ସଫଳତା ସାଉଁଟୁଛି ‘ଜୋକର’

ମୁମ୍ବାଇ: ଗାନ୍ଧୀ ଜୟନ୍ତୀ ଅବସରରେ ସିନେମା ଘରେ ମୁକ୍ତିଲାଭ କରିଥିବା ହଲିଉଡ୍‌ ଫିଲ୍ମ ‘ଜୋକର’ ମଧ୍ୟ ବକ୍ସ ଅଫିସ୍‌ରେ ଜବରଦସ୍ତ କଲେକ୍ସନ କରିଛି। ତୋଡ୍‌ ଫିଲିପ୍ସ ନିର୍ଦ୍ଦେଶନାରେ ନିର୍ମିତ ଫିଲ୍ମ ‘ଜୋକର’ରେ ଜୋକ୍ୱିନ୍‌ ଫୋଏନିକ୍ସ ମାନସିକ ରୋଗରେ ପୀଡ଼ିତ ଅସଫଳ ଷ୍ଟାଣ୍ଡଅପ୍‌ କମେଡିଆନ ଆର୍ଥର ପ୍ଲେକ୍ସଙ୍କ ଭୂମିକାରେ ନଜର ଆସିଛନ୍ତି। ଭାରତର ମେଟ୍ରୋ ସିଟିର କେତେକ ହଲ୍‌ରେ ଏହା ରିଲିଜ୍‌ ହୋଇଥିବାବେଳେ ପ୍ରଥମ ସପ୍ତାହରେ ଫିଲ୍ମଟି ୩୨.୭ କୋଟି ଟଙ୍କାର ବ୍ୟବସାୟ କରିଛି। ପ୍ରଥମ ଦିନରେ ଏହା ୫.୧୫ କୋଟି ଟଙ୍କା ଆୟ କରିଥିଲା। ଜୋକ୍ୱିନ୍‌ଙ୍କ ବ୍ୟତୀତ ରବର୍ଟ ଡି ନିରୋ, ବିଲ୍‌ କାମ୍ପ, ଫ୍ରାନ୍ସେସ୍‌ କୋନରଏ, ବ୍ରିଟ୍‌ କଲେନ୍‌, ଗ୍ଲନ୍‌ ଫ୍ଲେସଲର, ମାର୍କ ମାରୋନ୍‌ ପ୍ରମୁଖ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି।
ଅନ୍ୟପଟେ ପ୍ରଥମ ସପ୍ତାହରେ ବକ୍ସ ଅଫିସ୍‌ରେ ଜୋର୍‌ଦାର ରୋଜଗାର କରିଛି ହ୍ରିତିକ୍‌ ରୋଶନ ଓ ଟାଇଗର ସ୍ରଫ୍‌ଙ୍କ ଅଭିନୀତ ଫିଲ୍ମ ଓ୍ବାର୍‌। ଭାରତରେ ୪ ହଜାର ସ୍କ୍ରିନ୍‌ରେ ରିଲିଜ୍‌ ହୋଇଥିବା ଏହି ଫିଲ୍ମ ୮ ଦିନ ଭିତରେ ୨୧୬.୬୫ କୋଟି ଟଙ୍କା ରୋଜଗାର କରିଛି। ୟଶ୍‌ରାଜ ବ୍ୟାନରରେ ନିର୍ମିତ ଏହି ଫିଲ୍ମରେ ସିଦ୍ଧାର୍ଥ ଆନନ୍ଦ ନିର୍ଦ୍ଦେଶନା ଦେଇଛନ୍ତି। ପ୍ରି ସେଲିଂରେ ଏହା ୩୦ କୋଟିରୁ ଊର୍ଦ୍ଧ୍ୱ ଆୟ କରିଥିବାବେଳେ ରିଲିଜର ପ୍ରଥମ ଦିନରେ ଫିଲ୍ମଟି ୫୧.୬୦ କୋଟି ଟଙ୍କା କଲେକ୍ସନ କରିଥିଲା। ଏଥିସହ ଚଳିତବର୍ଷ ରିଲିଜ ହୋଇଥିବା ସମସ୍ତ ବଲିଉଡ୍‌ ଫିଲ୍ମ ମଧ୍ୟରୁ ଅଧିକ ଆୟ କରି ହ୍ରିତିକ୍‌-ଟାଇଗରଙ୍କ ମୁଭି ‘ଓ୍ବାର୍‌’ ରେକର୍ଡ ସୃଷ୍ଟି କରିଛି। ଆକ୍ସନ, ଥ୍ରୀଲର ଓ ସସ୍‌ପେନ୍ସକୁ ନେଇ ନିର୍ମିତ ଏହି ଫିଲ୍ମରେ ଟାଇଗର ହ୍ରିତିକ୍‌ଙ୍କ ଶିଷ୍ୟ ଭୂମିକାରେ ନଜର ଆସିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦକ୍ଷିଣ ଚାଇନା ସାଗର ଉପରେ ବେଜିଂର ଦାବିକୁ ଇୟୁ, ୧୪ ରାଷ୍ଟ୍ରର ପ୍ରତ୍ୟାଖ୍ୟାନ

ମାନିଲା,୧୩ା୭: ଦକ୍ଷିଣ ଚାଇନା ସାଗର ଉପରେ ବେଜିଂର ଦାବିକୁ ଆମେରିକା, ବ୍ରିଟେନ୍‌ ସମେତ ୧୪ ଦେଶ ପ୍ରତ୍ୟାଖ୍ୟାନ କରିଛନ୍ତି। ୨୦୧୬ର ଏକ ଅନ୍ତର୍ଜାତୀୟ ରାୟ ଅନୁଯାୟୀ ଦକ୍ଷିଣ ଚାଇନା…

୧୫ ମୃତଦେହକୁ ଭାରତ ଆଣିବା ପ୍ରକ୍ରିୟା ଆରମ୍ଭ

ଭିଏଟନାମ, ୧୩ା୭: ଭିଏଟନାମ ‘ଫୁ କ୍ୱାକ୍‌’ ଦ୍ୱୀପ ନିକଟରେ ଗତକାଲି ଘଟିଥିବା ଦୁଖଦ ସ୍ପିଡ୍‌ବୋଟ୍‌ ଦୁର୍ଘଟଣା ପରେ ଆଜି ପରବର୍ତ୍ତୀ ପ୍ରକ୍ରିୟାକୁ ଜୋରଦାର କରିଦିଆଯାଇଛି। ଭାରତୀୟ ଦୂତାବାସର ସୂଚନା…

ବାଂଲାଦେଶରେ ପ୍ରଳୟଙ୍କରୀ ବନ୍ୟା : ୪୪ ମୃତ

ଢାକା, ୧୩ା୭:ବାଂଲାଦେଶରେ ମୌସୁମୀଜନିତ ପ୍ରବଳ ବର୍ଷା ଓ ବନ୍ୟା ଯୋଗୁ ସ୍ଥିତି ସଙ୍ଗିନ ହୋଇପଡ଼ିଛି। ଗତ ଏକ ସପ୍ତାହ ମଧ୍ୟରେ ବନ୍ୟା ଓ ଭୂସ୍ଖଳନଜନିତ ବିଭିନ୍ନ ଦୁର୍ଘଟଣାରେ…

ଇଣ୍ଡିଆ ବ୍ଲକ୍‌ରେ ଯୋଗଦେବନି ଡିଏମ୍‌କେ

ଚେନ୍ନାଇ,୧୩ା୭:ପାର୍ଲାମେଣ୍ଟର ଆଗାମୀ ମୌସୁମୀ ଅଧିବେଶନରେ ଭାଜପା ନେତୃତ୍ୱାଧୀନ ଏନ୍‌ଡିଏକୁ ଦୃଢ଼ ବିରୋଧ କରିବା ପାଇଁ ଇଣ୍ଡିଆ ବ୍ଲକ୍‌ରେ ଏମ୍‌.କେ. ଷ୍ଟାଲିନ୍‌ଙ୍କ ଡିଏମ୍‌କେ ଏବଂ ତାମିଲନାଡୁ ମୁଖ୍ୟମନ୍ତ୍ରୀ ବିଜୟଙ୍କ…

ନେପାଳରେ ପୁଣି ଜେନ୍‌ ଜି ବିକ୍ଷୋଭ

କାଠମାଣ୍ଡୁ,୧୩ା୭: ନେପାଳ ସରକାର କୌଣସି ଥଇଥାନ ଯୋଜନା ନ କରି ଜବରଦଖଲକାରୀଙ୍କୁ ଉଚ୍ଛେଦ କରୁଥିବାରୁ ଏହାର ପ୍ରତିବାଦରେ ରାଜଧାନୀ କାଠମାଣ୍ଡୁରେ ରବିବାର ଜୋର୍‌ଦାର ବିକ୍ଷୋଭ ହୋଇଛି। ଶତାଧିକ…

ନରଓ୍ବେକୁ ହରାଇ ସେମିଫାଇନାଲରେ ଇଂଲଣ୍ଡ

ମାୟାମି,୧୨ା୭: ଜୁଡେ ବେଲିଂଘମଙ୍କ ଡବଲ ଗୋଲ ବଳରେ ଚଳିତ ଫିଫା ବିଶ୍ୱକପ୍‌ର ତୃତୀୟ କ୍ୱାର୍ଟର ଫାଇନାଲ ମ୍ୟାଚ୍‌ରେ ଇଂଲଣ୍ଡ ୨-୧ ଗୋଲରେ ନରଓ୍ବେକୁ ପରାସ୍ତ କରି ସେମିଫାଇନାଲ…

ଉପ ମୁଖ୍ୟମନ୍ତ୍ରୀଙ୍କୁ କଡ଼ା ଟାର୍ଗେଟ କଲା ବିଜେଡି

ବରଗଡ଼,୧୨।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ରେ ଏକ ପାୱାର ସବ୍‌ଷ୍ଟେଶନ ଉଦ୍‌ଘାଟନ କରିବା ପାଇଁ ରବିବାର ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଆସିଥିଲେ। ତେବେ ଗତ ସାଧାରଣ ନିର୍ବାଚନ…

ବରଗଡ଼ ରାଜନୀତିରେ ହଇଚଇ, ଉପମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଏମପିଙ୍କ ଅନୁପସ୍ଥିତିକୁ ନେଇ ଚର୍ଚ୍ଚା

ଅତାବିରା,୧୨ା୭(ଯୁଧିଷ୍ଠିର ମହାପାତ୍ର): ଅତାବିରାରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓଙ୍କ ଉପସ୍ଥିତିରେ ଆୟୋଜିତ ବହୁମୁଖୀ ଭବନ ଲୋକାର୍ପଣ ଓ ବୁଦ୍ଧିଜୀବୀ ସମ୍ମିଳନୀରେ ବରଗଡ଼ ଜିଲାର ସମସ୍ତ ଭାଜପା ବିଧାୟକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri