ଶ୍ୱଶୁରଙ୍କୁ ବନ୍ଧୁକ ଦେଖାଇ ହତ୍ୟା ଧମକ, ଜ୍ୱାଇଁ ଗିରଫ

ବାଲିଅନ୍ତା,୧୩ା୯(ଡି.ଏନ.ଏ): ସ୍ତ୍ରୀଙ୍କୁ ଛାଡିବାକୁ ରାଜି ନ ହେବାରୁ ଶ୍ୱଶୁରଙ୍କୁ ବନ୍ଧୁକ ଦେଖାଇ ହତ୍ୟା ଧମକ ଦେବା ଅଭିଯୋଗରେ ବାଲିଅନ୍ତା ଥାନା ପୋଲିସ ଜ୍ୱାଇଁଙ୍କୁ ଗିରଫ କରି ଗୁରୁବାର କୋର୍ଟଚାଲାଣ କରିଛି। ସେ ହେଲେ କଟକ ସଦର ଥାନା ଅଧୀନ ବାଗଲପୁରର ପ୍ରସନ୍ନଜିତ ପ୍ରଧାନ(୨୩)। ପାହାଳ ଫାଣ୍ଡି ଅଧିକାରୀ ଓମ ପ୍ରକାଶ ମହାନ୍ତିଙ୍କ ସୂଚନା ଅନୁଯାୟୀ, ପ୍ରସନ୍ନଜିତ ଗତ ୬ମାସ ତଳେ ବାଲିଅନ୍ତା ଥାନା ଅଧୀନ ଜୟରଶାସନ ଗାଁର କାହ୍ନୁଚରଣ ଦାସଙ୍କ ଝିଅ କବିତାଙ୍କୁ ବିବାହ କରିଥିଲେ। ବିବାହର କିଛିଦିନ ପରେ ପ୍ରସନ୍ନଜିତ ସ୍ତ୍ରୀଙ୍କୁ ମାଡ ମାରିବା ସହ ନିର୍ଯାତନା ଦେଉଥିଲେ। ଏ ନେଇ କବିତା ବାପଘରକୁ ଜଣାଇବା ପରେ ବାପା କାହ୍ନୁଚରଣ ସପ୍ତାହ ତଳେ ଝିଅଙ୍କୁ ନିଜଘରକୁ ନେଇ ଆସିଥିଲେ। ଗତ ସୋମବାର ସନ୍ଧ୍ୟାରେ ପ୍ରସନ୍ନଜିତ ସ୍ତ୍ରୀଙ୍କୁ ଘରକୁ ଫେରାଇ ଆଣିବା ପାଇଁ ଶ୍ୱଶୁର ଘରକୁ ଯାଇଥିଲେ। କିନ୍ତୁ ଶ୍ୱଶୁର ତାଙ୍କ ସହିତ ଝିଅକୁ ଛାଡ଼ିବାକୁ ରାଜି ହୋଇ ନ ଥିଲେ। ଏଥିରେ ପ୍ରସନ୍ନଜିତ ଉତ୍‌କ୍ଷିପ୍ତ ହୋଇ ଆଣିଥିବା ଏକ ବନ୍ଧୁକ ଦେଖାଇ କବିତାଙ୍କୁ ନ ଛାଡିଲେ ପରିବାରର ସମସ୍ତଙ୍କୁ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ। ପରେ ସ୍ଥାନୀୟ ଲୋକେ ଜାଣିବା ପରେ ଜ୍ୱାଇଁଙ୍କୁ ଗାଁ ଦାଣ୍ଡରେ ଅଟକ ରଖି ପୋଲିସକୁ ଖବର ଦେଇଥିଲେ। ପରେ ପାହାଳ ଫାଣ୍ଡି ପୋଲିସ ପହଞ୍ଚତ୍ ପ୍ରସନ୍ନଜିତଙ୍କୁ ଫାଣ୍ଡିକୁ ଆଣିବା ସହ ବାଲିଅନ୍ତା ପୋଲିସକୁ ଜଣାଇଥିଲା। ଏ ନେଇ ଶ୍ୱଶୁର ଥାନାରେ ଅଭିଯୋଗ କରିବା ପରେ ମାମଲା ୨୨୪/୧୯ନଂ. ଦଫା ୩୪୧, ୨୯୪, ୫୦୬ ଓ ୨୫/୨୭ ଆର୍ମ ଆକ୍ଟରେ ରୁଜୁ ହୋଇଥିଲା। ପୋଲିସ ପ୍ରସନ୍ନଜିତଙ୍କ ଠାରୁ ଏକ ବନ୍ଧୁକ, ୩ ରାଉଣ୍ଡ ଗୁଳି ଓ ୨ଟି ମାଗାଜିନ ଜବତ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ମହିଳା ଟି୨୦ ବିଶ୍ୱକପ୍‌: ଅଷ୍ଟ୍ରେଲିଆ ଚାମ୍ପିୟନ

ଲଣ୍ଡନ,୫ା୭: ମହିଳା ଟି୨୦ ବିଶ୍ୱକପ୍‌ରେ ପୁଣି ଥରେ ଚାମ୍ପିୟନ ହୋଇଛି ଅଷ୍ଟ୍ରେଲିଆ। ଟୁର୍ନାମେଣ୍ଟରେ ଅପରାଜେୟ ରହିଥିବା ଅଷ୍ଟ୍ରେଲିଆ ଐତିହାସିକ ଲଡର୍‌ସ ଗ୍ରାଉଣ୍ଡରେ ରବିବାର ଖେଳାଯାଇଥିବା ଫାଇନାଲରେ ୭…

ଜିଲାପାଳଙ୍କ ବଡ଼ ଘୋଷଣା: କଟକରେ ସ୍କୁଲ ଛୁଟି

କଟକ,୫।୭: ସୋମବାର କଟକ ଜିଲାର ସମସ୍ତ ସରକାରୀ ଏବଂ ବେସରକାରୀ ଶିକ୍ଷାନୁଷ୍ଠାନ ଛୁଟି ରହିବ। ଲଘୁଚାପ ଜନିତ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି କଟକ ଜିଲାପାଳ ଛୁଟି…

ଗୁରଗାଁଓରେ ଚାଞ୍ଚଲ୍ୟ: ପ୍ରେମିକ ସହ ମିଶି ସ୍ବାମୀଙ୍କୁ ହତ୍ୟାକଲେ ନବବିବାହିତା ମହିଳା

ଗୁରଗାଁଓ,୫ା୭: ନିଖୋଜ ହେବାର ୨ ଦିନ ପରେ ଜଣେ ୨୧ ବର୍ଷୀୟ ଯୁବକଙ୍କ ମୃତଦେହ ରଓ୍ବୋରୀସ୍ଥିତ କେନାଲରୁ ମିଳିବା ପରେ ତାଙ୍କୁ ନବବିବାହିତା ସ୍ତ୍ରୀ ଓ ତାଙ୍କ…

ସମୁଦ୍ରରେ ଫସିଥିବା ମତ୍ସ୍ୟଜୀବୀ ଉଦ୍ଧାର

ପୁରୀ,୫ା୭(ଅଜିତ୍‌ କୁମାର ମହାନ୍ତି): ପୁରୀ ପୋଲିସର ତତ୍ପରତାରେ ସମୁଦ୍ରରେ ଫସିଥିବା ଆନ୍ଧ୍ରପ୍ରଦେଶର ୧୦ ମତ୍ସ୍ୟଜୀବୀଙ୍କ ସୁରକ୍ଷିତ ଉଦ୍ଧାର କରାଯାଇଥିବା ନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା…

ଲଗାଣ ବର୍ଷାରେ ବେହାଲ ବଲାଙ୍ଗୀର, ବିଭିନ୍ନ ପଡ଼ାରେ ରହୁଥିବା ଲୋକଙ୍କ ଘରେ ପଶିଲା ପାଣି

ବଲାଙ୍ଗୀର,୫ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ ଲଗାଣ ବର୍ଷା ଜାରି ରହିଛି। ଫଳରେ ସହରର ବିଭିନ୍ନ ପଡ଼ାରେ ରହୁଥ‌ିବା ଲୋକଙ୍କ ଘର ଭିତରକୁ ବର୍ଷା ଓ ଡ୍ରେନ୍…

ଚିଠା ଭୋଟର ତାଲିକା ପ୍ରକାଶ, ବଲାଙ୍ଗୀର ଜିଲାରୁ ବାଦ ପଡ଼ିଲେ…

ବଲାଙ୍ଗୀର,୫ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (Special Intensive Revision – SIR) ପ୍ରକ୍ରିୟାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ…

କାଳ ବୈଶାଖୀରେ ଉଡ଼ିଯାଇଥିଲା ଟିଣ, ଛପର, ହେଉନି ମରାମତି

ମୋହନା,୫।୭(ମନ୍ମଥ ମିଶ୍ର): କାଳବୈଶାଖୀରେ ଉଡ଼ିଯାଇଥିଲା ବିଦ୍ୟାଳୟର ଟିଣ ଛପର। ହେଲେ ବର୍ତ୍ତମାନ ସୁଦ୍ଧା ଏହା ମରାମତି ହୋଇନାହିଁ। ଫଳରେ ବାଧ୍ୟହୋଇ ଦୁଇଟି ଶ୍ରେଣୀ ଗୃହରେ ପ୍ରଥମରୁ ଅଷ୍ଟମ…

କଳାହାଣ୍ଡି ପୋଲିସକୁ ବଡ଼ ସଫଳତା; ଚୋର ଗ୍ୟାଙ୍ଗର ପର୍ଦ୍ଦାଫାସ, ୪ ଗିରଫ

ଭବାନୀପାଟଣା,୫।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦୀର୍ଘ ଦିନ ଧରି ଜିଲାର ଗୋଲାମୁଣ୍ଡା, କୋକସରା ଏବଂ କେଗାଁ ଥାନା ଅଞ୍ଚଳରେ ଚୋରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri