ସିଏଜି ମେହର୍ଷି ଡବ୍ଲ୍ୟୁଏଚ୍‌ଓର ଅଡିଟର ନିର୍ବାଚିତ; ୨୦୨୩ ଯାଏ ଦାୟିତ୍ୱରେ ରହିବେ

ନୂଆଦିଲ୍ଲୀ,୪-୬: ଦେଶର ମହାଲେଖା ନିୟନ୍ତ୍ରକ ଏବଂ ପରୀକ୍ଷକ(ସିଏଜି) ରାଜୀବ ମେହର୍ଷି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍‌ଓ)ର ବାହ୍ୟ ଲେଖା ପରୀକ୍ଷକ ବା ଅଡିଟର ଭାବେ ନିଯୁକ୍ତ ହୋଇଛନ୍ତି। ତାଙ୍କର କାର୍ଯ୍ୟକାଳ ୨୦୨୦ରୁ ୨୦୨୩ ପର୍ଯ୍ୟନ୍ତ ରହିବ। ସୋମବାର ଏକ ପ୍ରେସ୍‌ ବିଜ୍ଞପ୍ତି ଜରିଆରେ ଏହି ସୂଚନା ପ୍ରଦାନ କରାଯାଇଛି। ମେହର୍ଷିଙ୍କୁ ଗତ ମାସରେ ଜେନିଭାରେ ଅନୁଷ୍ଠିତ ୭୨ତମ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର ମହାସଭାରେ ବହୁମତରେ ନିର୍ବାଚିତ କରାଯାଇଥିଲା। ଭାରତ ବ୍ୟତୀତ ଏହି ପଦ ଲାଗି କଂଗୋ, ଫ୍ରାନ୍ସ, ଘାନା, ଟ୍ୟୁନିସିଆ, ବ୍ରିଟେନ ଏବଂ ଉତ୍ତର ଆର୍ୟଲାଣ୍ଡର ସିଏଜି ନିର୍ବାଚନରେ ଅବତୀର୍ଣ୍ଣ ହୋଇଥିଲେ। ସିଏଜି ମେହର୍ଷି ଡବ୍ଲ୍ୟୁଏଚ୍‌ଓରେ ବାହ୍ୟ ଅଡିଟର ଭାବେ କାର୍ଯ୍ୟରତ ଫିଲିପାଇନ୍ସର ସୁପ୍ରିମ ଅଡିଟ ଇନ୍‌ଷ୍ଟିଚ୍ୟୁଶନର ସ୍ଥାନ ନେବେ। ସିଏଜି ମେହର୍ଷିଙ୍କ ଲାଗି ଚଳିତ ବର୍ଷ ଦ୍ୱିତୀୟ ବଡ଼ ଅନ୍ତରାଷ୍ଟ୍ରୀୟ ଲେଖା ପରୀକ୍ଷଣ କାମ ହେବ। ଏଥିପୂର୍ବରୁ ମାର୍ଚ୍ଚ ୨୦୧୯ରେ ତାଙ୍କୁ ରୋମ୍‌ରେ ଖାଦ୍ୟ ଏବଂ କୃଷି ସଂଗଠନର ବାହ୍ୟ ଲେଖା ପରୀକ୍ଷକ ଭାବେ ନିର୍ବାଚିତ କରାଯାଇଥିଲା। ସେ ଏବେ ଜାତିସଂଘର ବୋର୍ଡ ଅଫ୍‌ ଅଡିଟର୍ସରେ ସାମିଲ ହୋଇଛନ୍ତି। ଏଥିସହିତ ସେ ଜାତିସଂଘର ବାହ୍ୟ ଅଡିଟର୍ସ ପ୍ୟାନେଲର ଅଧ୍ୟକ୍ଷ ମଧ୍ୟ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତରେ ପେଟ୍ରୋଲ-ଡିଜେଲ ଦର କମିବା ଆଶା! ୫ ଦିନର ଦ୍ରୁତ ବୃଦ୍ଧି ପରେ ଖସିଲା…

ନୂଆଦିଲ୍ଲୀ,୧୩।୮: ଅନ୍ତର୍ଜାତୀୟ ବଜାରରେ କଚା ତେଲ (Crude Oil) ଦରରେ ଗତ ୫ ଦିନ ଧରି ଚାଲିଆସୁଥିବା ବୃଦ୍ଧିରେ ଶେଷରେ ବ୍ରେକ ଲାଗିଛି। ୧୩ ଅଗଷ୍ଟ ୨୦୨୬ରେ…

ଆଜିଠାରୁ ମହଙ୍ଗା ହେଲା ପେଟ୍ରୋଲ-ଡିଜେଲ! ଇନ୍ଧନ ଦରରେ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ, ୧୨।୮: ଅନ୍ତର୍ଜାତୀୟ ବଜାରରେ କଞ୍ଚା ତେଲ (କ୍ରୁଡ ଅଏଲ) ର ଦର କ୍ରମାଗତ ଭାବେ ବୃଦ୍ଧି ପାଉଛି ଏବଂ ବ୍ରେଣ୍ଟ କ୍ରୁଡ ୯୦ ଡଲାର ପ୍ରତି…

ଭାରତରେ ଏହିଦିନ ଲଞ୍ଚ୍‌ କରିବ ୧୦ ଆଉ ୨୦ଟଙ୍କିଆ ପ୍ଲାଷ୍ଟିକ୍‌ ନୋଟ୍‌! ମୋଦି ସରକାର ଦେଲେ ମଞ୍ଜୁରୀ…

ନୂଆଦିଲ୍ଲୀ, ୧୧।୮: କାଗଜର ଚିରା-ଫଟା, ପୁରୁଣା ଏବଂ ଓଦା ହୋଇଯାଇଥିବା ନୋଟ୍‌କୁ ନେଇ ଅସୁବିଧାରେ ପଡ଼ୁଥିବା ଲୋକଙ୍କ ପାଇଁ ଏକ ବଡ଼ ଏବଂ ଖୁସି ଖବର ସାମ୍ନାକୁ…

ସରକାର ବଢାଇଲେ EV ସବସିଡି, ୫ହଜାର ଯାଏ ମିଳିବ ପ୍ରୋତ୍ସାହନ ରାଶି; ଜାଣନ୍ତୁ ଡେଡ୍‌ଲାଇନ କେବେ…

ନୂଆଦିଲ୍ଲୀ, ୧୧।୮: ଇରାନ-ଆମେରିକା ଯୁଦ୍ଧ ପରେ ଲୋକମାନେ ପେଟ୍ରୋଲ-ଡିଜେଲ ଦର ବୃଦ୍ଧି ଦେଖିବାକୁ ପାଇଥିଲେ। ଏହା ପରେ କେନ୍ଦ୍ର ସରକାର ଦେଶରେ ଇଲେକ୍ଟ୍ରିକ୍ ଗାଡ଼ିଗୁଡ଼ିକୁ ପ୍ରୋତ୍ସାହିତ କରିବା…

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରତିମାସରେ କେତେ ଦରମା ମିଳେ? ବଙ୍ଗଳା-ଭତ୍ତା ଛଡା ବେସିକ୍‌ ସାଲାରୀ କେତେ ଜାଣିଲେ ଚମକି ପଡିବେ…

ନୂଆଦିଲ୍ଲୀ, ୧୧।୮: ଆପଣ ଡାକ୍ତର, ଇଞ୍ଜିନିୟର ଏବଂ ସରକାରୀ କର୍ମଚାରୀଙ୍କ ଭଳି ବିଭିନ୍ନ ବୃତ୍ତିଗତଙ୍କ ଦରମା ବିଷୟରେ ଶୁଣିଥିବେ। ଏହି ପରିପ୍ରେକ୍ଷୀରେ, ଭାରତର ପ୍ରଧାନମନ୍ତ୍ରୀଙ୍କ ଦରମା କେତେ…

ବଢ଼ିବ ଡିଜେଲ ଦାମ! ସରକାରଙ୍କ ଏଭଳି ନିଷ୍ପତ୍ତି ପରେ ବଢିଲା…

ନୂଆଦିଲ୍ଲୀ, ୧୧।୮: ଦେଶରେ ପେଟ୍ରୋଲ ପରେ ଡିଜେଲରେ ମଧ୍ୟ ଏଥାନଲ ମିଶାଇବା ଯୋଜନା ଉପରେ ସରକାର ବର୍ତ୍ତମାନ ପାଇଁ ରୋକ ଲଗାଇ ଦେଇଛନ୍ତି। ତେଲ ବିପଣନ କମ୍ପାନୀଗୁଡ଼ିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri