ଶୁଟିଂ ବେଳେ ଚେତାଶୂନ୍ୟ ହେଲେ ବରୁଣ ଧଓ୍ବନ

ମୁମ୍ବାଇ: କଳାକାର ହେବ ତ ଅଭିନେତା ବରୁଣ ଧଓ୍ବନଙ୍କ ଭଳି,ଯିଏକି ନିଜ କାମକୁ ଶହେ ପ୍ରତିଶତ ଦେବାକୁ ସର୍ବଦା ଚେଷ୍ଟିତ। ଏଭଳି କିଛି ଚର୍ଚ୍ଚା ଆଜିକାଲି ବଲିଉଡ୍‌ର ଗଳିକନ୍ଦିରେ ହେଉଛି। କଥା କ’ଣ କି..! ନିକଟରେ ନିଜର ଆଗାମୀ ଚଳଚ୍ଚିତ୍ର ‘ଷ୍ଟ୍ରିଟ୍‌ ଡ୍ୟାନ୍ସର’ର ଶୁଟିଂ ସେଟ୍‌ରେ ବରୁଣ ଚେତାଶୂନ୍ୟ ହୋଇଯାଇଥିଲେ। ସ୍ବାସ୍ଥ୍ୟ ଖରାପ ଥିବା ସତ୍ତ୍ୱେ ସେ ଲଗାତାର ଭାବେ କାମ କରୁଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। ପ୍ରଥମେ ଥଣ୍ଡାଜ୍ୱର ଏବଂ ପରେ ରକ୍ତଚାପ କମ୍‌ ହେବା ଯୋଗୁ ସେ ଦୁର୍ବଳ ହୋଇଯାଇଥିଲେ। ଫିଲ୍ମଟି ନୃତ୍ୟଭିତ୍ତିକ ହୋଇଥିବାରୁ ବରୁଣଙ୍କୁ ଅଧିକ ସମୟ ରିହର୍ସଲ କରିବାକୁ ପଡ଼ୁଥିଲା। ମଙ୍ଗଳବାର ସେ ଏକ ଦୃଶ୍ୟର ଶୁଟିଂ କରୁଥିବା ସମୟରେ ଚେତା ହରାଇଥିଲେ। ତୁରନ୍ତ ଡାକ୍ତରମାନେ ଆସି ତାଙ୍କର ପରୀକ୍ଷା କରିଥିଲେ। ଜ୍ୱର ଓ ରକ୍ତଚାପ କମ୍‌ ହୋଇଯାଇଥିବା ହେତୁ ଡାକ୍ତର ତାଙ୍କୁ କିଛି ଦିନ ଆରାମ କରିବାକୁ କହିଥିଲେ। ମାତ୍ର ସ୍ବାସ୍ଥ୍ୟରେ ସାମାନ୍ୟ ସୁଧାର ଆସିବା ପରେ ସେ ପୁନର୍ବାର ସେଟ୍‌କୁ ଫେରିଥିଲେ। ଡବଲ ସିପ୍ଟରେ କାମ କରି ସେ ଫିଲ୍ମର ଶୁଟିଂ ଶେଷ କରିଥିଲେ। ବରୁଣଙ୍କ କାମ ପ୍ରତି ଏଭଳି ମନୋଭାବକୁ ଅନେକେ ପ୍ରଶଂସା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟରୁ ୨୪ ହଜାର ଶିଶୁ ନିଖୋଜ: ୨୦୨୪ରେ ସର୍ବାଧିକ ୬,୨୨୩ ନିଖୋଜ, ୮୭% ଝିଅ

ଭୁବନେଶ୍ୱର,୨୪।୮(ତ୍ରିନାଥ ମହାନ୍ତି ): ଯାଜପୁର ଜିଲାର ପିହୁ ହେଉ ଅବା ନୟାଗଡ଼ର ପରୀ। ରାଜ୍ୟର ବିଭିନ୍ନ ଜିଲାରୁ କୋମଳମତି ଶିଶୁ ନିଖୋଜ ହୋଇଯାଉଛନ୍ତି। ସେମାନଙ୍କୁ ଖୋଜିବା ପାଇଁ…

ପିଆଜ ଦର ବୃଦ୍ଧି ଉପରେ ସରକାରଙ୍କ ବଡ଼ ଆକ୍ସନ, ଏବେ ଏଇଠୁ ଆସିଲା ପରେ ମିଳିବ ଶସ୍ତା ପିଆଜ

ନୂଆଦିଲ୍ଲୀ,୨୪।୮: ପିଆଜ ଦର ବୃଦ୍ଧିରେ ପୁଣି ଥରେ ଚେପା ହେଲେଣି ସାଧାରଣ ପରିବାରର। ଦେଶର ଅନେକ ସ୍ଥାନରେ ଦର ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଏହି ବୃଦ୍ଧିକୁ…

ଏଆଇ ସାହାଯ୍ୟରେ ପ୍ଲାଣ୍ଟ ଇମ୍ୟୁନିଟି ସିଷ୍ଟମ୍‌ ପ୍ରସ୍ତୁତ କଲେ ଚାଇନା ଗବେଷକ

ବେଜିଂ, ୨୪ା୮: ଫସଲକୁ ସାଂଘାତିକ ରୋଗ ଏବଂ ଜୀବାଣୁ, ଭୂତାଣୁ ଓ କବକ ଆକ୍ରମଣରୁ ରକ୍ଷା କରିବା ପାଇଁ ଚାଇନା ଗବେଷକମାନେ କୃତ୍ରିମ ପ୍ରତିରୋଧକ ବ୍ୟବସ୍ଥା ବିକଶିତ…

ବେଆଇନ ଗଛକଟା, ଲଘୁ ଖଣିଜ ସମ୍ପଦ ଲୁଟ୍‌, ମାସକ ମଧ୍ୟରେ ରିପୋର୍ଟ ଲୋଡ଼ିଲେ ଏନ୍‌ଜିଟି

ଭୁବନେଶ୍ୱର,୨୪।୮(ରବିନାରାୟଣ ଜେନା): ରାଜ୍ୟରେ ଲଘୁ ଖଣିଜ ସମ୍ପଦ ମନଇଚ୍ଛା ଖୋଳା ଚାଲିଛି। ସରକାରୀ ନୀତି ଗୋଟିଏ କଥା କହୁଥିବାବେଳେ ଲିଜ୍‌ଧାରୀମାନେ ସେସବୁକୁ ଭ୍ରୂକ୍ଷେପ ନ କରି ଯେଉଁଠି…

ସାଉଦି-ପାକ୍‌-ତୁର୍କୀ ପ୍ରତିରକ୍ଷା ମେଣ୍ଟରେ ସାମିଲ ହେବାକୁ ବାଂଲାଦେଶ ଆଗ୍ରହୀ

ନୂଆଦିଲ୍ଲୀ,୨୪ା୮: ସାଉଦି ଆରବ, ପାକିସ୍ତାନ ଏବଂ ତୁର୍କୀ ମଧ୍ୟରେ ନିକଟରେ ପ୍ରତିରକ୍ଷା ମେଣ୍ଟ ହୋଇଥିବାବେଳେ ସେଥିରେ ସାମିଲ ହେବା ଲାଗି ବାଂଲାଦେଶ ଆଗ୍ରହୀ ଥିବା ଏହାର ୨…

ସରକାରୀ ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ, ଜୀବନ୍ତ ଜଳିଗଲେ ୩ ନବଜାତ ଶିଶୁ

ଅମରାବତୀ,୨୪।୮: ସୋମବାର (୨୪ ଅଗଷ୍ଟ) ଭୋର ପ୍ରାୟ ୩ଟା ୩୦ ସମୟରେ ମହାରାଷ୍ଟ୍ରର ଅମରାବତୀ ଜିଲାରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ଅମରାବତୀର ସରକାରୀ ମହିଳା…

୧୦ ଦିନ ପରେ ବି ପ୍ରୋରୋଗ ହୋଇନି ପାର୍ଲାମେଣ୍ଟ

ନୂଆଦିଲ୍ଲୀ,୨୪ା୮: ପାର୍ଲାମେଣ୍ଟର ଉଭୟ ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରାଯିବା ଇତିମଧ୍ୟରେ ୧୦ ଦିନ ବିତିଥିଲେ ମଧ୍ୟ ଏହାକୁ ଆନୁଷ୍ଠାନିକ ଭାବେ ବନ୍ଦ କରାଯାଇନାହିଁ।…

ପଡିକଲଙ୍କ କ୍ରମାଗତ ଦ୍ୱିତୀୟ ଶତକ, ଭାରତ ୩୦୦/୫

କଲମ୍ବୋ, ୨୩ା୮- ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ରବିବାରଠାରୁ ଦ୍ୱିତୀୟ ଟେଷ୍ଟ କ୍ରିକେଟ ମ୍ୟାଚ୍‌ ଆରମ୍ଭ ହୋଇଯାଇଛି। ଦେବଦତ୍ତ ପଡିକଲଙ୍କ ଶତକ ବଳରେ ଭାରତ ପ୍ରଥମ ଦିନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri