ସାଇରସ ମିସ୍ତ୍ରିଙ୍କ ସପକ୍ଷରେ ଏନ୍‌ସିଏଲ୍‌ଏଟି ରାୟ

ନୂଆଦିଲ୍ଲୀ,୧୯-୧୨: ଟାଟା ସନ୍ସ ଅଧ୍ୟକ୍ଷ ପଦବୀରୁ ସାଇରସ ମିସ୍ତ୍ରିଙ୍କୁ ହଟାଇବା ଭୁଲ ଥିଲା ବୋଲି ନ୍ୟାଶନାଲ କମ୍ପାନୀ ଲ ଆପିଲେଟ ଟ୍ରିବ୍ୟୁନାଲ (ଏନସିଏଲ୍‌ଏଟି) ନିଷ୍ପତ୍ତି ଶୁଣାଇଛନ୍ତି। ବୁଧବାର ଏନ୍‌ସିଏଲ୍‌ଏଟି ସାଇରସ ମିନ୍ତ୍ରିଙ୍କ ସପକ୍ଷରେ ରାୟ ଶୁଣାଇବା ସହ ତାଙ୍କୁ ପୁଣି ଥରେ ଟାଟା ସନ୍ସ ଅଧ୍ୟକ୍ଷ ପଦବୀରେ ଅବସ୍ଥାପିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ନ୍ୟାଶନାଲ କମ୍ପାନୀ ଲ ଟ୍ରିବ୍ୟୁନାଲରେ ମାମଲା ହାରିବା ପରେ ମିନ୍ତ୍ରୀ ଏନ୍‌ସିଏଲ୍‌ଏଟିର ଦ୍ୱାରସ୍ଥ ହୋଇଥିଲେ। ସେହିଭଳି ଟାଟା ସନ୍ସ ଅଧ୍ୟକ୍ଷ ପଦବୀରେ ଏନ୍‌.ଚନ୍ଦ୍ରଶେକରନଙ୍କ ନିଯୁକ୍ତିକୁ ଆପିଲେଟ ଟ୍ରିବ୍ୟୁନାଲ ବେଆଇନ ବୋଲି କହିଛନ୍ତି। ଏହି ନିଷ୍ପତ୍ତିକୁ ଟାଟା ସନ୍ସ ୪ ସପ୍ତାହ ମଧ୍ୟରେ ଆବେଦନ କରିପାରିବ ବୋଲି ଏନ୍‌ସିଏଲ୍‌ଏଟି କହିଛନ୍ତି। ଏହି ମାମଲାର ବିଭିନ୍ନ ଆଇନଗତ ଦିଗକୁ ତର୍ଜମା କରିବା ପରେ ଆଗାମୀ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ ବୋଲି ଟାଟାସନ୍ସ ଏହାର ପ୍ରତିକ୍ରିୟାରେ କହିଛି।
ସାଇରସ ମିସ୍ତ୍ରି ସାପୋରଜି ପାଲୋଞ୍ଜୀ ପାଲୋଜୀ ପରିବାର ହୋଇଥିବା ବେଳେ ତାଙ୍କୁ ଟାଟା ଅଧ୍ୟକ୍ଷ ପଦବୀରୁ ଅକ୍ଟୋବର ୨୦୧୬ରେ ହଟାଯାଇଥିଲା। ଏହା ପରେ ଏନ୍‌. ଚନ୍ଦ୍ରଶେକରନ ୨୦୧୭ ଜାନୁୟାରୀରେ ଟାଟାସନ୍ସର ଅଧ୍ୟକ୍ଷ ପଦବୀରେ ଅବସ୍ଥାପିତ ହୋଇଥିଲେ। ରତନ ଟାଟାଙ୍କ ପରେ ଟାଟା ସନ୍ସର ୬ତମ ଅଧ୍ୟକ୍ଷ ଭାବେ ମିସ୍ତ୍ରି ୨୦୧୨ରେ ଅବସ୍ଥାପିତ ହୋଇଥିଲେ। ଅଧ୍ୟକ୍ଷ ପଦବୀରୁ ତାଙ୍କୁ ପ୍ରଥମେ ହଟାଯିବା ପରେ ଟାଟା ସନ୍ସ ବୋର୍ଡରୁ ମଧ୍ୟ ବାଦ ଦିଆଯାଇଥିଲା। ଟାଟା ସନ୍ସରେ ପ୍ରମୁଖ ନିବେଶ ନିଷ୍ପତ୍ତି, ବିଶ୍ୱର ଶସ୍ତା କାର ନାନୋର ମାନୁଫାକଚରିଂ ନେଇ ପୂର୍ବତନ ସେବା ନିବୃତ୍ତ ଅଧ୍ୟକ୍ଷ ରତନ ଟାଟାଙ୍କ ସହ ସାଇରସ୍‌ଙ୍କ ମତାନ୍ତର ରହିଥିଲା। ଯାହା ବିବାଦର ପ୍ରମୁଖ କାରଣ ବୋଲି କୁହାଯାଏ।
ଟାଟା ସନ୍ସରେ ମିସ୍ତ୍ରିଙ୍କ ପରିବାରର ୧୮.୪% ଅଂଶଧନ ରହିଛି। ତାଙ୍କୁ ଅଧ୍ୟକ୍ଷ ପଦବୀରୁ ବିଦା କରିବା ପରେ ତାଙ୍କ ପରିବାର ଏନ୍‌ସିଏଲ୍‌ଟିଙ୍କ ଦ୍ୱାରସ୍ଥ ହୋଇଥିଲେ। ମିସ୍ତ୍ରିଙ୍କ ପରିବାରର ଅଭିଯୋଗ ରହିଥିଲା ଯେ, ସାଇରସଙ୍କୁ ହଟାଇବା ବେଆଇନ ଥିଲା। ଏହା କମ୍ପାନୀ ଆଇନର ଉଲ୍ଲଘଂନ କରୁଥିଲା। ଟାଟା ସନ୍ସ ପରିଚାଳନା ବୋର୍ଡର ବେଆଇନ କାର୍ଯ୍ୟ ଏବଂ ରତନ ଟାଟାଙ୍କ ବିଭିନ୍ନ କାର୍ଯ୍ୟରେ ହସ୍ତକ୍ଷେପ ରହୁଥିଲା ବୋଲି ସାଇରସଙ୍କ ପରିବାର ଅଭିଯୋଗରେ କହିଥିଲେ। ୨୦୧୮ରେ ଏହି ଅଭିଯୋଗକୁ ଏନ୍‌ସିଏଲ୍‌ଟି ଖାରଜ କରିବା ପରେ ମିସ୍ତ୍ରି ଏନ୍‌ସିଏଲ୍‌ଏଟିରେ ଏହାକୁ ଚ୍ୟାଲେଞ୍ଜ କରିଥିଲେ। ୯ ଜୁଲାଇ ୨୦୧୮ରେ ଏହି ମାମଲାରେ ଶୁଣାଣି ବେଳେ ଏନ୍‌ସିଏଲ୍‌ଟି କହିଥିଲେ ଯେ, ସାଇରସ ମିସ୍ତ୍ରିଙ୍କୁ ହଟାଇବା ଲାଗି ବୋର୍ଡର କ୍ଷମତା ରହିଛି। ଅଂଶୀଦାରଙ୍କ ଭରଷା ତାଙ୍କ ଉପରେ ନ ରହିବା ଯୋଗୁ ବୋର୍ଡରୁ ହାଟାଯାଇଥିଲା ବୋଲି ଶୁଣାଣି ବେଳେ କୁହାଯାଇଥିଲା। ଟାଟା ଗ୍ରୁପ ଶେୟାର କାରବାର ୪% ହ୍ରାସ
ଏନ୍‌ସିଏଲ୍‌ଏଟିଙ୍କ ନିଷ୍ପତ୍ତି ପରେ ଟାଟା ଗ୍ରୁପ୍‌ ଶେୟାର କାରବାର ଉପରେ ପ୍ରଭାବ ପଡିଛି। ବୁଧବାର ଗ୍ରୁପର ଶେୟାର କାରବାର ୪% ଖସିଥିବା ଜଣାପଡିଛି। ବମ୍ବେ ଷ୍ଟକ ଏକ୍ସଚେଞ୍ଜରେ ଟାଟା ମୋଟର୍ସର ବୁଧବାର କାରବାର ୩.୦୫% ଖସିବା ଦ୍ୱାର ୧୭୪.୭୦ ସ୍ତରରେ ବନ୍ଦ ହୋଇଥିଲା। ଟାଟା ଗ୍ଲୋବାଲ ବେଭରେଜ କାରବାର ୪.୧୪% ଖସିବା ଯୋଗୁ ୩୧୧.୮୦ ସ୍ତରରେ ବନ୍ଦ ହୋଇଛି। ସେହିଭଳି ଟାଟା ପାଓ୍ବାର କାରବାର ୦.୯୮% ନିମ୍ନରେ ରହିବା ଯୋଗୁ ୫୫.୫୦ ସ୍ତରରେ ବନ୍ଦ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମାତ୍ର ୩୫ ପଇସାରେ ୧୦ ଲକ୍ଷର ବୀମା କଭର୍‌! କାହାକୁ ମିଳିବ ଏହି ଲାଭ, ଜାଣନ୍ତୁ ରେଳବାଇର ନିୟମ

ନୂଆଦିଲ୍ଲୀ, ୧୨।୧୦: ଯଦି ଆପଣ ନିୟମିତ ଟ୍ରେନରେ ଯାତ୍ରା କରୁଛନ୍ତି ଏବଂ ଅନଲାଇନରେ ଟିକେଟ ବୁକ କରୁଛନ୍ତି, ତେବେ ଟିକେଟ ବୁକିଂ ସମୟରେ ମିଳୁଥିବା ରେଳ ଯାତ୍ରା…

ଆଇପିଓ ପୂର୍ବରୁ ଜିଓକୁ ଟାର୍ଗେଟ କଲେ ଏଲନ ମସ୍କ

ବେଙ୍ଗାଲୁରୁ, ୧୨ା୧୦(ରଏଟର୍ସ): ଚଳିତ ମାସ ୨୦ କିମ୍ବା ୨୧ରେ ରିଲାଏନ୍ସ ଜିଓ ଦେଶର ସବୁଠାରୁ ବଡ଼ ଆଇପିଓ(ଇନିସିଆଲ ପବ୍ଲିକ୍‌ ଅଫରିଂ) ଇସ୍ୟୁ କରିବାକୁ ଯାଉଛି। ଏହି ଆଇପିଓ…

8th Pay Commissionକୁ ନେଇ କେନ୍ଦ୍ର ସରକାରୀ କମଚାରୀଙ୍କ ପାଇଁ ଆସିଲା ବଡ଼ ଅପଡେଟ,ଜାଣନ୍ତୁ କେବେ ମିଳିବ ବର୍ଦ୍ଧିତ ଦରମା

ନୂଆଦିଲ୍ଲୀ,୧୦।୧୦: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀମାନେ ଅଷ୍ଟମ ବେତନ ଆୟୋଗ (8th Pay Commission)କୁ ଅପେକ୍ଷା କରି ରହିଛନ୍ତି। ଏହା କାର୍ଯ୍ୟକାରୀ ହେଲେ କର୍ମଚାରୀଙ୍କ ମୂଳ…

LPG New Connection: ମିଳୁନି ନୂଆ ଗ୍ୟାସ କନେକ୍ସନ; ଆସିଲା ବଡ଼ ଅପଡେଟ୍‌, ଏମିତି କରିପାରିବେ ବୁକିଂ…

ନୂଆଦିଲ୍ଲୀ,୯।୧୦: ଆମେରିକା ଓ ଇରାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନାକୁ ଦୃଷ୍ଟିରେ ରଖି ୨୦୨୬ ମସିହାର ପ୍ରଥମ ତ୍ରୈମାସିକରେ ତୈଳ ବିପଣନ କମ୍ପାନୀଗୁଡ଼ିକ (OMCs) ଏକ ବଡ଼ ନିଷ୍ପତ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?