ସରକାରୀ ପ୍ରୋତ୍ସାହନ ନ ମିଳିଲେ ବନ୍ଦ ହୋଇଯିବ ଭୋଡାଫୋନ-ଆଇଡିଆ

ନୂଆଦିଲ୍ଲୀ,୭-୧୨: ଟେଲିକମ୍‌ କମ୍ପାନୀଗୁଡିକ ଏବେ ପ୍ରଭାବିତ ସ୍ଥିତିରେ ରହିଛନ୍ତି। କମ୍ପାନୀଗୁଡିକ ଉପରେ ଏବେ ବୃହତ୍‌ ଋଣ ବୋଝ ରହିଥିବାରୁ କାର୍ଯ୍ୟ ପରିଚାଳନା କରିବା କଷ୍ଟକର ହୋଇପଡିଛି। ଏଭଳି ସ୍ଥିତିରେ ସରକାର ଦେଶର ଟେଲିକମ୍‌ କମ୍ପାନୀଗୁଡିକୁ ପ୍ରୋତ୍ସାହିତ କରିବାର ଆବଶ୍ୟକତା ରହିଛି ବୋଲି ଭୋଡାଫୋନ-ଆଇଡିଆର ଅଧ୍ୟକ୍ଷ କୁମାର ମଙ୍ଗଳମ୍‌ ବିର୍ଲା ଶୁକ୍ରବାର କହିଛନ୍ତି। ସରକାର କମ୍ପାନୀଗୁଡିକୁ ପ୍ରୋତ୍ସାହନ ନ ଦେଲେ ଭୋଡାଫୋନ-ଆଇଡିଆ ବୁଡିଯିବ ବୋଲି ସେ ମତ ରଖିଛନ୍ତି। ଏହି କମ୍ପାନୀରେ ଅଧିକ ଟଙ୍କା ନିବେଶ କରିବେ ନାହିଁ ବୋଲି ବିର୍ଲା ସ୍ପଷ୍ଟ କରିଛନ୍ତି।
ହିନ୍ଦୁସ୍ତାନ ଟାଇମ୍ସ ଲିଡରଶିପ ସମିଟ୍‌ ଅବସରରେ ବିର୍ଲା କହିଛନ୍ତି ଯେ, ପ୍ରୋତ୍ସାହନ ବିନା ଭୋଡାଫୋନ-ଆଇଡିଆ ଆଗକୁ କାର୍ଯ୍ୟ ପରିଚାଳନା କରିବା କଷ୍ଟକର ହେବ। ବାଧ୍ୟହୋଇ ଏହାକୁ ବନ୍ଦ କରିବାକୁ ପଡିବ। ବୁଡୁଥିବା ଅର୍ଥରେ ଆଉ ଟଙ୍କା ଲଗାଇବା ଯୁକ୍ତିଯୁକ୍ତ ନୁହେଁ। ସରକାରଙ୍କ ରିହାତି ନ ମିଳିଲେ କମ୍ପାନୀର ସ୍ଥିତି ଖରାପ ହେବ। ଫଳରେ ଏହା ଦେବାଳିଆ ସ୍ଥିତିକୁ ଚାଲିଯାଇପାରେ। ଏହା ହେଲେ କମ୍ପାନୀ ଇନ୍‌ସଲଭେନ୍ସି ପ୍ରକ୍ରିୟାକୁ ଚାଲିଯିବ ବୋଲି ସେ ସୂଚନା ଦେଇଛନ୍ତି। ଆଡଜଷ୍ଟେଡ ଗ୍ରସ ରେଭିନ୍ୟୁ (ଏଜିଆର) ଦେୟ ପ୍ରଦାନ ଲାଗି ସୁପ୍ରିମକୋର୍ଟ ଟେଲିକମ କମ୍ପାନୀଗୁଡିକୁ ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟଙ୍କ ଏହି ନିର୍ଦ୍ଦେଶ ପରେ ଭୋଡାଫୋନ-ଆଇଡିଆ ସରକାରଙ୍କୁ ୫୩ ହଜାର କୋଟି ଟଙ୍କା ଦେବାକୁ ପଡିବ। ଜୁଲାଇ-ସେପ୍ଟେମ୍ବର ତ୍ରୈମାସରେ ଏହି କମ୍ପାନୀ ୫୧ ହଜାର କୋଟି ଟଙ୍କାର କ୍ଷତି ସହିଛି। ଏହା ଦେଶର ଟେଲିକମ୍‌ ଶିଳ୍ପ ଇତିହାସରେ ଗୋଟିଏ ତ୍ରୈମାସରେ ସବୁଠାରୁ ବଡ କ୍ଷତି ବୋଲି ଜଣାପଡିଛି। ଭୋଡାଫୋନ-ଆଇଡିଆ ବାଦ୍‌ ଏୟାରଟେଲର ସ୍ଥିତି ମଧ୍ୟ ପ୍ରଭାବିତ ରହିଛି। ଦ୍ୱିତୀୟ ତ୍ରୈମାସରେ ଏହା ପ୍ରାୟ ୨୩ ହଜାର କୋଟି ଟଙ୍କାର କ୍ଷତି ସହିଛି। ଗୋଟିଏ ତ୍ରୈମାସରେ ଏହା କମ୍ପାନୀର ସବୁଠାରୁ ବଡ କ୍ଷତି।
ଟେଲିକମ୍‌ କମ୍ପାନୀଙ୍କ ଉପରେ ୧.୪ ଲକ୍ଷ କୋଟିର ବୋଝ
ଦେଶର ଟେଲିକମ କମ୍ପାନୀଙ୍କ ଉପରେ ୧.୪ ଲକ୍ଷ କୋଟି ଟଙ୍କାର ବୋଝ ରହିଛି। ଏହି ଅର୍ଥ ସେମାନେ ସରକାରଙ୍କୁ ପ୍ରଦାନ କରିବେ। ସ୍ପେକ୍ଟ୍ରମ ଚାର୍ଜ, ଲାଇସେନ୍ସ ଫିସ୍‌ , ଏଜିଆର୍‌ ବାବଦ ଅର୍ଥ ପ୍ରଦାନ ଲାଗି ସୁପ୍ରିମକୋର୍ଟ କମ୍ପାନୀଗୁଡିକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ମଧ୍ୟରେ ଏୟାରଟେଲର ପ୍ରାୟ ୬୨ ହଜାର କୋଟି ଏବଂ ଭୋଡାଫୋନ ଆଇଡିଆର ୫୪ ହଜାର କୋଟି ଟଙ୍କାର ବକେୟା ସାମିଲ ରହିଛି। ଅନିଲ ଅମ୍ବାନୀଙ୍କ ରିଲାଏନ୍ସ କମ୍ୟୁନିକେଶନ ଉପରେ ମଧ୍ୟ କିଛି ବକେୟା ରହିଛି। ଏହି କମ୍ପାନୀଗୁଡିକୁ ଦେୟ ପ୍ରଦାନ ଲାଗି ସରକାର ୨ ବର୍ଷ ସମୟ ଦେଇଛନ୍ତି। ଏହି ସମୟ ମଧ୍ୟରେ କମ୍ପାନୀଙ୍କୁ କିଛି ଅର୍ଥ ଦେବାକୁ ପଡିବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

BSNL ଆଣିଲା iPhoneଠାରୁ ବି ମହଙ୍ଗା ଫୋନ୍, ଦାମ୍ ୧.୩୪ ଲକ୍ଷ ଟଙ୍କା; ଜାଣନ୍ତୁ ଏଥିରେ କ’ଣ ରହିଛି ଖାସ୍‌

ନୂଆଦିଲ୍ଲୀ, ୯।୭: ସରକାରୀ ଟେଲିକମ୍ କମ୍ପାନୀ ବିଏସଏନଏଲ୍ (BSNL) ଭାରତରେ ଏକ ନୂଆ ସାଟେଲାଇଟ୍ ଫୋନ୍ ଲଞ୍ଚ କରିଛି। ଏହି ଫୋନ୍‌ଟି ବିଶେଷ କରି ବ୍ୟବସାୟିକ ତଥା…

ଭାଙ୍ଗିଲା ସବୁ ରେକର୍ଡ; ଗୋଟିଏ ଦିନରେ ୬,୭୦୦ ଟଙ୍କା ଶସ୍ତା ହେଲା ରୁପା, ସୁନା ବି…

ନୂଆଦିଲ୍ଲୀ, ୮।୭: ଯଦି ଆପଣ ସୁନା କିମ୍ବା ରୁପା କିଣିବାକୁ ଯୋଜନା କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ବଡ଼ ଖବର ଅଛି। ଆନ୍ତର୍ଜାତୀୟ ବଜାରଠାରୁ ଆରମ୍ଭ…

ଜିଓର ଦମଦାର୍ ପ୍ଲାନ୍ ‘JioTV Pro Pack’: ମାତ୍ର ୫୫ ଟଙ୍କାରେ ମିଳିବ ୧୦୦୦ରୁ ଅଧିକ ଲାଇଭ୍ ଟିଭି ଚ୍ୟାନେଲ୍‌

ନୂଆଦିଲ୍ଲୀ, ୮।୭: ରିଲାଏନ୍ସ ଜିଓ ନିଜ ଗ୍ରାହକମାନଙ୍କ ପାଇଁ ଏକ ଶସ୍ତା ଏବଂ ଦମଦାର୍ ଏଣ୍ଟରଟେନମେଣ୍ଟ ପ୍ଲାନ୍ ଲଞ୍ଚ କରିଛି। କମ୍ପାନୀ ମାତ୍ର ୫୫ ଟଙ୍କାରେ ନୂଆ…

ଏଣିକି WhatsAppରେ ମିଳିବ ଆୟୁଷ୍ମାନ କାର୍ଡର ସବୁ ସୁବିଧା; ଘରେ ବସି ଚେକ୍ କରନ୍ତୁ ବାଲାନ୍ସ, ସେଭ୍ କରନ୍ତୁ ଏହି ନମ୍ବର

ନୂଆଦିଲ୍ଲୀ, ୮।୭: ଦେଶର କୋଟି କୋଟି ଆୟୁଷ୍ମାନ ଭାରତ ହିତାଧିକାରୀଙ୍କ ପାଇଁ ଏକ ବଡ଼ ଖୁସି ଖବର। ଏବେ ଆୟୁଷ୍ମାନ କାର୍ଡର ବାଲାନ୍ସ ଏବଂ ଅନ୍ୟାନ୍ୟ ସେବା ବିଷୟରେ…

ଟ୍ରମ୍ପଙ୍କ ବୟାନ ପରେ ଶେୟାର ବଜାରରେ ହାହାକାର! ନିବେଶକଙ୍କ ବୁଡ଼ିଲା ୪ ଲକ୍ଷ କୋଟି

ନୂଆଦିଲ୍ଲୀ,୮।୭: ବୁଧବାର ଭାରତୀୟ ଶେୟାର ବଜାରରେ ଏକ ବଡ଼ ଧରଣର ଉତ୍ଥାନ ଦେଖିବାକୁ ମିଳିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ କଡ଼ା ବୟାନ ଅସ୍ଥିର ବିଶ୍ୱ…

PF ଆକାଉଣ୍ଟଧାରୀଙ୍କ ପାଇଁ ଖୁସି ଖବର! ଖାତାକୁ ଆସିବ ୮.୨୫% ସୁଧ, ଘରେ ବସି ଏମିତି ଚେକ୍‌ କରନ୍ତୁ ବାଲାନ୍ସ

ନୂଆଦିଲ୍ଲୀ, ୭।୭: ଯଦି ଆପଣଙ୍କର ମଧ୍ୟ EPFରେ ପଇସା ଜମା ହେଉଛି, ତେବେ ଆପଣଙ୍କ ପାଇଁ ବଡ଼ ଖୁସି ଖବର। EPFO ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri