Posted inଜାତୀୟ

ସୁଖୀ ସୂଚକାଙ୍କରେ ଭାରତର ସ୍ଥାନ ନବମ

ନୂଆଦିଲ୍ଲୀ,୩୧।୮: ଉତ୍ତମ ଆର୍ଥିକ ପରିସ୍ଥିତି ଓ ସୁସ୍ଥ ଜୀବନଯାପନ ଦ୍ୱାରା ଜଣେ ସୁଖୀ ହୋଇପାରେ ବୋଲି ଭାରତୀୟଙ୍କର ଧାରଣା। ଏକ ନୂତନ ସର୍ବେକ୍ଷଣ ରିପୋର୍ଟରୁ ଏହି ସୂଚନା ମିଳିଛି। ବିଶ୍ୱ ସ୍ତରରେ କରାଯାଇଥିବା ଅଧ୍ୟୟନରୁ ଜଣାପଡ଼ିଛି, ସୁଖୀ ସୂଚକାଙ୍କ ତାଲିକାରେ ବିଶ୍ୱର ୨୮ଟି ରାଷ୍ଟ୍ର ମଧ୍ୟରେ ଭାରତର ସ୍ଥାନ ନବମରେ ରହିଛି। ବ୍ୟକ୍ତିଗତ ନିରାପତ୍ତା ସହିତ ଦୈନନ୍ଦିନ ଜୀବନରେ ବନ୍ଧୁଭାବାପନ୍ନ ହେବା ଭଳି କେତେକ କାରଣ ସୁଖପୂର୍ଣ୍ଣ ଜୀବନଯାପନ ପାଇଁ ଆବଶ୍ୟକ ବୋଲି ଭାରତୀୟମାନେ ଅନୁଭବ କରନ୍ତି। ମାର୍କେଟ ରିସର୍ଚ୍ଚ ଫାର୍ମ ଇପ୍‌ସସ୍‌ ଦ୍ୱାରା କରାଯାଇଥିବା ‘ଗ୍ଲୋବାଲ ହାପିନେସ୍‌ ସର୍ଭେ’ରୁ ଏହି ସୂଚନା ମିଳିଛି।
ଇପ୍‌ସସ୍‌ ଇଣ୍ଡିଆର କଣ୍ଟ୍ରି ସର୍ଭିସ ଲାଇନ୍‌ ଲିଡର ପାରିଜାତ ଚକ୍ରବର୍ତ୍ତୀଙ୍କ କହିବାନୁଯାୟୀ, ଆରାମଦାୟକ ଜୀବନଯାପନ, ଭଲ ସ୍ବାସ୍ଥ୍ୟ, ଉତ୍ତମ ଆର୍ଥିକ ବ୍ୟବସ୍ଥା, ବନ୍ଧୁ ଓ ସାମାଜିକ ସହଯୋଗ ଏବଂ ଉଦ୍ଦେଶ୍ୟପୂର୍ଣ୍ଣ ଜୀବନଯାପନ ଦ୍ୱାରା ସୁଖ ମିଳେ। ଏ ସବୁ ମଧ୍ୟରେ ହବି ଏବଂ ବ୍ୟକ୍ତିଗତ ସ୍ବାର୍ଥକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ବିଶେଷକରି ବିକଶିତ ଦେଶର ନାଗରିକମାନେ ଅନ୍ୟମାନଙ୍କ ଅପେକ୍ଷା ଅଧିକ ସୁଖୀ ବୋଲି ଏଥିରେ କୁହାଯାଇଛି। ଅଷ୍ଟ୍ରେଲିଆ ଓ କାନାଡା (୮୬ ପ୍ରତିଶତ) ସୁଖୀ ଦେଶ ତାଲିକାର ଶୀର୍ଷରେ ରହିଥିବାବେଳେ ଏହା ପଛକୁ ରହିଛି ଚାଇନା(୮୩ ପ୍ରତିଶତ), ଗ୍ରେଟ ବ୍ରିଟେନ(୮୨ ପ୍ରତିଶତ), ଫ୍ରାନ୍ସ (୮୦ ପ୍ରତିଶତ), ଆମେରିକା(୭୯ ପ୍ରତିଶତ), ସୌଦି ଆରବ ଓ ଜର୍ମାନୀ(୭୮ ପ୍ରତିଶତ) ଏବଂ ଭାରତ (୭୭ ପ୍ରତିଶତ)। ଏହି ତାଲିକାର ନବମ ସ୍ଥାନରେ ରହିଛି ଭାରତ। ୨୮ରାଷ୍ଟ୍ର ବିଶିଷ୍ଟ ଏହି ସୁଖୀ ଦେଶ ତାଲିକାର ନିମ୍ନ ଭାଗରେ ରହିଛନ୍ତି ରୁଷିଆ(୪୭ ପ୍ରତିଶତ), ସ୍ପେନ୍‌(୪୬ ପ୍ରତିଶତ) ଏବଂ ଆର୍ଜେଣ୍ଟିନା(୩୪ ପ୍ରତିଶତ)।
ଉଲ୍ଲେଖନୀୟ ବିଷୟ ଏହିକି ୨୦୧୯ରେ ସୁଖ ଆନନ୍ଦର ମାତ୍ରା ଗତବର୍ଷ ତୁଳନାରେ ହ୍ରାସ ପାଇଛି। ୨୦୧୮ରେ ଭାରତୀୟଙ୍କର ସୁଖସନ୍ତୋଷର ମାତ୍ରା ୮୩ ପ୍ରତିଶତ ଥିବାବେଳେ ୨୦୧୯ରେ ଏହା ୬ପ୍ରତିଶତ ହ୍ରାସପାଇ ୭୭ରେ ପହଞ୍ଚତ୍ଛି।


Enter your email to get our daily news in your inbox.

All Right Reserved By Dharitri.Com

ପାଣି ପାଇଁ ତାତିଲେ ମହିଳା, ହାଣ୍ଡି-ମାଠିଆ ଧରି ରାସ୍ତାରେ ବସିଲେ

ପୁରୁଷୋତ୍ତମପୁର,୩୦ା୯(ସବିତା ପାଣି): ପାଣି ପାଇଁ ଫୁଟିଲା ଅସନ୍ତୋଷ। ହାଣ୍ଡି-ମାଠିଆ ଧରି ରାଜରାସ୍ତାକୁ ଓହ୍ଲାଇଲେ ମହିଳା। ଦୁଇ ମାସ ଧରି ପାନୀୟଜଳ ମିଳୁ ନ ଥିବା ଅଭିଯୋଗରେ ଗଞ୍ଜାମ…

ବିଦ୍ୟାଭାରତୀଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ବଡ଼ ଝଟ୍‌କା: ଆବେଦନ ଖାରଜ

ଭୁବନେଶ୍ୱର,୩୦।୯: : ବହୁଚର୍ଚ୍ଚିତ ACF ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ ତାଙ୍କ ପତ୍ନୀ ବିଦ୍ୟାଭାରତୀ ମହାପାତ୍ରଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଝଟ୍‌କା ଲାଗିଛି। ବିଦ୍ୟାଭାରତୀଙ୍କ ପକ୍ଷରୁ ଦାଖଲ ହୋଇଥିବା…

ଲୋଇସିଂହାର ଗର୍ବ ଇଫ୍ରାତା: ‘ଇଣ୍ଡିଆ ଟ୍ୟାଲେଣ୍ଟ ଫାଇଟ’ରେ ଚମକିଲେ

ଲୋଇସିଂହା,୩୦।୯(ସୁଶାନ୍ତ ବାରିକ):ଜାତୀୟସ୍ତରୀୟ ରିଆଲିଟି ଶୋ’ ଟ୍ୟାଲେଣ୍ଟ ଫାଇଟସୁପର ମଡେଲ’ ଜୁନିୟର କାଟାଗୋରିରେ ଚାମ୍ପିୟନ ହୋଇ ଲୋଇସିଂହା ତଥା ବଲାଙ୍ଗୀର ଜିଲା ପାଇଁ ଗୌରବ ଆଣିଛନ୍ତି ଇଫ୍ରାତା। ତାଙ୍କ…

ବ୍ୟବସାୟୀ ଗୁଣ୍ଡା ସାହୁ ଅପହରଣ ମାମଲା: ସରିଲା କ୍ଷୀତିଶଙ୍କ ରିମାଣ୍ଡ ଅବଧି, ପୋଲିସ ହାତରେ ଲାଗିଲା କିଛି ନୂଆ ତଥ୍ୟ

ବଲାଙ୍ଗୀର,୩୦ା୯(ସୁନିଲ କୁମାର ମହାନ୍ତି): ବଲାଙ୍ଗୀରର ଜଣାଶୁଣା ବ୍ୟବସାୟୀ ଗୁଣ୍ଡା ଓରଫ ନରେନ୍ଦ୍ର ସାହୁ ଅପହରଣ ଏବଂ ନିସ୍ତୁକ ମାଡ଼ ମାମଲାର ମୁଖ୍ୟ ଅଭିଯୁକ୍ତ କ୍ଷୀତିଶ ଚନ୍ଦ୍ର ସାହୁଙ୍କ…

ବିବାଦ ଭିତରେ ନିର୍ବାଚନ କମିଶନରଙ୍କ ବଡ଼ ନିଷ୍ପତ୍ତି, ଭୋଟର ଲିଷ୍ଟକୁ ନେଇ କହିଲେ ବଡ଼କଥା…

ନୂଆଦିଲ୍ଲୀ,୩୦।୯: ନିର୍ବାଚନ ଆୟୋଗ ‘ସ୍ପେଶାଲ ଇଣ୍ଟେନସିଭ ରିଭିଜନ’ (SIR) ପ୍ରକ୍ରିୟା ଶେଷ କରିସାରିଥିବା ରାଜ୍ୟଗୁଡ଼ିକରେ ନୂଆ ଭୋଟରମାନଙ୍କ ପାଇଁ ଫର୍ମ-୬ ସହିତ ଯୋଡ଼ା ଯାଇଥିବା ଅତିରିକ୍ତ ଘୋଷଣାନାମା…

ଶୌଚ ହେବାକୁ ଯାଇଥିଲେ ଗୋବର୍ଦ୍ଧନ, ଅତର୍କିତ ଆକ୍ରମଣ କଲା ଭାଲୁ, ଆଉ ତା’ ପରେ…

ପାଟଣା,୩୦ା୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପୋଇପାଣି ଗ୍ରାମ ନିକଟରେ ବୁଧବାର ଭୋର୍‌ରୁ ଭାଲୁ ଆକ୍ରମଣରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ଆହତ…

ଦାଉ ସାଧୁଛି ମହାନଦୀ ବନ୍ୟା: ନଷ୍ଟ ହେଉଛି ଫସଲ, ଆନ୍ଦୋଳନ ଚେତାବନୀ ଦେଇ ଚାଷୀ କହିଲେ…

ମଜାକାଳପଡ଼ା,୩୦ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଆଖଡ଼ାଶାଳୀ ସ୍ଲୁଇସ୍‌କ୍ରିକ ଖୋଲାପଡିଛି। ଏହାଦ୍ୱାରା ମହାନଦୀରେ ଆସିଥିବା ଚତୁର୍ଥ ବନ୍ୟା ଜଳ ପ୍ରବେଶ କରି ଚାଷୀଙ୍କ ଧାନ…

ଭୟାବହ ଅଗ୍ନିକାଣ୍ଡ: ଜଳିଗଲା ବାଇକ୍‌ ଶୋ’ରୁମ୍‌

ବାଲେଶ୍ୱର, ୩୦।୯(ମୃତ୍ୟୁଞ୍ଜୟ ପଟ୍ଟନାୟକ): ବାଲେଶ୍ୱର ସହରରେ ବୁଧବାର ଘଟିଛି ଏକ ଭୟାବହ ଅଗ୍ନିକାଣ୍ଡ। ସହଦେବଖୁଣ୍ଟା ମ୍ୟୁନିସିପାଲ ହାଇସ୍କୁଲ ସମ୍ମୁଖରେ ଥିବା ଏକ ହିରୋ ବାଇକ ଶୋ-ରୁମରେ ପୂର୍ବାହ୍ନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?