ଶ୍ରୀଲିଙ୍ଗରାଜ ମନ୍ଦିର: କାମରେ ଲାଗୁନି ପାଦ ଚଲା ପଥ

ପୁରୁଣା ଭୁବନେଶ୍ୱର,୨୦।୧(ଡି.ଏନ.ଏ.): ରାଜ୍ୟ ପର୍ଯ୍ୟଟନ ବିଭାଗର ତରବରିଆ ଏବଂ ଖାମଖିଆଲ କାର୍ଯ୍ୟ ନେଇ ବହୁ ଯୋଜନା ସଫଳ ରୂପାୟନ ହେଉ ନ ଥିବା ଅଭିଯୋଗ ହେଉଛି। ଆମସାର ଆକ୍ଟ ଉଲ୍ଲଂଘନ କରି ବ୍ୟାଖ୍ୟାନ କେନ୍ଦ୍ର, ଟୁରିଷ୍ଟ ଶେଡରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେବା ପରେ ଏବେ ଏହା ଭଙ୍ଗାଯାଇ ମାଟିରେ ମିଶିଛି। ଅନୁରୂପ ଭାବେ ୨୦୧୪ରେ ଶ୍ରୀଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ୱରେ ପଥରର ପାଦଚଲା ରାସ୍ତା ପ୍ରାୟ ୧୮ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଥିତ୍ଲା। ଏହି ପାଦଚଲା ରାସ୍ତା ଏବେ ପର୍ଯ୍ୟଟକଙ୍କର କାମରେ ଲାଗୁନି। ବିଶେଷ ଭାବେ ଦିବ୍ୟାଙ୍ଗ ମାନଙ୍କ ପାଇଁ ନିର୍ମାଣ ହୋଇଥିବା ଏହି ଯୋଜନା ଏବେ ସ୍ବପ୍ନ ପାଲଟିଛି। ପାଦ ଚଲା ପଥଟି ଚିତ୍ରକାରିଣୀ ମନ୍ଦିର, ପଶ୍ଚିମ-ଦକ୍ଷିଣ କୋଣଠାରେ ପାଚେରି ପଡିଯିବା ନେଇ ବନ୍ଦ ରହିଛି। ପରିତ୍ୟକ୍ତ ଭାବେ ପଡି ରହିଥିବା ପାଦଚଲା ରାସ୍ତାର ମନ୍ଦିର ଉତ୍ତରଦ୍ୱାରଠାରେ ମଦ ବୋତଲ, ଆବର୍ଜନା ପଡି ପରିବେଶ ଦୂଷିତ ହେଉଛି। ନିର୍ମାଣ ପରଠାରୁ ଦିନେ ବି କେହି ଶ୍ରଦ୍ଧାଳୁ ପଥ ଦେଇ ଯାତାୟାତ କରିନାହାନ୍ତି। ବିଭାଗର ଏଭଳି ଦୂରଦୃଷ୍ଟି ଅଭାବ ପଦାରେ ପଡିଛି। ତୁରନ୍ତ ଏହି ଯୋଜନାର ପୁନରୁଦ୍ଧାର କରାଯାଇ ଶ୍ରଦ୍ଧାଳୁଙ୍କ ପାଇଁ କାର୍ଯ୍ୟକ୍ଷମ କରିବାକୁ ଶ୍ରଦ୍ଧାଳୁଙ୍କ ପକ୍ଷରୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରେମାନନ୍ଦ ମହାରାଜଙ୍କ ବିଗିଡିଲା ସ୍ବାସ୍ଥ୍ୟାବସ୍ଥା: ଅନିର୍ଦ୍ଦିଷ୍ଟ କାଳ ପାଇଁ ପଦଯାତ୍ରା ସ୍ଥଗିତ, ଖେଳିଗଲା…

ଲକ୍ଷ୍ନୌ,୧୮।୫: ବୃନ୍ଦାବନର ପ୍ରସିଦ୍ଧ ସନ୍ଥ ପ୍ରେମାନନ୍ଦ ମହାରାଜଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହୋଇଯାଇଛି ପ୍ରେମାନନ୍ଦ ମହାରାଜଙ୍କ ଅସୁସ୍ଥତା ଯୋଗୁ ତାଙ୍କର ରାତ୍ରିକାଳୀନ ପଦଯାତ୍ରା (ପଦଯାତ୍ରା) ଅନିର୍ଦ୍ଦିଷ୍ଟ କାଳ ପାଇଁ…

ଆଜି ଶେଷଥର ପାଇଁ IPL ଖେଳିବେ ଧୋନୀ! ଅବସର ନେଇ ବଢୁଛି ଚର୍ଚ୍ଚା

ଚେନ୍ନାଇ,୧୮।୫:  ଆଜି ଚେନ୍ନାଇ ସୁପର କିଙ୍ଗ୍ସ IPL ୨୦୨୬ର ୬୩ତମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦକୁ ଭେଟିବ । ଏହି ମ୍ୟାଚ୍ ଚେନ୍ନାଇର ଘରୋଇ ଷ୍ଟାଡିୟମ, ଏମ.ଏ. ଚିଦାମ୍ବରମ…

ଆଶାକର୍ମୀଙ୍କ ବଢିଲା ଦରମା, ମହିଳାଙ୍କ ମାଗଣା ବସ୍‌ ଯାତ୍ରା…ସରକାରଙ୍କ ବଡ଼ ଘୋଷଣା

ଥିରୁଭାନନ୍ତପୁରମ୍‌,୧୮।୫: କେରଳମ୍‌ର ନୂତନ ମୁଖ୍ୟମନ୍ତ୍ରୀ ଭି.ଡି. ସତିସନ ଶପଥ ଗ୍ରହଣ କରିଛନ୍ତି। ଏହି ସମାରୋହରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ଉପସ୍ଥିତ ଥିଲେ। ୟୁଡିଏଫ ସରକାର…

ରଙ୍ଗମଞ୍ଚରେ ପପୁ ପମପମଙ୍କୁ ଦେଖିବା ପାଇଁ ଜମିବ ଭିଡ: ଆଜି ଠାକୁରାଣୀ ଯାତ୍ରାର ଶେଷ ପଟୁଆର

ଭଞ୍ଜନଗର,୧୮।୫(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଠାକୁରାଣୀ ଯାତ୍ରାର ସୋମବାର ହେଉଛି ଶେଷ ପଟୁଆର। ଆଜି ଜଳସମ୍ପଦ ବିଭାଗ ପକ୍ଷରୁ ବିରାଟ ଶୋଭାଯାତ୍ରା ବାହାରୁଛି। ତେଣୁ ବିଭାଗ ପକ୍ଷରୁ…

ଏହି କାମ କରି ମୁଖ୍ୟମନ୍ତ୍ରୀ ହୋଇଛନ୍ତି ଥଲାପତି ବିଜୟ: କହୁ କହୁ କହିଦେଲେ ଷ୍ଟାଲିନ୍‌

ନୂଆଦିଲ୍ଲୀ,୧୮।୫: ଦ୍ରାବିଡ଼ ମୁନେତ୍ର କାଝାଗମ (ଡିଏମକେ) ସଭାପତି ଏମକେ ଷ୍ଟାଲିନ ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଯୋସେଫ ବିଜୟଙ୍କୁ କଟାକ୍ଷ କରିଛନ୍ତି। ବିଜୟ ଇନଷ୍ଟାଗ୍ରାମ ମାଧ୍ୟମରେ…

ପଞ୍ଚାୟତ, ପୌର ନିର୍ବାଚନ ପାଇଁ ଗୁରୁମନ୍ତ୍ର ଦେଲେ ନୀତିନ ନବୀନ: ଏବେଠୁ ରଣନୀତି ପ୍ରସ୍ତୁତ, ଆଗକୁ…

ଜଟଣୀ,୧୮।୫: ଖୋର୍ଦ୍ଧା ଜିଲା ଜଟଣୀରେ ଆୟୋଜିତ ପ୍ରଶିକ୍ଷଣ ଶିବିରରେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ କାର୍ଯ୍ୟକର୍ତ୍ତାଙ୍କୁ ୫ଟି ଗୁରୁମନ୍ତ୍ର ଦେଇ ସଂଗଠନକୁ ଆହୁରି ସୁଦୃଢ କରିବାକୁ…

ନୂଆ ମୁଖ୍ୟମନ୍ତ୍ରୀ କାନରେ ଏମିତି କିଛି କହିଦେଲେ ରାହୁଲ ଗାନ୍ଧୀ: ତା’ପରେ ତୁରନ୍ତ ଘଟିଲା…

ଥିରୁଭାନନ୍ତପୁରମ୍‌,୧୮।୫: କେରଳମ୍‌ରେ କଂଗ୍ରେସ ନେତୃତ୍ୱାଧୀନ ୟୁନାଇଟେଡ ଡେମୋକ୍ରାଟିକ ଫ୍ରଣ୍ଟ (UDF) ୧୦ ବର୍ଷର ବ୍ୟବଧାନ ପରେ କ୍ଷମତାକୁ ଫେରିଛି। ସୋମବାର ତିରୁଭାନନ୍ତପୁରମର ସେଣ୍ଟ୍ରାଲ ଷ୍ଟାଡିୟମରେ ଭି.ଡି. ସତିସନ…

ପାରିବାରିକ କଳହ ହେଲା କାଳ; ବାପଘରକୁ ଡାକି ସ୍ବାମୀଙ୍କ ଯୌନାଙ୍ଗ କାଟିଦେଲେ ସ୍ତ୍ରୀ, ଚାଲିଗଲା ଜୀବନ

କଟକ,୧୮।୫(ପ୍ରଭୁକଲ୍ୟାଣ ପାଲ): କଟକ ବଡମ୍ବାରେ ଯୌନାଙ୍ଗ କାଟି ସ୍ୱାମୀଙ୍କୁ ହତ୍ୟା କଲେ ସ୍ତ୍ରୀ । ବଡମ୍ବା ଥାନାରେ ମାମଲା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri