Posted inଜାତୀୟ

ସୁପ୍ରିମକୋର୍ଟରେ ମହାରାଷ୍ଟ୍ର ଲଢ଼େଇ: ସରକାରଙ୍କୁ ୨୨ ଘଣ୍ଟିଆ ଆଶ୍ୱସ୍ତି

ନୂଆଦିଲ୍ଲୀ,୨୫ା୧୧: ମହାରାଷ୍ଟ୍ରର କ୍ଷମତାଯୁଦ୍ଧ ସୁପ୍ରିମକୋର୍ଟରେ ପହଞ୍ଚତ୍ଥିବାବେଳେ ରବିବାର ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ୨୨ ଘଣ୍ଟା ପାଇଁ ଆଶ୍ୱସ୍ତି ମିଳିଛି। ଭାଜପା ଓ ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନ୍‌ସିପି) ବିଧାୟକମାନଙ୍କ ଯେଉଁ ସମର୍ଥନପତ୍ର ଆଧାରରେ ରାଜ୍ୟପାଳ ଭଗତ ସିଂ କୋଶିୟାରୀ ସରକାର ଗଠନ ପାଇଁ ଭାଜପା ବିଧାୟକ ଦଳ ନେତା ଦେବେନ୍ଦ୍ର ଫଡ୍‌ନବିସଙ୍କୁ ଆମନ୍ତ୍ରଣ କରିଥିଲେ, ତାକୁ ସୋମବାର ପୂର୍ବାହ୍ନ ୧୦ଟା ୩୦ ସୁଦ୍ଧା ଦାଖଲ କରିବା ପାଇଁ କେନ୍ଦ୍ର ସରକାରଙ୍କୁ ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ କେନ୍ଦ୍ର , ମହାରାଷ୍ଟ୍ର ସରକାର, ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନବିସ ଏବଂ ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାରଙ୍କୁ ଜବାବ ଦାଖଲ ପାଇଁ ନୋଟିସ ଜାରି କରିଛନ୍ତି। ତୁରନ୍ତ ଆସ୍ଥାଭୋଟ କରାଇବା ପାଇଁ ଶିବସେନା-ଏନ୍‌ସିପି-କଂଗ୍ରେସ ପକ୍ଷରୁ ହୋଇଥିବା ଆବେଦନକୁ ଜଷ୍ଟିସ୍‌ ଏନ୍‌.ଭି. ରମାନ୍ନାଙ୍କ ଅଧ୍ୟକ୍ଷତାରେ ଜଷ୍ଟିସ୍‌ ଅଶୋକ ଭୂଷଣ ଓ ସଞ୍ଜୀବ ଖାନ୍ନାଙ୍କୁ ନେଇ ଗଠିତ ତିନିଜଣିଆ ଖଣ୍ଡପୀଠ ଅଗ୍ରାହ୍ୟ କରିଦେଇଛନ୍ତି।
ମହାରାଷ୍ଟ୍ର ରାଜ୍ୟପାଳ କୋଶିୟାରୀ ଶନିବାର ଭୋର ସମୟରେ ରାଜ୍ୟରୁ ରାଷ୍ଟ୍ରପତି ଶାସନ ହଟାଇ ଦେଇଥିଲେ। ଏହାସହ ଅତି ତରବରିଆ ଭାବେ ଭାଜପା ନେତା ଦେବେନ୍ଦ୍ର ଫଡ୍‌ନବିସଙ୍କୁ ମୁଖ୍ୟମନ୍ତ୍ରୀ ଓ ଏନ୍‌ସିପି ନେତା ଅଜିତ ପାଓ୍ବାରଙ୍କୁ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥପାଠ କରାଇଥିଲେ। ରାଜ୍ୟପାଳଙ୍କ ଏହି ନିଷ୍ପତ୍ତିକୁ ଶିବସେନା, ଏନ୍‌ସିପି ଏବଂ କଂଗ୍ରେସ ପକ୍ଷରୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା। ତିନିଜଣିଆ ଖଣ୍ଡପୀଠ ରବିବାର ପୂର୍ବାହ୍ନ ୧୧ଟା ୩୦ରେ ଉକ୍ତ ଆବେଦନର ଶୁଣାଣି କରିଥିଲେ। କହିଥିଲେ, ଶିବସେନା ଅଧ୍ୟକ୍ଷ ଉଦ୍ଧବ ଠାକ୍‌ରେଙ୍କ ନେତୃତ୍ୱରେ ନିର୍ବାଚନ ପରବର୍ତ୍ତୀ ‘ମେଣ୍ଟ ମହାବିକାଶ ଅଘାଡ଼ି’କୁ ସରକାର ଗଠନ ନିମନ୍ତେ ନିମନ୍ତ୍ରଣ କରିବା ଲାଗି ରାଜ୍ୟପାଳଙ୍କୁ ବର୍ତ୍ତମାନ ନିର୍ଦ୍ଦେଶ ଦେବା କଥା ବିଚାର କରାଯାଇପାରିବ ନାହିଁ। ରାଜ୍ୟପାଳଙ୍କ ନିର୍ଦ୍ଦେଶନାମା ଓ ତାଙ୍କ ନିକଟରେ ଫଡ୍‌ନବିସ ଦାଖଲ କରିଥିବା ସମର୍ଥନପତ୍ରକୁ ଅନୁଧ୍ୟାନ କରିବା ପରେ ଯାଇ ୨୪ ଘଣ୍ଟା ମଧ୍ୟରେ ଆସ୍ଥାଭୋଟ ପାଇଁ ବିଚାର କରାଯିବ। ରାଜ୍ୟ ସରକାରଙ୍କ ପକ୍ଷରୁ କେହି କୋର୍ଟରେ ଉପସ୍ଥିତ ନ ଥିବାରୁ ସଲିସିଟର ଜେନେରାଲ ତୁଷାର ମେହେଟା ସୋମବାର ପୂର୍ବାହ୍ନ ୧୦ଟା ୩୦ ମିନିଟ ସୁଦ୍ଧା ଦୁଇ ଦସ୍ତାବିଜ ଦାଖଲ କରିବେ। ତା’ ପରେ ଉପଯୁକ୍ତ ରାୟ ପ୍ରକାଶ ପାଇବ ବୋଲି ଖଣ୍ଡପୀଠ କହିଥିଲେ। କେନ୍ଦ୍ର ସରକାରଙ୍କ ପକ୍ଷରୁ ମାମଲା ଲଢ଼ୁଥିବା ସଲିସିଟର ଜେନେରାଲ ମେହେଟା କହିଥିଲେ, ଶୀର୍ଷ ଅଦାଲତ ଯଦି ଜରୁରୀ ମନେକରୁଛନ୍ତି ତେବେ ସେ ପ୍ରାସଙ୍ଗିକ ରେକର୍ଡ ଓ ରାଜ୍ୟପାଳଙ୍କ ଅର୍ଡର ଦାଖଲ ପାଇଁ ପ୍ରସ୍ତୁତ।
ଶିବସେନା ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ବରିଷ୍ଠ ଆଇନଜୀବୀ କପିଲ ସିବଲ କହିଥିଲେ, କୌଣସି କ୍ୟାବିନେଟ ବୈଠକ ନ ବସି ଭୋର ୫ଟା ୧୭ରେ ବିଚିତ୍ର ଢଙ୍ଗରେ ରାଷ୍ଟ୍ରପତି ଶାସନ ହଟାଇଦିଆଯାଇଛି। ରାଜ୍ୟପାଳ କେଉଁ ଆଧାରରେ ରାଷ୍ଟ୍ରପତି ଶାସନ ପାଇଁ ସୁପାରିସ କରିଛନ୍ତି। ସେହିପରି ଫଡ୍‌ନବିସ ଓ ଅଜିତ ସକାଳ ୮ଟାରେ ଯଥାକ୍ରମେ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ରହସ୍ୟ ଘେରରେ ରହିଛି। ସରକାର କିପରି ଗଠନ କରାଗଲା ସେନେଇ ମଧ୍ୟ କୌଣସି ଦସ୍ତାବିଜକୁ ସାର୍ବଜନୀନ କରାଯାଇ ନାହିଁ। ୨୮୮ ଆସନ ବିଶିଷ୍ଟ ବିଧାନସଭାରେ ଶିବସେନା ନେତୃତ୍ୱାଧୀନ ମେଣ୍ଟର ସଂଖ୍ୟାଗରିଷ୍ଠତା ଥିବାରୁ ଫଡ୍‌ନବିସଙ୍କୁ ତୁରନ୍ତ ଆସ୍ଥାଭୋଟର ସମ୍ମୁଖୀନ ହୋଇ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବାକୁ ନିର୍ଦ୍ଦେଶ ଦିଆଯାଉ ବୋଲି ସିବଲ ଖଣ୍ଡପୀଠଙ୍କୁ ଅନୁରୋଧ କରିଥିଲେ।
ଏନ୍‌ସିପି ଏବଂ କଂଗ୍ରେସ ପକ୍ଷରୁ ମାମଲା ପରିଚାଳନା କରୁଥିବା ବରିଷ୍ଠ ଆଇନଜୀବୀ ଅଭିଷେକ ମନୁ ସିଂଘଭି କହିଥିଲେ, ଏନ୍‌ସିପିର ୫୪ରୁ ୪୧ ବିଧାୟକ ଅଜିତଙ୍କ ସହ ନ ଥିବାରୁ ରାଜ୍ୟପାଳ ସରକାର ଗଠନ ଲାଗି ଫଡ୍‌ନବିସଙ୍କୁ ନିମନ୍ତ୍ରଣ କରି ‘ବିଶ୍ୱାସଘାତ ଓ ଗଣତନ୍ତ୍ରର ବିନାଶ’ କରିଛନ୍ତି। ତେଣୁ ଏହା କେବଳ ବିଚିତ୍ର ନୁହେଁ, ବରଂ ରାଜ୍ୟପାଳ କାହା ନିର୍ଦ୍ଦେଶରେ ଏପରି କରିଥିବା ମନେହେଉଛି। ସେ କେଉଁ ଆଧାରରେ ସରକାର ଗଠନ ଲାଗି ଫଡ୍‌ନବିସଙ୍କୁ ଆମନ୍ତ୍ରଣ କରିଥିଲେ? ରାଜ୍ୟପାଳଙ୍କ ମନ୍ଦ ଉଦ୍ଦେଶ୍ୟଯୁକ୍ତ ଓ ପକ୍ଷପାତୀ କାର୍ଯ୍ୟ ସୁପ୍ରିମକୋର୍ଟଙ୍କ ସମସ୍ତ ରାୟର ବିରୁଦ୍ଧାଚରଣ। ସିଂଘଭି ଆହୁରି ଯୁକ୍ତି ବାଢ଼ିଥିଲେ, ୫୪ ଏନ୍‌ସିପି ବିଧାୟକଙ୍କ ମଧ୍ୟରୁ ୪୧ ଜଣଙ୍କ ସ୍ବାକ୍ଷର ସମ୍ବଳିତ ଏକ ପତ୍ର ରାଜ୍ୟପାଳଙ୍କୁ ପ୍ରଦାନ କରାଯାଇଛି। ଅଜିତ ଦଳରେ ଆଉ ନାହାନ୍ତି ଏବଂ ଫଡ୍‌ନବିସଙ୍କୁ ଦିଆଯାଇଥିବା ସମର୍ଥନପତ୍ର ବେଆଇନ ବୋଲି ସେଥିରେ ସେମାନେ ସ୍ପଷ୍ଟଭାବେ ଉଲ୍ଲେଖ କରିଛନ୍ତି। ୪୧ ବିଧାୟକ ଏନ୍‌ସିପି ସହ ଅଛନ୍ତି, ଅଜିତଙ୍କ ସହ ନୁହେଁ ବୋଲି ଉଲ୍ଲେଖ କରିବା ପରେ ଅଜିତ ପାଓ୍ବାର କିପରି ଉପମୁଖ୍ୟମନ୍ତ୍ରୀ ହୋଇପାରିଲେ ବୋଲି ସିଂଘଭି ପ୍ରଶ୍ନ କରିଥିଲେ।
ସିଂଘଭି ସର୍ବୋଚ୍ଚ ଅଦାଲତଙ୍କ ପୂର୍ବ ରାୟଗୁଡ଼ିକ ସମ୍ପର୍କରେ ଅବତାରଣା କରି ଆସ୍ଥାଭୋଟ ବେଳେ ମୁକ୍ତ ମତଦାନ ପାଇଁ ଯୁକ୍ତି ବାଢ଼ିବାବେଳେ ଖଣ୍ଡପୀଠ କହିଥିଲେ, ଏଥିରେ କେହି ଅରାଜି ନୁହନ୍ତି। ଆସ୍ଥାଭୋଟ ହିଁ ଚୂଡ଼ାନ୍ତ ପରୀକ୍ଷା। ଅନ୍ୟପକ୍ଷରେ ତୁଷାର ମେହେଟା ସେମାନଙ୍କ ଆବେଦନକୁ ବିରୋଧ କରି ସରକାର ଗଠନ କରିବା ହେଉଛି ରାଜନୈତିକ ଦଳଗୁଡ଼ିକର ମୌଳିକ ଅଧିକାର। ତେଣୁ ସେମାନଙ୍କ ପିଟିଶନକୁ ଖାରଜ କରାଯାଉ ବୋଲି ସିଂଘଭି କହିଥିଲେ।
କେତେଜଣ ଭାଜପା ବିଧାୟକ ଓ ଦୁଇ ସ୍ବାଧୀନ ସଦସ୍ୟଙ୍କ ପକ୍ଷରୁ ଲଢ଼ୁଥିବା ବରିଷ୍ଠ ଆଇନଜୀବୀ ମୁକୁଲ ରୋହତଗୀ ଶିବସେନା-ଏନ୍‌ସିପି-କଂଗ୍ରେସର ପିଟିଶନକୁ ବିରୋଧ କରି କହିଥିଲେ, ସେମାନେ ରବିବାର ସୁପ୍ରିମକୋର୍ଟଙ୍କୁ ଡିଷ୍ଟର୍ବ କରିବା ପରିବର୍ତ୍ତେ ପ୍ରଥମେ ବମ୍ବେ ହାଇକୋର୍ଟକୁ ଯିବା ଉଚିତ ଥିଲା। ରାଜନୈତିକ ଦଳକୁ ସରକାର ଗଠନ ପାଇଁ ରାଜ୍ୟପାଳଙ୍କ ନିମନ୍ତ୍ରଣ ସମ୍ବିଧାନର ଅନୁଚ୍ଛେଦ ୩୬୧ ଅନୁସାରେ ତାଙ୍କର ବିଶେଷାଧିକାର। ତାଙ୍କ ନିଷ୍ପତ୍ତିର ନାୟିକ ସମୀକ୍ଷା କରାଯାଇ ପାରିବ ନାହିଁ। ଏହାକୁ ନେଇ ଜଷ୍ଟିସ୍‌ ରମାନ୍ନା କହିଥିଲେ, କିନ୍ତୁ ରାଜ୍ୟପାଳ ଯାହାକୁ ଇଚ୍ଛା ହେଲା ତାହାକୁ ଡାକି ପାରିବେ ନାହିଁ। ରୋହତଗୀ କହିଲେ, ସରକାର ଚାଲିଥିବାରୁ ସେମାନଙ୍କ ଯୁକ୍ତିକୁ ନ ଶୁଣି ତରବରିଆ ଭାବେ ରାୟ ଦେବା ଅନୁଚିତ। ଉଭୟ ରାଜ୍ୟପାଳ ଓ ଅଦାଲତ ପରସ୍ପରକୁ ସମ୍ମାନ ଦେବା ଜରୁରୀ। ସମସ୍ତଙ୍କ ଯୁକ୍ତି ଶୁଣିବା ପରେ ଖଣ୍ଡପୀଠ ମହାରାଷ୍ଟ୍ର ସରକାର, ଫଡ୍‌ନବିସ ଓ ଅଜିତଙ୍କ ପାଇଁ କିଏ ମାମଲା ଲଢ଼ୁଛନ୍ତି ବୋଲି ତୁଷାର ମେହେଟାଙ୍କୁ ପ୍ରଶ୍ନ କରିଥିଲେ। ଏହାର ଉତ୍ତରରେ ସଲିସିଟର ଜେନେରାଲ କହିଥିଲେ, ସେ କେବଳ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରତିନିଧିତ୍ୱ କରୁଛନ୍ତି, ରାଜ୍ୟ ସରକାରଙ୍କ ପକ୍ଷରୁ ନୁହେଁ।


Enter your email to get our daily news in your inbox.

All Right Reserved By Dharitri.Com

ବିକଶିତ ଭାରତ ପାଇଁ ମୋଦି ଦେଲେ ୭ ଫର୍ମୁଲା: ଜାଣନ୍ତୁ କ’ଣ କ’ଣ

ନୂଆଦିଲ୍ଲୀ,୧୫।୮: ସ୍ବାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲକିଲ୍ଲାର ପ୍ରାଚୀରରୁ ଦେଶକୁ ‘ଶକ୍ତିର ସପ୍ତଧାରା’ର ଦୃଷ୍ଟିକୋଣ ଉପସ୍ଥାପନ କରିଛନ୍ତି। ସେ କହିଛନ୍ତି, ବିକଶିତ ଭାରତ ନିର୍ମାଣ…

ଉତ୍କଳ ଗୌରବ ମଧୁସୂଦନ ଦାସ ଉଚ୍ଚ ବିଦ୍ୟାଳୟରେ ଫରଫର ଉଡ଼ିଲା ତ୍ରିରଙ୍ଗା, ଦେଶପ୍ରେମୀଙ୍କ ବଳିଦାନ ପାଇଁ ଆଜି…

ଦାରିଙ୍ଗବାଡ଼ି,୧୫ା୮(ଅରୁଣ ସାହୁ): ଦେଶ ଆଜି ପାଳୁଛି ୮୦ତମ ସ୍ବାଧୀନତା ଦିବସ। ଏଥିପାଇଁ ପଲ୍ଲୀଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ଉତ୍ସବ ମୁଖର ହୋଇପଡ଼ିଛି। ଏହି ପ୍ରରିପ୍ରେକ୍ଷୀରେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି…

ଯୁବଗୋଷ୍ଠୀ ହିଁ ଆମ ରାଷ୍ଟ୍ରର ମହାନ ଶକ୍ତି: ଉପମୁଖ୍ୟମନ୍ତ୍ରୀ

ସୁନ୍ଦରଗଡ,୧୫।୮(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ଜିଲା ସଦରମହଟୁମାରେ ୮୦ତମ ସ୍ବାଧୀନତା ଦିବସ ସମାରୋହ ହର୍ଷଉଲ୍ଲାସ ମଧ୍ୟରେ ପାଳିତ ହୋଇଯାଇଛି। ସୁନ୍ଦରଗଡ ସରକାରୀ ମହାବିଦ୍ୟାଳୟ ସମ୍ମୁଖ ଯାତରା ପଡିଆଠାରେ…

ବିଭିନ୍ନ ସ୍ଥାନରେ ସ୍ବାଧୀନତା ଦିବସ ପାଳିତ: କୃତୀ ପ୍ରତିଯୋଗୀ ପୁରସ୍କୃତ

ଭଞ୍ଜନଗର, ୧୫।୮(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ଜେଲ ପଡ଼ିଆରେ ଶନିବାର ଉପଖଣ୍ଡସ୍ତରୀୟ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଭଞ୍ଜନଗର ଉପଜିଲାପାଳ ଉମାଶଙ୍କର ବେହେରା…

ହର୍ମୁଜରେ ୟୁଏଇର ୨ ଟ୍ୟାଙ୍କର ଉପରେ ଆକ୍ରମଣ

ଦୁବାଇ, ୧୫।୮: ହର୍ମୁଜ ପ୍ରଣାଳୀ ଦେଇ ଯାଉଥିବା ୟୁଏଇର ଦୁଇଟି ତେଲ ଟ୍ୟାଙ୍କର ଉପରେ ଡ୍ରୋନ ଆକ୍ରମଣ ହୋଇଛି। ଏହି ଆକ୍ରମଣ ପାଇଁ ସଂଯୁକ୍ତ ଆରବ ଏମିରେଟ୍ସ…

ଲାଲକିଲ୍ଲାରେ ସମ୍ବୋଧନ ପରେ ପିଲାମାନଙ୍କ ଗହଣରେ ନିଜକୁ ହଜାଇ ଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୫।୮: ଦେଶ ଆଜି ତା’ର 80ତମ ସ୍ବାଧୀନତା ଦିବସ ପାଳନ କରୁଛି। ପ୍ରଧାନମନ୍ତ୍ରୀ ମୋଦି ଲାଲକିଲ୍ଲାରୁ ଲଗାତାର 13ତମ ଥର ପାଇଁ ତ୍ରିରଙ୍ଗା ଉତ୍ତୋଳନ କରିଛନ୍ତି। ଲାଲକିଲ୍ଲାର…

ତ୍ରିରଙ୍ଗା ଉଡ଼ାଇଲେ ମୁଖ୍ୟମନ୍ତ୍ରୀ: କହିଲେ, ମୋଦିଙ୍କ ହାତରେ ଦେଶ ଆଜି ସୁରକ୍ଷିତ

ଭୁବନେଶ୍ୱର,୧୫।୮: ଗାନ୍ଧି ମାର୍ଗରେ ରାଜ୍ୟସ୍ତରୀୟ ୮୦ତମ ସ୍ବାଧୀନତା ଦିବସ ସମାରୋହ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଜାତୀୟ ପତାକା ଉତ୍ତୋଳନ କକରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ…

ସେମିକଣ୍ଡକ୍ଟର, ପରମାଣୁ ଶକ୍ତି, ଭୋକାଲ ଫର୍‌ ଲୋକାଲ… ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଭିଭାଷଣର ୧୦ଟି ବଡ଼ କଥା

ନୂଆଦିଲ୍ଲୀ,୧୫।୮: ଆଜି ଦେଶ ସ୍ବାଧୀନତାର ୮୦ ବର୍ଷ ପୂରଣ କରୁଛି। ଅଗଷ୍ଟ ୧୫ ଅବସରରେ, ପ୍ରଧାନମନ୍ତ୍ରୀ ମୋଦି ଲଗାତାର 13 ଥର ପାଇଁ ତ୍ରିରଙ୍ଗା ଉତ୍ତୋଳନ କରିଥିଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri