Posted inଖେଳ

ଶ୍ରେଷ୍ଠ-୫୦ ପ୍ରଭାବଶାଳୀ ଭାରତୀୟ ତାଲିକାରେ ଦୂତୀ

ନୂଆଦିଲ୍ଲୀ,୨୮।୭(ପି.ଟି.): ଦେଶର ଦ୍ରୁତତମ ଧାବିକା ତଥା ଓଡ଼ିଆ ମହିଳା ଆଥଲେଟ୍‌ ଦୂତୀ ଚାନ୍ଦ ଆଉ ଏକ ସମ୍ମାନର ଅଧିକାରୀ ହୋଇଛନ୍ତି। ସ୍ପ୍ରିଣ୍ଟ କୁଇନ୍‌ ଦୂତୀ ଦେଶର ଶ୍ରେଷ୍ଠ ଶକ୍ତିଶାଳୀ ତଥା ପ୍ରଭାବଶାଳୀ ବ୍ୟକ୍ତିଙ୍କୁ ନେଇ ପ୍ରକାଶିତ ହୋଇଥିବା ତାଲିକାରେ ସ୍ଥାନ ପାଇଛନ୍ତି। ସେ ଏହି ତାଲିକାର ୪୭ତମ ସ୍ଥାନରେ ରହିଛନ୍ତି। ଦେଶର ଅଗ୍ରଣୀ ଇଂଲିଶ ପତ୍ରିକା ‘ଇଣ୍ଡିଆ ଟୁଡେ’ ତା’ର ଅଗଷ୍ଟ ସଂସ୍କରଣରେ ଏହି ତାଲିକା ପ୍ରକାଶିତ କରିଛି। ଚଳିତବର୍ଷ ଅନୁଷ୍ଠିତ ୨୦୧୮ ଏସିଆନ୍‌ ଗେମ୍ସ ଓ ୨୦୧୯ ଓ୍ବାଲର୍‌ଡ ୟୁନିଭର୍ସିଟି ଗେମ୍ସରେ ଦମ୍‌ଦାର ପ୍ରଦର୍ଶନ କରି ଦୂତୀ ଏହି ତାଲିକାରେ ସ୍ଥାନ ପାଇଛନ୍ତି ବୋଲି କୁହାଯାଇଛି।
ଭାରତର ପ୍ରଥମ ସମଲିଙ୍ଗୀ କ୍ରୀଡ଼ାବିତ୍‌ ଭାବେ ଦୂତୀଙ୍କୁ ଏହି ପତ୍ରିକା ସମ୍ବୋଧନ କରିଛି। ୨୦୧୮ ଏସିଆନ ଗେମ୍ସରେ ଦୂତୀ ଦୁଇଟି ରୌପ୍ୟ ପଦକ ହାସଲ କରିଥିଲେ। ସେହିପରି ସେ ଚଳିତ ବର୍ଷ ଅନୁଷ୍ଠିତ ଓ୍ବାଲର୍‌ଡ ୟୁନିଭର୍ସିଟି ଗେମ୍ସରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ଏଥିସହିତ ଦ୍ୱିତୀୟ ଭାରତୀୟ ଭାବେ ଦୂତୀ କୌଣସି ବିଶ୍ୱସ୍ତରୀୟ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି ବୋଲି ‘ଇଣ୍ଡିଆ ଟୁଡେ’ ଉଲ୍ଲେଖ କରିଛି। ଶିଳ୍ପପତି ମୁକେଶ ଅମ୍ବାନୀ ତାଲିକାର ଶୀର୍ଷ ସ୍ଥାନରେ ରହିଛନ୍ତି। ମୁକେଶ ଏବେ ୫୦ ବିଲିୟନ ଆମେରିକୀୟ ଡଲାର ବା ୩.୪୫ ଲକ୍ଷ କୋଟି ଟଙ୍କାର ମାଲିକ ବୋଲି ଏହି ପତ୍ରିକା ଉଲ୍ଲେଖ କରିଛି। ଦେଶର ଅନ୍ୟତମ ଶିଳ୍ପପତି କୁମାର ମଙ୍ଗଳମ ବିର୍ଲା ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ସେହିପରି ଗୌତମ ଆଦାନୀ, ଉଦୟ କୋଟାକ, ଆନନ୍ଦ ମହିନ୍ଦ୍ରା ଓ ରତନ ଟାଟା ଯଥାକ୍ରମେ ତୃତୀୟ, ଚତୁର୍ଥ, ପଞ୍ଚମ ଓ ଷଷ୍ଠ ସ୍ଥାନ ଅଧିକାର କରିଛନ୍ତି। ଭାରତୀୟ କ୍ରିକେଟ ଅଧିନାୟକ ବିରାଟ କୋହଲି ସପ୍ତମ ଓ ମିଲେନିୟମ ଷ୍ଟାର ଅମିତାଭ ବଚ୍ଚନ ନବମ ସ୍ଥାନରେ ରହିଛନ୍ତି।

ପାଇବେନି ଅର୍ଜୁନ ପୁରସ୍କାର

ଅର୍ଜୁନ ପୁରସ୍କାର ପାଇଁ ସ୍ପ୍ରିଣ୍ଟର ଦୂତୀ ଚାନ୍ଦ ଏବଂ ଖେଳରତ୍ନ ପୁରସ୍କାର ଲାଗି କ୍ରିକେଟର ହରଭଜନ ସିଂଙ୍କ ପ୍ରାର୍ଥୀତ୍ୱକୁ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ଅଗ୍ରାହ୍ୟ କରିଦେଇଛି। ରାଜ୍ୟ ସରକାର ଧାର୍ଯ୍ୟ ସମୟସୀମା ମଧ୍ୟରେ ପ୍ରାର୍ଥୀପତ୍ର ଦାଖଲ କରି ନ ଥିବାରୁ ମନ୍ତ୍ରଣାଳୟ ଏଭଳି ନିଷ୍ପତ୍ତି ନେଇଛି।


Enter your email to get our daily news in your inbox.

All Right Reserved By Dharitri.Com

୬୩ ବର୍ଷ ତଳେ ପେଟ୍ରୋଲ ଦର ଥିଲା ୭୨ ପଇସା, ରସିଦ୍‌ ପ୍ରଦାନ କରି ଅବସରପ୍ରାପ୍ତ ଏସ୍‌ବିଆଇ ଅଧିକାରୀ କହିଲେ…

କଟକ ସଦର,୨୪ା୮(ସୁଶାନ୍ତ କୁମାର ଜେନା): ବର୍ତ୍ତମାନ ପେଟ୍ରୋଲ ଦର ସ୍ଥାନ ବିଶେଷରେ ୧୧୦ ଟଙ୍କାରେ ପହଞ୍ଚିଲାଣି। ଦର ବଢ଼ିବା ସହିତ ଚାହିଦା ମଧ୍ୟ ଦିନକୁ ଦିନ ବୃଦ୍ଧି…

ରାଜ୍ୟରୁ ୨୪ ହଜାର ଶିଶୁ ନିଖୋଜ: ୨୦୨୪ରେ ସର୍ବାଧିକ ୬,୨୨୩ ନିଖୋଜ, ୮୭% ଝିଅ

ଭୁବନେଶ୍ୱର,୨୪।୮(ତ୍ରିନାଥ ମହାନ୍ତି ): ଯାଜପୁର ଜିଲାର ପିହୁ ହେଉ ଅବା ନୟାଗଡ଼ର ପରୀ। ରାଜ୍ୟର ବିଭିନ୍ନ ଜିଲାରୁ କୋମଳମତି ଶିଶୁ ନିଖୋଜ ହୋଇଯାଉଛନ୍ତି। ସେମାନଙ୍କୁ ଖୋଜିବା ପାଇଁ…

ପିଆଜ ଦର ବୃଦ୍ଧି ଉପରେ ସରକାରଙ୍କ ବଡ଼ ଆକ୍ସନ, ଏବେ ଏଇଠୁ ଆସିଲା ପରେ ମିଳିବ ଶସ୍ତା ପିଆଜ

ନୂଆଦିଲ୍ଲୀ,୨୪।୮: ପିଆଜ ଦର ବୃଦ୍ଧିରେ ପୁଣି ଥରେ ଚେପା ହେଲେଣି ସାଧାରଣ ପରିବାରର। ଦେଶର ଅନେକ ସ୍ଥାନରେ ଦର ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଏହି ବୃଦ୍ଧିକୁ…

ବିଚାରପତି ଭଗବାନ୍‌ ନୁହନ୍ତି

ସାଧାରଣରେ ଲୋକେ କହିଥାଆନ୍ତି, ବିଚାର କୋର୍ଟରେ ହେବ। ଅର୍ଥାତ୍‌ କୌଣସି ବିବାଦ ଦେଖାଦେଲେ ଅଦାଲତ ଉପରେ ଜନସାଧାରଣଙ୍କ ଭରସା ଥିଲା। ଏବେ ଏକ ଭିନ୍ନ ଚିତ୍ର ଦେଖିବାକୁ…

ଏଆଇ ସାହାଯ୍ୟରେ ପ୍ଲାଣ୍ଟ ଇମ୍ୟୁନିଟି ସିଷ୍ଟମ୍‌ ପ୍ରସ୍ତୁତ କଲେ ଚାଇନା ଗବେଷକ

ବେଜିଂ, ୨୪ା୮: ଫସଲକୁ ସାଂଘାତିକ ରୋଗ ଏବଂ ଜୀବାଣୁ, ଭୂତାଣୁ ଓ କବକ ଆକ୍ରମଣରୁ ରକ୍ଷା କରିବା ପାଇଁ ଚାଇନା ଗବେଷକମାନେ କୃତ୍ରିମ ପ୍ରତିରୋଧକ ବ୍ୟବସ୍ଥା ବିକଶିତ…

ବେଆଇନ ଗଛକଟା, ଲଘୁ ଖଣିଜ ସମ୍ପଦ ଲୁଟ୍‌, ମାସକ ମଧ୍ୟରେ ରିପୋର୍ଟ ଲୋଡ଼ିଲେ ଏନ୍‌ଜିଟି

ଭୁବନେଶ୍ୱର,୨୪।୮(ରବିନାରାୟଣ ଜେନା): ରାଜ୍ୟରେ ଲଘୁ ଖଣିଜ ସମ୍ପଦ ମନଇଚ୍ଛା ଖୋଳା ଚାଲିଛି। ସରକାରୀ ନୀତି ଗୋଟିଏ କଥା କହୁଥିବାବେଳେ ଲିଜ୍‌ଧାରୀମାନେ ସେସବୁକୁ ଭ୍ରୂକ୍ଷେପ ନ କରି ଯେଉଁଠି…

ସାଉଦି-ପାକ୍‌-ତୁର୍କୀ ପ୍ରତିରକ୍ଷା ମେଣ୍ଟରେ ସାମିଲ ହେବାକୁ ବାଂଲାଦେଶ ଆଗ୍ରହୀ

ନୂଆଦିଲ୍ଲୀ,୨୪ା୮: ସାଉଦି ଆରବ, ପାକିସ୍ତାନ ଏବଂ ତୁର୍କୀ ମଧ୍ୟରେ ନିକଟରେ ପ୍ରତିରକ୍ଷା ମେଣ୍ଟ ହୋଇଥିବାବେଳେ ସେଥିରେ ସାମିଲ ହେବା ଲାଗି ବାଂଲାଦେଶ ଆଗ୍ରହୀ ଥିବା ଏହାର ୨…

ସରକାରୀ ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ, ଜୀବନ୍ତ ଜଳିଗଲେ ୩ ନବଜାତ ଶିଶୁ

ଅମରାବତୀ,୨୪।୮: ସୋମବାର (୨୪ ଅଗଷ୍ଟ) ଭୋର ପ୍ରାୟ ୩ଟା ୩୦ ସମୟରେ ମହାରାଷ୍ଟ୍ରର ଅମରାବତୀ ଜିଲାରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ଅମରାବତୀର ସରକାରୀ ମହିଳା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri