Posted inଖେଳ

ସଫଳତାର ରହସ୍ୟ ବଖାଣିଲେ ‘ସୁନା’ ଝିଅ ହିମା

ଗୁଆହାଟୀ, ୩୦।୭: ଭାରତୀୟ ମହିଳା ସ୍ପ୍ରିଣ୍ଟର ହିମା ଦାସ ୧୮ ଦିନ ମଧ୍ୟରେ ୫ଟି ସ୍ବର୍ଣ୍ଣ ପଦକ ଜିତି କେବଳ ଭାରତରେ ନୁହେଁ, ସାରା ବିଶ୍ୱରେ ଚହଳ ପକାଇଛନ୍ତି। ନିକଟରେ ଟୁଇଟ ଯୋଗେ ସେ ନିଜ ସଫଳତାର ରହସ୍ୟ ଉନ୍ମୋଚନ କରିଛନ୍ତି। ସେ କହିଛନ୍ତି, କଠିନ ପରିଶ୍ରମ, ସ୍ବପ୍ନ ଏବଂ ନିଷ୍ଠା ଥିଲେ ସଫଳତା ନିଶ୍ଚିତ। ଆସାମ ନୌଗାଁରେ ହିମା ଏକ କୃଷକ ପରିବାରରେ ଜନ୍ମଗ୍ରହଣ କରିଥିଲେ। ୪ ଭାଇ ଭଉଣୀଙ୍କ ମଧ୍ୟରୁ ହିମା ବଡ ଥିଲେ। ପାଠରେ ଜଣେ ଉତ୍ତମ ଛାତ୍ରୀ ଭାବେ ଜଣାଶୁଣା ଥିଲେ ସେ। ପିଲାଙ୍କ ସହ ଫୁଟବଲ ଖେଳିବା ଥିଲା ତାଙ୍କ ସଉକ। ଭବିଷ୍ୟତରେ ଜଣେ ଆଥଲେଟ ହେବେ କେବେ ସ୍ବପ୍ନରେ ସୁଦ୍ଧା କେବେ ଭାବି ନ ଥିଲେ ସେ। ଜଣେ ଫୁଟବଲ ଖେଳାଳି ହେବାକୁ ଇଚ୍ଛା କରିଥିବା ହିମା ଆଥଲେଟ ହେବାକୁ ଆଦୌ ଚାହୁଁ ନ ଥିଲେ। କିନ୍ତୁ ସ୍ଥାନୀୟ ଜଣେ କୋଚଙ୍କ ଉପଦେଶ ମାନି ଦୌଡିବା ଆରମ୍ଭ କରିଥିଲେ। ଶେଷରେ ତାଙ୍କୁ ସଫଳତା ମିଳିଥିଲା। ୨୦୧୮ରେ ଫିନଲାଣ୍ଡରେ ଅନୁଷ୍ଠିତ ୨୦ ବର୍ଷରୁ କମ ଅନ୍ତର୍ଜାତୀୟ ଆଥଲେଟିକ୍ସ ଚାମ୍ପିଆନସିପରେ ପ୍ରଥମ ଭାରତୀୟ ମହିଳା ଭାବେ ସ୍ବର୍ଣ୍ଣ ପଦକ ଜିତି ଇତିହାସ ରଚିଥିଲେ। ୧୮ ବର୍ଷିୟ ହିମା ୪୦୦ ମିଟର ଦୌଡ ୫୧.୪୬ ସେକେଣ୍ଡରେ ପୁରା କରିଥିଲେ। ଏହାପରେ ହିମା ସାରା ଦେଶରେ ପରିଚିତ ହାସଲ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶିକ୍ଷିତ ବେକାରୀ ଯୁବକଙ୍କୁ ନିଯୁକ୍ତି ଦେଉନି କମ୍ପାନୀ, ଆନ୍ଦୋଳନ ପାଇଁ ସଜବାଜ ଯୁବ ଗୋଷ୍ଠୀ

ଗଞ୍ଜାମ,୩୧।୮,(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ଠାରେ ଅବସ୍ଥିତ ଗ୍ରାସୀମ କମ୍ପାନୀ ସ୍ଥାନୀୟ ଅଞ୍ଚଳ ଶିକ୍ଷିତ ବେକାରୀ ଯୁବକଙ୍କୁ ନିଯୁକ୍ତି ଦେଉ ନଥିବା ଅଭିଯୋଗ ହୋଇଛି। ରାଜ୍ୟ…

ଏଇ ଭାରତରେ

ଅଭାବୀ ପରିବାରର ପିଲାମାନେ ଶିକ୍ଷାରୁ ବଞ୍ଚିତ ନ ହେବା ଲାଗି ସୁଯୋଗ ସୃଷ୍ଟି କରିଛନ୍ତି ବେଙ୍ଗାଲୁରୁର ହରେକାଲା ହଜାବ୍ବା। ଏଥିପାଇଁ ତାଙ୍କୁ ଜୀବନରେ ଅନେକ କଷ୍ଟ ସ୍ବୀକାର…

ସବୁକିଛି ବଦଳାଇବା ଠିକ୍‌ କି

ବିକାଶ ଏକ ନିରନ୍ତର ପ୍ରକ୍ରିୟା। ଏହା ସବୁବେଳେ ପୂର୍ବଜଙ୍କ କାନ୍ଧରେ ପାଦ ରଖିଥାଏ। ମୂଳଦୁଆ ଦୁର୍ବଳ ହେଲେ ଆମର ଅସ୍ତିତ୍ୱ ଦୁର୍ବଳ ହୁଏ। ସେହିପରି ପରିବର୍ତ୍ତନ ମଧ୍ୟ…

ସ୍ବାୟତ୍ତ ପାଇଁ ସରି ନାହିଁ ସଂଘର୍ଷ

ବରଗଡ଼,୩୧।୮(ପ୍ରେମାନନ୍ଦ ଖମାରୀ): ନିଜ ହାତରେ ନିଜ ଶାସନ। ନିଜେ ନିଜ ଅଞ୍ଚଳର ବିକାଶ ପାଇଁ ନିଷ୍ପତ୍ତି ନେବା ହିଁ ସ୍ବାୟତ୍ତ ଶାସନ। ସୁସ୍ଥ ଅନୁଶାସନ ବ୍ୟବସ୍ଥା ସହିତ…

ସ୍ବାୟତ୍ତ ଶାସନ ଦିବସ: ସଶକ୍ତ ନଗର ଶାସନ, ସମୃଦ୍ଧ ଓଡ଼ିଶାର ସଂକଳ୍ପ

ସ୍ବାୟତ୍ତ ଶାସନ ଦିବସ ଆମ ଗଣତାନ୍ତ୍ରିକ ବ୍ୟବସ୍ଥାର ସେହି ମୌଳିକ ଆଦର୍ଶକୁ ପୁନର୍ଜୀବିତ କରିବାର ଏକ ମହାର୍ଘ୍ୟ ଅବସର, ଯେଉଁଠି ଶାସନ କ୍ଷମତାର କେନ୍ଦ୍ରବିନ୍ଦୁ ଲୋକସେବା ବନ୍ଦ…

NEET ପରୀକ୍ଷା ଦେବା ପାଇଁ ମଦ୍ୟପାନ କରି ଆସି ସିଟରେ ବସିଗଲେ ପ୍ରାର୍ଥୀ, ହେଲେ କିପରି? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୩୧।୮: ତେଲଙ୍ଗାନାର ରଙ୍ଗା ରେଡ୍ଡି ଜିଲାରେ NEET-PG ପରୀକ୍ଷା ଦେଉଥିବା ପ୍ରାର୍ଥୀ ମହମ୍ମଦ ରିଜୱାନ ମଦ୍ୟପାନ କରି ପରୀକ୍ଷାସ୍ଥଳରେ ପହଞ୍ଚିଥିଲେ। ସେ ସୁରକ୍ଷା ବ୍ୟବସ୍ଥାକୁ ଭେଦ କରି…

ବିଧାୟକଙ୍କ ବଦାନ୍ୟତା: ଦୁଇ ମହିଳାଙ୍କୁ ପ୍ରତିମାସରେ ନିଜ ଆକାଉଣ୍ଟରୁ ପଠାଇବେ ଟଙ୍କା, ଜାଣନ୍ତୁ କେତେ…

ଖଡ଼ିଆଳ,୩୧।୮(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡ଼ିଆଳ ବ୍ଲକ କିରିକିଟା ଗ୍ରାମ ପଞ୍ଚାୟତର ଜଙ୍ଗଲ ପାହାଡ଼ ପରିବେଷ୍ଟିତ ଅପହଞ୍ଚ ଇଲାକା କପରଗଡ଼ରେ ଆଦିବାସୀ କଲ୍ୟାଣ ମହାସଂଘ ତରଫରୁ…

ସ୍ବାବଲମ୍ବୀ ହୋଇ ଅନ୍ୟକୁ ରୋଜଗାରର ପଥ ଦେଖାଇଛନ୍ତି ମହିଳା, କଦଳୀ ଚାଷ କରିି ବବି ଲକ୍ଷପତି

ନୂଆପଡା,୩୧।୮ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ସୁନାବେଡା ଅଭୟାରଣ୍ୟର ପାଦଦେଶରେ ଥିବା ବିଶିବାହାଲ ଗାଁ ମାଟି ଲେଖୁଛି ସଫଳତାର ନୂଆ କାହାଣୀ। ବିଶିବାହାଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri