ସିଏସ୍‌ଆର୍‌ ଉଲ୍ଲଂଘନ ହେଲେ ଜେଲ୍‌;ପ୍ରତ୍ୟାହାର ନେଇ ବିଚାର କରିବେ ସୀତାରାମନ୍‌

ନୂଆଦିଲ୍ଲୀ,୧୧-୮: କର୍ପୋରେଟ ସାମାଜିକ ଉତ୍ତରଦାୟିତ୍ୱ(ସିଏସ୍‌ଆର୍‌) ସର୍ତ୍ତ ଉଲ୍ଲଂଘନ ହେବା କ୍ଷେତ୍ରରେ ଜେଲ୍‌ର ବ୍ୟବସ୍ଥାକୁ ପ୍ରତ୍ୟାହାର କରିବା ନେଇ ବିଚାର କରାଯିବ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଶିଳ୍ପ ଜଗତକୁ ପ୍ରତିଶ୍ରୁତି ଦେଇଛନ୍ତି। କାହା ବିରୋଧରେ ଆପରାଧିକ ମକଦ୍ଦମା ଦାଏର କରିବା ସରକାରଙ୍କ ଲକ୍ଷ୍ୟ ନୁହେଁ ବୋଲି ସେ କହିଛନ୍ତି। ଉଲ୍ଲେଖଥାଉ କି, ବଜେଟ ଅଧିବେଶନରେ କର୍ପୋରେଟ ସଂଶୋଧନ ବିଲ୍‌କୁ ଅନୁମୋଦନ କରାଯାଇଛି। ଏହି ସଂଶୋଧନ ଅନୁଯାୟୀ, ସିଏସ୍‌ଆର୍‌ ସର୍ତ୍ତ ଉଲ୍ଲଂଘନ କ୍ଷେତ୍ରରେ ସମ୍ପୃକ୍ତ କମ୍ପାନୀଙ୍କୁ ଅପରାଧୀ ଭାବେ ଘୋଷଣା କରାଯିବ। କମ୍ପାନୀ ଅଧିକାରୀଙ୍କୁ ୩ ବର୍ଷ ଜେଲ୍‌ଦଣ୍ଡ ଓ ୫୦ରୁ ୨୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ଆଦାୟର ବ୍ୟବସ୍ଥା କରାଯାଇଛି। ଶିଳ୍ପ ଜଗତ ଏହାକୁ ବିରୋଧ କରିବା ସହ ଏହାକୁ ପ୍ରତ୍ୟାହାର କରିନେବାକୁ ଦାବି ଜଣାଇ ଆସୁଛନ୍ତି। ସୂଚନାଥାଉ କି, ୫୦୦ କୋଟି ଟଙ୍କାର ନେଟ୍‌ ମୂଲ୍ୟ, ୧୦୦୦ କୋଟି ଟଙ୍କାରୁ ଅଧିକ କାରବାର କରୁଥିଲେ ଅଥବା ୫ କୋଟି କିମ୍ବା ତା’ଠାରୁ ଅଧିକ ନେଟ୍‌ ଲାଭ ହାସଲ କରିଥିବା କମ୍ପାନୀଙ୍କୁ ଗତ ୩ ବର୍ଷର ହାରାହାରି ଲାଭର ୨% ପ୍ରତିବର୍ଷ ସିଏସଆର୍‌ ବାବଦରେ ଖର୍ଚ୍ଚ କରିବାକୁ ପଡିଥାଏ। ଟିକସ ଉତ୍‌ପୀଡନ ଯୋଗୁ କ୍ୟାଫେ କଫି ଡେ ପ୍ରତିଷ୍ଠାତା ଭି.ଜି.ସିଦ୍ଧାର୍ଥ ଆମତ୍ହତ୍ୟା କରିଥିଲେ ବୋଲି ସାରା ଦେଶରେ ମତପ୍ରକାଶ ପାଇଥିଲା। ଅର୍ଥମନ୍ତ୍ରୀ ସୀତାରାମନ୍‌ ସେତେବେଳେ ଭାରତୀୟ ଶିଳ୍ପ ମହାସଂଘ ପ୍ରତିନିଧିମାନଙ୍କୁ ଭେଟି ପ୍ରତି ସପ୍ତାହରେ ସେ ଟିକସ ଉତ୍ପୀଡନ ମାମଲାର ସମାଧାନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଗକୁ ପେଟ୍ରୋଲରେ ମିଶିବ କି ୨୦% ରୁ ଅଧିକ ଇଥାନଲ୍? ସଂସଦରେ ସ୍ପଷ୍ଟ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୨୧।୭: ପେଟ୍ରୋଲରେ ଇଥାନଲ ମିଶ୍ରଣ ବା ଇ-୨୦ ପେଟ୍ରୋଲକୁ ନେଇ ଚର୍ଚ୍ଚା ଆଲୋଚନା ଲାଗି ରହିଛି । ଏହାଦ୍ୱାରା ଗାଡି଼ର ଇଞ୍ଜିନ ଖରାପ ହେଉଥିବା ନେଇ କହୁଛନ୍ତି…

ଏଣିକି ବିନା ଇଣ୍ଟରନେଟ୍‌ରେ ହେବ UPI ପେମେଣ୍ଟ! ଦ୍ରୁତ ଗତିରେ ଚାଲିଛି…

ନୂଆଦିଲ୍ଲୀ,୨୧।୭: UPI ଭାରତରେ ଡିଜିଟାଲ ପେମେଣ୍ଟର ଦୃଶ୍ୟପଟକୁ ସମ୍ପୂର୍ଣ୍ଣ ପରିବର୍ତ୍ତନ କରିଛି। ଏବେ ଇଣ୍ଟରନେଟ ସଂଯୋଗ ବିନା ମଧ୍ୟ UPI ପେମେଣ୍ଟ କରିବାର ଏକ ଉପାୟ ଖୋଲିବାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri