Posted inଖେଳ

ଶ୍ରୀଲଙ୍କାରେ ଆଇପିଏଲ୍‌ ସପକ୍ଷରେ ଗାଭାସ୍କର

ନୂଆଦିଲ୍ଲୀ, ୧୪।୬(ପି.ଟି.): ଆସନ୍ତା ଅକ୍ଟୋବରରେ ଭାରତରେ ବ୍ୟୟବହୁଳ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ଆୟୋଜନ ସହଜ ନୁହେଁ ବୋଲି ଅନୁଭବ କରୁଛନ୍ତି କ୍ରିକେଟ କିମ୍ବଦନ୍ତୀ ସୁନୀଲ ଗାଭାସ୍କର। ଏହି ମାସରେ ଅଷ୍ଟ୍ରେଲିଆରେ ଟି୨୦ ବିଶ୍ୱକପ ହେବାର ଥିବାରୁ ଆଇପିଏଲକୁ ସେପ୍ଟେମ୍ବର ଆରମ୍ଭରେ ଆୟୋଜନ କରାଯାଇପାରେ ବୋଲି ସେ ମତ ଦେଇଛନ୍ତି। ସ୍ପୋର୍ଟିଂ ଇଭେଣ୍ଟ ଗୁଡ଼ିକରେ ୨୫ ପ୍ରତିଶତ ଦର୍ଶକଙ୍କୁ ଅନୁମତି ଦିଆଯାଇ ପାରିବ ବୋଲି ଅଷ୍ଟ୍ରେଲିଆ ସରକାର ଆନୁଷ୍ଠାନିକ ଘୋଷଣା କରିଛନ୍ତି। ତେଣୁ ଆଇପିଏଲ୍‌ ଅପେକ୍ଷା ଟି୨୦ ବିଶ୍ୱକପ ଆୟୋଜନ ସମ୍ଭାବନା ବଢ଼ିଛି।
”ଅଷ୍ଟ୍ରେଲିଆ ସରକାରଙ୍କ ଘୋଷଣାପରେ ଅକ୍ଟୋବରରେ ଟି୨୦ ବିଶ୍ୱକପ ଆୟୋଜନ ହୋଇପାରେ। ଏହା ହେଲେ ଅଂଶଗ୍ରହଣକାରୀ ଦଳଗୁଡ଼ିକ ୩ ସପ୍ତାହ ପୂର୍ବରୁ ଅଷ୍ଟ୍ରେଲିଆରେ ପହଞ୍ଚତ୍ବା ଆଶା କରାଯାଉଛି। ୧୪ ଦିନ କ୍ୱାରାଣ୍ଟାଇନ୍‌ ପରେ ୭ ଦିନ ଅଭ୍ୟାସ ମ୍ୟାଚ ଖେଳିବେ। ଯଦି ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଟି୨୦ ବିଶ୍ୱକପ ହେଉ ବୋଲି ଚାହିଁବ ତେବେ ଆଇପିଏଲ୍‌ ଆୟୋଜନ କଷ୍ଟକର ହୋଇପଡ଼ିବ। କାରଣ ଟି୨୦ ବିଶ୍ୱକପ ବାତିଲ ହେଲେ ଯାଇ ଆଇପିଏଲ ସମ୍ଭବ ହୋଇପାରିବ“ ବୋଲି ଗାଭାସ୍କର କହିଛନ୍ତି।
ଆଇପିଏଲ୍‌ ଶ୍ରୀଲଙ୍କା କିମ୍ବା ୟୁଏଇରେ ସେପ୍ଟେମ୍ବରରେ କରାଇଲେ ସମସ୍ୟାର ସମାଧାନ ହୋଇପାରିବ ବୋଲି ସେ ଅନୁଭବ କରୁଛନ୍ତି। ”ମୌସୁମୀବାୟୁ ସକ୍ରିୟ ଥିବାଯୋଗୁ ସେପ୍ଟେମ୍ବରରେ ଭାରତରେ ଆଇପିଏଲ ସମ୍ଭବ ନୁହେଁ। ପ୍ରତି ଦଳ ପରସ୍ପରକୁ ୨ ଥର ବଦଳରେ ଥରେ ଲେଖାଏ ଭେଟବା କାର୍ଯ୍ୟସୂଚୀରେ ଏହାକୁ ସେପ୍ଟେମ୍ବର ପ୍ରାରମ୍ଭରେ ଶ୍ରୀଲଙ୍କାରେ ଆୟୋଜନ କରାଯାଇପାରେ“ ବୋଲି ଏହି ପୂର୍ବତନ ଅଧିନାୟକ ପ୍ରକାଶ କରିଛନ୍ତି। କୋଭିଡ-୧୯ ପରବର୍ତ୍ତୀ କ୍ରିକେଟ ଖେଳାଳିଙ୍କ ପାଇଁ ନୂଆ ଅଭିଜ୍ଞତା ଆଣିବ। ବିଶେଷ କରି ଦର୍ଶକଙ୍କ ବିନା ଖେଳିବା ନିଆରା ଅନୁଭୂତି ହେବ। ଅନେକ ସମୟରେ ଦର୍ଶକମାନେ ହିଁ ଖେଳରେ ରୋମାଞ୍ଚ ଭରିଥାନ୍ତି। ସେମାନଙ୍କ ଉପସ୍ଥିତିରେ ବାତାବରଣ ଭିନ୍ନ ଥାଏ। ସ୍ବାଭାବିକଭାବେ ଖେଳାଳିମାନେ ତାହାକୁ ମିସ୍‌ କରିବେ ବୋଲି ଏହି ପୂର୍ବତନ ଓପନର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…

ପୋଲିସର ନିଶାମୁକ୍ତ ଅଭିଯାନକୁ ନେଇ ବଢ଼ିଲା ଚର୍ଚ୍ଚା

କୋକସରା,୨୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ଗତ କିଛିଦିନ ହେଲା ନିଶା ମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

ସ୍ବାୟତ୍ତ ଶାସନ ଦିବସ ପାଳନ ନେଇ ପ୍ରସ୍ତୁତି ଚୂଡ଼ାନ୍ତ

ଦିଗପହଣ୍ଡି,୨୨।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ପକ୍ଷରୁ ଅଗଷ୍ଟ ୩୧ରେ ପାଳନ ହେବାକୁ ଥିବା ସ୍ବାୟତ୍ତ ଶାସନ ଦିବସ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri