Posted inଜାତୀୟ

ସାରା ଦେଶରେ ଲାଗୁହେବ ଏନ୍‌ଆର୍‌ସି

ନୂଆଦିଲ୍ଲୀ,୧୯ା୯ : ଭାରତରେ ରହୁଥିବା ବେଆଇନ ପ୍ରବାସୀଙ୍କୁ ଚିହ୍ନଟ କରି ବିଦା କରାଯିବ। ଏଥିପାଇଁ କେନ୍ଦ୍ର ସରକାର ଜାତୀୟ ନାଗରିକ ପଞ୍ଜିକା (ଏନ୍‌ଆର୍‌ସି) ସାରା ଦେଶରେ ଲାଗୁ କରିବେ ବୋଲି ବୁଧବାର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହ ସୂଚନା ଦେଇଛନ୍ତି।
ରାଞ୍ଚତ୍ରେ ଏକ ହିନ୍ଦୀ ଖବରକାଗଜର କାର୍ଯ୍ୟକ୍ରମରେ ଯୋଗଦେଇ ଶାହ କହିଛନ୍ତି, ଜଣେ ଭାରତୀୟ ବେଆଇନ ଭାବେ ଆମେରିକା, ବ୍ରିଟେନ କି ରୁଷିଆରେ ରହିପାରିବେ ନାହିଁ। ତେବେ ଅନ୍ୟ ଦେଶର ନାଗରିକମାନେ ବିନା ବୈଧ ଦସ୍ତାବିଜରେ ଭାରତରେ କିପରି ରହିପାରିବେ। ଏଥିଲାଗି ସମଗ୍ର ଦେଶରେ ଏନ୍‌ଆର୍‌ସି କାର୍ଯ୍ୟକାରୀ କରିବା ଉଚିତ। ଆଗକୁ ବେଆଇନ ଭାବେ ରହୁଥିବା ଶରଣାର୍ଥୀଙ୍କୁ ଦେଶରୁ କିପରି ବାହାର କରାଯିବ ସେନେଇ ସେ ନିଜେ ଉଦ୍ୟମ କରିବେ ବୋଲି ଶାହ କହିଛନ୍ତି। ଆସାମ ପରେ ଏବେ ଦେଶର ଅବଶିଷ୍ଟ ରାଜ୍ୟଗୁଡ଼ିକରେ ଏହାକୁ ଲାଗୁ କରାଯାଇ ଏକ ଜାତୀୟ ନାଗରିକ ପଞ୍ଜିକା ପ୍ରସ୍ତୁତ କରାଯିବ। କାରଣ ଦେଶର ନାଗରିକମାନଙ୍କ ଏକ ତାଲିକା ରହିବା ଉଚିତ। ଆସାମ ହେଉଛି ଦେଶର ଏକମାତ୍ର ରାଜ୍ୟ ଯେଉଁଠି ଅଗଷ୍ଟ ୩୧ରୁ ଏନ୍‌ଆର୍‌ସି କାର୍ଯ୍ୟକାରୀ ହେଉଛି। ଏହା ଆସାମ ନାଗରିକ ପଞ୍ଜିକା ନୁହେଁ ବୋଲି ଶାହ ସ୍ପଷ୍ଟ କରିଛନ୍ତି। ସେହିପରି ଝାଡ଼ଖଣ୍ଡ ରାଜଧାନୀ ରାଞ୍ଚତ୍ରୁ ୨୫୦ କି.ମି. ଦୂର ଜୋହରରେ ଭାଜପାର ଜନ ଆଶୀର୍ବାଦ ଯାତ୍ରାକୁ ସମ୍ବୋଧିତ କରି ଦଳର ଅଧ୍ୟକ୍ଷ ଶାହ ଜମ୍ମୁ-କଶ୍ମୀର ପ୍ରସଙ୍ଗରେ କହିଛନ୍ତି, ଏହା ହେଉଛି ଭାରତର ଅବିଚ୍ଛେଦ୍ୟ ଅଙ୍ଗ। ଅନୁଚ୍ଛେଦ ୩୭୦କୁ ଉଚ୍ଛେଦ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାକିସ୍ତାନକୁ ତା’ର ଅସଲ ସ୍ଥାନ ଦେଖାଇଦେଇଛନ୍ତି। ଭାଜପା ମୂଳରୁ ୩୭୦କୁ ବିରୋଧ କରିଆସିଛି। ଏହାକୁ ହଟାଯିବା ପରେ କଂଗ୍ରେସର ପେଟବ୍ୟଥା କାହିଁକି ହେଉଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ୩୭୦ ଉଚ୍ଛେଦକୁ ସମର୍ଥନ କରୁଛନ୍ତି କି ନାହିଁ ସେ ବିଧାନସଭା ନିର୍ବାଚନ ହେବାକୁ ଥିବା ଝାଡ଼ଖଣ୍ଡ, ମହାରାଷ୍ଟ୍ର ଓ ହରିୟାଣାକୁ ଗଲେ ତାହା ସ୍ପଷ୍ଟ କରନ୍ତୁ।

ଏନ୍‌ଆର୍‌ସି ପାଇଁ ଆବଶ୍ୟକ ଦସ୍ତାବିଜ

ଜାତୀୟ ନାଗରିକ ପଞ୍ଜିକା (ଏନ୍‌ଆର୍‌ସି)ରେ ନାମ ପଞ୍ଜୀକରଣ ପାଇଁ ନିମ୍ନଲିଖିତ ୧୦ ଦସ୍ତାବିଜ ବୈଧ।
୧. ଜମିଜମା ସଂକ୍ରାନ୍ତ ମାଲିକାନା ସ୍ବତ୍ୱର କାଗଜପତ୍ର ବା ପଟ୍ଟା
୨. ରାଜ୍ୟ ବାହାରୁ ଜାରି କରାଯାଇଥିବା ସ୍ଥାୟୀ ବାସିନ୍ଦା ପ୍ରମାଣପତ୍ର
୩. ଭାରତ ସରକାରଙ୍କ ପକ୍ଷରୁ ଜାରି ପାସ୍‌ପୋର୍ଟ
୪. ଭୋଟର ପରିଚୟପତ୍ର ବା କୌଣସି ସରକାରୀ କର୍ତ୍ତୃପକ୍ଷ ଜାରି କରିଥିବା ଲାଇସେନ୍ସ/ପ୍ରମାଣପତ୍ର
୫. ସରକାରୀ ନିଯୁକ୍ତି ପ୍ରମାଣପତ୍ର
୬. ବ୍ୟାଙ୍କ/ ଡାକଘରରେ ଖାତା
୭. କ୍ଷମତାପ୍ରାପ୍ତ କର୍ତ୍ତୃପକ୍ଷ ଜାରି କରିଥିବା ଜନ୍ମ ପ୍ରମାଣପତ୍ର
୮. ବୋର୍ଡ/ବିଶ୍ୱବିଦ୍ୟାଳୟରୁ ଜାରି ଶିକ୍ଷାଗତ ଯୋଗ୍ୟତା ପ୍ରମାଣପତ୍ର
୯. କୋର୍ଟ ରେକର୍ଡ ବା ବିଚାର ବିଭାଗୀୟ କିମ୍ବା ରାଜସ୍ବ ଅଦାଲତର ଶୁଣାଣି ବେଳର ଦସ୍ତାବିଜ
୧୦. ଏଲ୍‌ଆଇସି ବୀମା ପଲିସି
ଜଣକ ପାଖରେ ଉପରୋକ୍ତ ଦସ୍ତାବିଜ ମଧ୍ୟରୁ କୌଣସି ଗୋଟିଏ ଥିଲେ ସେ ଆବେଦନପତ୍ର ସହ ତାକୁ ଦାଖଲ କରି ଏନ୍‌ଆର୍‌ସିରେ ସାମିଲ ହୋଇପାରିବେ। କିନ୍ତୁ ସମ୍ପୃକ୍ତ ଦସ୍ତାବିଜ ୧୯୭୧ ମାର୍ଚ୍ଚ ୨୪ ମଧ୍ୟରାତ୍ରି ସୁଦ୍ଧା ପ୍ରସ୍ତୁତ ହୋଇଥିବା ଜରୁରୀ। ଆସାମରେ ଏନ୍‌ଆର୍‌ସି ପ୍ରସ୍ତୁତି ଚାଲିଥିବାବେଳେ ରାଜ୍ୟ କୋଅର୍ଡିନେଟର ପ୍ରତୀକ ହାଜେଲା ମୋଟ ୧୫ଟି ଦସ୍ତାବିଜର ତାଲିକା ସୁପ୍ରିମକୋର୍ଟଙ୍କୁ ପ୍ରଦାନ କରିଥିଲେ। ସେଥିରୁ ଏହି ୧୦ ଦସ୍ତାବିଜକୁ ପରିଚୟପତ୍ରର ପ୍ରମାଣ ଭାବେ ଗ୍ରହଣ କରିବାକୁ ୨୦୧୮ ସେପ୍ଟେମ୍ବର ୫ରେ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଥିଲେ। ଏନ୍‌ଆର୍‌ସି ଅନୁସାରେ ୧୯୭୧ ମାର୍ଚ୍ଚ ୨୫ ପୂର୍ବରୁ ଭାରତକୁ ଆସିଥିବା ବାଂଲାଦେଶୀଙ୍କୁ ସ୍ଥାନୀୟ ନାଗରିକର ମାନ୍ୟତା ଦିଆଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

‘Thanks To Everybody…’, ପ୍ରଧାନମନ୍ତ୍ରୀ ମୋଦିଙ୍କ ନୂତନ ଭିଡିଓ ବାର୍ତ୍ତା ଜାରି,କହିଲେ…VIDEO

ନୂଆଦିଲ୍ଲୀ,୨୪।୭: ଦିଲ୍ଲୀର ଜନ୍ତର-ମନ୍ତରରେ ଚାଲିଥିବା ଛାତ୍ର ଆନ୍ଦୋଳନ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏକ ନୂତନ ଭିଡିଓ ବାର୍ତ୍ତା ଶୁକ୍ରବାର ରାତିରେ ସାମ୍ନାକୁ ଆସିଛି। ଏହି ସମୟରେ…

ଇସ୍ତଫା ଦେବେ ନାହିଁ ଧର୍ମେନ୍ଦ୍ର ପ୍ରଧାନ! ସରକାରଙ୍କ କଡ଼ା ଆଭିମୁଖ୍ୟ, ଗୋଟିଏ ମାସ ମଧ୍ୟରେ…

ନୂଆଦିଲ୍ଲୀ,୨୪।୭: NEET ପେପର ଲିକ୍ ମାମଲାରେ ଦାୟିତ୍ୱ ନିର୍ଦ୍ଧାରଣ ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ଜାତୀୟ ରାଜଧାନୀ ଦିଲ୍ଲୀର ଜନ୍ତର-ମନ୍ତରରେ ଗତ ଏକ…

ଚମକାଇଲା ECBର ନିଷ୍ପତ୍ତି: ଜୋ ରୁଟ୍ ପୁଣି ହେବେ ଇଂଲଣ୍ଡର ଷ୍ଟେଟ୍ କ୍ୟାପଟେନ୍

ଲଣ୍ଡନ,୨୪।୭: : ଇଂଲଣ୍ଡ କ୍ରିକେଟ୍ ଦଳକୁ ମିଳିବାକୁ ଯାଉଛି ଜଣେ ନୂତନ ଟେଷ୍ଟ କ୍ୟାପଟେନ୍। ବରିଷ୍ଠ ବ୍ୟାଟ୍ସମ୍ୟାନ୍ ଜୋ ରୁଟଙ୍କୁ ପୁଣି ଥରେ ଇଂଲଣ୍ଡ ଟେଷ୍ଟ ଦଳର…

CJP ପ୍ରଦର୍ଶନରେ ପାକିସ୍ତାନୀ ଷଡ଼ଯନ୍ତ୍ର! ଜନ୍ତର-ମନ୍ତର ପ୍ରଦର୍ଶନକୁ ନେଇ ବଡ଼ ଖୁଲାସା, ବ୍ଲକ ହେଲା ୪୮୦…

ନୂଆଦିଲ୍ଲୀ,୨୪।୭: ଦିଲ୍ଲୀର ଜନ୍ତର-ମନ୍ତରଠାରେ ‘କକ୍ରୋଚ ଜନତା ପାର୍ଟି’ (CJP) ର ବିରୋଧ ପ୍ରଦର୍ଶନ ମଧ୍ୟରେ ଦିଲ୍ଲୀ ପୋଲିସ ଏକ ବଡ଼ ଖୁଲାସା କରିଛି। ପୋଲିସ ଏକ ବଡ଼…

ବାହୁଡ଼ା ଯାତ୍ରା ସମୟରେ ଅଘଟଣ: ଅଣନିଶ୍ବାସୀ ହୋଇ ଜଣଙ୍କର ମୃତ୍ୟୁ, ମିଳିଛି ପରିଚୟ

ପୁରୀ,୨୪।୭: ପବିତ୍ର ବାହୁଡ଼ା ଯାତ୍ରା ଅବସରରେ ପୁରୀ ଶ୍ରୀକ୍ଷେତ୍ରରେ ଏକ ଦୁଃଖଦ ଘଟଣା ଘଟିଛି। ଅଧିକ ଭିଡ଼ ଓ ଅଣନିଶ୍ବାସୀ ହୋଇ ଜଣେ ଶ୍ରଦ୍ଧାଳୁଙ୍କର ମୃତ୍ୟୁ ଘଟିଛି।…

କେନ୍ଦ୍ରମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ରବନୀତ ସିଂ ବିଟ୍ଟୁ, ଜାଣନ୍ତୁ କାହିଁକି ଛାଡ଼ିବାକୁ ପଡ଼ିଲା…

ନୂଆଦିଲ୍ଲୀ,୨୪।୭: କେନ୍ଦ୍ର ରେଳ ରାଷ୍ଟ୍ରମନ୍ତ୍ରୀ ରବନୀତ ସିଂ ବିଟ୍ଟୁ କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କର ଇସ୍ତଫାକୁ ଗ୍ରହଣ କରିଥିବା ନେଇ ଶୁକ୍ରବାର…

NEET ପେପର ଲିକ୍ ନେଇ NTAରେ ବଡ଼ଧରଣର କାର୍ଯ୍ୟାନୁଷ୍ଠାନ, ୪୭ ଅଧିକାରୀ ଚାକିରିରୁ ବିଦା

ନୂଆଦିଲ୍ଲୀ,୨୪ା୭: NEET ପେପର ଲିକ୍ ଏବଂ ଦେଶବ୍ୟାପୀ ପ୍ରଦର୍ଶନ ମଧ୍ୟରେ ଜାତୀୟ ପରୀକ୍ଷା ଏଜେନ୍ସି (NTA) ରେ ବ୍ୟାପକ ପରିବର୍ତ୍ତନ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହାର ଏକ…

ଗୋକର୍ଣ୍ଣପୁରରେ ଶ୍ରୀ ଲକ୍ଷ୍ମୀନୃସିଂହ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ଉଦଯାପିତ: ମହାଯଜ୍ଞ ପୂର୍ଣ୍ଣାହୁତିରେ ସହସ୍ରାଧିକ ଶ୍ରଦ୍ଧାଳୁଙ୍କ ସମାଗମ

ଦିଗପହଣ୍ଡି,୨୪|୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଅନ୍ତର୍ଗତ ଗୋକର୍ଣ୍ଣପୁର ଗ୍ରାମରେ ଗତ ୩ ଧରି ଚାଲିଥିବା ଶ୍ରୀ ଲକ୍ଷ୍ମୀନୃସିଂହ ଓ ଏଲମା ଶ୍ରୀ ପୋତୁରାଜଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri