ଶୀଘ୍ର ଆସିବ ଆର୍ଥିକ ପ୍ୟାକେଜ: ସୀତାରାମନ୍‌

ନୂଆଦିଲ୍ଲୀ,୨୫-୩: କରୋନା ପ୍ରତିରୋଧ ଲାଗି ଏବେ ସାରା ଦେଶରେ ଲକ୍‌ଡାଉନ ଘୋଷଣା କରାଯାଇଛି। ଏଥିଲାଗି ଦେଶର ଅର୍ଥ ବ୍ୟବସ୍ଥା ଗଭୀର ଭାବେ ପ୍ରଭାବିତ ହେଉଛି। କ୍ଷତିଗ୍ରସ୍ତ ଅର୍ଥ ବ୍ୟବସ୍ଥାକୁ ସୁଧାରିବା ଲାଗି କେନ୍ଦ୍ର ସରକାର ଶୀଘ୍ର ଏକ ଆର୍ଥତ୍କ ପ୍ୟାକେଜ ଆଣିବେ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ମଙ୍ଗଳବାର ସୂଚନା ଦେଇଛନ୍ତି। ଏ ନେଇ ସରକାର ଶୀଘ୍ର ଘୋଷଣା କରିବେ। ସେହିଭଳି ସୀତାରାମନ ଆଉ କେତେକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। ୨୦୧୮-୧୯ ଆର୍ଥତ୍କ ବର୍ଷ ଲାଗି ଆୟକର(ଆଇଟି) ରିଟର୍ନର ଶେଷ ତାରିଖକୁ ଜୁନ ୩୦ ଯାଏ ବୃଦ୍ଧି କରାଯାଇଥିବା ସେ ସୂଚନା ଦେଇଛନ୍ତି। ଏହାବାଦ ବିଳମ୍ବ ରିଟର୍ନ ପଇଠ କ୍ଷେତ୍ରରେ ସୁଧକୁ ୧୨ ଓ ୧୮% ରୁ ୯%କୁ ଖସାଯାଇଛି। ସେହିଭଳି ଆଧାର-ପାନ୍‌ ଲିଙ୍କ୍‌ କରାଇବାର ଶେଷ ସୀମାକୁ ଜୁନ ୩୦ ଯାଏ ବୃଦ୍ଧି କରାଯାଇଛି। ପରୋକ୍ଷ ଟିକସ କ୍ଷେତ୍ରରେ ବିବାଦ ସମାଧାନ ଲାଗି ଆସିଥିବା ‘ବିବାବ ସେ ବିଶ୍ୱାସ’ ସ୍କିମକୁ ମଧ୍ୟ ଜୁନ ୩୦ ଯାଏ ବୃଦ୍ଧି କରାଯାଇଥିବା ବେଳେ କୌଣସି ଅତିରିକ୍ତ ଚାର୍ଜ ଏଥି ଲାଗି ସରକାର ଲାଗୁ କରାଇବେ ନାହିଁ। ୨୦୨୦ ମାର୍ଚ୍ଚ, ଏପ୍ରିଲ ଏବଂ ମେ ମାସର ଜିଏସ୍‌ଟି ରିଟର୍ନ ଏବଂ କମ୍ପୋଜିଶନ ସ୍କିମ ରିଟର୍ନ ଫାଇଲ କରିବାର ଶେଷ ସୀମା ଜୁନ ୩୦ ଯାଏ ବଢାଯାଇଛି। ୫ କୋଟି ଟଙ୍କାରୁ କମ୍‌ କାରବାର କରୁଥିବା କମ୍ପାନୀଗୁଡିକ ଲାଗି କୌଣସି ସୁଧ କିମ୍ବା ପେନାଲଟି ଲାଗୁ କରାଯିବନାହିଁ। ୫ କୋଟି ଟଙ୍କାରୁ ଉର୍ଦ୍ଧ୍ୱ କାରବାର କରୁଥିବା ବଡ କମ୍ପାନୀଙ୍କ ଲାଗି ସୁଧକୁ ୯%କୁ ହ୍ରାସ କରାଯାଇଛି। ରପ୍ତାନିକାରୀ ଏବଂ ଆମଦାନୀକାରୀଙ୍କ ଆଶ୍ୱସ୍ତି ଲାଗି ପଦକ୍ଷେପ ସ୍ବରୂପ କଷ୍ଟମ୍‌ସ ମଞ୍ଜୁରୀରୁ ଆବଶ୍ୟକୀୟ ସେବା ଘୋଷଣା କରାଯାଇଛି। ଜୁନ ୩୦ ଯାଏ ଏହା ୨୪ ଘଣ୍ଟା ଭିତ୍ତିରେ ଅନବରତ କାର୍ଯ୍ୟ କରିବ। ନୂଆ କରି ଗଠନ ହୋଇଥିବା କମ୍ପାନୀଗୁଡିକ ଲାଗି ଆଗୀମୀ ୬ ମାସ ଯାଏ ବାଣିଜ୍ୟ ଆରମ୍ଭ ସମ୍ପର୍କିତ କୌଣସି ଘୋଷଣା କରିବାକୁ ପଡିବ ନାହିଁ। ଏହି ଅବଧିକୁ ଆଉ ୬ ମାସ ବଢାଯାଇଛି। କମ୍ପାନୀର ନିର୍ଦ୍ଦେଶକ ଯଦି ସର୍ବନିମ୍ନ ବାସସ୍ଥାନ ନିୟମ ଅନୁପାଳନ ନ କରନ୍ତି ତେବେ ଏକ୍ଷେତ୍ରରେ କୋହଳ ନୀତି ଅବଲମ୍ବନ କରାଯିବ। ୬୦ ଦିନରେ ବସୁଥିବା ବାଧ୍ୟତାମୂଳକ ବୋର୍ଡ ବୈଠକ ନିୟମକୁ ମଧ୍ୟ କୋହଳ କରାଯାଇଛି। ଆଗାମୀ ୨ ତ୍ରୈମାସ ଯାଏ ଏହି ନିୟମ କୋହଳ ରହିବ। କ୍ଷୁଦ୍ର ବାଣିଜ୍ୟଗୁଡିକର ସୁବିଧାକୁ ଧ୍ୟାନରେ ରଖି ସରକାର ଦେବାଳିଆ ପ୍ରକ୍ରିୟାର ସୀମାକୁ ୧ ଲକ୍ଷ ଟଙ୍କାରୁ ୧ କୋଟି ଟଙ୍କାକୁ ବଢାଇଛନ୍ତି। ଆଗାମୀ ୩ ମାସ ଯାଏ ଗ୍ରାହକ ଡେବିଟ୍‌ କାର୍ଡକୁ ଯେକୌଣସି ବ୍ୟାଙ୍କ ଏଟିଏମ୍‌ରେ ବ୍ୟବହାର କରିପାରିବେ। ଏଥି ଲାଗି କୌଣସି ଅତିରିକ୍ତ ଦେୟ ଦେବାକୁ ପଡିବ ନାହିଁ। ଆଗାମୀ ୩ ମାସ ଯାଏ ବ୍ୟାଙ୍କ ଖାତାରେ କୌଣସି ନୂ୍ୟନତମ ବାଲାନ୍ସ ରଖିବାର ଆବଶ୍ୟକତା ପଡିବ ନାହିଁ। ବାଣିଜି୍ୟକ ଏବଂ ଫାଇନାନ୍ସ ଗ୍ରାହକଙ୍କ ଲାଗି ବ୍ୟାଙ୍କ ଚାର୍ଜକୁ ହଟାଯାଇଛି। ଏହାବାଦ ଆଉ କିଛି କ୍ଷେତ୍ରରେ ମଧ୍ୟ ସମୟ ସୀମାକୁ ଜୁନ ୩୦ ଯାଏ ବଢାଯାଇଥିବା ସୀତାରାମନ ସ୍ପଷ୍ଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

SIM କାର୍ଡ ନିୟମରେ ବଡ଼ ପରିବର୍ତ୍ତନ! କାଲିଠୁ ଏମାନଙ୍କର କଟିଯିବ କନେକ୍ସନ…

ଯଦି ଆପଣଙ୍କ ନାମରେ ଏକାଧିକ ମୋବାଇଲ୍ ସିମ୍ କାର୍ଡ ଅଛି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ସରକାର ଏବେ ନିର୍ଦ୍ଧାରିତ ସୀମାଠାରୁ ଅଧିକ ମୋବାଇଲ୍…

କେନ୍ଦ୍ରୀୟ କର୍ମଚାରୀଙ୍କ ବଢିବ ଦରମା, ରାକ୍ଷୀରେ ଆସିବ DA!

ନୂଆଦିଲ୍ଲୀ,୨୩।୮: ଦେଶବ୍ୟାପୀ ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନଶନଭୋଗୀ ଅଷ୍ଟମ ବେତନ ଆୟୋଗ (8th Pay Commission) ଗଠନକୁ ଅପେକ୍ଷା କରିଥିବା ବେଳେ, ବର୍ତ୍ତମାନ ସେମାନଙ୍କ…

ଭାରତରେ କିଏ ସ୍ଥିର କରେ ଚିନି ଦାମ୍‌? ସରକାର ନା କୃଷକ, ଜାଣନ୍ତୁ…

ନୂଆଦିଲ୍ଲୀ,୨୩ା୮: ଚା’ କପ୍‌ରୁ ଆରମ୍ଭ କରି ପର୍ବପର୍ବାଣିର ମିଠା ପର୍ଯ୍ୟନ୍ତ, ଚିନି ପ୍ରତ୍ୟେକ ଘରର ଦୈନନ୍ଦିନ ଆବଶ୍ୟକତାର ଏକ ପ୍ରମୁଖ ଅଂଶ। ଏହି ସମୟରେ ଦେଶରେ ଚିନି…

ଆପଣଙ୍କର ପାଖରେ ଅଛି କି ପୁରୁଣା ପାସ୍‌ବୁକ୍‌? ଡିସେମ୍ୱର ୩୧ ପୂର୍ବରୁ ଶୀଘ୍ର ବଦଳାନ୍ତୁ, ଆସିଲା ନୂଆ ନିୟମ…

ନୂଆଦିଲ୍ଲୀ,୨୨।୮: ଯଦି ଆପଣ ବି ବ୍ୟାଙ୍କିଙ୍ଗ୍ କାରବାର ପାଇଁ ଚେକ୍‌ବୁକ୍ (Chequebook) ବ୍ୟବହାର କରୁଛନ୍ତି, ତେବେ ଏହା ଆପଣଙ୍କ ପାଇଁ ଏକ ଅତ୍ୟନ୍ତ ଦରକାରୀ ଖବର। ବାସ୍ତବରେ,…

ସେପ୍ଟେମ୍ବରରୁ ବଦଳିଯିବ ନିୟମ! ଅଗଷ୍ଟ ଶେଷ ପୂର୍ବରୁ କରିନିଅନ୍ତୁ ଏହି ୪ କାମ…

ନୂଆଦିଲ୍ଲୀ,୨୧ା୮: ଅଗଷ୍ଟ ମାସ ଶେଷ ହେବାକୁ ଯାଉଛି। ଏହା ସହ କିଛି ଜରୁରୀ ଆର୍ଥିକ କାମର ସମୟସୀମା ମଧ୍ୟ ଶେଷ ହେଉଛି। ଯଦି ଆପଣ ଏହି କାମଗୁଡ଼ିକ…

ରାସନ କାର୍ଡ ପାଖରେ ନଥିଲେ ବି ମିଳିବ ରାସନ! ଜାଣନ୍ତୁ ସରକାରଙ୍କ ପୂରା ନିୟମ…

ନୂଆଦିଲ୍ଲୀ,୨୧ା୮: ସରକାର ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଏବଂ ଅସହାୟ ଲୋକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଯୋଜନା ଚଳାନ୍ତି। ଯଦି ଆପଣ ମଧ୍ୟ ସରକାରୀ ରାସନରୁ ଉପକୃତ ହେଉଛନ୍ତି, ତେବେ…

SBI ଗ୍ରାହକଙ୍କ ପାଇଁ ବଡ଼ ଅପଡେଟ୍‌, ଅକ୍ଟୋବର ୧ରୁ କ୍ୟାଶ୍‌ ଉଠାଇଲେ ଲାଗିବ ଏକ୍ସଟ୍ରା ଚାର୍ଜ

ନୂଆଦିଲ୍ଲୀ,୨୧ା୮: ଯଦି ଆପଣଙ୍କର ଆକାଉଣ୍ଟ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ରେ ଅଛି ଏବଂ ଆପଣ ମାସକୁ ଅନେକ ଥର ବ୍ୟାଙ୍କ ଶାଖା (ବ୍ରାଞ୍ଚ) କୁ…

ଆଉ ଶସ୍ତା ନୁହେଁ, ମହଙ୍ଗା ହୋଇପାରେ ପେଟ୍ରୋଲ-ଡିଜେଲ! ଜାଣନ୍ତୁ ଦାମ୍‌ ବଢ଼ିବାର ବଡ଼ କାରଣ

ନୂଆଦିଲ୍ଲୀ,୨୧। ୮: ପେଟ୍ରୋଲ-ଡିଜେଲ ଦାମକୁ ନେଇ ପୁଣି ବଢ଼ିପାରେ ସାଧାରଣ ଲୋକଙ୍କ ଚିନ୍ତା। ଅନ୍ତର୍ଜାତୀୟ ବଜାରରେ କ୍ରୁଡ ଅଏଲ ମୂଲ୍ୟରେ ହଠାତ୍‌ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri