Posted inଜାତୀୟ

ସରକାରୀ ନିଯୁକ୍ତି ଲାଗି ଗୋଟିଏ ପରୀକ୍ଷା

ନୂଆଦିଲ୍ଲୀ,୪ା୧୨(ପି.ଟି.): ସରକାରୀ ସଂସ୍ଥାରେ ଗ୍ରୁପ୍‌ ବି ଏବଂ ସି ପଦବୀରେ ସମସ୍ତ ନିଯୁକ୍ତି ପାଇଁ ଗୋଟିଏ ପରୀକ୍ଷା ହେବ। ଗୋଟିଏ ସଂସ୍ଥା ଏହି ସାଧାରଣ ଯୋଗ୍ୟତା ପରୀକ୍ଷା (ସିଇଟି) ପରିଚାଳନା କରିବ ବୋଲି କେନ୍ଦ୍ର ସରକାର ପ୍ରସ୍ତାବ ଆଣିଛନ୍ତି। ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍‌), ଭାରତୀୟ ବିଦେଶ ସେବା (ଆଇଏଫ୍‌ଏସ୍‌), ଭାରତୀୟ ପୋଲିସ ସେବା (ଆଇପିଏସ୍‌), ଭାରତୀୟ ଜଙ୍ଗଲ ସେବା (ଆଇଏଫ୍‌ଓଏସ୍‌) ଲାଗି ଅଫିସର ଚୟନ ନିମନ୍ତେ ପ୍ରତିବର୍ଷ କେନ୍ଦ୍ରୀୟ ଲୋକସେବା ଆୟୋଗ (ୟୁପିଏସ୍‌ସି) ପରୀକ୍ଷା ପରିଚାଳନା କରିଥାଏ। ଏହା ବ୍ୟତୀତ ଗ୍ରୁପ୍‌ ଏ ଏବଂ ଗ୍ରୁପ୍‌ ବି (ଗେଜେଟେଡ୍‌) ସେବା ପାଇଁ ମଧ୍ୟ ଏହି ସଂସ୍ଥା ଅଫିସର ଚୟନ କରିଥାଏ। ସେହିପରି କେନ୍ଦ୍ରୀୟ ସରକାରୀ ବିଭାଗରେ ମୁଖ୍ୟତଃ ଗ୍ରୁପ୍‌ ବି ପଦବୀରେ କର୍ମଚାରୀ ମନୋନୟନ ଲାଗି ଷ୍ଟାଫ୍‌ ସିଲେକ୍ସନ କମିଶନ (ଏସ୍‌ଏସ୍‌ସି) ପରୀକ୍ଷା ପରିଚାଳନା କରିଥାଏ। ତେଣୁ ସରକାରୀ ଏବଂ ରାଷ୍ଟ୍ରାୟତ୍ତ ଉଦ୍ୟୋଗରେ ଅଣଗେଜେଟେଡ୍‌ ଗ୍ରୁପ୍‌ ବି, କେତେକ ଗ୍ରୁପ୍‌ ବି ଗେଜେଟେଡ୍‌ ପଦବୀ ଏବଂ ଗ୍ରୁପ୍‌ ସି ପଦବୀରେ ନିଯୁକ୍ତି ନିମନ୍ତେ ପ୍ରାର୍ଥୀମାନଙ୍କ ସଂକ୍ଷିପ୍ତ ତାଲିକା ପ୍ରସ୍ତୁତି ଲାଗି ସିଇଟି ପରୀକ୍ଷା କରିବାକୁ କେନ୍ଦ୍ର ସରକାର ଯୋଜନା କରିଛନ୍ତି। ଏକ ସ୍ବତନ୍ତ୍ର ସଂସ୍ଥା ଏହି ପରୀକ୍ଷା ପରିଚାଳନା କରିବ ବୋଲି କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।
ପ୍ରସ୍ତାବିତ ପଦକ୍ଷେପ ଦ୍ୱାରା ସବୁ ପ୍ରାର୍ଥୀଙ୍କୁ ସଫଳତା ପାଇଁ ସମାନ ସୁଯୋଗ ମିଳିପାରିବ ଏବଂ ଖର୍ଚ୍ଚ ମଧ୍ୟ କମିଯିବ ବୋଲି କାର୍ମିକ ବିଭାଗ ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ କହିଛନ୍ତି। ଶାସନକୁ ସହଜ କରିବା ସହ ଜୀବନଧାରଣକୁ ସୁବିଧାଜନକ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ଦ୍ଦେଶକ୍ରମେ ନିଆଯାଉଥିବା ଅନେକ ପଦକ୍ଷେପ ମଧ୍ୟରୁ ଏହା ଅନ୍ୟତମ। ଏଥିପାଇଁ ବିଭିନ୍ନ ମନ୍ତ୍ରଣାଳୟ, ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସରକାର ଏବଂ ଭାଗୀଦାରମାନଙ୍କ ମତାମତ ଲୋଡ଼ାଯାଇଛି।
ସଦ୍ୟତମ ସରକାରୀ ତଥ୍ୟ ଅନୁଯାୟୀ, ୨୦୧୮ ମାର୍ଚ୍ଚ ୧ ସୁଦ୍ଧା କେନ୍ଦ୍ରୀୟ ସରକାରୀ ବିଭାଗଗୁଡ଼ିକରେ ମୋଟ ୬,୮୩,୮୨୩ ପଦବୀ ଖାଲିପଡିଛି। ସେଥିରୁ ଗ୍ରୁପ୍‌ ଏ’ରେ ୧୯,୮୯୬ ପଦବୀ, ଗ୍ରୁପ୍‌ ବି’ରେ ୮୯,୬୩୮ ଏବଂ ଗ୍ରୁପ୍‌ ସି’ରେ ୫,୭୪,୨୮୯ ପଦବୀ ଅନ୍ତର୍ଭୁକ୍ତ। ସମ୍ପ୍ରତି ସରକାରୀ ନିଯୁକ୍ତି ଚାହୁଁଥିବା ପ୍ରାର୍ଥୀମାନଙ୍କୁ ସମାନ ଯୋଗ୍ୟତା ମାନଦଣ୍ଡ ଥିବା ବିଭିନ୍ନ ପଦବୀ ଲାଗି ଭିନ୍ନ ଭିନ୍ନ ସଂସ୍ଥା ଅଧୀନରେ ଅନେକ ପରୀକ୍ଷା ଦେବାକୁ ପଡ଼ୁଛି। ସେଥିରେ ପୁଣି ତିନି ସ୍ତରୀୟ ପରୀକ୍ଷା ସହ ଦକ୍ଷତା ଓ ଅନ୍ୟାନ୍ୟ ପରୀକ୍ଷା କରାଯାଉଛି। ପ୍ରତିବର୍ଷ ହାରାହାରି ୧.୨୫ ଲକ୍ଷ ଖାଲି ପଦବୀ ପାଇଁ ପ୍ରାୟ ୨.୫ କୋଟି ପ୍ରାର୍ଥୀ ଏକାଧିକ ପରୀକ୍ଷା ଦେଉଛନ୍ତି। ଏହିସବୁ ସମସ୍ୟା ଦୂର କରିବା ଲାଗି ଗୋଟିଏ ସାଧାରଣ ଯୋଗ୍ୟତା ପରୀକ୍ଷା କରାଇବାକୁ ସରକାର ପ୍ରସ୍ତାବ ଆଣିଥିବା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୨୪ ଘଣ୍ଟାରେ ଲଘୁଚାପ: ସପ୍ତାହେ ଯାଏ ପ୍ରବଳ ବର୍ଷା, ଆଜି ୬ ଜିଲାକୁ ଓ୍ବାର୍ନିଂ…

ଭୁବନେଶ୍ୱର, ୭ା୮(ବନ୍ଦନା ସେଠୀ) – ରାଜ୍ୟରେ ଲଗାଣ ବର୍ଷା ପାଇଁ ବିଭିନ୍ନ ଅଞ୍ଚଳରେ ଜଳବନ୍ଦୀ ଓ ବନ୍ୟା ପରିସ୍ଥିତି ଲାଗି ରହିଥିବାବେଳେ ଆସୁଛି ଆଉ ୨ ଲଘୁଚାପ।…

ବରଗଡ଼ରେ ଶନିବାର ସକାଳ ୮ଟାରୁ ବିଦ୍ୟୁତ୍ କାଟ୍: ଏସବୁ ଅଞ୍ଚଳରେ ୬ ଘଣ୍ଟା ବନ୍ଦ ରହିବ ବିଦ୍ୟୁତ୍ ସେବା

ବରଗଡ଼,୭।୮(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଡିଭିଜନ୍-୨ ଗ୍ରୀଡ୍ ଅନ୍ତର୍ଗତ ୧୧କେଭି ଟେଲିଫୋନ୍ ଏକ୍ସଚେଞ୍ଜ୍ ଫିଡର୍ରେ ଜରୁରୀକାଳୀନ ମରାମତି କାର୍ଯ୍ୟ ଯୋଗୁ ଆସନ୍ତାକାଲି (ଶନିବାର) ସକାଳ ୮ଟାରୁ ଅପରାହ୍ନ ୨ଟା…

ଭଞ୍ଜନଗରରେ ପ୍ରବଳ ବର୍ଷା: ଜନଜୀବନ ଅସ୍ତବ୍ୟସ୍ତ, କୁଲାଡରେ ଗୁହାଳ ଘର ଭୁଶୁଡ଼ି ୧୫ରୁ ଅଧିକ ଛେଳି ମୃତ

ଭଞ୍ଜନଗର,୭।୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଅଞ୍ଚଳରେ ବିଗତ କିଛି ଦିନ ହେବ ଅପରାହ୍ନ ଏବଂ ରାତିରେ ଲାଗିରହିଥିବା ପ୍ରବଳ ବର୍ଷା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି।…

ଜିଆର୍‌ପି କନଷ୍ଟେବଳ ସୌମ୍ୟ ହତ୍ୟା ମାମଲା: ପ୍ରମାଣ ଅଭାବରୁ ୬ ଅଭିଯୁକ୍ତଙ୍କୁ ମିଳିଲା ଜାମିନ

ଭୁବନେଶ୍ୱର,୭।୮: ଚର୍ଚ୍ଚିତ ଜିଆର୍‌ପି (GRP) କନଷ୍ଟେବଳ ସୌମ୍ୟ ରଞ୍ଜନ ମହାପାତ୍ର ହତ୍ୟା ମାମଲାରେ କୋର୍ଟଙ୍କ ପକ୍ଷରୁ ୬ ଅଭିଯୁକ୍ତଙ୍କୁ ଜାମିନ ପ୍ରଦାନ କରାଯାଇଛି। ଏହି ମାମଲାରେ ପୂର୍ବରୁ…

କେଉଁ ଦଳରେ ଯୋଗଦେବେ ହାର୍ଦ୍ଦିକ ପାଣ୍ଡ୍ୟା? କେତେ ମୂଲ୍ୟରେ…ଅଶ୍ୱିନ୍ କଲେ ବଡ଼ ଖୁଲାସା

ଚେନ୍ନାଇ,୭।୮: ଆଇପିଏଲ୍ ୨୦୨୬ ପରଠାରୁ ହାର୍ଦ୍ଦିକ ପାଣ୍ଡ୍ୟା ମୁମ୍ବାଇ ଇଣ୍ଡିଆନ୍ସ ଛାଡ଼ି ଅନ୍ୟ କୌଣସି ଦଳରେ ଯୋଗଦେବା ନେଇ କଳ୍ପନାଜଳ୍ପନା ଜାରି ରହିଛି। କିଛି ଲୋକଙ୍କ ମତରେ…

Add-On Credit Card କ’ଣ? କିଏ କରିପାରିବେ ଏହାର ବ୍ୟବହାର, ଜାଣନ୍ତୁ ସମ୍ପୂର୍ଣ୍ଣ…

ନୂଆଦିଲ୍ଲୀ, ୭।୮: ଆଜିକାଲି ପରିବାରର ବିଭିନ୍ନ ଖର୍ଚ୍ଚ ଯେପରିକି ଘରୋଇ ବିଲ୍, ଶପିଂ, ଭ୍ରମଣ ଏବଂ ପିଲାଙ୍କ ପାଠପଢ଼ା ଖର୍ଚ୍ଚ ଆଦି ଏକାଠି ପରିଚାଳନା କରିବା କଷ୍ଟକର…

କ’ଣ ସାଧାରଣ ଲୋକ UPI ଟ୍ରାଞ୍ଜାକ୍ସନବେଳେ ଦେବେ ଏକ୍ସଟ୍ରା ଚାର୍ଜ? ଅର୍ଥମନ୍ତ୍ରୀ କଲେ ଖୁଲାସା

ନୂଆଦିଲ୍ଲୀ, ୭।୮: ଯଦି ଆପଣ ବି ନିତିଦିନ ଛୋଟ-ବଡ଼ କାମ ପାଇଁ UPI ବ୍ୟବହାର କରୁଛନ୍ତି ଏବଂ ମନରେ ଟ୍ରାଞ୍ଜାକ୍ସନ୍ ଚାର୍ଜ ଲାଗିବାର ଭୟ ଥିଲା, ତେବେ…

ୟୁଟର୍ନ ମାରିଲେ କଙ୍ଗନା? Gen Z ଙ୍କୁ ନେଇ ଦେଲେ ପୁଣି ବଡ଼ ବୟାନ

ନୂଆଦିଲ୍ଲୀ, ୭।୮: Bjp ସାଂସଦ/ ବଲିଉଡ୍ ଅଭିନେତ୍ରୀ କଙ୍ଗନା ରଣାୱତ ଗତ କିଛି ଦିନ ହେବ ଯୁବପିଢ଼ିଙ୍କ ମଧ୍ୟରେ ବେଶ୍ ଚର୍ଚ୍ଚାରେ ଥିଲେ, କିନ୍ତୁ ତାଙ୍କୁ ଭଲପାଇବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri