ସାଢେ ୩ ବର୍ଷର ନିମ୍ନ ସ୍ତରରେ ପାଇକାରୀ ମୁଦ୍ରାସ୍ଫୀତି

ନୂଆଦିଲ୍ଲୀ,୧୫-୧୧: ଘରୋଇ ବଜାରର ପାଇକାରୀ ମୁଦ୍ରାସ୍ଫୀତି ଚଳିତ ବର୍ଷ ଅକ୍ଟୋବରରେ ସାଢେ ୩ ବର୍ଷର ସର୍ବନିମ୍ନ ସ୍ତର ୦.୧୬% କୁ ଖସିଛି। ଖାଦ୍ୟ ସାମଗ୍ରୀ ଦରଦାମ ଏହି ସମୟରେ ଉଚ୍ଚରେ ରହିଥିଲେ ମଧ୍ୟ ମାନୁଫାକ୍‌ଚରିଂ ଗୁଡ୍‌ସ ମୂଲ୍ୟ ହ୍ରାସ ହେବା ଯୋଗୁ ଏଭଳି ସ୍ଥିତି ଉପୁଜିଥିବା ବୁଧବାର ପ୍ରକାଶିତ ସରକାରୀ ତଥ୍ୟରୁ ସାମ୍ନାକୁ ଆସିଛି। ଏହା ପୂର୍ବରୁ ୨୦୧୬ ଜୁନରେ ପାଇକାରୀ ମୂଲ୍ୟ ଭିତ୍ତିକ ମୁଦ୍ରାସ୍ଫୀତି(ଡବ୍ଲ୍ୟୁପିଆଇ) ୦.୧% ରହିଥିଲା। ଚଳିତ ବର୍ଷ ସେପ୍ଟେମ୍ବରରେ ଡବ୍ଲ୍ୟୁପିଆଇ ଭିତ୍ତିକ ମୁଦ୍ରାସ୍ଫୀତି ୦.୩୩% ସ୍ତରରେ ରହିଥିଲା। ୨୦୧୮ ଅକ୍ଟୋବରରେ ଏହା ୫.୫୪% ସ୍ତରରେ ଥିଲା। ଅକ୍ଟୋବରରେ ଖାଦ୍ୟ ସାମଗ୍ରୀ ବର୍ଗରେ ମୂଲ୍ୟବୃଦ୍ଧି ୯.୮୦% ରହିଛି। ସେହିଭଳି ଅଣଖାଦ୍ୟ ସାମଗ୍ରୀ ବର୍ଗରେ ଏହା ୨.୩୫% ସ୍ତରରେ ରହିଥିବା ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରଣାଳୟର ସଦ୍ୟତମ ଡାଟାରୁ ସାମ୍ନାକୁ ଆସିଛି। ଏହି ସମୟରେ ଆଳୁର ପାଇକାରୀ ମୂଲ୍ୟ ନକରାତ୍ମକ ସ୍ଥିତିରେ ରହି ୧୯.୬୦% ସ୍ତର ଛୁଇଁଛି। ଯାହା ସେପ୍ଟେମ୍ବରରେ -୨୨.୫୦% ଥିଲା। ସେହିଭଳି ଅକ୍ଟୋବରରେ ପନିପରିବା ଦରଦାମ ୩୮.୯୧% ବଢିଛି। ଏହା ଗତ ବର୍ଷ ସମାନ ମାସରେ ୧୯.୪୩% ସ୍ତରରେ ଥିଲା। ଡାଲି କ୍ଷେତ୍ରରେ ଏହା ୧୬.୫୭%, ଫଳରେ ୨.୭୨%, ମାନୁଫାକ୍‌ଚର ପ୍ରଡକ୍ଟ ବର୍ଗରେ -୦.୮୦% ରହିଛି। ଏହାବାଦ ଇନ୍ଧନ ଏବଂ ଲାଇଟ କ୍ଷେତ୍ରରେ ଏହା -୮.୨୭% ସ୍ତରକୁ ଖସିଛି। ଅକ୍ଟୋବରରେ ଖୁଚୁରା ମୁଦ୍ରାସ୍ଫୀତି ୧୬ ମାସର ସର୍ବୋଚ୍ଚ ସ୍ତର ୪.୬୨% ସ୍ତରକୁ ବଢିଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

କାଲିଠୁ ୩ହଜାର ଟଙ୍କାରେ କିଣିବେ ସିଲିଣ୍ଡର! ଆଜି ରାତି ୧୨ଟା ପୂର୍ବରୁ କରନ୍ତୁ ଏହି କାମ; ନହେଲେ…

ଯଦି ଆପଣ ଏପର୍ଯ୍ୟନ୍ତ ନିଜର ଏଲ୍‌ପିଜି (LPG) କନେକ୍ସନର ଇ-କେୱାଇସି (e-KYC) କରିନାହାନ୍ତି, ତେବେ ୧୬ ଅଗଷ୍ଟ ୨୦୨୬ ପୂର୍ବରୁ ଏହି କାମ ନିଶ୍ଚୟ ଶେଷ କରିନିଅନ୍ତୁ।…

EPFO New Rules: ପେନସନ ଟଙ୍କା ଉଠାଣରେ ବଡ଼ ପରିବର୍ତ୍ତନ, ଏଣିକି ଅପେକ୍ଷା କରିବାକୁ ପଡ଼ିବ ଏତେ ଦିନ

ନୂଆଦିଲ୍ଲୀ, ୧୪।୮: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (EPFO) ପକ୍ଷରୁ PF ଓ ପେନସନ ଉଠାଣ ନିୟମରେ ବଡ଼ ପରିବର୍ତ୍ତନ କରାଯାଇଛି। ଏହାର ସିଧାସଳଖ ପ୍ରଭାବ ବେତନଭୋଗୀ…

ଟାଟା ଗ୍ରୁପ୍‌ର ପ୍ରକୃତ ମାଲିକ କିଏ? କେଉଁଠାକୁ ଯାଏ ଏତେ ବଡ଼ କମ୍ପାନୀର ଆୟ…ଜାଣିଲେ ହେବେ ତାଜୁବ

ନୂଆଦିଲ୍ଲୀ,୧୩।୮: ଭାରତର ସର୍ବବୃହତ୍ ଏବଂ ସବୁଠାରୁ ଭରସାଯୋଗ୍ୟ ବ୍ୟବସାୟିକ ଗ୍ରୁପ୍‌ଗୁଡ଼ିକ ମଧ୍ୟରେ ‘ଟାଟା ଗ୍ରୁପ୍’ (Tata Group) ଅନ୍ୟତମ। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ,…

ଭାରତରେ ପେଟ୍ରୋଲ-ଡିଜେଲ ଦର କମିବା ଆଶା! ୫ ଦିନର ଦ୍ରୁତ ବୃଦ୍ଧି ପରେ ଖସିଲା…

ନୂଆଦିଲ୍ଲୀ,୧୩।୮: ଅନ୍ତର୍ଜାତୀୟ ବଜାରରେ କଚା ତେଲ (Crude Oil) ଦରରେ ଗତ ୫ ଦିନ ଧରି ଚାଲିଆସୁଥିବା ବୃଦ୍ଧିରେ ଶେଷରେ ବ୍ରେକ ଲାଗିଛି। ୧୩ ଅଗଷ୍ଟ ୨୦୨୬ରେ…

ଆଜିଠାରୁ ମହଙ୍ଗା ହେଲା ପେଟ୍ରୋଲ-ଡିଜେଲ! ଇନ୍ଧନ ଦରରେ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ, ୧୨।୮: ଅନ୍ତର୍ଜାତୀୟ ବଜାରରେ କଞ୍ଚା ତେଲ (କ୍ରୁଡ ଅଏଲ) ର ଦର କ୍ରମାଗତ ଭାବେ ବୃଦ୍ଧି ପାଉଛି ଏବଂ ବ୍ରେଣ୍ଟ କ୍ରୁଡ ୯୦ ଡଲାର ପ୍ରତି…

ଭାରତରେ ଏହିଦିନ ଲଞ୍ଚ୍‌ କରିବ ୧୦ ଆଉ ୨୦ଟଙ୍କିଆ ପ୍ଲାଷ୍ଟିକ୍‌ ନୋଟ୍‌! ମୋଦି ସରକାର ଦେଲେ ମଞ୍ଜୁରୀ…

ନୂଆଦିଲ୍ଲୀ, ୧୧।୮: କାଗଜର ଚିରା-ଫଟା, ପୁରୁଣା ଏବଂ ଓଦା ହୋଇଯାଇଥିବା ନୋଟ୍‌କୁ ନେଇ ଅସୁବିଧାରେ ପଡ଼ୁଥିବା ଲୋକଙ୍କ ପାଇଁ ଏକ ବଡ଼ ଏବଂ ଖୁସି ଖବର ସାମ୍ନାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri