁ-କେତୁଙ୍କ କୃପାରୁ ସିଂହ ସମେତ ୪ ରାଶିଙ୍କୁ ଫାଇଦା ହିଁ ଫାଇଦା: ବର୍ଷ ଶେଷ ସୁଦ୍ଧା ଧନଲାଭର ଯୋଗ! ହେବ ଏକ୍ସଟ୍ରା ରୋଜଗାର

ଭୁବନେଶ୍ୱର: ବର୍ଷ ଶେଷରେ ରାହୁ-କେତୁଙ୍କ ରାଶି ପରିବର୍ତ୍ତନ ହେବାକୁ ଯାଉଛି। ଜ୍ୟୋତିଷୀୟ ଗଣନା ଅନୁସାରେ, ୫ ଡିସେମ୍ବର ୨୦୨୬ରେ ରାହୁ କୁମ୍ଭ ରାଶିରୁ ବାହାରି ମକର ରାଶିରେ…

ପ୍ଲେଇଂ ଇଲେଭେନ୍‌ରେ ବୈଭବଙ୍କୁ ଦେଖିବାକୁ ନ ପାଇ ଆଶ୍ଚର୍ଯ୍ୟ ହୋଇଗଲେ ଜାପାନ ଅଧିନାୟକ; କହିଲେ ଏମିତି…

ନୂଆଦିଲ୍ଲୀ,୨୨।୯: ମଙ୍ଗଳବାର ଭାରତ ଓ ଜାପାନ ମଧ୍ୟରେ ଖେଳାଯାଇଥିବା ଏକମାତ୍ର ଟି-୨୦ ମ୍ୟାଚ ବେଶ ରୋମାଞ୍ଚକର ରହିଥିଲା। ବର୍ଷା ଯୋଗୁ ମ୍ୟାଚକୁ ୫-୫ ଓଭରରେ ସୀମିତ କରାଯାଇଥିଲା।…

ହାରୁ ହାରୁ ମ୍ୟାଚ ଜିତିଗଲା ଭାରତ, ଦୀର୍ଘ ନିଃଶ୍ୱାସ ମାରି ଶ୍ରେୟସ ଆୟର କହିଲେ…

ନୂଆଦିଲ୍ଲୀ,୨୨।୯: ମଙ୍ଗଳବାର (୨୨ ସେପ୍ଟେମ୍ବର) ଭାରତ ଓ ଜାପାନ ମଧ୍ୟରେ ଖେଳାଯାଇଥିବା ଐତିହାସିକ ଟି-୨୦ ମ୍ୟାଚ ବେଶ ରୋମାଞ୍ଚକର ରହିଥିଲା। ହାରୁଥିବା ମ୍ୟାଚକୁ ଶେଷରେ ମାତ୍ର ୨…

ଭାରତ ପୁଣି ହେଲା ବିଶ୍ୱର ନମ୍ବର-୧ ଟିମ୍‌: ଇଂଲଣ୍ଡକୁ ହଟାଇ…

ନୂଆଦିଲ୍ଲୀ,୨୨।୯: ଶ୍ରେୟସ ଆୟରଙ୍କ ଅଧିନାୟକତ୍ୱରେ ଭାରତୀୟ କ୍ରିକେଟ ଦଳ ପୁଣିଥରେ ICC T20 ମାନ୍ୟତାରେ ପ୍ରଥମ ସ୍ଥାନ ହାସଲ କରିଛି। ନିକଟରେ ଇଂଲଣ୍ଡ ଏହି ସ୍ଥାନ ଅକ୍ତିଆର…

ବାତ୍ୟା ଆଶଙ୍କାରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ: ୨୪ ତାରିଖ ପରୀକ୍ଷା ସ୍ଥଗିତ

ଭଞ୍ଜନଗର,୨୨।୯ (ବାବୁଲା ପ୍ରଧାନ): ସମ୍ଭାବ୍ୟ ବାତ୍ୟା ଓ ପ୍ରବଳ ବର୍ଷାକୁ ନେଇ ଭଞ୍ଜନଗର ଉପଖଣ୍ଡ ପ୍ରଶାସନ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ଆରମ୍ଭ ହୋଇଛି। ଉପଜିଲାପାଳ ଉମାଶଙ୍କର ବେହେରା…

ବଳାତ୍କାର ମାମଲାରେ କେଉଁ ରାଜ୍ୟ ଆଗରେ? ଓଡ଼ିଶାର ସ୍ଥିତି ଜାଣି ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୨।୯: ବିହାରର ଜମୁଇ ଜିଲାରୁ ସାମ୍ନାକୁ ଆସିଥିବା ଏକ ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଛି। ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏକ ଭିଡିଓରେ ଜଣେ ନାବାଳିକା…

ରାଣୀ ମୁଖାର୍ଜୀଙ୍କ ଉପରେ ଭାଙ୍ଗିପଡିଲା ଦୁଃଖର ପାହାଡ଼, ଏମିତି କେବେ ଘଟିବ ବୋଲି…

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ରାଣୀ ମୁଖାର୍ଜୀଙ୍କ ଉପରେ ଦୁଃଖର ପାହାଡ଼ ଭାଙ୍ଗିପଡ଼ିଛି। ତାଙ୍କ ମାଆ କୃଷ୍ଣା ମୁଖାର୍ଜୀଙ୍କର ୭୫ ବର୍ଷ ବୟସରେ ପରଲୋକ ଘଟିଛି। ମଙ୍ଗଳବାର, ସେପ୍ଟେମ୍ବର…

ଏମିତି ଏକ ରହସ୍ୟମୟ ଗାଁ, ଯେଉଁଠି ଚାଲିଯାଏ ଲୋକଙ୍କ ଦୃଷ୍ଟିଶକ୍ତି! କାରଣ ଜାଣିଲେ ହେବେ ଚକିତ

ମେକ୍ସିକୋର ଏକ ଦୂରଦୂରାନ୍ତ ଗାଁକୁ ନେଇ ଦୀର୍ଘଦିନ ଧରି ଏକ ରହସ୍ୟମୟ କାହାଣୀ ପ୍ରଚଳିତ ରହିଛି। କୁହାଯାଏ, ଏଠାରେ ଲୋକଙ୍କ ସହ ପଶୁମାନଙ୍କର ମଧ୍ୟ ଦୃଷ୍ଟିଶକ୍ତି ଚାଲିଯାଉଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?