ନୂଆଦିଲ୍ଲୀ,୧୭।୪ : ଦୁଇଟି ପର୍ଯ୍ୟାୟରେ ଏବେ ଲକ୍ଡାଉନ ମେ ମାସ ୩ ଯାଏ ବଢ଼ିଛି। ୨୫ ମାର୍ଚ୍ଚରୁ ୧୪ ଏପ୍ରିଲ ଯାଏ ବୁକିଂ ହୋଇଥିବା ଟିକେଟର ସମ୍ପୂର୍ଣ୍ଣ ଅର୍ଥ ବିମାନ କମ୍ପାନୀଗୁଡିକ ଯାତ୍ରୀଙ୍କୁ ଫେରାଇବେ। ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ବିମାନ କମ୍ପାନୀଗୁଡିକୁ ଏ ସଂକ୍ରାନ୍ତରେ ନିର୍ଦ୍ଦେଶ ଦିଆଯାଇଛି। ଲକ୍ଡାଉନ ସବୁ ବିମାନ କମ୍ପାନୀ ଟିକେଟ ବାତିଲ କରିଛନ୍ତି। ହେଲେ ଲୋକଙ୍କ ବୁକିଂ ଅର୍ଥ ଏବେ ଯାଏ ଫେରସ୍ତ କରିବା ନେଇ କୌଣସି ପଦକ୍ଷେପ ଘୋଷଣା କରିନାହାନ୍ତି। ସୂଚନାଯୋଗ୍ୟ ଏହି ସମୟ ଅବଧିରେ ଲୋକମାନେ ଟ୍ରେନ୍ ଟିକେଟ ଉପରେ ସମ୍ପୂର୍ଣ୍ଣ ରିଫଣ୍ଡ ପାଇବେ ବୋଲି ରେଲଓ୍ବେ ପକ୍ଷରୁ କୁହାଯାଇଛି। ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ ପକ୍ଷରୁ ନୂଆ ନିର୍ଦ୍ଦେଶ ଜାରି ହେବା ପରେ ଯାତ୍ରୀ ବିମାନ ଟିକେଟ ବୁକିଂ ଅର୍ଥ ଫେରିପାଇବା ନେଇ ସ୍ପଷ୍ଟ ହୋଇଛି। ଯାତ୍ରୀ ଟିକେଟ କ୍ୟାନ୍ସେଲ ଅନୁରୋଧ କରିବାର ୩ ସପ୍ତାହ ମଧ୍ୟରେ ରିଫଣ୍ଡ କରିବାକୁ କୁହାଯାଇଛି। ରିଫଣ୍ଡ ନେଇ ଗତ କିଛିଦିନ ହେବ ଯାତ୍ରୀଙ୍କ ମଧ୍ୟରେ ବେଶ୍ ଆଶଙ୍କା ପ୍ରକାଶ ପାଇଥିଲା। ବିମାନ କମ୍ପାନୀଗୁଡ଼ିକର ସିଇଓଙ୍କ ସହ ସରକାର ଆଲୋଚନା କରିବା ପରେ ଏହି ପ୍ରସଙ୍ଗ ଏବେ ସ୍ପଷ୍ଟ ହୋଇଛି।
ଫେକ୍ ରିଭ୍ୟୁରୁ ସାବଧାନ! ଅନଲାଇନ୍ ଶପିଂ ସମୟରେ ଷ୍ଟାର୍ ରେଟିଂ ଦେଖି ଠକିଯାଉଛନ୍ତି କି? ଏମିତି କରନ୍ତୁ ଅସଲି-ନକଲିର ଚିହ୍ନଟ…
ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ଅନଲାଇନ ଶପିଂ ଆମର ଦୈନନ୍ଦିନ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ପାଲଟିଗଲାଣି। ଘରେ ବସି ମନପସନ୍ଦର ସାମଗ୍ରୀ ପାଇବା ଯେତିକି ସହଜ, ଏଥିରେ…
ଚାକିରିଆଙ୍କ ପାଇଁ ଖୁସିଖବର: PF ଆକାଉଣ୍ଟ ଥିଲେ ମିଳିବ ୭ ଲକ୍ଷର… ଜାଣନ୍ତୁ କେମିତି କରିବେ ଆବେଦନ
ନୂଆଦିଲ୍ଲୀ, ୫।୬: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (EPFO) ର ମାଗଣା ଜୀବନ ବୀମା ଯୋଜନା (Free Life Insurance Policy) ବିଷୟରେ ଅଧିକାଂଶ ଭାରତୀୟ ଜାଣିନାହାନ୍ତି,…
ଆଉ କାଗଜ ନୁହେଁ, ଭାରତରେ କାରବାର ହେବ ପ୍ଲାଷ୍ଟିକ ନୋଟ; ଆରବିଆଇ ଗଭର୍ନରଙ୍କ ବଡ଼ ଘୋଷଣା!
ନୂଆଦିଲ୍ଲୀ,୫।୬: ଆରବିଆଇ (RBI) ଗଭର୍ନର ସଞ୍ଜୟ ମଲହୋତ୍ରା ଘୋଷଣା କରିଛନ୍ତି ଯେ ଭାରତୀୟ ରିଜର୍ଭ ବ୍ୟାଙ୍କ ଦେଶରେ ‘ପଲିମର’ (Polymer) କରେନ୍ସି ନୋଟ ପ୍ରଚଳନ କରିବା ପ୍ରସ୍ତାବ…
ଦେଶରେ ବନ୍ଦ ହୋଇଯିବ ATM? ଆଉ ମିଳିବନି କ୍ୟାଶ୍!
ନୂଆଦିଲ୍ଲୀ,୫।୬: ଆମକୁ ଯେତେବେଳେ ବି କ୍ୟାଶ (ନଗଦ ଟଙ୍କା) ର ଆବଶ୍ୟକତା ପଡ଼ିଥାଏ, ଆମେ ଏଟିଏମ (ATM) ଯାଇ ତୁରନ୍ତ ବାହାର କରିନେଇଥାଉ। କିନ୍ତୁ ଏବେ ସମସ୍ୟା…
ସାଧାରଣ ଲୋକଙ୍କ ପକେଟ ଉପରେ ପଡିବ ମହଙ୍ଗା ମାଡ଼: ବଢ଼ିବ ମୁଦ୍ରାସ୍ଫୀତି, ଚମକାଇଲା RBIର ଆକଳନ
ନୂଆଦିଲ୍ଲୀ,୫।୬: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଗଭର୍ନର ସଞ୍ଜୟ ମାଲହୋତ୍ରା ରେପୋ ହାର ଉପରେ ତାଙ୍କର ନିଷ୍ପତ୍ତି ଘୋଷଣା କରିଛନ୍ତି। ଏଥର, ରିଜର୍ଭ ବ୍ୟାଙ୍କ ରେପୋ ହାରକୁ…
ବଢ଼ିବନି ହୋମ କିମ୍ବା କାର୍ ଲୋନ୍ EMI; ଆରବିଆଇର ବଡ଼ ନିଷ୍ପତ୍ତି: ଅପରିବର୍ତ୍ତିତ ରହିଲା ରେପୋ ରେଟ୍
ନୂଆଦିଲ୍ଲୀ,୫।୬: ରିଜର୍ଭ ବ୍ୟାଙ୍କ ଗଭର୍ନର ସଞ୍ଜୟ ମାଲହୋତ୍ରାଙ୍କ ନେତୃତ୍ୱରେ ତିନି ଦିନ ଧରି ଚାଲିଥିବା ମନିଟାରୀ ପଲିସି କମିଟି (MPC) ବୈଠକ ପରେ ରେପୋ ରେଟ୍ ଉପରେ…
କୋର୍ଟ ମ୍ୟାରେଜ୍ କରୁଛନ୍ତି କି? ଜାଣନ୍ତୁ କେତେ ଟଙ୍କା ଖର୍ଚ୍ଚ ହୁଏ…
ନୂଆଦିଲ୍ଲୀ,୪।୬: ଆମ ମଧ୍ୟରୁ ଅନେକ ଲୋକ କୋର୍ଟ ମ୍ୟାରେଜ (Court Marriage) କରିବାକୁ ଇଚ୍ଛା ପ୍ରକାଶ କରିଥାନ୍ତି। ଯଦି ଆପଣ ମଧ୍ୟ ସେମାନଙ୍କ ମଧ୍ୟରୁ ଜଣେ, ତେବେ…
ଟିପିସିଓଡିଏଲ୍ର ନୂଆ ସିଇଓ ଗଜାନନ ଏସ୍.କାଲେ
ଭୁବନେଶ୍ୱର, ୩ା୬: ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟାଟା ପାଓ୍ବାର ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍ (ଟିପିସିଓଡିଏଲ୍)ର ନୂଆ ସିଇଓ ଭାବେ ଗଜାନନ…
Archives

