ସଭରେନ ବଣ୍ଡ ହେଲା କାଳ;ଗର୍ଗଙ୍କ ବଦଳି ପଛରେ ଆର୍‌ଏସ୍‌ଏସ୍‌ର ହାତ ସନ୍ଦେହ

ନୂଆଦିଲ୍ଲୀ,୨୭-୭: ଆର୍ଥିକ ବ୍ୟାପାର ସଚିବ ସୁଭାଷ ଚନ୍ଦ୍ର ଗର୍ଗଙ୍କୁ ବଦଳି ପଛରେ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ(ଆର୍‌ଏସ୍‌ଏସ୍‌)ର ହାତ ରହିଥିବା ସନ୍ଦେହ କରାଯାଉଛି। ବିଦେଶୀ ସଭରେନ ବଣ୍ଡ ପାଇଁ ଓକାଲାତି କରିବା ତାଙ୍କୁ ମହଙ୍ଗା ପଡିଛି। କାରଣ ସଂଘର ଆର୍ଥିକ ଶାଖା ସ୍ବଦେଶୀ ଜାଗରଣ ମଞ୍ଚ ଏହି ବଣ୍ଡକୁ ବିରୋଧ କରିଛି। ଏହି କାରଣରୁ ତାଙ୍କୁ ଅଚାନକ ବଦଳି କରାଯାଇଥିବା ଚର୍ଚ୍ଚା ଜୋର୍‌ ଧରିଛି। ମଞ୍ଚର ରାଷ୍ଟ୍ରୀୟ କୋଅର୍ଡିନେଟର ଅଶ୍ୱିନୀ ମହାଜନ କହିଥିଲେ ଯେ, ବିଦେଶୀ ଋଣ ନେବା ଲାଗି ପ୍ରୋତ୍ସାହନ ଦେବା ଯୋଗୁ ଗର୍ଗଙ୍କୁ ଏହି ପୁରସ୍କାର ମିଳିଛି। ତାଙ୍କ ମତରେ ଋଣ ନେବାର ଅଦ୍ଭୁତ ବିଚାର ତାଙ୍କ ବଦଳିର କାରଣ ହୋଇଛି।
ମହାଜନଙ୍କ ଏହି ବିବୃତି ଏବେ ରାଜନୈତିକ ମହଲରେ ଆଲୋଚନାର ଖୋରାକ ହୋଇଛି। ଆର୍‌ଏସ୍‌ଏସ୍‌ ନିର୍ଦ୍ଦେଶରେ ସରକାର ତାଙ୍କୁ ବଦଳି କରିଛନ୍ତି ବୋଲି ଧାରଣା ସ୍ପଷ୍ଟ ହୋଇଛି। ମହାଜନ କହିଛନ୍ତି ଯେ, ମଞ୍ଚ ଲାଗି ଯାହା ଗୁରୁତ୍ୱପୂର୍ଣ୍ଣ ସେ ସମ୍ପର୍କରେ ସରକାରଙ୍କୁ ଜଣାଇ ଦିଆଯାଇଛି। ସେ ଏତିକିରେ ନିଜକୁ ରୋକିନାହାନ୍ତି। ସରକାରରେ ସାମିଲ କେତେକ ଓଭର ପରଫରମିଂ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯିବା ଉଚିତ୍‌ ବୋଲି ସେ କହିଛନ୍ତି। ସୂଚନାଥାଉ କି, ପାର୍ଲାମେଣ୍ଟରେ ଉପସ୍ଥାପିତ ବିଦେଶୀ ସଭରେନ ବଣ୍ଡ ସମ୍ପର୍କରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ବଜେଟ ଭାଷଣରେ ଉଲ୍ଲେଖ କରିଥିଲେ। ବଜେଟ ପ୍ରସ୍ତୁତିରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଥିବା ଗର୍ଗ ଏହି ବଣ୍ଡ ଜାରି କରିବାର ବିଚାର ଆଣିଥିଲେ। ଚଳିତ ଆର୍ଥିକ ବର୍ଷରେ ବିଦେଶୀ ବଣ୍ଡ ମାଧ୍ୟମରେ ସରକାର ୧୦ ବିଲିୟନ ଡଲାର ଋଣ ଆଣିବାକୁ ଚାହୁଁଛନ୍ତି ବୋଲି ବଜେଟ ଭାଷଣରେ ଅର୍ଥମନ୍ତ୍ରୀ ପ୍ରକାଶ କରିଥିଲେ। ତେବେ ଦେଶର ବହୁ ବିଶିଷ୍ଟ ଅର୍ଥନୀତିଜ୍ଞ ସହ ପୂର୍ବତନ ଆର୍‌ବିଆଇ ଗଭର୍ନର ଓ୍ବାଇ.ଭି.ରେଡ୍ଡୀ, ରଘୁରାମ ରାଜନ, ସି.ରଙ୍ଗରାଜନ ଏହାକୁ ବିରୋଧ କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା କମିଟିର କେତେଜଣ ସଦସ୍ୟ ମଧ୍ୟ ଏହାକୁ ବିରୋଧ କରିଛନ୍ତି। ସ୍ବଦେଶୀ ଜାଗରଣ ମଞ୍ଚ ମଧ୍ୟ ସରକାରଙ୍କ ଉକ୍ତ ନିଷ୍ପତ୍ତିକୁ ସମାଲୋଚନା କରିଛି। ବଜେଟ ଉପସ୍ଥାପନର ଦୁଇ ଦିନ ପରେ ମହାଜନ କହିଥିଲେ ଯେ, ବିବେଶୀ ମୁଦ୍ରାରେ ସରକାରୀ ଋଣ ନେବା ଭୁଲ୍‌ ବିଚାର। ଏ ସମ୍ପର୍କରେ ଅନ୍ତରାଷ୍ଟ୍ରୀୟ ଅଭିଜ୍ଞତା ଅତ୍ୟନ୍ତ ଭୟଙ୍କର ରହିଛି। ଭାରତ ନିକଟରେ ଏବେ ୪୩୦ ବିଲିୟନ ଡଲାର ବିଦେଶୀ ମୁଦ୍ରା ଗଚ୍ଛିତ ରହିଛି। ଏପରି ସ୍ଥିତିରେ ବିଦେଶୀ ଋଣ ନେବାର ବିଚାର ଆଦୌ ଗ୍ରହଣୀୟ ନୁହେଁ। ବିଦେଶୀ ଋଣକୁ ନେଇ ବନ୍ଦ କୋଠରୀରେ ଆଲୋଚନା ଲାଗି ମଞ୍ଚ ପକ୍ଷରୁ ବିଶିଷ୍ଟ ଅର୍ଥନୀତିଜ୍ଞଙ୍କୁ ନିମନ୍ତ୍ରଣ କରାଯାଇଛି। ଏକ ଉଦାହରଣ ଦେଇ ସେ କହିଛନ୍ତି ଯେ, ଇଣ୍ଡୋନେସିଆ, ବ୍ରାଜିଲ୍‌, ଆର୍ଜେଣ୍ଟିନା,ତୁର୍କି ଓ ମେକ୍ସିକୋ ଭଳି ଦେଶ ବିଦେଶୀ ଋଣ ଜାଲରେ ଏପରି ଭାବେ ଫସି ଯାଇଛନ୍ତି ଯେ, ଋଣ ଶୁଝିବା ଲାଗି ପୁଣି ଋଣ କରୁଛନ୍ତି। ଉଲ୍ଲେଖଥାଉ କି, ସଭରେନ ବଣ୍ଡକୁ ସମର୍ଥନ ଜଣାଇ ଗର୍ଗ କହିଥିଲେ ଯେ, ଏହାକୁ ପ୍ରୋତ୍ସାହିତ କରାଗଲେ ଭାରତୀୟ କମ୍ପାନୀଗୁଡ଼ିକର ବାସ୍ତବିକ ସୁଧ ହାର ତଳକୁ ଖସିବ। ଏହାଦ୍ୱାରା ଅର୍ଥନୀତି ସୁଦୃଢ଼ ହେବ। ବିଦେଶୀ ନିବେଶ ଓ ସଞ୍ଚୟକୁ ନେଇ ସରକାରଙ୍କ ବ୍ୟବହାର ଖୋଲା ରହିଛି।
ଅର୍ଥମନ୍ତ୍ରଣାଳୟ ସଭରେନ ବଣ୍ଡ ସମ୍ପର୍କରେ ବିଚାର କରୁ: ପିଏମ୍‌ଓ
ଦେଶକୁ ୫ ଲକ୍ଷ କୋଟି ଡଲାର ଅର୍ଥନୀତିରେ ପହଞ୍ଚାଇବା ଲକ୍ଷ୍ୟରେ କେନ୍ଦ୍ର ସରକାର ବିଦେଶରୁ ସଭରେନ ବଣ୍ଡ ମାଧ୍ୟମରେ ଋଣ ସଂଗ୍ରହ କରିବାକୁ ଚାହୁଁଥିଲେ। ତେବେ ଏହାକୁ ସ୍ବଦେଶୀ ଜାଗରଣ ମଞ୍ଚ ବିରୋଧ କରିଛି। ମଞ୍ଚ ଚାପରେ ପଡି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ(ପିଏମ୍‌ଓ) ପକ୍ଷରୁ ବିଦେଶୀ ସଭରେନ ବଣ୍ଡ ଜାରି କରିବା ନେଇ ପୁନର୍ବିଚାର କରିବାକୁ ଅର୍ଥ ମନ୍ତ୍ରଣାଳୟକୁ ଅନୁରୋଧ କରାଯାଇଛି। ପିଏମ୍‌ଓ ପକ୍ଷରୁ କୁହାଯାଇଛି ଯେ, ବିଦେଶୀ ସଭରେନ ବଣ୍ଡ ପ୍ରଚଳନକୁ ଆର୍‌ବିଆଇର ପୂର୍ବତନ ଗଭର୍ନର, ଅର୍ଥନୀତିଜ୍ଞମାନେ ବିରୋଧ କରୁଥିବାରୁ ଏହାର ଯାଞ୍ଚ କରିବା ପରେ ହିଁ ବଜେଟ ପ୍ରସ୍ତାବକୁ କାର୍ଯ୍ୟକାରୀ କରାଯିବା ଉଚିତ ହେବ। କେନ୍ଦ୍ର ଅର୍ଥମନ୍ତ୍ରୀ ଆଗକୁ ପାଦ ଦେବା ପୂର୍ବରୁ ସମସ୍ତ ହିତାଧିକାରୀଙ୍କ ସହ ଆଲୋଚନା କରନ୍ତୁ ବୋଲି ପିଏମ୍‌ଓ ଚାହୁଁଛି।
ପିଏମ୍‌ଓକୁ ପୂର୍ବରୁ ଭିଆର୍‌ଏସ୍‌ ନିଷ୍ପତ୍ତି ଜଣାଇଥିଲି:ଗର୍ଗ
ନବନିଯୁକ୍ତ କେନ୍ଦ୍ର ଶକ୍ତି ସଚିବ ସୁଭାଷ ଚନ୍ଦ୍ର ଗର୍ଗ ଶୁକ୍ରବାର ନିଜର ଭିଆର୍‌ଏସ୍‌(ଭଲ୍ୟୁଣ୍ଟାରୀ ରିଟାୟାରମେଣ୍ଟ ସ୍କିମ୍‌ ବା ସ୍ବେଚ୍ଛାକୃତ ଅବସର ଯୋଜନା) ନେବା ସମ୍ପର୍କରେ ସ୍ପଷ୍ଟ କରିଛନ୍ତି। ଶକ୍ତି ମନ୍ତ୍ରଣାଳୟ ସଚିବ ଭାବେ ତାଙ୍କୁ ଟ୍ରାନ୍ସଫର କରାଯିବା ବହୁ ପୂର୍ବରୁ ଅର୍ଥାତ୍‌ ଜୁଲାଇ ୧୮ରେ ସେ ନିଜର ନିଷ୍ପତ୍ତି ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ(ପିଏମ୍‌ଓ)କୁ ଜଣାଇଥିଲେ ବୋଲି ଗର୍ଗ ସ୍ପଷ୍ଟ କରିଛନ୍ତି। ତାଙ୍କର ଭିଆର୍‌ଏସ୍‌ ଆବେଦନକୁ ସରକାର ଗ୍ରହଣ କରିନେଇଛନ୍ତି କି ବୋଲି ପ୍ରଶ୍ନ ହେବାରୁ ସେ କହିଛନ୍ତି ଯେ, ଏହା ଏକ ଲମ୍ବା ପ୍ରକ୍ରିୟା ମଧ୍ୟରେ ଶେଷ ହୋଇଥାଏ। ତାଙ୍କର ଆବେଦନକୁ ସରକାର ବିଚାର କରୁଛନ୍ତି।
ଶକ୍ତି ସଚିବ ଦାୟିତ୍ୱ ସମ୍ଭାଳିଲେ
ସୁଭାଷ ଚନ୍ଦ୍ର ଗର୍ଗ ଶୁକ୍ରବାର ନୂଆ ଶକ୍ତି ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ତାଙ୍କୁ ବୁଧବାର ଏହି ଟ୍ରାନ୍ସଫର କରାଯାଇଥିଲା। ଏହାପରେ ସେ ତୁରନ୍ତ ଭିଆର୍‌ଏସ୍‌ ଯୋଜନାରେ ସ୍ବେଚ୍ଛାକୃତ ଅବସର ନେବା ଲାଗି ଆବେଦନ କରିଛନ୍ତି। ଆର୍ଥିକ ବ୍ୟାପାର ବିଭାଗର ଦାୟିତ୍ୱ ସେ ହସ୍ତାନ୍ତର କରିଛନ୍ତି। ଏବେ ଶକ୍ତି କ୍ଷେତ୍ରରେ ସଂସ୍କାର କରିବା ତାଙ୍କର ପ୍ରାଥମିକତା ହେବ ବୋଲି ଗର୍ଗ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଏସୀୟ କ୍ରୀଡ଼ା ଫାଇନାଲରେ କ’ଣ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇବେ ନାହିଁ ଭାରତୀୟ ଖେଳାଳି? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୧।୧୦: ଯେତେବେଳେ ଭାରତୀୟ ଏବଂ ପାକିସ୍ତାନୀ କ୍ରିକେଟ ଦଳ ପଡ଼ିଆରେ ପରସ୍ପରର ମୁକାବିଲା କରନ୍ତି, ସେତେବେଳେ ଦୃଷ୍ଟି କେବଳ ମ୍ୟାଚ ମଧ୍ୟରେ ସୀମିତ ରହେ ନାହିଁ। ଉଭୟ…

ସାନଖେମୁଣ୍ଡିରେ ବ୍ୟାପୁଛି ହଇଜା; ପୁଣି ଜଣେ ମୃତ, ଜିଲା ସ୍ବାସ୍ଥ୍ୟ ଟିମର ଅନୁଧ୍ୟାନ

ଦିଗପହଣ୍ଡି,୧ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପୋଡ଼ାମାରି ପଞ୍ଚାୟତ ମାର୍ଥାପୁର, ରାଜନାପଲ୍ଲୀ ଓ ଟି.ଗୋବିନ୍ଦପୁର ପଞ୍ଚାୟତ ଢିମିରାପଲ୍ଲୀ ଗାଁରେ ଗତ ୫ ଦିନ ହେଲା…

କନିଷ୍ଠ ଶିକ୍ଷକଙ୍କୁ ନେଇ ସରକାରଙ୍କ ବଡ଼ ଘୋଷଣା, ୨୦୨୩-୨୪ ବର୍ଷରେ ନିୟୋଜିତ….

ଭୁବନେଶ୍ବର,୧ା୧୦: ଓଡ଼ିଶାର କନିଷ୍ଠ ଶିକ୍ଷକ (ସ୍କିମାଟିକ୍)ଙ୍କ ନିୟମିତକରଣ ନେଇ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏନେଇ ଅଧିକାରିକ ବିଜ୍ଞପ୍ତି…

ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅବସର: ପଟ୍ଟାଙ୍ଗିରେ ଶିକ୍ଷା ବ୍ୟବସ୍ଥା ସଙ୍କଟରେ, ପଦବୀ ପୂରଣ ପାଇଁ ଦାବି

ପଟ୍ଟାଙ୍ଗି,୧ା୧୦(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟରେ କାର୍ଯ୍ୟରତ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରଭାକର ଖଟୁଆ ବୁଧବାର ଚାକିରିରୁ ଅବସର ଗ୍ରହଣ…

ଅଘୋଷିତ ବିଦ୍ୟୁତ୍ କାଟ: ଯନ୍ତ୍ରୀଙ୍କୁ ସ୍ମାରକପତ୍ର, ସୁଧାର ନ ଆସିଲେ ବଡ଼ ଆନ୍ଦୋଳନ ଚେତାବନୀ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଅନ୍ତର୍ଗତ ଭୀଷ୍ମଗିରି ଗ୍ରାମ ସମେତ ଆଖପାଖ ଅଞ୍ଚଳରେ ଲଗାତର ଅଘୋଷିତ ବିଦ୍ୟୁତ୍‌ ବିଭ୍ରାଟକୁ ନେଇ ଉପଭୋକ୍ତାଙ୍କ ମଧ୍ୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?