Posted inଖେଳ

ସିରିଜ୍‌ ବିଜୟ ଲକ୍ଷ୍ୟରେ ଭାରତ

ପୋର୍ଟ ଅଫ୍‌ ସ୍ପେନ୍‌, ୧୪।୮(ପି.ଟି.)- ଭାରତ ଓ ଘରୋଇ ଓ୍ବେଷ୍ଟଇଣ୍ଡିଜ୍‌ ମଧ୍ୟରେ ବୁଧବାର ତୃତୀୟ ତଥା ଅନ୍ତିମ ଦିନିକିଆ ଖେଳାଯିବ। ସ୍ଥାନୀୟ କୁଇନ୍ସ ପାର୍କ ଓଭାଲ ଗ୍ରାଉଣ୍ଡରେ ଆୟୋଜନ ହେବାକୁ ଥିବା ଏହି ମ୍ୟାଚ୍‌ ସିରିଜ୍‌ ନିର୍ଣ୍ଣାୟକ ସାବ୍ୟସ୍ତ ହେବ। ପ୍ରଥମ ମ୍ୟାଚ୍‌ ବର୍ଷା ଯୋଗୁ ବାତିଲ ହୋଇଥିଲା। ତେବେ ଦ୍ୱିତୀୟ ଦିନିକିଆରେ ଭାରତ ଡକ୍‌ଓ୍ବର୍ଥ/ଲୁଇସ୍‌ ନିୟମରେ ବିଜୟୀ ହୋଇ ୧-୦ରେ ଅଗ୍ରଣୀ ହାସଲ କରିଥିଲା। ଫଳରେ ଏହି ମ୍ୟାଚ୍‌ ଜିତି ଭାରତ ୨-୦ ବ୍ୟବଧାନରେ ସିରିଜ ହାତେଇବା ଲକ୍ଷ୍ୟରେ ରହିଛି। ଇଞ୍ଜୁରି କାରଣରୁ ବିଶ୍ୱକପ୍‌ରୁ ବାଦ୍‌ ପଡିଥିବା ଅଭିଜ୍ଞ ଓପନର ଶିଖର ଧାଓ୍ବନ ଟି୨୦ ଓ ଦିନିକିଆ ସିରିଜରେ ପ୍ରତ୍ୟାବର୍ତ୍ତନ କରିଥିଲେ ମଧ୍ୟ ସାଂଘାତିକ ଭାବେ ବିଫଳ ହୋଇଛନ୍ତି। ଗତ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ଟି୨୦ ମ୍ୟାଚ୍‌ରେ ଧାଓ୍ବନ ଯଥାକ୍ରମେ ୧,୨୩ ଓ ୩ ରନ ସଂଗ୍ରହ କରିଥିଲେ। ସେହିପରି ଦ୍ୱିତୀୟ ଦିନିକିଆରେ ସେ ମାତଅ ୨ ରନ ସଂଗ୍ରହ କରିଥିଲେ। ଫଳରେ ଏହି ମ୍ୟାଚ୍‌ରେ ବଡ଼ ସ୍କୋର ହାସଲ କରିବାର ଚାପ ତାଙ୍କ ଉପରେ ରହିଛି। ଶେଲଡ୍ରନ କଟ୍ରେଲଙ୍କ ଇନ୍‌ କମିଙ୍ଗ୍‌ ବଲକୁ ଖେଳିବାରେ ସେ ସମସ୍ୟାରେ ପଡି ଦୁଇଥର ଆଉଟ୍‌ ହୋଇଛନ୍ତି। ଧାଓ୍ବନ ଟେଷ୍ଟ ଦଳରେ ସ୍ଥାନ ପାଇ ନ ଥିବାରୁ ଏହି ମ୍ୟାଚ୍‌ରେ ବଡ଼ ସ୍କୋର ହାସଲ କରି ଓ୍ବେଷ୍ଟଇଣ୍ଡିଜ୍‌ ଗସ୍ତ ଶେଷ କରିବା ଲକ୍ଷ୍ୟରେ ରହିଛନ୍ତି।
ଭାରତୀୟ ବ୍ୟାଟିଂ କ୍ରମର ୪ ନମ୍ବର ସ୍ଥାନ ଏପର୍ଯନ୍ତ ଅପୂରଣୀୟ ଥିବା ମନେହେଉଛି। ତେବେ ଦୁଇ ଯୁବ ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ଓ ଶ୍ରେୟାସ ଆୟରଙ୍କ ମଧ୍ୟରେ ଏହି ସ୍ଥାନ ପାଇଁ ପ୍ରତିଦ୍ୱନ୍ଦ୍ୱିତା ଆରମ୍ଭ ହୋଇଛି। ଦ୍ୱିତୀୟ ଦିନିକିଆରେ ଚମତ୍କାର ବ୍ୟାଟିଂ କରି ପନ୍ତଙ୍କ ଉପରେ ଚାପ ପ୍ରୟୋଗ କରିବାରେ ସଫଳ ହୋଇଛନ୍ତି। ଏହି ସ୍ଥାନରେ ବ୍ୟାଟିଂ କରିବାକୁ ପନ୍ତ ଅଧିନାୟକ କୋହଲିଙ୍କ ସମର୍ଥନ ହାସଲ କରିଛନ୍ତି। ତେବେ ଗତ ମ୍ୟାଚ୍‌ରେ ଆୟର ୬୮ ବଲରୁ ୭୧ ରନ କରିଛନ୍ତି। ଅନ୍ୟପଟେ ପନ୍ତ ଏହି ସ୍ଥାନରେ ବାରମ୍ବାର ବିଫଳ ହୋଇଛନ୍ତି। ପନ୍ତଙ୍କ ଆକ୍ରମଣାତ୍ମକ ସ୍ବଭାବ ଟିମ୍‌ ମ୍ୟାନେଜମେଣ୍ଟ ପାଇଁ ଚିନ୍ତା ସୃଷ୍ଟି କରିଛି। ଏକାଧିକ ଥର ପନ୍ତ ଖରାପ୍‌ ଶଟ୍‌ ଖେଳି ଉଇକେଟ ଫୋପାଡିଛନ୍ତି। ତେଣୁ ୪ ନମ୍ବର ସ୍ଥାନରେ ବ୍ୟାଟିଂ କରିବାକୁ ଆୟର ଏବେ ନିଜକୁ ପସ୍ତୁତ କରିଛନ୍ତି ଓ ଟିମ୍‌ ମ୍ୟାନେଜମେଣ୍ଟ ଏ ନେଇ ଗୁରୁତର ସହ ଚିନ୍ତା କରିବାର ଅବକାଶ ସୃଷ୍ଟି ହୋଇଛି।
୪ ନଂ ସ୍ଥାନରେ ଆୟର ବ୍ୟାଟିଂ କରିବା ଉଚିତ ଓ ପନ୍ତଙ୍କୁ ୫ ନମ୍ବର ସ୍ଥାନରେ ସୁଯୋଗ ଦିଆଯିବା ଉଚିତ ବୋଲି କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସୁନୀଲ ଗାଭାସ୍କର କହିଛନ୍ତି। ଏହି ସ୍ଥାନରେ ବ୍ୟାଟିଂ କଲେ ପନ୍ତ ଆକ୍ରମଣାତ୍ମକ ପ୍ରଦର୍ଶନ କରିବାର ସୁଯୋଗ ହାସଲ କରିବେ। ଦ୍ୱିତୀୟ ଦିନିକିଆରେ ୧୨୦ ବଲରୁ ୧୨୫ ରନର ଦାୟିତ୍ୱପୂର୍ଣ୍ଣ ଶତକୀୟ ପାଳି ଖେଳିଥିବା ଅଧିନାୟକ କୋହଲି ତାଙ୍କର ଏହି ଫର୍ମକୁ ବଜାୟ ରଖିବେ ବୋଲି ଆଶା କରାଯାଉଛି। ତାରକା ଓପର ରୋହିତ ଶର୍ମା ଓ ଧାଓ୍ବନ ଅଳ୍ପ ରନକରି ଶସ୍ତାରେ ଆଉଟ ହେବାପରେ କୋହଲି ଓ ଆୟର ସ୍ଥିତି ସମ୍ଭାଳିବା ସହ ଭାରତକୁ ସମ୍ମାନଜନକ ସ୍କୋର ପ୍ରଦାନ କରିଥିଲେ। ଅଭିଜ୍ଞ ଦ୍ରୁତ ବୋଲର ଭୁବନେଶ୍ୱର କୁମାର ଦମ୍‌ଦାର ପ୍ରଦର୍ଶନ କରିଥିଲେ। ସେ ୮ ଓଭର ବୋଲିଂ କରି ୩୧ ରନ ବ୍ୟୟ କରିବା ସହ ୪ ଉଇକେଟ ଅକ୍ତିଆର କରି ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ସେହିପରି ମହମ୍ମଦ ସାମି ୩୯ ରନ ଦେଇ ୨ ଉଇକେଟ ଓ କୁଲଦୀପ ଯାଦବ ୫୯ ରନ ବିନିମୟରେ ୨ ଉଇକେଟ ହାସଲ କରିଥିଲେ। ବାମହାଦୀ କୁଲଦୀବ ମହଙ୍ଗା ସାବ୍ୟସ୍ତ ହୋଇଥିଲେ। ତେବେ ସେ ଅନ୍ତିମ ଦିନିକିଆରେ ତ୍ରୁଟି ସୁଧାରିବାକୁ ପ୍ରୟାସ କରିବେ। ଭାରତୀୟ ଦଳରେ କୌଣସି ପରିବର୍ତ୍ତନ ଆଶା କରାଯାଉ ନାହିଁ। ତେବେ ସାମିଙ୍କ ବିଶ୍ରାମ ଦେଇ କୋହଲି ଯୁବ ଦ୍ରୁତ ବୋଲର ନବଦୀପ ସଇନିଙ୍କୁ ଖେଳାଇବା ସମ୍ଭାବନା ରହିଛି।
ଅପରପକ୍ଷରେ ଓ୍ବେଷ୍ଟଇଣ୍ଡିଜ ଏହି ମ୍ୟାଚ୍‌ ଜିତି ସିରିଜ ଡ୍ର ରଖିବାକୁ ପ୍ରୟାସ କରିବ। ଘରୋଇ ଦଳକୁ ବ୍ୟାଟିଂରେ ସୁଧାର ଆଣିବା ଜରୁରୀ ହୋଇ ପଡିଛି। ସାଇ ହୋପ, ଶିମରନ ହେଟମେୟର ଓ ନିକୋଲାସ ପୁରନଙ୍କ ଭଳି ପ୍ରତିଭାସମ୍ପନ୍ନ ବ୍ୟାଟ୍ସମ୍ୟାନ ଦାୟିତ୍ୱର ସହ ବ୍ୟାଟିଂ କରିବା ଆବଶ୍ୟକ। ଏହି ମ୍ୟାଚ୍‌ରେ ଦୁଇ ଦଳ ଦୁଇ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ରେ ମୁହଁାମୁହିଁ ହେବେ। ଆଣ୍ଟିଗୁଆର ନର୍ଥ ସାଉଣ୍ଡରେ ଆସନ୍ତା ୨୨ତାରିଖରୁ ପ୍ରଥମ ଟେଷ୍ଟ ଆରମ୍ଭ ହେବା କାର୍ଯ୍ୟକ୍ରମ ରହିଛି।
ଭାରତୀୟ ଦଳ: ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା, ଶିଖର ଧାଓ୍ବନ, ଲୋକେଶ ରାହୁଲ, ଶ୍ରେୟାସ ଆୟର, ମନୀଷ ପାଣ୍ଡେ, ରିଷଭ ପନ୍ତ (ଉଇକେଟକିପର), ରବୀନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ, କେଦାର ଯାଦବ, ମହମ୍ମଦ ସାମି, ଭୁବନେଶ୍ୱର କୁମାର, ଖଲିଲ ଅହମ୍ମଦ ଓ ନବଦୀବ ସଇନି।
ଓ୍ବେଷ୍ଟଇଣ୍ଡିଜ ଦଳ: ଜାସନ ହୋଲ୍ଡର (ଅଧିନାୟକ), କ୍ରିସ୍‌ ଗେଲ୍‌, ଜନ କ୍ୟାମ୍ପବେଲ, ଏଭିନ ଲୁଇସ୍‌, ସାଇ ହୋପ୍‌, ଶିମରନ ହେଟମେୟର, ନିକୋଲାସ ପୁରନ, ରୋଷ୍ଟନ ଚେଜ୍‌, ଫାବଆନ ଆଲେନ, କାର୍ଲୋସ ବ୍ରାଥଓ୍ବେଟ୍‌, କିମୋ ପଲ, ଶେଲଡନ କଟ୍ରେଲ, ଓଶେନ ଥୋମାସ ଓ କେମର ରୋଚ୍‌।
ସ୍ଥାନ- ପୋର୍ଟ ଅଫ୍‌ ସ୍ପେନ୍‌, ତ୍ରିନିଦାଦ୍‌
ସମୟ- ସନ୍ଧ୍ୟା ୭ଟା
ପ୍ରସାରଣ- ସୋନୀ ନେଟ୍‌ଓ୍ବର୍କ


Enter your email to get our daily news in your inbox.

All Right Reserved By Dharitri.Com

ଚିନ୍ତା ବଢ଼ାଇଲା ରିପୋର୍ଟ, ଆଗାମୀ ୩-୪ ବର୍ଷ ପାଇଁ ଲାଗି ରହିପାରେ ଗ୍ୟାସ୍ ଅଭାବ!

ନୂଆଦିଲ୍ଲୀ,୧୫।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଯୋଗୁଁ ଭାରତ ସହ ଅନେକ ଦେଶରେ ଗ୍ୟାସର ଅଭାବ ଦେଖାଦେଇଛି । ଦେଶକୁ ଆଗାମୀ ତିନିରୁ ଚାରି ବର୍ଷ ପାଇଁ ଏହି ଚ୍ୟାଲେଞ୍ଜର…

ପ୍ରକାଶ ପାଇଲା CBSE ଦଶମ ରେଜଲ୍ଟ,ଏପରି କରନ୍ତୁ ଚେକ୍

ନୂଆଦିଲ୍ଲୀ,୧୫।୪: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା  ଫଳାଫଳ ପ୍ରକାଶ ପାଇଛି । ଛାତ୍ରୀଛାତ୍ର ଏବଂ ଅଭିଭାବକମାନେ ବର୍ତ୍ତମାନ UMANG ଆପରେ…

ଆଇନମନ୍ତ୍ରୀଙ୍କ ଘୋଷଣା, ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥାରେ ହେବ ବଡ଼ ପରିବର୍ତ୍ତନ

ଭୁବନେଶ୍ବର,୧୫।୪: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ନେଇ ବଡ଼ ଘୋଷଣା କଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ବଦଳିବ ଦର୍ଶନ ବ୍ୟବସ୍ଥା । ଖୁବଶୀଘ୍ର ସ୍ଲଟ ବୁକିଂ ମାଧ୍ୟମରେ…

ଏପ୍ରିଲ ୧୬ରେ ବଡ଼ ନିଷ୍ପତ୍ତି ନେବେ ଏମଏସ ଧୋନୀ! CSK ମ୍ୟାଚ୍…

ନୂଆଦିଲ୍ଲୀ,୧୫।୪:  ଏମଏସ ଧୋନୀ ଏପ୍ରିଲ ୧୬ରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ଯାଉଛନ୍ତି । ଏହି ନିଷ୍ପତ୍ତି ତାଙ୍କର ପରବର୍ତ୍ତୀ ଆଇପିଏଲ ୨୦୨୬ ମ୍ୟାଚରେ ଅଂଶଗ୍ରହଣ କରିବା…

ରାଜଧାନୀରେ ଚାଞ୍ଚଲ୍ୟ: ଟ୍ୟୁଶନ ଯାଇ ନିଖୋଜ ହେଲେ ନାବାଳିକା

ଭୁବନେଶ୍ୱର,୧୫।୪: ଟ୍ୟୁଶନ ଯାଇ ନିଖୋଜ ହେଲେ ନାବାଳିକା। ଏଭଳି ଅଭାବନୀୟ ଘଟଣା ଘଟିଛି ନୟାପଲ୍ଲୀ ଥାନା ଅଞ୍ଚଳରେ। ନୟାପଲ୍ଲୀ ଥାନା ସାଲିଆସାହି ନାବାଳିକାଙ୍କ ପତ୍ତା ମିଳୁନି ।…

ମୋକିମଙ୍କ ନୂଆ ଦଳରେ ସୋଫିଆ? ରାଜ୍ୟ ରାଜନୀତିରେ ଚହଳ

ଭୁବନେଶ୍ୱର,୧୫।୪: ନୂଆ ଆଞ୍ଚଳିକ ଦଳ ଲୋକାର୍ପଣ କଲେ ମହମ୍ମଦ ମୋକିମ। ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ଏକ ବିରାଟ ସମାବେଶରେ ଲୋକାର୍ପଣ ହେଲା ନୂଆଦଳ। ମୋକିମଙ୍କ ନୂଆ ଦଳ…

ସମ୍ବଲପୁରରେ ବଡ଼ ଘୋଷଣା କଲେ କେନ୍ଦ୍ରମନ୍ତ୍ରୀ : ଉଦ୍‌ଘାଟିତ ହେଲା ବୀର ସୁରେନ୍ଦ୍ର ସାଏ ସଂଗ୍ରହାଳୟ

ସମ୍ବଲପୁର,୧୫।୪(ପ୍ରମୋଦ ବହିଦାର): ସମ୍ବଲପୁରର ଐତିହାସିକ ଗୌରବକୁ ନୂଆ ପରିଚୟ ଦେବା ପାଇଁ ବୁଧବାର ବୀର ସୁରେନ୍ଦ୍ର ସାଏ ସଂଗ୍ରହାଳୟ ଲୋକାର୍ପିତ ହୋଇଯାଇଛି। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର…

ଅବନୀତଙ୍କ ଗ୍ଲାମରସ୍‌ ଲୁକ୍‌କୁ ନେଇ ଉଠିଲା ପ୍ରଶ୍ନ

ଅଭିନେତ୍ରୀ ଅବନୀତ କୌର ଯେତିକି ଗ୍ଲାମରସ୍‌ ସେତିକି ଚର୍ଚ୍ଚିତ ମଧ୍ୟ। ନିଜ ଚମକଦାର ଲୁକ ପାଇଁ ପ୍ରାୟତଃ ପ୍ରଶଂସା ସାଉଁଟନ୍ତି। ନିକଟରେ ସେ ତାହା ତ୍ୱଚାରେ ବୋଟକ୍ସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri