Posted inଖେଳ

ସର୍ଫରାଜଙ୍କ ବହିଷ୍କାର : ଅସମ୍ବେଦନଶୀଳ ଟୁଇଟ୍‌ ନେଇ ପିସିବି କ୍ଷମା ମାଗିଲା

ନୂଆଦିଲ୍ଲୀ, ୧୯।୧୦: ଏକ ଅସମ୍ବେଦନଶୀଳ ଟୁଇଟ୍‌ କରି ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଶେଷରେ କ୍ଷମା ମାଗିଛି। ସର୍ଫରାଜ ଅହମ୍ମଦଙ୍କୁ ଟେଷ୍ଟ ଓ ଟି୨୦ ଅଧିନାୟକ ପଦରୁ ବହିଷ୍କାର କରିବା ପରେ ପିସିବି ତା’ର ଟୁଇଟର ହ୍ୟାଣ୍ଡଲ୍‌ରେ ଏକ ଭିଡିଓ ଅପଲୋଡ କରିଥିଲା। ଭିଡିଓରେ ପାକିସ୍ତାନ କ୍ରିକେଟ ଦଳ ଟ୍ରେନିଂ ସେସନ ଅବସରରେ ନାଚିବାର ଦେଖାଯାଇଛି। ପୁଣି ସର୍ଫରାଜଙ୍କ ବହିଷ୍କାର ପରେ ପାକିସ୍ତାନ ଦଳର ଟୁଇଟ ମୁମେଣ୍ଟ ବୋଲି ଫଟୋ କ୍ୟାପଶନରେ ଉଲ୍ଲେଖ କରାଯାଇଥିଲା। ଟୁଇଟରରେ ଜଣେ ଖବରଦାତା ପ୍ରଥମେ ଏହି ଭିଡିଓକୁ ଶେୟାର କରିଥିଲେ। ଏହି ଭିଡିଓ ଅପଲୋଡ କରିବାର ସମୟ ଠିକ୍‌ ନ ଥିଲା ବୋଲି ପିସିବି ତରଫରୁ କୁହାଯାଇଛି। ପିସିବି ଏହାର ଗୁରୁତ୍ନ ଉପଲବ୍ଧି କରି ଏହି ଟୁଇଟ୍‌କୁ ଡିଲିଟ୍‌ କରିଥିଲା। ପିସିବି ଏଥିପାଇଁ କ୍ଷମା ମାଗିଛି। ଏଥିପାଇଁ ଅବଶ୍ୟ ପିସିବି କ୍ରିକେଟ ପ୍ରଶଂସକଙ୍କ ଦ୍ୱାରା ଟ୍ରୋଲ ହୋଇଛି।
ପ୍ରକୃତରେ ଅଷ୍ଟ୍ରେଲିଆରେ ଆୟୋଜନ ହେବାକୁ ଥିବା ଟି୨୦ ବିଶ୍ୱକପର ଠିକ୍‌ ବର୍ଷେ ପୂର୍ବରୁ ଏହାକୁ ଏକ ପ୍ରମୋଶନାଲ କ୍ୟାମ୍ପେନ୍‌ ପାଇଁ ଏହି ଭିଡିଓ ଅପଲୋଡ କରାଯିବାର କାର୍ଯ୍ୟକ୍ରମ ଥିଲା। ତେବେ ସର୍ଫରାଜଙ୍କୁ ବହିଷ୍କାର କରାଯିବା ଓ ନୂଆ ଅଧିନାୟକ ନିଯୁକ୍ତ କରିବା ବେଳେ ଏହି ଭିଡିଓକୁ ଅପଲୋଡ କରାଯିବା ଠିକ୍‌ ହୋଇ ନାହିଁ ବୋଲି ପିସିବି ହୃଦୟଙ୍ଗମ କରିବା ସହ ଶେଷରେ ଦୁଃଖ ପ୍ରକାଶ କରିଛି।
ଉଲ୍ଲେଖଥାଉ କି, ସର୍ଫରାଜଙ୍କ ବଦଳରେ ଆଝାର ଅଲି ଟେଷ୍ଟ ଓ ବାବର ଆଜମ ଟି୨୦ ଦଳର ଅଧିନାୟକ ନିଯୁକ୍ତ ହୋଇଛନ୍ତି। ୨୦୧୬ରେ ସର୍ଫରାଜ ପାକିସ୍ତାନ ଟି୨୦ ଦଳର ଅଧିନାୟକ ନିଯୁକ୍ତ ହୋଇଥିଲେ। ଏହାପରେ ୨୦୧୭ରେ ତାଙ୍କୁ ଦିନିକିଆ ଦଳର ନେତୃତ୍ୱ ପ୍ରଦାନ କରାଯାଇଥିଲା। ଏହି ବର୍ଷ ଓ୍ବେଷ୍ଟଇଣ୍ଡିଜ ଗସ୍ତରେ ତାଙ୍କୁ ୩ଟି ଯାକ ଫର୍ମାଟରେ ଅଧିନାୟକ ନିଯୁକ୍ତ କରାଯାଇଥିଲା। ସର୍ଫରାଜ ୧୩ ଟେଷ୍ଟ, ୫୧ ଦିନିକିଆ ଓ ୩୭ଟି ଟି୨୦ରେ ନେତୃତ୍ୱ ନେଇ ଯଥାକ୍ରମେ ୪, ୨୮, ୨୯ଟି ବିଜୟ ହାସଲ କରିଥିଲେ। ଏବେ ପାକିସ୍ତାନ ଅଷ୍ଟ୍ରେଲିଆ ଗସ୍ତ କରି ୨ଟି ଟେଷ୍ଟ ଓ ୩ଟି ଟି୨୦ ଖେଳିବାର କାର୍ଯ୍ୟକ୍ରମ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?