ସହାୟତା ଅପେକ୍ଷାରେ ‘ପ୍ରମିଳା’

ରାଇସୁଆଁ/କେନ୍ଦୁଝର, ୨୫।୯(ଡି.ଏନ.ଏ./ସ୍ବ.ପ୍ର.)-ସରକାର ଗରିବ ଅସହାୟଙ୍କ ଥଇଥାନ ପାଇଁ ଯୋଜନା ପରେ ଯୋଜନା କରିଚାଲିଛନ୍ତି। ମାତ୍ର ପ୍ରଶାସନିକସ୍ତରରେ ମନୋଭାବର ଅଭାବ ଯୋଗୁ ବହୁ ଗରିବ ଅସହାୟ ସରକାରଙ୍କ ବହୁ ଜନକଲ୍ୟାଣ ଯୋଜନାରୁ ବଞ୍ଚିତ ହେଉଛନ୍ତି। ଏହିପରି ଜଣେ ଅସହାୟ ନିରାଶ୍ରୟ ହେଉଛନ୍ତି କେନ୍ଦୁଝର ଜିଲା ମହାଦେଈଯୋଡ଼ା ପଞ୍ଚାୟତର ରନ୍ଥମରା ଗ୍ରାମର ପ୍ରମିଳା ମୁଣ୍ଡା। ପ୍ରମିଳା ମୁଣ୍ଡାଙ୍କ ସ୍ବାମୀ ବହୁ ଦିନ ଅଜଣା ରୋଗରେ ପଡି ଶେଷରେ ୨ମାସ ପୂର୍ବରୁ ମୃତ୍ୟୁବରଣ କରିଛନ୍ତି। ତାଙ୍କର ୨ ସନ୍ତାନ ରହିଛନ୍ତି। ଜଣେ ୧୨ ବର୍ଷର ହୋଇ ଥିବାବେଳେ ଅନ୍ୟଜଣେ ୧୦ବର୍ଷର। ସ୍ତ୍ରୀ ପ୍ରମିଳା ଦିନ ମଜୁରି କାମ କରି ସ୍ବାମୀଙ୍କ ଚିକିତ୍ସା କରୁଥିଲେ। ଏବେ ସ୍ବାମୀଙ୍କ ମୃତ୍ୟୁ ପରେ ସେହିପରି ଅଜଣା ରୋଗରେ ସେ ପୀଡିତ ହୋଇ ଶଯ୍ୟାଶାୟୀ ହୋଇ ଯନ୍ତ୍ରଣାରେ ପଡିରହିଛନ୍ତି ଖଟିଆରେ। ପ୍ରମିଳାଙ୍କୁ ଘଟଗାଁ ମେଡିକାଲରେ ଚିକିତ୍ସିତ କରାଉଥିଲେ ମାତ୍ର କିଛି ପରିବର୍ତ୍ତନ ନ ହେବାରୁ ତାଙ୍କୁ ଡାକ୍ତର କେନ୍ଦୁଝର ମେଡିକାଲରେ ଭର୍ତ୍ତି କରିଥିଲେ, ମାତ୍ର କେନ୍ଦୁଝର ଡାକ୍ତର ମଧ୍ୟ ରୋଗ ଚିହ୍ନଟ କରି ନ ପାରିବାରୁ ତାଙ୍କୁ ଡାକ୍ତର କଟକ ନେବା ପାଇଁ କହିଛନ୍ତି। ଅସହାୟ ପ୍ରମିଳା ଅତି ଗରିବ ହୋଇଥିବାରୁ କଟକ ଯିବାକୁ ସେ ସମ୍ପୂର୍ଣ୍ଣ ଅକ୍ଷମ। ଅନ୍ୟପଟେ, ପ୍ରମିଳାଙ୍କ ଖବର ପାଇବା ପରେ ପ୍ରଶାସନ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଚିକିତ୍ସାଳୟରେ ତାଙ୍କୁ ଭର୍ତ୍ତି କରିବା ସହ କଟକ ବଡ ମେଡିକାଲକୁ ପଠାଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ତେବେ ଏହା କେତେଦୂର ପୂରା ହେଉଛି ତାହା ଦେଖିବାକୁ ପଡ଼ିବ ବୋଲି ସ୍ଥାନୀୟବାସୀ କହିଛନ୍ତି। କାରଣ ପୂର୍ବରୁ ମଧ୍ୟ ତାଙ୍କୁ ଏପରି ସହାୟତାର ମିଥ୍ୟା ପ୍ରତିଶ୍ରୁତି ମିଳିଥିଲା ତେବେ ତାଙ୍କୁ ତୁରନ୍ତ ସହାୟତା ଯୋଗାଇଦେବାକୁ ଦାବି ହୋଇଛି।
ଫଟୋ-


Enter your email to get our daily news in your inbox.

All Right Reserved By Dharitri.Com

କ୍ରିକେଟ ଜଗତରେ ଶୋକର ଛାୟା, ୩୮ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କଲେ ପୂର୍ବତନ କିମ୍ବଦନ୍ତୀ ବୋଲର

ନୂଆଦିଲ୍ଲୀ,୭।୭: ପୂର୍ବତନ ଆଫଗାନିସ୍ତାନ ଦ୍ରୁତ ବୋଲର ଶାପୁର ଜାଦ୍ରନ (Shapoor Zadran) ଙ୍କ ଦେହାନ୍ତ ହୋଇଛି। ସେ ଦୀର୍ଘ ଦିନ ଧରି ଏକ ଗମ୍ଭୀର ରୋଗ ସହିତ…

ଆନ୍ନା ହଜାରେଙ୍କୁ ନେଇ ବିବାଦୀୟ ବୟାନ ଦେଲେ ‘କକ୍ରୋଚ ଜନତା ପାର୍ଟି’ର ଅଭିଜିତ ଦୀପକେ, ହେଲାଣି ରାଜନୈତିକ ଚର୍ଚ୍ଚା

ନୂଆଦିଲ୍ଲୀ,୭।୭: ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପାଇଁ ଆନ୍ଦୋଳନ କରୁଥିବା ‘କକ୍ରୋଚ ଜନତା ପାର୍ଟି’ (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେ ଆନ୍ନା ହଜାରେଙ୍କ ବିଷୟରେ ବିବାଦୀୟ ମନ୍ତବ୍ୟ…

ଦାଦା ବଟି ଯୋଜନା ପଣ୍ଡ: ୨ ପିସ୍ତଲ ସହ ୪ ଗିରଫ

ଭଞ୍ଜନଗର,୭।୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ଏକ ବଡ଼ଧରଣର ଅପରାଧୀ ଗୋଷ୍ଠୀକୁ କାବୁ କରିବାରେ ସକ୍ଷମ ହୋଇଛି। ପୋଲିସ ଦାଦା ବଟି ମାଗିବା ଯୋଜନା କରିବା…

ଶିକ୍ଷୟିତ୍ରୀଙ୍କୁ ଅସଦାଚରଣ କରି ପ୍ରଧାନଶିକ୍ଷକ ଅଟକ

ଭଣ୍ଡାରିପୋଖରୀ,୭।୭: ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ଅଧୀନ ବାଲିପୋଖରୀ ଅଞ୍ଚଳରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ବାଲିପୋଖରୀ ପଞ୍ଚାୟତ ଶୁକଦେବ ଜେନା ହାଇସ୍କୁଲର ପ୍ରଧାନ ଶିକ୍ଷକଙ୍କ…

ବନ୍ଦ ଘରୁ ମିଳିଲା ଆଉଟସୋର୍ସିଂ କର୍ମଚାରୀଙ୍କ ମୃତଦେହ, ଗନ୍ଧ ହେବାରୁ…

ବଲାଙ୍ଗୀର,୭।୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ତୁଲସୀନଗରର ଏକ ଘର ଭିତରୁ ଜଣେ ଯୁବକଙ୍କ ମୃତଦେହ ମଙ୍ଗଳବାର ଉଦ୍ଧାର ହୋଇଛି । ମୃତ ଯୁବକ ଜଣକ କାର୍ତ୍ତିକ ମଛଖଣ୍ଡ…

ପରିବେଶ ସୁରକ୍ଷା ପ୍ରତି ଧ୍ୟାନ ଦେବା ଜରୁରୀ: ଏନଏସଏସ ସ୍ବେଚ୍ଛାସେବୀଙ୍କ ଦ୍ୱାରା ମେଗା ଚାରାରୋପଣ

ଭଞ୍ଜନଗର,୭।୭(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା କୋ ୟୁନିଟ ଏବଂ ମହିଳା ଶାଖା ପକ୍ଷରୁ ମଙ୍ଗଳବାର କଲେଜ ପରିସରରେ…

ଗଛରେ ଝୁଲୁଛି କଲରାପତରିଆ ବାଘର ମୃତଦେହ, ସ୍ଥାନୀୟ ଲୋକେ….

କବିସୂର୍ଯ୍ୟନଗର,୭।୭(କୃପାସିନ୍ଧୁ ସ୍ବାଇଁ):  ଗଞ୍ଜାମ କବିସୂର୍ଯ୍ୟନଗର ଜରଡ଼ ପାହଡ ନିକଟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । କଲରାପତରିଆ ବାଘକୁ ହତ୍ୟା ପରେ କେହି ନିମ୍ବ ଗଛରେ…

ସିରିଜ ବିସ୍ଫୋରଣରେ ଥରି ଉଠିଲା ସିରିଆ; ଡାମାସ୍କସରେ ମାକ୍ରନଙ୍କ ହୋଟେଲ ନିକଟରେ ମଧ୍ୟ ବଡ଼ ବିସ୍ଫୋରଣ, ସୁରକ୍ଷିତ ଅଛନ୍ତି ରାଷ୍ଟ୍ରପତି

ଡାମାସ୍କସ,୭।୭: ମଙ୍ଗଳବାର ସିରିଆର ରାଜଧାନୀ ଡାମାସ୍କସରେ ଗୋଟିଏ ପରେ ଗୋଟିଏ ବିସ୍ଫୋରଣ ଘଟିଥିଲା। ଉଲ୍ଲେଖଯୋଗ୍ୟ, ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ ବର୍ତ୍ତମାନ ସିରିଆ ଗସ୍ତରେ ଅଛନ୍ତି ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri